BN

ଆପଣଙ୍କର ଆରମ୍ଭ ବିନ୍ଦୁ କ'ଣ?

 ଆପଣଙ୍କର ଆରମ୍ଭ ବିନ୍ଦୁ କ'ଣ?

 ଗୀତାସଂହିତା ୪

ତୁମ୍ଭେ ମୋ' ଅନ୍ତଃକରଣରେ ଆନନ୍ଦ ଦେଇଅଛ… । (ଗୀତ ୪:୭)


   ମିନ୍ନେସୋଟା ବିଶ୍ଵବିଦ୍ୟାଳୟରେ 'ଅବସର ପରେ ମଧ୍ଯ କାର୍ଯ୍ୟରତ' ପ୍ରଧ୍ୟାପକ ଡେଭିଡ୍ ଲିକ୍କେନ୍ ଏପରି ଏକ ମତବାଦର ବିକାଶ କରିଛନ୍ତି ଯାହାକୁ ସେ ସୁଖର ଏକ 'ଆରମ୍ଭ ବିନ୍ଦୁ' ମତବାଦ ବୋଲି କହନ୍ତି। ସେ ତର୍କ କରନ୍ତି ଯେ, ଅଧିକାଂଶ ଲୋକ ପ୍ରିୟଜନଙ୍କୁ ହରାଇବା ଭଳି ନାଟକୀୟ ଘଟଣା କିମ୍ୱା ଗୋଟିଏ ସ୍ବପ୍ନର ଗୃହ ମଧ୍ୟକୁ ପ୍ରବେଶ କରିବାର ରୋମାଞ୍ଚ ପରେ ୬ ମାସରୁ ଗୋଟିଏ ବର୍ଷ ମଧ୍ୟରେ ସେମାନଙ୍କ ସୁଖର ପୂର୍ବତନ ସ୍ତରକୁ ଫେରି ଆସନ୍ତି। ସେ ସୁଖର ସେହି ମୂଲ ସୂଚନା ବିନ୍ଦୁକୁ ସେମାନଙ୍କର 'ଆରମ୍ଭ ବିନ୍ଦୁ' ବୋଲି କହନ୍ତି।

      କିନ୍ତୁ ଖ୍ରୀଷ୍ଟୀୟାମାନଙ୍କର ଏକ ଭିନ୍ନ ପ୍ରକାରର 'ଆରମ୍ଭ ବିନ୍ଦୁ' ରହିଛି। ତାହା ମାନବ ଅନୁଭୂତିର ସ୍ଵାଭାବିକ ଉତ୍ଥାନ ଓ ପତନ ଉପରେ ନିର୍ଭର କରେ ନାହିଁ। ଆମର ପରିବର୍ତ୍ତନୀୟ ପରିସ୍ଥିତିରେ ନୁହେଁ, ମାତ୍ର ଅପରିବର୍ତ୍ତନୀୟ ଈଶ୍ଵରଙ୍କଠାରେ ଆମର ଆନନ୍ଦ ଓ ମଙ୍ଗଳ ଭାବ ଖୋଜିବା ପାଇଁ ବାଇବଲ ଆମକୁ କହିଅଛି। ଗୀତରଚକ ଦାଉଦ ପ୍ରଭୁଙ୍କ ପ୍ରଶଂସା କରି କହିଥିଲେ, "ତୁମ୍ଭେ ମୋ' ଅନ୍ତଃକରଣରେ ଆନନ୍ଦ ଦେଇଅଛ, ତାହା ସେମାନଙ୍କ ଶସ୍ୟ ଓ ଦ୍ରାକ୍ଷାରସ ବୃଦ୍ଧି- କାଳର ଆନନ୍ଦ ଅପେକ୍ଷା ଅଧିକ" (ଗୀତ ୪:୭) । ତାଙ୍କ ନିକଟରେ ଆନନ୍ଦର ଏପରି ଉତ୍ସ ଥିଲା, ଯାହା ଅର୍ଥନୈତିକ ସମୃଦ୍ଧି ସହିତ ସଂଯୁକ୍ତ ହୋଇ ନ ଥିଲା । ପ୍ରକୃତରେ, ଈଶ୍ଵର ତାଙ୍କୁ ଦେଇଥିବା ଆନନ୍ଦ ଯେ କୌଣସି ଅର୍ଥନୈତିକ ଉନ୍ନତିରୁ ମିଳୁଥିବା ଆନନ୍ଦ ଅପେକ୍ଷା ଅଧିକ ଥିଲା।

