BN

ଜଗତର ଜ୍ୟୋତିଃ

ଜଗତର ଜ୍ୟୋତିଃ

ପଠନ: ଯୋହନ ୧:୧-୯

ଯୀଶୁ କହିଲେ, ମୁଁ ଜଗତର ଜ୍ୟୋତିଃ, ଯେ ମୋହର ଅନୁଗମନ କରେ, ସେ କେବେ ହେଁ ଅନ୍ଧକାରରେ ଭ୍ରମଣ କରିବ ନାହିଁ, ବରଂ ଜ୍ୟୋତିଃ ପାଇବ (ଯୋହନ ୮:୧୨)

ବିଖ୍ୟାତ ବିଦ୍ୱାନ ଓ ଐତିହାସିକ ୱିଲ୍ ଡୁରାନ୍ ୧୧ ଭାଗ ବିଶିଷ୍ଟ ରଚିତ ପୁସ୍ତକ "କ୍ରୁଶାର୍ପଣର କାହାଣୀ" ରେ ପୃଥିବୀର ଅନେକ ସୁନାମଧନ୍ୟ ଶାସକ, ଦାର୍ଶନିକ, ବୀରସୈନିକ, କଳାକାର, ଚିତ୍ରକର, ବୈଜ୍ଞାନିକ ଇତ୍ୟାଦିଙ୍କର ଅବତାରଣା କରିଛନ୍ତି। କିନ୍ତୁ ସେ ସବୁ ବର୍ଣ୍ଣନା କରିବା ପରେ ସେ ଲେଖନ୍ତି ଯେ, ଏ ସମସ୍ତ ବ୍ୟକ୍ତିଙ୍କଠାରୁ ନାଜରିତୀୟ ଯୀଶୁ ଯଥେଷ୍ଟ ଉର୍ଦ୍ଧରେ ଥିଲେ । ଯୀଶୁ କୌଣସି ସୈନ୍ୟବାହିନୀର ସେନାପତି କିମ୍ବା କୌଣସି ଦେଶର ରାଜା ନ ଥିଲେ । ତଥାପି ସେହି ଯିହୂଦୀ ଯୁବକ ଦୃଢ଼ତାର ସହିତ ଘୋଷଣା କରିଥିଲେ ଯେ, 'ମୁଁ ଜଗତର ଜ୍ୟୋତିଃ' । "ଯିଏ ମୋହର ଅନୁଗମନ କରିବ, ସେ କଦାପି ଅନ୍ଧକାରରେ (ପାପରୂପକ ଅନ୍ଧକାର) ଭ୍ରମଣ କରିବ ନାହିଁ, ବରଂ ଜୀବନର ଜ୍ୟୋତିଃ ପାଇବ । "କେଡ଼େ ନିରାଟ ସତ୍ୟ ଓ ଜୀବନ୍ତ ଥିଲା ସେ ଉକ୍ତି ! ଯୀଶୁ ଏହା କହିବା ପରେ ପ୍ରାୟ ୨୦୦୦ ବର୍ଷ ବିତିଗଲାଣି । ଅଥଚ ଦେଖନ୍ତୁ ୨୦୦୦ ବର୍ଷ ପରେ ଆଜି ମଧ୍ୟ ଯେଉଁ ଲୋକମାନେ ସେହି ଜ୍ୟୋତିଃଙ୍କର ଅନୁଗମନ କରିଛନ୍ତି, ସେମାନେ "ଅନ୍ଧକାରର ଶକ୍ତି" ରୁ ଉଦ୍ଧାର ପାଉଛନ୍ତି (କଲସୀୟ ୧-୧୩) ଏବଂ ଆଉ କେବେହେଁ ତା'ର କବଳରେ ରହୁ ନାହାନ୍ତି ।

