ଈଶ୍ବରଙ୍କ ନିକଟରେ ସାଧୁତା
ଗୀତ ୫୧:୧-୧୩
ଦେଖ, ତୁମେ ଅନ୍ତରରେ ସତ୍ୟତା ଲୋଡୁଅଛ। (ଗୀତ ୫୧:୬)
ସମ୍ବାଦପତ୍ରଟିର ସଂପାଦକମାନେ ତଥ୍ୟଗୁଡ଼ିକୁ ସଠିକ୍ ଭାବରେ ପରିବେଷଣ କରି ନ ଥିଲେ ବୋଲି ସ୍ଵୀକାର କରିଥିଲେ । ଗୋଟିଏ ସଂଶୋଧନରେ, ସେମାନେ ଯେଉ ବ୍ୟକ୍ତିଙ୍କ ନାମକୁ ଗୋଟିଏ ଅପରାଧମୂଳକ ଘଟଣା ସହିତ ସଂପୃକ୍ତ କରିଥଲେ, ତାଙ୍କୁ ସେଥିରୁ ବାଦ୍ ଦାଇଥିଲେ।
ସତ୍ୟତା ଜୀବନ ପ୍ରତି ମଧ୍ୟ ସେହିପରି ମୌଳିକ ଅଟେ। ଏହା ବିନା, ନୈତିକ ବିଶୃଙ୍ଖଳା ଦେଖାଦିଏ । ସତ୍ୟତା ବିନା, ଉତ୍ତମ ବିଷୟଗୁଡିକୁ ମନ୍ଦ କୁହାଯାଏ, ଓ ମନ୍ଦ ବିଷୟଗୁଡ଼ିକୁ ଉତ୍ତମ କୁହାଯାଏ। ସତ୍ୟତା ବିନା, ଅପରାଧୀମାନେ ସମ୍ମାନ ପାଆନ୍ତି ଓ ସମ୍ମାନ ଯୋଗ୍ୟ ବ୍ୟକ୍ତିମାନେ ଅପରାଧୀ ଭଳି ବ୍ୟବହାର ପାଆନ୍ତି।
ଆମେ ସତ୍ୟପରାୟଣ ହେଉ- ଏହା ଈଶ୍ଵର ଚାହାନ୍ତି । ସଦାପ୍ରଭୁ ଦାଉଦଙ୍କଠରେ ସେତେବେଳେ ସନ୍ତୁଷ୍ଟ ହୋଇଥିଲେ, ଯେତେବେଳେ ସେ ନିଜର ବ୍ୟଭିଚାରକୁ, ହତ୍ୟା ପାଇଁ ତାଙ୍କର ଷଡ଼ଯନ୍ତ୍ରକୁ ଓ ନିଜକୁ ଲୁଚାଇବା ମନୋଭାବକୁ ସ୍ଵୀକାର କରିଥଲେ । ଦାଉଦ ପକ୍ଷରେ ସତ୍ୟ କହିବା- ଭୁଲ୍ କୁ 'ଭୁଲ୍' କହିବା ଯଥାର୍ଥ ଥିଲା । କେବଳ ସେତେବେଳେ ହିଁ ସେ ତାଙ୍କର ପାପ କିପରି ଈଶ୍ଵରଙ୍କ ନାମ ଓ ଖ୍ୟାତି ଉପରେ ପ୍ରତିଫଳିତ ହୋଇଥିଲା, ସେ ବିଷୟ ସେ ଯଥାର୍ଥ ଭାବରେ ଚିନ୍ତା କରିପାରିଥିଲେ।
ଆମ ବିଷୟରେ କ'ଣ କୁହାଯିବ?
ଆମେ କ'ଣ ଈଶ୍ଵରଙ୍କ ନିକଟରେ ସାଧୁ ବା ସଚ୍ଚୋଟ ହୋଇଅଛୁ?
ଆମେ ଆମ ବିଷୟରେ ସଠିକ୍ କଥା ଜଣାଇବା ଦ୍ଵାରା ତାଙ୍କୁ ସନ୍ତୁଷ୍ଟ କରି ଅଛୁ କି?
ଦାଉଦଙ୍କ ପରି, ଆମେ କ'ଣ ପିତାଙ୍କ ନିକଟରେ ଏହା ସ୍ବୀକାର କରିଅଛୁ?
କେବଳ ଏହା କରିବା ସମୟରେ ହିଁ ଆମେ ଆମର ସମ୍ମାନ ଫେରି ପାଇବା ଓ ପୁଣିଥରେ ଆମ ପରିତ୍ରାଣର ଆଶିର୍ବାଦକୁ ଉପଭୋଗ କରିବା (ଗୀତ ୫୧:୧୨) । ଈଶ୍ଵର "ଅନ୍ତର ମଧ୍ୟରେ ସତ୍ୟତା" ଇଛା କରନ୍ତି (୬ପଦ)। ଆଉ ତା'ର ଅର୍ଥ ହେଉଛି ଭୁଲ୍ କୁ 'ଭୁଲ୍ କହିବା।'