    ଗୀତରଚକଙ୍କ ଭଳି ଆମର ମଧ୍ୟ ସମାନ ଅନୁଭୁତି ରହିବ, ଯେତେବେଳେ ଆମେ ଏହା କହିବା ବନ୍ଦ କରିଦେବା, "ଯଦି… ମୁଁ ଅଧିକ ଖୁସି ହୋଇଥାନ୍ତି" ଓ ଏହା କହିବା, "ମୁଁ ଈଶ୍ଵରଙ୍କୁ ଧନ୍ୟବାଦ ଦେଉଛି କାରଣ...।" ଆମ ପରିବେଶ ଯାହା ହେଲେ ସୁଦ୍ଧା, ଆମର ଅପରିବର୍ତ୍ତନୀୟ ଈଶ୍ଵରଙ୍କଠାରେ କେନ୍ଦ୍ରୀଭୂତ ଆନନ୍ଦ ଖ୍ରୀଷ୍ଟୀୟାନର 'ଆରମ୍ଭ ବିନ୍ଦୁ' ହେବା ଉଚିତ୍ ଅଟେ।

ଉଚ୍ଚତର ସ୍ଥାନ

 ଉଚ୍ଚତର ସ୍ଥାନ

କଲସୀୟ ୩:୧-୧୭

ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ଵରେ ଉପବିଷ୍ଟ ଖ୍ରୀଷ୍ଟଙ୍କର ଯେଉଁ ବାସସ୍ଥାନ, ସେହି ଉର୍ଦ୍ଧ୍ବସ୍ଥାନର ବିଷୟ ସବୁ ଅନ୍ଵେଷଣ କର (କଲସୀୟ ୩:୧)


ଜଣେ ପାଇଲେଟ ଆରବୀୟ ମରୁଭୂମି ଉପର ଦେଇ ଉଡୁଥିଲେ ଓ ନିଜର ବିମାନରେ ଇନ୍ଧନ ଭରିବା ପାଇଁ ସେ ଗୋଟିଏ ମରୁଦ୍ୟାନ ନିକଟରେ ଅବତରଣ କରିଥିଲେ । ପୁଣି ଥରେ ଉପରକୁ ଉଠି, ସେ ଅତିଶ୍ରୀଘ୍ର ଗୋଟିଏ ପାହାଡ଼ିଆ ଅଞ୍ଚଳ ଉପରେ ଉଡ଼ିବାରେ ଲାଗିଲେ । ହାଠାତ୍ ସେ ନିଜ ପଛ ପାଖରେ ଗୋଟିଏ ରାଞ୍ଚୁଡିବା ଶବ୍ଦ ଶୁଣି ପାରିଲେ । ଏହି ଶବ୍ଦ ଏପରି ଥିଲା ଯେପରିକି ବିମାନର ମୁଖ୍ୟାଂଶ ମଧ୍ୟକୁ କୌଣସି ଜନ୍ତୁ ପ୍ରବେଶ କରିଅଛି । ସେ ଅତି ଭୟଭୀତ ହେଲେ, କାରଣ ଯଦି କୌଣସି ଜୀବ ବିଦ୍ୟୁତ୍ ତାରକୁ ଦାନ୍ତରେ କାଟି ଦେବ, ତେବେ ଏହା ଏକ ଗୁରୁତର ତ୍ରୁଟି ସୃଷ୍ଟି କରିପାରିବ ବୋଲି ସେ ଜାଣିଥିଲେ । ମାତ୍ର ସେହି ପାହାଡ଼ିଆ ଅଞ୍ଚଳରେ ବିମାନ ଅବତରଣ ପାଇଁ  କୌଣସି ସ୍ଥାନ ନ ଥିଲା । 