ଆପଣଙ୍କ ଜୀବନରେ ଯୀଶୁଙ୍କର ସ୍ଥାନ କେଉଁଠି? ଯୀଶୁ କହିଲେ, "ଯେ ମୋହର ଅନୁଗମନ କରେ, ସେ ଅନ୍ଧକାରରେ ଭ୍ରମଣ କରିବ ନାହିଁ, ବରଂ ଜୀବନର ଜ୍ୟୋତିଃ ପାଇବ । "ଆପଣ କ'ଣ ବାଧ୍ୟତା ଓ ବିଶ୍ୱସ୍ତତାର ସହିତ ତାହାଙ୍କର ଅନୁଗମନ କରୁଛନ୍ତି ? "ଈଶ୍ୱର ଚାହାନ୍ତି, ଆମେ ଏହି ଜଗତର ଅନ୍ଧକାରରେ ପଥ ନ ହଜାଇ ସେହି ସ୍ବର୍ଗୀୟ ଆଲୋକର ପଥରେ ଧାବମାନ ହେଉ ।"

दस पसंदीदा मिथक क्या हैं ?


दस पसंदीदा मिथक क्या है ?
मिथकबाइबल संदर्भ
यीशु केवल महान नैतिक शिक्षक थेमत्ती 13:34-35
इस बात का कोई प्रमाण नहीं है कि यीशु मृत्यु से जी उठा थामत्ती 28:1-8
विज्ञान मसीह धर्म के विरोध में हैयूहन्ना 4:48
मसीहयत सिर्फ कमजोरों के लिए एक बैसाखी है1 कोरिंथियो 1:26
सामाजिक संस्कारों से लोग मसीह बनते हैं1 कोरिंथियो 15:9-10
मसीह धर्म लोगों की आजादी को दबाता हैगलातियो 5:1-13
मसीह धर्म नैतिक जीवन के लिए अप्रासंगिक हैइब्रानियों 12:1-2
बाइबिल अविश्वसनीय है और विश्वसनीय नहीं है2 पतरस 1:16
संसार की सारी बुराईयाँ और कष्ट यह सिद्ध करते हैं कि कोई ईश्वर नहीं हैप्रकाशित्वक्य 20:1-10

ଖ୍ରୀଷ୍ଟିଆନ ବିଷୟରେ ୧୦ ଟି ପ୍ରିୟ କଳ୍ପିତ କଥା କ’ଣ?

 What are the 10 Favorites Myths about Christianity?? 



ବାଇବଲର ୧୦ ଆଦରଣୀୟ କଳ୍ପିତ କଥା
ପୁରାଣ/କଳ୍ପିତ କଥା ସନ୍ଦର୍ଭ
ଯୀଶୁ କେବଳ ଶ୍ରେଷ୍ଠ ନୈତିକ ଶିକ୍ଷକ ଥିଲେ |ମାଥିଉ ୧୩:୩୪-୩୫
ଯୀଶୁ ମୃତ୍ୟୁରୁ ପୁନରୁ‌ତ୍‌ଥିତ ହେବାର କୌଣସି ପ୍ରମାଣ ନାହିଁମାଥିଉ ୨୮:୧-୮
ବିଜ୍ଞାନ ଖ୍ରୀଷ୍ଟିଆନ ବିଶ୍ବାସ ସହିତ ବିବାଦୀୟ ଅଟେ |ଯୋହନ ୪:୪୮
ଖ୍ରୀଷ୍ଟିଆନ ଧର୍ମ କେବଳ ଦୁର୍ବଳମାନଙ୍କ ପାଇଁ ଏକ ଆଶାବାଡ଼ି |୧ କରିନ୍ଥୀୟ ୧:୨୬
ଲୋକମାନେ ସାମାଜିକ ପରିସ୍ଥିତି ମାଧ୍ୟମରେ ଖ୍ରୀଷ୍ଟିଆନ ହୁଅନ୍ତି |୧ କରିନ୍ଥୀୟ ୧୫:୯-୧୦
ଖ୍ରୀଷ୍ଟିଆନ ଧର୍ମ ଲୋକମାନଙ୍କ ସ୍ୱାଧୀନତା ରୁଦ୍ଧ କରେ |ଗାଲାତୀୟ ୫:୧-୧୨
ଖ୍ରୀଷ୍ଟିଆନ ଧର୍ମ ଅନ୍ୟ-ସାଂସାରିକ ଏବଂ ନୈତିକ ଜୀବନ ସହିତ ଅପ୍ରାସଙ୍ଗିକ ଅଟେ |ଏବ୍ରୀ ୧୨:୧-୧୨
ବାଇବେଲ ଅବିଶ୍ୱସନୀୟ ଏବଂ ବିଶ୍ୱାସଯୋଗ୍ୟ ନୁହେଁ |୨ ପିତର ୧: ୧୬
ଦୁନିଆର ସମସ୍ତ ମନ୍ଦ ଏବଂ ଯନ୍ତ୍ରଣା ପ୍ରମାଣ କରେ ଯେ ଈଶ୍ବର ନାହାଁନ୍ତି |ପ୍ରକାଶିତ ବାକ୍ୟ ୨୦:୧-୧୦

