BN

ଧନ୍ୟବାଦ ସହିତ ପ୍ରାର୍ଥନା

 ଧନ୍ୟବାଦ ସହିତ ପ୍ରାର୍ଥନା

ଫିଲିପ୍ପୀୟ ୪:୬:୧୩

……. ସମସ୍ତ ବିଷୟରେ ପ୍ରାର୍ଥନା ଓ ବିନତି ଦ୍ଵାରା ଧନ୍ୟବାଦ ସହ ତୁମ୍ଭମାନଙ୍କର ନିବେଦନ ସବୁ ଈଶ୍ୱରଙ୍କ ନିକଟରେ ଜଣାଅ । (ଫିଲିପ୍ପୀୟ ୪:୬)


ଜୁଡ଼ିଙ୍କର ବିରଳ ମସ୍ତିଷ୍କ ଅବସ୍ଥା ପାଇଁ ଅତି ସୂକ୍ଷ୍ମ ଅସ୍ତ୍ରୋପଚାର ଆବଶ୍ୟକ ହେଉଥିଲା। ଏହି ବିପଜ୍ଜନକ ପଦ୍ଧତିକୁ ଗୋଟିଏ ଅନୁସନ୍ଧାନ ଡ଼ାକ୍ତରଖାନାରେ ଅସ୍ତ୍ରୋପଚାର କକ୍ଷରେ ପ୍ରୟୋଗ କରାଯାଇଥିଲା ଯେଉଁଠାରେ ଅନେକ ଡ଼ାକ୍ତର ଓ ଡାକ୍ତରୀ ଛାତ୍ର ଉପସ୍ଥିତ ରହି ଏହାକୁ ଲକ୍ଷ୍ୟ କରୁଥିଲେ ।


ଅସ୍ତ୍ରୋପଚାରର ଠିକ୍ ପୂର୍ବରୁ, ଡାକ୍ତର ପ୍ରଶ୍ନ କଲେ, "ତୁମର କିଛି ପ୍ରଶ୍ନ ଅଛି କି? ଜୁଡ଼ି ଉତ୍ତର ଦେଲେ, "ମୁଁ ଆପଣଙ୍କ ପାଇଁ ପ୍ରାର୍ଥନା କରିପାରିବି କି? "ଅନେକ ବ୍ୟକ୍ତି ଚାହିଁ ରହିଥିବାବେଳେ ସେ ଈଶ୍ୱରଙ୍କୁ ଡ଼ାକ୍ତରଙ୍କର ଶ୍ରେଷ୍ଠ ଦକ୍ଷତା ପାଇଁ ଧନ୍ୟବାଦ ଦେଲେ, ତାଙ୍କ ପାଇଁ ଜ୍ଞାନ ମାଗିଲେ ଓ ପ୍ରଭୁଙ୍କ ହସ୍ତରେ ଅସ୍ତ୍ରୋପଚାରକୁ ସମର୍ପଣ କଲେ । 