ଏହାପରେ ବିମାନଚାଳକଙ୍କ ମନକୁ ଏକ ଯୋଜନା ଆସିଲା । ସେ ବିମାନର ଗତି ବଢାଇ ଦେଇ ଏହାକୁ ଉର୍ଦ୍ଧ୍ବମୁଖୀ କରାଇ ଦେଲେ । ଯେ ପର୍ଯ୍ୟନ୍ତ ଦାନ୍ତରେ କାଟିବା ଓ ରାଞ୍ଚୁଡିବା ଶବ୍ଦ ବନ୍ଦ ହୋଇ ନ ଥିଲା, ସେ ପର୍ଯ୍ୟନ୍ତ ସେ ଆକାଶରେ ଉଚ୍ଚକୁ ଉଠିବାରେ ଲାଗିଥିଲେ । ପରେ, ଯେତେବେଳେ ସେ ଗୋଟିଏ ବିମାନବନ୍ଦରରେ ଅବତରଣ କଲେ, ସେତେବେଳେ ସେ ଗୋଟିଏ ବଡ଼ ମରୁଭୂମି ମୂଷାକୁ ଆବିଷ୍କାର କଲେ । ସେ ମାରୁଦ୍ୟାନରେ ଇନ୍ଧନ ଭରୁଥିବା ସମୟରେ ସେହି ମୂଷାଟି ତାଙ୍କ ଅଲକ୍ଷରେ ଭିତରେ ପ୍ରବେଶ କରିଥିଲା । ମାତ୍ର ସେହି ଅନାବଶ୍ୟକ ଜନ୍ତୁଟି ସେତେବେଳେକୁ ମରି ସାରିଥିଲା । ମରୁଭୂମି ସହିତ ଅଭ୍ୟସ୍ତ ଥିବାରୁ, ଏହା ଉଚ୍ଚତର ପରିସ୍ଥିତିରେ ବଞ୍ଚି ପାରି ନ ଥିଲା । 


ଆମ ଆତ୍ମିକ ଜୀବନରେ ମଧ୍ୟ ସେହିପରି ଘଟେ । ଆମେ 'ଈଶ୍ବରଙ୍କର ନିକଟବର୍ତ୍ତୀ ହେବା' ସମୟରେ ଆମର ନୀଚ, ସ୍ୱାର୍ଥପର ଓ ପାପପୂର୍ଣ୍ଣ ମାର୍ଗଗୁଡିକ ମୃତ୍ୟୁବରଣ କରନ୍ତି (କଲ ୩:୫) । ପୁରାତନ ଜୀବନଶୈଳୀ ଆଉ ବଞ୍ଚିପାରେ ନାହିଁ । ସେଥିପାଇଁ ଆମେ ଉର୍ଦ୍ଧ୍ବସ୍ଥ ବିଷୟର ଅନ୍ଵେଷଣ କରିବା ଉଚିତ୍ । 


ଆମେ କିପରି ପ୍ରାର୍ଥନା କରିବା ଉଚିତ୍?

 How Should We Pray??

(ଲୁକ ୧୧:୫-୧୩)


  • କରୁଣା/ଦୟା ସହିତ ପ୍ରାର୍ଥନା କରନ୍ତୁ (୬)

କାହାଣୀଟି ଜଣେ ବ୍ୟକ୍ତିଙ୍କ ବିଷୟରେ କୁହାଯାଏ ଯିଏ ମଧ୍ୟରାତ୍ରିରେ ସାହାଯ୍ୟ ଖୋଜନ୍ତି କାରଣ ସେ ତାଙ୍କ ଭୋକିଲା ବନ୍ଧୁଙ୍କ ବିଷୟରେ ଚିନ୍ତା କରନ୍ତି | 

  • ସାହସିକତା ସହିତ ପ୍ରାର୍ଥନା କରନ୍ତୁ (୮)

ପ୍ରାର୍ଥନା ଈଶ୍ବରଙ୍କ ଅନିଚ୍ଛାକୁ ଅତିକ୍ରମ କରୁନାହିଁ ବରଂ ତାଙ୍କ ଇଚ୍ଛାକୁ ଧରି ରଖିଛି | 

  • ଧୈର୍ଯ୍ୟ ସହିତ ପ୍ରାର୍ଥନା କରନ୍ତୁ (୭-୯)

