BN

ବିଶ୍ଵାସ କରିବାର ଅର୍ଥ କ'ଣ?

 ବିଶ୍ଵାସ କରିବାର ଅର୍ଥ କ'ଣ?

ଯୋହନ ୬:୩୦-୪୦


ଯେ ବିଶ୍ଵାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି । 

( ଯୋହନ ୬:୪୭)


ଆଫ୍ରିକାରେ ଜଣେ ମିଶନାରୀ ଯୋହନ ସୁସମାଚାରକୁ ସ୍ଥାନୀୟ ଭାଷାରେ ଅନୁବାଦ କରିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସେ 'ବିଶ୍ଵାସ କରିବା' ଶବ୍ଦଟି ପାଇଁ ଗୋଟିଏ ଶବ୍ଦ ଖୋଜିବାର ସମସ୍ୟାରେ ପଡ଼ିଥିଲେ । ସେ ତାଙ୍କର ଯଥାସାଧ୍ୟ ଚେଷ୍ଟା ଅବ୍ୟାହତ ରଖିଥିଲେ, ମାତ୍ର ସେହି ନିର୍ଦ୍ଧିଷ୍ଟ ଶବ୍ଦଟି ଆସିବା ମାତ୍ରେ ଗୋଟିଏ ଶୂନ୍ୟସ୍ଥାନ ଛାଡ଼ି ଦେଉଥିଲେ । 


ଏହାପରେ ଦିନେ ଜଣେ ଦୌଡାଳୀ ଶିବିର ମଧ୍ୟକୁ ଧଇଁ ସଇଁ ହୋଇ ଆସିଥିଲେ, କାରଣ ସେ ଗୋଟିଏ ଅତି ଗୁରୁତ୍ବପୂର୍ଣ୍ଣ ବାର୍ତ୍ତା ସହିତ ବହୁ ଦୂରରୁ ଦୌଡ଼ି ଦୌଡ଼ି ଆସିଥିଲେ । ନିଜ କାହାଣୀଟି କହିବା ପରେ, ସେ ନିକଟସ୍ଥ ଗୋଟିଏ ଦଉଡ଼ି ବୁଣା ଦୋଳିରେ ପଡିଗଲେ । ସେ ଏପରି ଗୋଟିଏ ଛୋଟ ପଦ ଉଚ୍ଚାରଣ କରିଥିଲେ ଯାହା ଉଭୟ ତାଙ୍କର କ୍ଳାନ୍ତି ଓ ବିଶ୍ରାମ ନେବାରେ ଏହିପରି ଏକ ଆନନ୍ଦପୂର୍ଣ୍ଣ ସ୍ଥାନ ପାଇବାର ସନ୍ତୋଷ କୁ ପ୍ରକାଶ କରିବା ଭଳି ମନେ ହେଉଥିଲା । ମିଶନାରୀ ପୁର୍ବରୁ ଏହି ଶବ୍ଦ ଶୁଣି ନ ଥିଲେ, ସେଥିପାଇଁ ଦୌଡାଳୀଜଣକ କ'ଣ କହିଲେ ବୋଲି ପାଖରେ ଠିଆ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ପଚାରିଲେ । ସେ କହିଲେ, "ମୁଁ ସମୂର୍ଣ୍ଣ ରୂପେ କ୍ଲାନ୍ତ ହୋଇପଡିଛି, ସେଥିପାଇଁ ମୁଁ ଏଠାରେ ମୋର ସମସ୍ତ ଭାର ପକାଇ ଦେଉଛନ୍ତି ବୋଲି ସେ କହୁଛନ୍ତି" ମିଶନାରୀ ଖୁସି ହୋଇ କହିଲେ, "ଈଶ୍ୱରଙ୍କର ପ୍ରଶଂସା ହେଉ ! ଠିକ୍ ଏହି ପଦଟିକୁ ମୁଁ “ବିଶ୍ୱାସ କରିବା” ପଦ ପାଇଁ ଆବଶ୍ୟକ କରୁଥିଲି । "ଆଉ ଏହିପରି ଭାବରେ ସେ ତାଙ୍କର ଅନୁବାଦଟିକୁ ସମ୍ପୂର୍ଣ୍ଣ କରିବା ପାଇଁ ସମର୍ଥ ହୋଇଥିଲେ । ସଠିକ୍ ଭାବରେ ବିଶ୍ଵାସ କରିବା ପାଇଁ, ଆପଣଙ୍କୁ ପ୍ରଥମେ ଏହା ସ୍ଵୀକାର କରିବାକୁ ହେବ ଯେ ଆପଣ ଜଣେ ପାପୀ ଅଟନ୍ତି । ଏହାପରେ ଆପଣ ନିଜ ପାପରୁ ଫେରି ଓ ପରିତ୍ରାଣ ପାଇଁ ନିଜକୁ ସମ୍ପୂର୍ଣ୍ଣ ଭାବରେ ଖ୍ରୀଷ୍ଟଙ୍କ ଉପରେ ପକାଇ ଦିଅନ୍ତି । 


ଆପଣ ଯୀଶୁଙ୍କଠାରେ ବିଶ୍ଵାସ କରିଛନ୍ତି କି ? 

1 comment:

Kindly give your suggestions or appreciation!!!