ଯେତେବେଳେ ଆମେ ଲଜ୍ଜିତ ନ ହୋଇ ଧନ୍ୟବାଦ ସହିତ ତାଙ୍କ ନିକଟକୁ ଆମର ଚିନ୍ତାଗୁଡିକୁ ଆଣିଥାଉ, ସେତେବେଳେ ଈଶ୍ୱରଙ୍କ ହୃଦୟ କେତେ ଆନନ୍ଦିତ ହୁଏ। ଜୁଡି ଈଶ୍ୱରଙ୍କୁ ତାଙ୍କର ଜୀବନ ବଞ୍ଚାଇବା ପାଇଁ ଅନୁରୋଧ କରି ନ ଥିଲେ। ସେ କେବଳ ଡାକ୍ତରଙ୍କର ଜ୍ଞାନ ଓ କୌଶଳ ପାଇଁ  ଈଶ୍ୱରଙ୍କୁ ଧନ୍ୟବାଦ ଦେଇଥିଲେ ଓ ନିଜକୁ ସର୍ବଶ୍ରେଷ୍ଠ ଡାକ୍ତରଙ୍କର ନିକଟରେ  ସମର୍ପଣ କରିଦେଇଥିଲେ। ଜୁଡି ସେହି ଦିନ ଜୀବନ ଉପରେ ଏକ ନୂତନ ସମୟ ସୀମା ପାଇଥିଲେ। ଆଉ ସେହି ଡାକ୍ତରମାନେ ସତ୍ୟ ଜୀବିତ ଈଶ୍ୱରଙ୍କଠାରେ ବିଶ୍ଵାସ ପ୍ରତି ଏକ ପ୍ରାଥମିକ ଦୃଷ୍ଟିକୋଣ ପାଇଥିଲେ । ପାଉଲ କହିଥିଲେ, "ସମସ୍ତ ବିଷୟରେ ପ୍ରାର୍ଥନା ଓ ବିନତି ଦ୍ଵାରା ଧନ୍ୟବାଦ ସହ ତୁମ୍ଭମାନଙ୍କର ନିବେଦନ ସବୁ ଈଶ୍ୱରଙ୍କ ନିକଟରେ ଜଣାଅ" (ଫିଲି ୪:୬)। ଏହା ଲକ୍ଷ୍ୟ କରନ୍ତୁ ଯେ ଆପଣ ଯାହା ସବୁ ଚାହାନ୍ତି, ତାହା ସବୁ ଦେବା ପାଇଁ ଈଶ୍ୱର ପ୍ରତିଜ୍ଞା କରି ନାହାନ୍ତି, ମାତ୍ର ସେ ଏହି ପ୍ରତିଜ୍ଞା କରିଛନ୍ତି, "ସମସ୍ତ ବୋଧର ଅଗ୍ୟମ ଯେ ଈଶ୍ୱରଙ୍କ ଶାନ୍ତି, ତାହା ତୁମ୍ଭମାନଙ୍କର ହୃଦୟ ଓ ମନକୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ସୁରକ୍ଷା କରି ରଖିବ" (୭ପଦ) କେତେ ସୁନ୍ଦର ଦାନ! 

ପ୍ରକୃତରେ ପରିତ୍ରାଣ କରି ପାରୁଥିବା ବିଶ୍ବାସର ଚରିତ୍ରଗୁଡ଼ିକ କ’ଣ?

 What are the Characters of Genuine Saving Faith?