           ଯଦିଓ ପ୍ରଥମେ କୌଣସି ଉତ୍ତର ଆସେ ନାହିଁ, ଆମେ ମାଗିବା, ଖୋଜିବା ଏବଂ ଦ୍ଵାରରେ ଆଘାତ କରିବା ଜାରି ରଖିଥାଉ | ଆମେ ହାର ମାନିନାହୁଁ । ଆମେ ନିଶ୍ଚିତ ଯେ ଈଶ୍ବର ଉତ୍ତର ଦେବେ । 

  • ବିଶ୍ଵାସ ସହିତ ପ୍ରାର୍ଥନା କରନ୍ତୁ (୧୧-୧୨)

           ଆମେ ଜଣେ ଶକ୍ତିଶାଳୀ, ଭଲ ପିତାଙ୍କୁ ପ୍ରାର୍ଥନା କରୁଛୁ ଯାହାର ମନରେ ଆମର ସର୍ବୋତ୍ତମ ଅଛି । 

  • ଆତ୍ମାଙ୍କ ସାହାଯ୍ୟ ପାଇଁ ପ୍ରାର୍ଥନା କରନ୍ତୁ (୧୩)

ପବିତ୍ର ଆତ୍ମା ଆମକୁ ପ୍ରାର୍ଥନା କରୁଥିବା ବେଳେ ମାର୍ଗଦର୍ଶନ କରନ୍ତି (ରୋମୀୟ ୮:୨୬-୨୭)। ଯେତେବେଳେ ଆମେ ପ୍ରାର୍ଥନା କରୁଥିବା ଜିନିଷ ଈଶ୍ବର ଚାହୁଁଥିବା ପରି ସମାନ ହୁଏ, ସେ ପରିସ୍ଥିତି ଏବଂ ହୃଦୟ ପରିବର୍ତ୍ତନ କରିବାରେ ବ୍ୟସ୍ତ ହୁଅନ୍ତି | (୧ ଯୋହନ ୫:୧୪-୧୫)। 


ଅତ୍ୟଧିକ କଥା କହୁଛନ୍ତି କି?

 ଅତ୍ୟଧିକ କଥା କହୁଛନ୍ତି କି?

ପଠନ: ଯାକୁବ ୩: ୧-୧୨

ପ୍ରତ୍ୟେକ ଜଣ ଶୁଣିବାରେ ତତ୍ପର, କହିବାରେ ଧୀର, ପୁଣି କ୍ରୋଧ କରିବାରେ ଧୀର ହେଉ । (ଯାକୁବ ୧:୧୯)


ଆମେ ସମସ୍ତେ ଅତ୍ୟଧିକ କଥା କହୁ । କେତେ ହୃଦ୍ ବ୍ୟଥା ଘଟେ, ଗୃହଗୁଡିକ ଭାଙ୍ଗିଯାଏ, ବନ୍ଧୁମାନେ ଦୂରେଇ ଯାଆନ୍ତି, କେତେ ଯୁଦ୍ଧ ସଂଘଟିତ ହୁଏ- କେବଳ କେତେକ କ୍ଷିପ୍ର, କ୍ରୁଦ୍ଧ କଥା ଦ୍ଵାରା ! ପୃଥିବୀରେ ଅଧିକାଂଶ କଳହ ଏକ ସଂକୀର୍ଣ୍ଣ ମନ ଓ ଏକ ପ୍ରଶସ୍ତ ମୁଖ ଦ୍ଵାରା ସୃଷ୍ଟି ହୋଇଥାଏ । ଆପଣ ଶୁଣିବା ଦ୍ଵାରା ବିପଦରେ ପଡନ୍ତି ନାହିଁ, ପୁଣି ଆମକୁ ଯାହା କହିବାକୁ ଥାଏ, ତା' ଅପେକ୍ଷା ଅନ୍ୟମାନେ ଯାହା କହନ୍ତି, ସେଥିରୁ ଆମେ ଅଧିକ ଶିକ୍ଷା କରିପାରୁ ।  ଅବଶ୍ୟ, ବର୍ତ୍ତମାନ ଆମେ ଆମ ତ୍ରାଣକର୍ତ୍ତାଙ୍କ ବିଷୟରେ କଥାବାର୍ତ୍ତା କରିବା ଉଚିତ୍ ଓ ତାଙ୍କ ପ୍ରେମ ବିଷୟରେ ଅନ୍ୟମାନଙ୍କୁ କହିବା ଉଚିତ୍ । ମାତ୍ର ଆମେ ଅସାର କଥା ଓ କ୍ଷିପ୍ର ବାକ୍ୟ କହିବା ବନ୍ଦ କରିବା ଆବଶ୍ୟକ, ଯାହା ପ୍ରାୟ ଆମର ଚତୁର୍ପାଶ୍ଵସ୍ଥ ଲୋକଙ୍କୁ ଆଘାତ ଦିଏ । କେହି ଜଣେ ଏହି ମନ୍ତବ୍ୟ ଦେଇଛନ୍ତି, "ଆପଣ କ୍ରୁଦ୍ଧ ଥିବା ସମୟରେ ଯଦି କଥା କହିବେ, ତେବେ ଆପଣ କେଉଁ ସର୍ବୋତ୍ତମ ବକୃତା ଦେବେ, ତାହାକୁ ସର୍ବଦା ମନେ ପକାଉଥିବେ।"


