BN

ଧନ୍ୟବାଦ ସହିତ ପ୍ରାର୍ଥନା

 ଧନ୍ୟବାଦ ସହିତ ପ୍ରାର୍ଥନା

ଫିଲିପ୍ପୀୟ ୪:୬:୧୩

……. ସମସ୍ତ ବିଷୟରେ ପ୍ରାର୍ଥନା ଓ ବିନତି ଦ୍ଵାରା ଧନ୍ୟବାଦ ସହ ତୁମ୍ଭମାନଙ୍କର ନିବେଦନ ସବୁ ଈଶ୍ୱରଙ୍କ ନିକଟରେ ଜଣାଅ । (ଫିଲିପ୍ପୀୟ ୪:୬)


ଜୁଡ଼ିଙ୍କର ବିରଳ ମସ୍ତିଷ୍କ ଅବସ୍ଥା ପାଇଁ ଅତି ସୂକ୍ଷ୍ମ ଅସ୍ତ୍ରୋପଚାର ଆବଶ୍ୟକ ହେଉଥିଲା। ଏହି ବିପଜ୍ଜନକ ପଦ୍ଧତିକୁ ଗୋଟିଏ ଅନୁସନ୍ଧାନ ଡ଼ାକ୍ତରଖାନାରେ ଅସ୍ତ୍ରୋପଚାର କକ୍ଷରେ ପ୍ରୟୋଗ କରାଯାଇଥିଲା ଯେଉଁଠାରେ ଅନେକ ଡ଼ାକ୍ତର ଓ ଡାକ୍ତରୀ ଛାତ୍ର ଉପସ୍ଥିତ ରହି ଏହାକୁ ଲକ୍ଷ୍ୟ କରୁଥିଲେ ।


ଅସ୍ତ୍ରୋପଚାରର ଠିକ୍ ପୂର୍ବରୁ, ଡାକ୍ତର ପ୍ରଶ୍ନ କଲେ, "ତୁମର କିଛି ପ୍ରଶ୍ନ ଅଛି କି? ଜୁଡ଼ି ଉତ୍ତର ଦେଲେ, "ମୁଁ ଆପଣଙ୍କ ପାଇଁ ପ୍ରାର୍ଥନା କରିପାରିବି କି? "ଅନେକ ବ୍ୟକ୍ତି ଚାହିଁ ରହିଥିବାବେଳେ ସେ ଈଶ୍ୱରଙ୍କୁ ଡ଼ାକ୍ତରଙ୍କର ଶ୍ରେଷ୍ଠ ଦକ୍ଷତା ପାଇଁ ଧନ୍ୟବାଦ ଦେଲେ, ତାଙ୍କ ପାଇଁ ଜ୍ଞାନ ମାଗିଲେ ଓ ପ୍ରଭୁଙ୍କ ହସ୍ତରେ ଅସ୍ତ୍ରୋପଚାରକୁ ସମର୍ପଣ କଲେ । 


ଯେତେବେଳେ ଆମେ ଲଜ୍ଜିତ ନ ହୋଇ ଧନ୍ୟବାଦ ସହିତ ତାଙ୍କ ନିକଟକୁ ଆମର ଚିନ୍ତାଗୁଡିକୁ ଆଣିଥାଉ, ସେତେବେଳେ ଈଶ୍ୱରଙ୍କ ହୃଦୟ କେତେ ଆନନ୍ଦିତ ହୁଏ। ଜୁଡି ଈଶ୍ୱରଙ୍କୁ ତାଙ୍କର ଜୀବନ ବଞ୍ଚାଇବା ପାଇଁ ଅନୁରୋଧ କରି ନ ଥିଲେ। ସେ କେବଳ ଡାକ୍ତରଙ୍କର ଜ୍ଞାନ ଓ କୌଶଳ ପାଇଁ  ଈଶ୍ୱରଙ୍କୁ ଧନ୍ୟବାଦ ଦେଇଥିଲେ ଓ ନିଜକୁ ସର୍ବଶ୍ରେଷ୍ଠ ଡାକ୍ତରଙ୍କର ନିକଟରେ  ସମର୍ପଣ କରିଦେଇଥିଲେ। ଜୁଡି ସେହି ଦିନ ଜୀବନ ଉପରେ ଏକ ନୂତନ ସମୟ ସୀମା ପାଇଥିଲେ। ଆଉ ସେହି ଡାକ୍ତରମାନେ ସତ୍ୟ ଜୀବିତ ଈଶ୍ୱରଙ୍କଠାରେ ବିଶ୍ଵାସ ପ୍ରତି ଏକ ପ୍ରାଥମିକ ଦୃଷ୍ଟିକୋଣ ପାଇଥିଲେ । ପାଉଲ କହିଥିଲେ, "ସମସ୍ତ ବିଷୟରେ ପ୍ରାର୍ଥନା ଓ ବିନତି ଦ୍ଵାରା ଧନ୍ୟବାଦ ସହ ତୁମ୍ଭମାନଙ୍କର ନିବେଦନ ସବୁ ଈଶ୍ୱରଙ୍କ ନିକଟରେ ଜଣାଅ" (ଫିଲି ୪:୬)। ଏହା ଲକ୍ଷ୍ୟ କରନ୍ତୁ ଯେ ଆପଣ ଯାହା ସବୁ ଚାହାନ୍ତି, ତାହା ସବୁ ଦେବା ପାଇଁ ଈଶ୍ୱର ପ୍ରତିଜ୍ଞା କରି ନାହାନ୍ତି, ମାତ୍ର ସେ ଏହି ପ୍ରତିଜ୍ଞା କରିଛନ୍ତି, "ସମସ୍ତ ବୋଧର ଅଗ୍ୟମ ଯେ ଈଶ୍ୱରଙ୍କ ଶାନ୍ତି, ତାହା ତୁମ୍ଭମାନଙ୍କର ହୃଦୟ ଓ ମନକୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ସୁରକ୍ଷା କରି ରଖିବ" (୭ପଦ) କେତେ ସୁନ୍ଦର ଦାନ! 

1 comment:

Kindly give your suggestions or appreciation!!!