I. ପ୍ରମାଣ ଯାହା କାହାର ବିଶ୍ୱାସକୁ ପ୍ରମାଣ କରେ ନାହିଁ କିମ୍ବା ଅସ୍ୱୀକାର କରେ ନାହିଁ
ଦୃଶ୍ୟମାନ ନୈତିକତା ମାଥିଉ ୧୯: ୧୬-୨୧; ୨୩:୨୭
ବୁଦ୍ଧି ଜ୍ଞାନ |ରୋମୀୟ ୧:୨୧; ୨:୧୭
ଧାର୍ମିକ ଯୋଗଦାନମାଥିଉ ୨୫:୧-୧୦
ସକ୍ରିୟ ସେବାକାର୍ଯ୍ୟ ମାଥିଉ ୭:୨୧-୨୪
ପାପର ଦୋଷସିଦ୍ଧି ପ୍ରେରିତ ୨୪:୨୫
ନିଶ୍ଚିତତାମାଥିଉ ୨୩
ନିଷ୍ପତ୍ତି ର ସମୟଲୂକ ୮:୧୩, ୧୪
II ଫଳ / ପ୍ରାମାଣିକ/ ପ୍ରକୃତ ଖ୍ରୀଷ୍ଟିଆନ
ଈଶ୍ବରଙ୍କ ପ୍ରତି ପ୍ରେମଗୀତସଂହିତା ୪୨:୧; ୭୩: ୫; ଲୂକ ୧୦:୨୭; ରୋମୀୟ ୮:୭
ପାପରୁ ମନପରିବର୍ତ୍ତନଗୀତସଂହିତା ୩୨:୫; ହିତୋପଦେଶ ୨୮:୧୩; ରୋମୀୟ ୭:୧୪; ୨ କରିନ୍ଥୀୟ ୭:୧୦; ୧ ଯୋହନ ୧:୮-୧୦
ପ୍ରକୃତ ନମ୍ରତା ଗୀତସଂହିତା ୫୧:୧୭; ମାଥିଉ ୫:୧-୧୨; ଯାକୁବ ୪:୬-୯9
ଈଶ୍ବରଙ୍କ ଗୌରବ ପ୍ରତି ଭକ୍ତି ଗୀତସଂହିତା ୧୦୫:୩; ୧୧୫:୧; ଯିଶାଇୟ ୪୩:୭; ୪୮:୧୦; ଯିରିମିୟ ୯:୨୩,୨୪; ୧ କରିନ୍ଥୀୟ ୧୦:୩୧
ନିରନ୍ତର ପ୍ରାର୍ଥନା ଲୂକ ୧୮:୧; ଏଫିସୀୟ ୬:୧୮; ଫିଲ୍ଲିପୀୟ ୪:୬; ୧ ତୀମଥି ୨:୧-୪; ଯାକୁବ ୫:୧୬-୧୮
ନିଃସ୍ୱାର୍ଥପର ପ୍ରେମ ୧ ଯୋହନ ୨:୯, ୪:୭
ଜଗତରୁ ପୃଥକୀକୃତ୧ କରିନ୍ଥୀୟ ୨:୧୨; ଯାକୁବ ୪:୪; ୧ ଯୋହନ ୨:୧୫-୧୭; ୫:୫
ଆଧ୍ୟାତ୍ମିକ ଅଭିବୃଦ୍ଧି ଲୂକ ୮:୧୫; ଯୋହନ ୧୫:୧-୬; ଏଫିସୀୟ ୪:୧୨-୧୬
ଆଜ୍ଞାକାରୀ ଜୀବନଯାପନ ମାଥିଉ ୭:୨୧; ଯୋହନ ୧୫:୧୪; ରୋମୀୟ ୧୬:୨୬; ୧ ପିତର ୧:୨, ୨୨; ୧ ଯୋହନ ୨:୩-୫
ଈଶ୍ବରଙ୍କ ପ୍ରେମ ପାଇଁ କ୍ଷୁଧା୧ ପିତର ୨:୧-୩
ଜୀବନର ପରିବର୍ତ୍ତନ୨ କରିନ୍ଥୀୟ ୫:୧୭
ଯଦି ୧ ମ ତାଲିକା ଜଣେ ବ୍ୟକ୍ତିଙ୍କ ପାଇଁ ସତ୍ୟ ଏବଂ ୨ୟ ତାଲିକା ମିଥ୍ୟା ଅଟେ, ତେବେ ବିଶ୍ୱାସର ବୃତ୍ତିର ନିଶ୍ଚିତତା ଉପରେ ପ୍ରଶ୍ନ କରିବାର କାରଣ ଅଛି | ଯଦି ୨ ୟ ତାଲିକା ସତ, ତେବେ ପ୍ରଥମ ତାଲିକା ମଧ୍ୟ ହେବ |
III ସୁସମାଚାରର ଆଚରଣ
ଏହାକୁ ଘୋଷଣା କର |ମାଥିଉ ୪:୨୩
ଏହାକୁ ପ୍ରତିରକ୍ଷା କରଯିହୁଦା 3
ଏହାକୁ ପ୍ରଦର୍ଶନ କରନ୍ତୁ |ଫିଲିପ୍ପୀୟ ୧:୨୭
ଏହାକୁ ଅଂଶୀଦାର କରନ୍ତୁ |ଫିଲିପ୍ପୀୟ ୧:୫
ଏଥିପାଇଁ ଯନ୍ତ୍ରଣା |୨ ତୀମଥି ୧:୮
ଏହାକୁ ବାଧା ଦିଅ ନାହିଁ |୧ କରିନ୍ଥୀୟ ୯:୧୨
ଏଥିପାଇଁ ଲଜ୍ଜିତ ହୁଅନ୍ତୁ ନାହିଁ |ରୋମୀୟ ୧:୧୬
ଏହାକୁ ପ୍ରଚାର କର |୧ କରିନ୍ଥୀୟ ୯:୧୬
ଏହା ଦ୍ୱାରା ସଶକ୍ତ ହୁଅ |୧ ଥେସଲନୀକୀୟ ୧:୫
ଏହାକୁ ରକ୍ଷା କର ଗାଲାତୀୟ ୧:୬-୮