ମୋ' ର ଗୋଟିଏ ସ୍ଵୀକାରୋକ୍ତି ଅଛି । ଅତୀତରେ ମୁଁ ଯେତେଗୁଡ଼ିଏ ବିପଦର ସମ୍ମୁଖୀନ ହୋଇଅଛି, ସେ ସବୁ ମୁଁ ନିଜେ ଆଣିଥିଲି କାରଣ ମୁଁ ଭୁଲ୍ ସମୟରେ ମୋ' ମୁଖ ଖୋଲୁଥିଲି । ଆପଣଙ୍କ ନିଜସ୍ୱ ଜୀବନକୁ ଫେରି ଚାହାନ୍ତୁ ଓ ଆପଣ "ଶୁଣିବାରେ ତତ୍ପର ଓ କହିବାରେ ଧୀର" (ଯାକୁବ ୧:୧୯) ହୋଇ ନ ଥିବାରୁ କେତେ ପରିମାଣର ହୃଦ୍ ବ୍ୟଥା ସୃଷ୍ଟି ହୋଇଥିଲା !


ଯୀଶୁ କହିଥିଲେ, "ମନୁଷ୍ୟମାନେ ଯେ କୌଣସି ଅସାର କଥା କହନ୍ତି, ବିଚାର ଦିନରେ ସେମାନେ ସେଥିର ଉତ୍ତର ଦେବେ" (ମାଥିଉ ୧୨:୩୬) । ଅନ୍ୟମାନଙ୍କ ସହିତ କଥା କହିବା ପୂର୍ବରୁ, କେତେବେଳେ କଥା କହିବାକୁ ହେବ ଓ କେତେବେଳେ ନୀରବ ରହିବାକୁ ହେବ, ତାହା ଶିକ୍ଷା କରିବା ନିମନ୍ତେ ପ୍ରଭୁଙ୍କ ପ୍ରାର୍ଥନା କରନ୍ତୁ । ଆପଣ ନିଜକୁ ଅନେକ ହୃଦ୍ ବ୍ୟଥାରୁ ରକ୍ଷା କରିପାରିବେ । 

ଈଶ୍ବରଙ୍କ ନିକଟରେ ସାଧୁତା

ଈଶ୍ବରଙ୍କ ନିକଟରେ ସାଧୁତା

ଗୀତ ୫୧:୧-୧୩

ଦେଖ, ତୁମେ ଅନ୍ତରରେ ସତ୍ୟତା ଲୋଡୁଅଛ। (ଗୀତ ୫୧:୬)

ସମ୍ବାଦପତ୍ରଟିର ସଂପାଦକମାନେ ତଥ୍ୟଗୁଡ଼ିକୁ ସଠିକ୍ ଭାବରେ ପରିବେଷଣ କରି ନ ଥିଲେ ବୋଲି ସ୍ଵୀକାର କରିଥିଲେ । ଗୋଟିଏ ସଂଶୋଧନରେ, ସେମାନେ ଯେଉ ବ୍ୟକ୍ତିଙ୍କ ନାମକୁ ଗୋଟିଏ ଅପରାଧମୂଳକ ଘଟଣା ସହିତ ସଂପୃକ୍ତ କରିଥଲେ, ତାଙ୍କୁ ସେଥିରୁ ବାଦ୍ ଦାଇଥିଲେ।

