BN

ଆଦର୍ଶ ଦେଖାନ୍ତୁ

 ଆଦର୍ଶ ଦେଖାନ୍ତୁ

ପଠନ: ୧ ଥେସଲନୀକୀୟ ୧:୧-୧୦


ତୁମ୍ଭମାନଙ୍କ ତତ୍ତ୍ଵାବଧାନରେ ଥିବା ଈଶ୍ବରଙ୍କ ପଲକୁ ପ୍ରତିପାଳନ କର...ପଲର ଆଦର୍ଶସ୍ୱରୁପ ହୋଇ ତାହା କର । 

(୧ ପିତର ୫:୨-୩)


 ଗୋଟିଏ ମାଆ ଚିତାବାଘ ତାହାର ୫ ବର୍ଷର ଛୁଆ ନିକଟରେ ଗୋଟିଏ ଛୋଟ ହରିଣୀ ଛୁଆ ଧରି ଆଣି ଛାଡି ଦେଲା । ସେହି ହରିଣ ଛୁଆକୁ ମାରି ଖାଇବା ପାଇଁ ଚିତା ଛୁଆ ଅନେକ ଥର ଅସଫଳ ହେବା ପରେ ମାଆ ଚିତା ବାଘ ନିଜ ଛୁଆକୁ ଦେଖାଇ ଦେଲା ଯେ ଜୀବନ୍ତ ଶୀକାରକୁ କିପରି ମାରି ଖିଆଯାଏ ।


ଠିକ୍ ଏପରି ଏକ କୌଶଳ ମୁଁ ଜଣେ ଇନସ୍ୟୁରାନ୍ସ ବିକ୍ରେତାଙ୍କ ନିକଟରେ ଦେଖିଥିଲି । ସେ ଏକ ନିର୍ଦ୍ଦିଷ୍ଟ ପଲିସୀର ଉପକାର ବିଷୟରେ ମୋତେ ପ୍ରାଞ୍ଜଳ ଭାବରେ ବୁଝାଇଲା ପରେ, ସେ ନିଜ ପରିବାର ନିମନ୍ତେ କିପରି ଇନସ୍ୟୁରାନ୍ସ ପଲିସୀମାନ ଗ୍ରହଣ କରିଛନ୍ତି, ତାହା ମୋତେ ଦେଖାଇ ଦେଲେ। ଏହା ଫଳରେ, ତାଙ୍କ କଥାର ମହତ୍ତ୍ଵ ବୃଦ୍ଧି ପାଇଲା, କାରଣ ସେ ମୋତେ ଯାହା ବୁଝାଉଥିଲେ, ତାହା ନିଜ ପରିବାର ପ୍ରତି କରି ମୋର ଆଦର୍ଶ ହୋଇଥିଲେ ।


ସେହିପରି ଆମେ ଯଦି ଈଶ୍ବରଙ୍କୁ ଜାଣିବା ଓ ତାଙ୍କୁ ସେବା କରିବ ସମ୍ବନ୍ଧରେ ଅନ୍ୟମାନଙ୍କୁ ଜଣାଇବାକୁ ଇଚ୍ଛା କରୁ, ତେବେ ଆମକୁ ଏହାର ଆଦର୍ଶ ଦେଖାଇବାକୁ ପଡିବ । ଏହିପରି ଭାବରେ ଖ୍ରୀଷ୍ଟ ଓ ତାଙ୍କର ପ୍ରେରିତମାନେ ସୁସମ୍ବାଦକୁ ବିସ୍ତାରିତ କରିଥିଲେ । ଈଶ୍ବରଙ୍କ ପ୍ରତି ସେମାନଙ୍କର ବାଧ୍ୟତା ସେମାନଙ୍କର କାର୍ଯ୍ୟ ଦ୍ୱାରା ପ୍ରକାଶିତ ହେଉଥିଲା । ଏଣୁ ସେମାନଙ୍କର ବାର୍ତ୍ତା ସହଜରେ ଗ୍ରହଣ କରି ହେଉଥିଲା ।


ଏଣୁ ଯେଉଁମାନେ ନେତୃତ୍ୱ ନେବାକୁ ଓ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି, ସେମାନେ ପ୍ରଥମେ ଆଦର୍ଶସ୍ଵରୂପ ହେବା ଆବଶ୍ୟକ। କାରଣ ଆପଣ ନିଜେ ଯାହା ଅନୁଭବ କରି ନାହାନ୍ତି, ତାହା ଅନ୍ୟମାନଙ୍କୁ ଶିଖାଇ ପାରିବେ ନାହିଁ ଏବଂ ଯେଉଁଠାରେ ନିଜେ ଯାଇ ନାହାନ୍ତି, ସେଠାକୁ ଅନ୍ୟ କାହାକୁ ନେତୃତ୍ୱ ଦେଇ କଢାଇ ନେଇପାରିବେ ନାହିଁ।

2 comments:

Kindly give your suggestions or appreciation!!!