BN

ଅତ୍ୟଧିକ କଥା କହୁଛନ୍ତି କି?

 ଅତ୍ୟଧିକ କଥା କହୁଛନ୍ତି କି?

ପଠନ: ଯାକୁବ ୩: ୧-୧୨

ପ୍ରତ୍ୟେକ ଜଣ ଶୁଣିବାରେ ତତ୍ପର, କହିବାରେ ଧୀର, ପୁଣି କ୍ରୋଧ କରିବାରେ ଧୀର ହେଉ । (ଯାକୁବ ୧:୧୯)


ଆମେ ସମସ୍ତେ ଅତ୍ୟଧିକ କଥା କହୁ । କେତେ ହୃଦ୍ ବ୍ୟଥା ଘଟେ, ଗୃହଗୁଡିକ ଭାଙ୍ଗିଯାଏ, ବନ୍ଧୁମାନେ ଦୂରେଇ ଯାଆନ୍ତି, କେତେ ଯୁଦ୍ଧ ସଂଘଟିତ ହୁଏ- କେବଳ କେତେକ କ୍ଷିପ୍ର, କ୍ରୁଦ୍ଧ କଥା ଦ୍ଵାରା ! ପୃଥିବୀରେ ଅଧିକାଂଶ କଳହ ଏକ ସଂକୀର୍ଣ୍ଣ ମନ ଓ ଏକ ପ୍ରଶସ୍ତ ମୁଖ ଦ୍ଵାରା ସୃଷ୍ଟି ହୋଇଥାଏ । ଆପଣ ଶୁଣିବା ଦ୍ଵାରା ବିପଦରେ ପଡନ୍ତି ନାହିଁ, ପୁଣି ଆମକୁ ଯାହା କହିବାକୁ ଥାଏ, ତା' ଅପେକ୍ଷା ଅନ୍ୟମାନେ ଯାହା କହନ୍ତି, ସେଥିରୁ ଆମେ ଅଧିକ ଶିକ୍ଷା କରିପାରୁ ।  ଅବଶ୍ୟ, ବର୍ତ୍ତମାନ ଆମେ ଆମ ତ୍ରାଣକର୍ତ୍ତାଙ୍କ ବିଷୟରେ କଥାବାର୍ତ୍ତା କରିବା ଉଚିତ୍ ଓ ତାଙ୍କ ପ୍ରେମ ବିଷୟରେ ଅନ୍ୟମାନଙ୍କୁ କହିବା ଉଚିତ୍ । ମାତ୍ର ଆମେ ଅସାର କଥା ଓ କ୍ଷିପ୍ର ବାକ୍ୟ କହିବା ବନ୍ଦ କରିବା ଆବଶ୍ୟକ, ଯାହା ପ୍ରାୟ ଆମର ଚତୁର୍ପାଶ୍ଵସ୍ଥ ଲୋକଙ୍କୁ ଆଘାତ ଦିଏ । କେହି ଜଣେ ଏହି ମନ୍ତବ୍ୟ ଦେଇଛନ୍ତି, "ଆପଣ କ୍ରୁଦ୍ଧ ଥିବା ସମୟରେ ଯଦି କଥା କହିବେ, ତେବେ ଆପଣ କେଉଁ ସର୍ବୋତ୍ତମ ବକୃତା ଦେବେ, ତାହାକୁ ସର୍ବଦା ମନେ ପକାଉଥିବେ।"


ମୋ' ର ଗୋଟିଏ ସ୍ଵୀକାରୋକ୍ତି ଅଛି । ଅତୀତରେ ମୁଁ ଯେତେଗୁଡ଼ିଏ ବିପଦର ସମ୍ମୁଖୀନ ହୋଇଅଛି, ସେ ସବୁ ମୁଁ ନିଜେ ଆଣିଥିଲି କାରଣ ମୁଁ ଭୁଲ୍ ସମୟରେ ମୋ' ମୁଖ ଖୋଲୁଥିଲି । ଆପଣଙ୍କ ନିଜସ୍ୱ ଜୀବନକୁ ଫେରି ଚାହାନ୍ତୁ ଓ ଆପଣ "ଶୁଣିବାରେ ତତ୍ପର ଓ କହିବାରେ ଧୀର" (ଯାକୁବ ୧:୧୯) ହୋଇ ନ ଥିବାରୁ କେତେ ପରିମାଣର ହୃଦ୍ ବ୍ୟଥା ସୃଷ୍ଟି ହୋଇଥିଲା !


ଯୀଶୁ କହିଥିଲେ, "ମନୁଷ୍ୟମାନେ ଯେ କୌଣସି ଅସାର କଥା କହନ୍ତି, ବିଚାର ଦିନରେ ସେମାନେ ସେଥିର ଉତ୍ତର ଦେବେ" (ମାଥିଉ ୧୨:୩୬) । ଅନ୍ୟମାନଙ୍କ ସହିତ କଥା କହିବା ପୂର୍ବରୁ, କେତେବେଳେ କଥା କହିବାକୁ ହେବ ଓ କେତେବେଳେ ନୀରବ ରହିବାକୁ ହେବ, ତାହା ଶିକ୍ଷା କରିବା ନିମନ୍ତେ ପ୍ରଭୁଙ୍କ ପ୍ରାର୍ଥନା କରନ୍ତୁ । ଆପଣ ନିଜକୁ ଅନେକ ହୃଦ୍ ବ୍ୟଥାରୁ ରକ୍ଷା କରିପାରିବେ । 

1 comment:

Kindly give your suggestions or appreciation!!!