ସତ୍ୟତା ଜୀବନ ପ୍ରତି ମଧ୍ୟ ସେହିପରି ମୌଳିକ ଅଟେ। ଏହା ବିନା, ନୈତିକ ବିଶୃଙ୍ଖଳା ଦେଖାଦିଏ । ସତ୍ୟତା ବିନା, ଉତ୍ତମ ବିଷୟଗୁଡିକୁ ମନ୍ଦ କୁହାଯାଏ, ଓ ମନ୍ଦ ବିଷୟଗୁଡ଼ିକୁ ଉତ୍ତମ କୁହାଯାଏ। ସତ୍ୟତା ବିନା, ଅପରାଧୀମାନେ ସମ୍ମାନ ପାଆନ୍ତି ଓ ସମ୍ମାନ ଯୋଗ୍ୟ ବ୍ୟକ୍ତିମାନେ ଅପରାଧୀ ଭଳି ବ୍ୟବହାର ପାଆନ୍ତି।

ଆମେ ସତ୍ୟପରାୟଣ ହେଉ- ଏହା ଈଶ୍ଵର ଚାହାନ୍ତି । ସଦାପ୍ରଭୁ ଦାଉଦଙ୍କଠରେ ସେତେବେଳେ ସନ୍ତୁଷ୍ଟ ହୋଇଥିଲେ, ଯେତେବେଳେ ସେ ନିଜର ବ୍ୟଭିଚାରକୁ, ହତ୍ୟା ପାଇଁ ତାଙ୍କର ଷଡ଼ଯନ୍ତ୍ରକୁ ଓ ନିଜକୁ ଲୁଚାଇବା ମନୋଭାବକୁ ସ୍ଵୀକାର କରିଥଲେ । ଦାଉଦ ପକ୍ଷରେ ସତ୍ୟ କହିବା- ଭୁଲ୍ କୁ 'ଭୁଲ୍' କହିବା ଯଥାର୍ଥ ଥିଲା । କେବଳ ସେତେବେଳେ ହିଁ ସେ ତାଙ୍କର ପାପ କିପରି ଈଶ୍ଵରଙ୍କ ନାମ ଓ ଖ୍ୟାତି ଉପରେ ପ୍ରତିଫଳିତ ହୋଇଥିଲା, ସେ ବିଷୟ ସେ ଯଥାର୍ଥ ଭାବରେ ଚିନ୍ତା କରିପାରିଥିଲେ।

  • ଆମ ବିଷୟରେ କ'ଣ କୁହାଯିବ? 

  • ଆମେ କ'ଣ ଈଶ୍ଵରଙ୍କ ନିକଟରେ ସାଧୁ ବା ସଚ୍ଚୋଟ ହୋଇଅଛୁ? 

  • ଆମେ ଆମ ବିଷୟରେ ସଠିକ୍ କଥା ଜଣାଇବା ଦ୍ଵାରା ତାଙ୍କୁ ସନ୍ତୁଷ୍ଟ କରି ଅଛୁ କି? 

  • ଦାଉଦଙ୍କ ପରି, ଆମେ କ'ଣ ପିତାଙ୍କ  ନିକଟରେ ଏହା ସ୍ବୀକାର କରିଅଛୁ? 

କେବଳ ଏହା କରିବା ସମୟରେ ହିଁ ଆମେ ଆମର ସମ୍ମାନ ଫେରି ପାଇବା ଓ ପୁଣିଥରେ ଆମ ପରିତ୍ରାଣର ଆଶିର୍ବାଦକୁ ଉପଭୋଗ କରିବା (ଗୀତ ୫୧:୧୨) । ଈଶ୍ଵର "ଅନ୍ତର ମଧ୍ୟରେ ସତ୍ୟତା" ଇଛା କରନ୍ତି (୬ପଦ)। ଆଉ ତା'ର ଅର୍ଥ ହେଉଛି ଭୁଲ୍ କୁ 'ଭୁଲ୍ କହିବା।'