ଆଦର୍ଶ ଦେଖାନ୍ତୁ

 ଆଦର୍ଶ ଦେଖାନ୍ତୁ

ପଠନ: ୧ ଥେସଲନୀକୀୟ ୧:୧-୧୦


ତୁମ୍ଭମାନଙ୍କ ତତ୍ତ୍ଵାବଧାନରେ ଥିବା ଈଶ୍ବରଙ୍କ ପଲକୁ ପ୍ରତିପାଳନ କର...ପଲର ଆଦର୍ଶସ୍ୱରୁପ ହୋଇ ତାହା କର । 

(୧ ପିତର ୫:୨-୩)


 ଗୋଟିଏ ମାଆ ଚିତାବାଘ ତାହାର ୫ ବର୍ଷର ଛୁଆ ନିକଟରେ ଗୋଟିଏ ଛୋଟ ହରିଣୀ ଛୁଆ ଧରି ଆଣି ଛାଡି ଦେଲା । ସେହି ହରିଣ ଛୁଆକୁ ମାରି ଖାଇବା ପାଇଁ ଚିତା ଛୁଆ ଅନେକ ଥର ଅସଫଳ ହେବା ପରେ ମାଆ ଚିତା ବାଘ ନିଜ ଛୁଆକୁ ଦେଖାଇ ଦେଲା ଯେ ଜୀବନ୍ତ ଶୀକାରକୁ କିପରି ମାରି ଖିଆଯାଏ ।


ଠିକ୍ ଏପରି ଏକ କୌଶଳ ମୁଁ ଜଣେ ଇନସ୍ୟୁରାନ୍ସ ବିକ୍ରେତାଙ୍କ ନିକଟରେ ଦେଖିଥିଲି । ସେ ଏକ ନିର୍ଦ୍ଦିଷ୍ଟ ପଲିସୀର ଉପକାର ବିଷୟରେ ମୋତେ ପ୍ରାଞ୍ଜଳ ଭାବରେ ବୁଝାଇଲା ପରେ, ସେ ନିଜ ପରିବାର ନିମନ୍ତେ କିପରି ଇନସ୍ୟୁରାନ୍ସ ପଲିସୀମାନ ଗ୍ରହଣ କରିଛନ୍ତି, ତାହା ମୋତେ ଦେଖାଇ ଦେଲେ। ଏହା ଫଳରେ, ତାଙ୍କ କଥାର ମହତ୍ତ୍ଵ ବୃଦ୍ଧି ପାଇଲା, କାରଣ ସେ ମୋତେ ଯାହା ବୁଝାଉଥିଲେ, ତାହା ନିଜ ପରିବାର ପ୍ରତି କରି ମୋର ଆଦର୍ଶ ହୋଇଥିଲେ ।


ସେହିପରି ଆମେ ଯଦି ଈଶ୍ବରଙ୍କୁ ଜାଣିବା ଓ ତାଙ୍କୁ ସେବା କରିବ ସମ୍ବନ୍ଧରେ ଅନ୍ୟମାନଙ୍କୁ ଜଣାଇବାକୁ ଇଚ୍ଛା କରୁ, ତେବେ ଆମକୁ ଏହାର ଆଦର୍ଶ ଦେଖାଇବାକୁ ପଡିବ । ଏହିପରି ଭାବରେ ଖ୍ରୀଷ୍ଟ ଓ ତାଙ୍କର ପ୍ରେରିତମାନେ ସୁସମ୍ବାଦକୁ ବିସ୍ତାରିତ କରିଥିଲେ । ଈଶ୍ବରଙ୍କ ପ୍ରତି ସେମାନଙ୍କର ବାଧ୍ୟତା ସେମାନଙ୍କର କାର୍ଯ୍ୟ ଦ୍ୱାରା ପ୍ରକାଶିତ ହେଉଥିଲା । ଏଣୁ ସେମାନଙ୍କର ବାର୍ତ୍ତା ସହଜରେ ଗ୍ରହଣ କରି ହେଉଥିଲା ।


