BN

ଅନୁଗ୍ରହ ହରାଇବା ଅର୍ଥ ଶକ୍ତି ହରାଇବା

 ଅନୁଗ୍ରହ ହରାଇବା ଅର୍ଥ ଶକ୍ତି ହରାଇବା 

ଏବ୍ରୀ ୧୨:୧୪-୨୯

କେହି ଯେପରି ଯୌନ ଅସଦାଚରଣ ନ କରେ କିମ୍ୱା ଏଷୌ ପରି ଅଧର୍ମାଚାରୀ ନ ହୁଏ, ଏ ବିଷୟରେ ସାବଧାନ । ( ଏବ୍ରୀ ୧୨:୧୬)


ଆଜିର ପାଠରେ, ୧୫ ପଦରେ ଲେଖାଯାଏ, "କେହି ଯେପରି ଈଶ୍ଵରଙ୍କ ଅନୁଗ୍ରହରୁ ବଞ୍ଚିତ ନ ହୁଏ... ଏ ବିଷୟରେ ସାବଧାନ" ପ୍ରକୃତରେ ଈଶ୍ୱର କାହାକୁ ଅନୁଗ୍ରହରୁ ବଞ୍ଚିତ କରନ୍ତି ନାହିଁ, କିନ୍ତୁ ଆମେ ଈଶ୍ଵରଙ୍କ ଅନୁଗ୍ରହରକୁ ପ୍ରତ୍ୟାଖ୍ୟାନ କରି ତାହାଙ୍କର ଅନୁଗ୍ରହରୁ ବଞ୍ଚିତ ହେଉ । ଏ ବିଷୟ ପୂର୍ବରୁ ଆଲୋଚିତ ହୋଇସାରିଛି । 

 ଈଶ୍ବରଙ୍କ ଅନୁଗ୍ରହରୁ ବଞ୍ଚିତ ହେଲେ ଅନ୍ତତଃ ଦୁଇଟି ବିଷୟ ବିକାଶ ଲାଭ ପାଇଁ ସୁଯୋଗ ପାଏ । ପ୍ରଥମଟି, 'ତିକ୍ତତାର ମୂଳ ବୃଦ୍ଧି ପାଏ' (୧୫ ପଦ) ଏବଂ ଦ୍ବିତୀୟଟି, 'ଅଶୁଚିତା ପ୍ରତି ପ୍ରଲୋଭନ ବୃଦ୍ଧି ପାଏ' (୧୬ପଦ) ବିଶେଷରେ ଚିନ୍ତାରେ ଓ କାର୍ଯ୍ୟରେ । 

ଡଃ ସାଙ୍ଗଷ୍ଟର୍ କୁହନ୍ତି, 'କେହି କେହି ଯୌନସମ୍ଭୋଗଜନିତ ଅଶୁଚିତାକୁ ଯନ୍ତ୍ରଣା ଲାଘବ (Pain Killer) ବଟିକା ପରି ବ୍ୟବହାର କରନ୍ତି । ସେମାନେ ଚିନ୍ତା ରାଜ୍ୟରେ କାମ ଉଦ୍ରେକ ପ୍ରତିଛବିଗୁଡିକ ପୋଷଣ କରିବାକୁ ଭଲ ପା'ନ୍ତି ଓ ତତ୍ ଜନିତ ଅଶୁଚି ଚିନ୍ତାକୁ ଉପଭୋଗ କରିବା ପାଇଁ ଲାଳାୟିତ ହୁଅନ୍ତି । 'ଏହା ସେମାନଙ୍କୁ ପବିତ୍ରତାର ମାନଦଣ୍ଡରୁ ନୀଚକୁ ନେଇଗଲେ ମଧ୍ୟ ଈଶ୍ଵରଙ୍କ ଅନୁଗ୍ରହରୁ ବଞ୍ଚିତ ହୋଇ (ପ୍ରତ୍ୟାଖ୍ୟାନ କରି) ସେମାନେ ସେଥିରୁ ନିଜକୁ ମୁକ୍ତ କରି ପାରନ୍ତି ନାହିଁ । ଏ ପ୍ରକାର ଅଶୁଚିତାରୁ ରକ୍ଷା ପାଇବା ପାଇଁ ଆମର ଆବଶ୍ୟକ ଈଶ୍ୱରଙ୍କ ଅନୁଗ୍ରହର ପ୍ରଚୁରତା ।


ଈଶ୍ୱରଙ୍କ ଅନୁଗ୍ରହରୁ ବଞ୍ଚିତ ହେବାର ଆଉ ଏକ ଦୁଃଖଦ ପରିଣତି ହେଉଛି ଈଶ୍ବରଙ୍କର ବିଷୟ ପ୍ରତି ସମ୍ମାନ ଓ ଆଦର ଉଣା ହେବା । ଆଜିର ପାଠରେ, ଏଷୌଙ୍କ ବିଷୟରେ ଲେଖାଯାଏ, 'ସେ ଈଶ୍ୱରଦତ୍ତ ଜ୍ୟୋଷ୍ଠାଧିକାରକୁ ହେୟଜ୍ଞାନ କରି, ତା'ର ମାଂସିକ କ୍ଷୁୁଧାକୁ ପ୍ରଥମ ସ୍ଥାନ ଦେଇଥିଲା' । ତାହା ଯେ ତାକୁ କିପରି ଈଶ୍ଵରଙ୍କର ବିଶେଷ ଅଧିକାରରୁ ବଞ୍ଚିତ କଲା, ତାହା ସେ ପରବର୍ତ୍ତୀ ଜୀବନରେ ଉପଲବ୍ଧି କରି ଅନୁତାପ କଲେ ମଧ୍ୟ, ସେ ତାହା ସବୁଦିନ ପାଇଁ ହରାଇଲା । ତେଣୁ ସାବଧାନ, ଆମେ ଯେପରି ଈଶ୍ଵରଙ୍କର ଅନୁଗ୍ରହରୁ ବଞ୍ଚିତ ନ ହେଉ, ଅର୍ଥାତ୍ ଈଶ୍ୱରଙ୍କ ଅନୁଗ୍ରହକୁ ପ୍ରତ୍ୟାଖ୍ୟାନ ନ କରୁ । 


1 comment:

  1. Thank you for this message through which I have been alert to be more careful about the grace of God.

    ReplyDelete

Kindly give your suggestions or appreciation!!!