ଏସିଡ୍ ପରୀକ୍ଷା

 ଏସିଡ୍ ପରୀକ୍ଷା

୧ ପିତର ୧:୩-୨୧


.ଅଗ୍ନି ଦ୍ୱାରା ପରୀକ୍ଷିତ...ଯେ ତୁମ୍ଭମାନଙ୍କର ପରୀକ୍ଷାସିଦ୍ଧ ବିଶ୍ଵାସ,ତାହା ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶିତ ହେବା ସମୟରେ  ପ୍ରଶଂସା, ଗୌରବ ଓ ସମ୍ଭ୍ରମ କାରଣ ହେବ।(ପିତର ୧:୭)


ଭୟଙ୍କର ପରୀକ୍ଷାକୁ ଅନେକ ସମୟରେ "ଏସିଡ୍ ପରୀକ୍ଷା" କୁହାଯାଏ । ଏହି "ଏସିଡ୍ ପରୀକ୍ଷା" ଶବ୍ଦଟି ସୁନାର ବହୁଳ ପ୍ରଚଳନ ହେବା ସମୟରୁ ବ୍ୟବହୃତ ହୋଇ ଆସୁଛି । କାରଣ ସୁନାର ଶୁଦ୍ଧତା ପରଖିବା ନିମନ୍ତେ ନାଇଟ୍ରିକ୍ ଏସିଡ୍ ବ୍ୟବହାର କରାଯିବା ଫଳରେ ସେଥିରେ ଥିବା ଖାଦଗୁଡ଼ିକ ତରଳି ଯାଏ ଓ ଶୁଦ୍ଧ ସୁବର୍ଣ୍ଣ ଝଟକି ଉଠିଥାଏ। 