ଏଣୁ ଯେଉଁମାନେ ନେତୃତ୍ୱ ନେବାକୁ ଓ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି, ସେମାନେ ପ୍ରଥମେ ଆଦର୍ଶସ୍ଵରୂପ ହେବା ଆବଶ୍ୟକ। କାରଣ ଆପଣ ନିଜେ ଯାହା ଅନୁଭବ କରି ନାହାନ୍ତି, ତାହା ଅନ୍ୟମାନଙ୍କୁ ଶିଖାଇ ପାରିବେ ନାହିଁ ଏବଂ ଯେଉଁଠାରେ ନିଜେ ଯାଇ ନାହାନ୍ତି, ସେଠାକୁ ଅନ୍ୟ କାହାକୁ ନେତୃତ୍ୱ ଦେଇ କଢାଇ ନେଇପାରିବେ ନାହିଁ।

महिलाओं के बीच यीशु के चमत्कार

महिलाओं के बीच यीशु के चमत्कार
पतरस की सास को चंगा करनामत्ती 8:14, 15, मरकुस 1:30, 31; लूका 4:38, 39
याइर की बेटी को मुर्दों में से जीवित करनामत्ती 9:18, 23-25; मरकुस 5:22-24, लूका 8:40-42, 49-55
लहू बहने वाली स्त्री को चंगा करनामत्ती 9:20-22; मरकुस 5:25-34, लूका 8:43-48
कनानी स्त्री की बेटी को चंगा करनामत्ती 15:21-28, मरकुस 7:24-30
नाइन नगर की विधवा के बेटे को चंगा करना लूका 7:11-15
एक स्त्री जिसे दुर्बल करने वाली दुष्ट आत्मा थी उसे चंगा करनालूका 13:11-13
यीशु की माँ के अनुरोध पर काना के विवाह में पानी को दाखरास में बदलनायूहन्ना 2:1-11

ସ୍ତ୍ରୀଲୋକମାନଙ୍କ ମଧ୍ୟରେ ଯୀଶୁ ଖ୍ରୀଷ୍ଟଙ୍କ ଆଶ୍ଚର୍ଯ୍ୟକର୍ମ

 Jesus' Miracles among the Women

ସ୍ତ୍ରୀଲୋକମାନଙ୍କ ମଧ୍ୟରେ ଯୀଶୁ ଖ୍ରୀଷ୍ଟଙ୍କ ଆଶ୍ଚର୍ଯ୍ୟକର୍ମ
ପିତରର ଶାଶୁଙ୍କ ସୁସ୍ଥତାମାଥିଉ ୮:୧୪,୧୫; ମାର୍କ ୧:୩୦,୩୧; ଲୂକ ୪:୩୮,୩୯
ଯାଈରସର ଝିଅ ଜୀବିତମାଥିଉ ୯:୧୮, ୨୩-୨୫; ମାର୍କ ୫:୨୨,୨୪, ୩୫-୪୨; ଲୂକ ୮:୪୦-୪୨, ୪୯-୫୫
ପ୍ରଦର ରୋଗଗ୍ରସ୍ତା ଜଣେ ସ୍ତ୍ରୀଲୋକର ସୁସ୍ଥତାମାଥିଉ ୯:୨୦-୨୨, ମାର୍କ ୫:୨୫-୩୪; ଲୂକ ୮:୪୩-୪୮
କିଣାନୀୟ ସ୍ତ୍ରୀର ଝିଅର ସୁସ୍ଥତାମାଥିଉ ୧୫:୨୧-୨୮; ମାର୍କ ୭:୨୪-୩୦
ନାଇନ ନଗରର ବିଧବାର ପୁତ୍ରର ସୁସ୍ଥତାଲୂକ ୭: ୧୧-୧୫
କୁବ୍ଜା ସ୍ତ୍ରୀଲୋକର ସୁସ୍ଥତାଲୂକ ୧୩:୧୧-୧୩
କାନ୍ନା ନଗରର ବିବାହ ଭୋଜରେ ଯୀଶୁଙ୍କ ମାଆଙ୍କ ଅନୁରୋଧରେ ଜଳକୁ ଦ୍ରାକ୍ଷାରସରେ ପରିଣତ କରିବାଯୋହନ ୨:୧-୧୧