ଈଶ୍ବରଙ୍କ ଦୃଷ୍ଟିରେ, ଆମର ବିଶ୍ବାସ ହେଉଛି "ସୁନା ଅପେକ୍ଷା ଅଧିକ ମୂଲ୍ୟବାନ", ଏଣୁ ଏହାର ପରୀକ୍ଷା ମଧ୍ୟ ଆବଶ୍ୟକ (୧ପିତର ୧:୭)। କିନ୍ତୁ ଏହି ଏସିଡ୍ ପରୀକ୍ଷାଗୁଡ଼ିକ ସକାରାତ୍ମକ ହୋଇଥାଏ । ପ୍ରଭୁ ଆମର ଲୋକ ଦେଖାଣିଆ ବିଶ୍ୱାସକୁ ପ୍ରକାଶ ନ କରି ବରଂ ଆମର ପ୍ରକୃତ ବିଶ୍ଵାସକୁ ଲୋକ ଲୋଚନକୁ ଆଣିବା ନିମନ୍ତେ କାର୍ଯ୍ୟ କରୁଥା'ନ୍ତି। କଠିଣ ପରିସ୍ଥିତି ସମୟରେ, ଆମର ବିଶ୍ବାସ ହ୍ରାସ ପାଉଥିବାର ଭୟରେ ଆମେ ଆକ୍ରାନ୍ତ ହୋଇଥାଉ ଓ ଈଶ୍ବରଙ୍କୁ କହିଥାଉ, "ପ୍ରଭୁ, ଏପରି ଘଟିବା ନିମନ୍ତେ କାହିଁକି ତୁମେ ଅନୁମତି ଦେଉଛ? "ଆମ ଜୀବନ ପ୍ରହେଳିକାମୟ ହୋଇଯାଏ। ଆମେ ବୁଝିପାରି ନ ଥାଉ ଯେ, ଆମେ କାହିଁକି ଈଶ୍ବରଙ୍କ ଉପରେ ଭରସା ରଖିଛୁ, ତାଙ୍କୁ ପ୍ରାର୍ଥନା କରୁଛୁ, ଆଉ ତାଙ୍କ ନିମନ୍ତେ ଜୀବନ କାଟୁଛୁ ! ପ୍ରତ୍ୟେକ ବିଷୟ ଭାଙ୍ଗି ପଡ଼ୁଥିବା ମନେହୁଏ। ମାତ୍ର ଏପରି ପରିସ୍ଥିତିରେ ଏହା ସ୍ମରଣ କରିବା ଆମ ନିମନ୍ତେ ମଙ୍ଗଳଜନକ ହେବ ଯେ , ଈଶ୍ବର ଜଣେ ପରିଶୋଧନକାରୀ ଅଟନ୍ତି ।


ଆଜି ଯଦି ଆପଣ ବିଶ୍ୱାସର ଏକ ପରୀକ୍ଷା ମଧ୍ୟ ଦେଇ ଗତି କରୁଛନ୍ତି, ତେବେ ଆନନ୍ଦ କରନ୍ତୁ, କାରଣ ଏହା ହୁଏତ ସେହି ବିଷୟ ହୋଇପାରେ, ଯାହାକୁ ଈଶ୍ବର ବ୍ୟବହାର କରି ଆପଣଙ୍କୁ ବିଶୁଦ୍ଧ ଓ ଶକ୍ତିଯୁକ୍ତ କରୁଛନ୍ତି। 


ମନେରଖନ୍ତୁ, ଆପଣ ପରୀକ୍ଷା ମଧ୍ୟ ଦେଇ ଗତି କଲାବେଳେ ମଧ୍ୟ ଈଶ୍ବରଙ୍କ ପ୍ରେମ ଆପଣଙ୍କ ପ୍ରତି ଅତୁଟ ଥାଏ ଓ ତାଙ୍କ ଦୃଷ୍ଟିରେ ଆପଣ ମୂଲ୍ୟବାନ ଥାଆନ୍ତି।

ବିଶ୍ରାମବାରରେ ଯୀଶୁଙ୍କ ଦ୍ଵାରା ସୁସ୍ଥତା

 

Jesus Healed on Sabbath!!
ମାଥିଉ ୧୨:୯-୧୪ (ମାର୍କ ୩:୧‐୬; ଲୂକ ୬:୭-୧୧)ଶୁଷ୍କ ହାତ ଥିବା ବ୍ୟକ୍ତି
ଲୂକ ୪:୩୧-୪୧ଭୂତମାନଙ୍କୁ ବାହାର କଲେ, ଶିମୋନଙ୍କ ଶାଶୁକୁ ସୁସ୍ଥ କଲେ, ବହୁ ଲୋକଙ୍କୁ ସୁସ୍ଥତା ଦେଲେ
ଲୂକ ୧୩:୧୦-୧୭କୁବ୍ଜା ସ୍ତ୍ରୀ
ଲୂକ ୧୪:୧‐୬ଜଳୋଦର ରୋଗୀ ର
ଯୋହନ ୫:୧-୧୮୩୮ ବର୍ଷର ରୋଗୀ ଯିଏ ଚାଲି ପାରୁନଥିଲେ
ଯୋହନ ୯:୧-୨୩ଜନ୍ମାନ୍ଧ