BN

ଏସିଡ୍ ପରୀକ୍ଷା

 ଏସିଡ୍ ପରୀକ୍ଷା

୧ ପିତର ୧:୩-୨୧


.ଅଗ୍ନି ଦ୍ୱାରା ପରୀକ୍ଷିତ...ଯେ ତୁମ୍ଭମାନଙ୍କର ପରୀକ୍ଷାସିଦ୍ଧ ବିଶ୍ଵାସ,ତାହା ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶିତ ହେବା ସମୟରେ  ପ୍ରଶଂସା, ଗୌରବ ଓ ସମ୍ଭ୍ରମ କାରଣ ହେବ।(ପିତର ୧:୭)


ଭୟଙ୍କର ପରୀକ୍ଷାକୁ ଅନେକ ସମୟରେ "ଏସିଡ୍ ପରୀକ୍ଷା" କୁହାଯାଏ । ଏହି "ଏସିଡ୍ ପରୀକ୍ଷା" ଶବ୍ଦଟି ସୁନାର ବହୁଳ ପ୍ରଚଳନ ହେବା ସମୟରୁ ବ୍ୟବହୃତ ହୋଇ ଆସୁଛି । କାରଣ ସୁନାର ଶୁଦ୍ଧତା ପରଖିବା ନିମନ୍ତେ ନାଇଟ୍ରିକ୍ ଏସିଡ୍ ବ୍ୟବହାର କରାଯିବା ଫଳରେ ସେଥିରେ ଥିବା ଖାଦଗୁଡ଼ିକ ତରଳି ଯାଏ ଓ ଶୁଦ୍ଧ ସୁବର୍ଣ୍ଣ ଝଟକି ଉଠିଥାଏ। 


ଈଶ୍ବରଙ୍କ ଦୃଷ୍ଟିରେ, ଆମର ବିଶ୍ବାସ ହେଉଛି "ସୁନା ଅପେକ୍ଷା ଅଧିକ ମୂଲ୍ୟବାନ", ଏଣୁ ଏହାର ପରୀକ୍ଷା ମଧ୍ୟ ଆବଶ୍ୟକ (୧ପିତର ୧:୭)। କିନ୍ତୁ ଏହି ଏସିଡ୍ ପରୀକ୍ଷାଗୁଡ଼ିକ ସକାରାତ୍ମକ ହୋଇଥାଏ । ପ୍ରଭୁ ଆମର ଲୋକ ଦେଖାଣିଆ ବିଶ୍ୱାସକୁ ପ୍ରକାଶ ନ କରି ବରଂ ଆମର ପ୍ରକୃତ ବିଶ୍ଵାସକୁ ଲୋକ ଲୋଚନକୁ ଆଣିବା ନିମନ୍ତେ କାର୍ଯ୍ୟ କରୁଥା'ନ୍ତି। କଠିଣ ପରିସ୍ଥିତି ସମୟରେ, ଆମର ବିଶ୍ବାସ ହ୍ରାସ ପାଉଥିବାର ଭୟରେ ଆମେ ଆକ୍ରାନ୍ତ ହୋଇଥାଉ ଓ ଈଶ୍ବରଙ୍କୁ କହିଥାଉ, "ପ୍ରଭୁ, ଏପରି ଘଟିବା ନିମନ୍ତେ କାହିଁକି ତୁମେ ଅନୁମତି ଦେଉଛ? "ଆମ ଜୀବନ ପ୍ରହେଳିକାମୟ ହୋଇଯାଏ। ଆମେ ବୁଝିପାରି ନ ଥାଉ ଯେ, ଆମେ କାହିଁକି ଈଶ୍ବରଙ୍କ ଉପରେ ଭରସା ରଖିଛୁ, ତାଙ୍କୁ ପ୍ରାର୍ଥନା କରୁଛୁ, ଆଉ ତାଙ୍କ ନିମନ୍ତେ ଜୀବନ କାଟୁଛୁ ! ପ୍ରତ୍ୟେକ ବିଷୟ ଭାଙ୍ଗି ପଡ଼ୁଥିବା ମନେହୁଏ। ମାତ୍ର ଏପରି ପରିସ୍ଥିତିରେ ଏହା ସ୍ମରଣ କରିବା ଆମ ନିମନ୍ତେ ମଙ୍ଗଳଜନକ ହେବ ଯେ , ଈଶ୍ବର ଜଣେ ପରିଶୋଧନକାରୀ ଅଟନ୍ତି ।


ଆଜି ଯଦି ଆପଣ ବିଶ୍ୱାସର ଏକ ପରୀକ୍ଷା ମଧ୍ୟ ଦେଇ ଗତି କରୁଛନ୍ତି, ତେବେ ଆନନ୍ଦ କରନ୍ତୁ, କାରଣ ଏହା ହୁଏତ ସେହି ବିଷୟ ହୋଇପାରେ, ଯାହାକୁ ଈଶ୍ବର ବ୍ୟବହାର କରି ଆପଣଙ୍କୁ ବିଶୁଦ୍ଧ ଓ ଶକ୍ତିଯୁକ୍ତ କରୁଛନ୍ତି। 


ମନେରଖନ୍ତୁ, ଆପଣ ପରୀକ୍ଷା ମଧ୍ୟ ଦେଇ ଗତି କଲାବେଳେ ମଧ୍ୟ ଈଶ୍ବରଙ୍କ ପ୍ରେମ ଆପଣଙ୍କ ପ୍ରତି ଅତୁଟ ଥାଏ ଓ ତାଙ୍କ ଦୃଷ୍ଟିରେ ଆପଣ ମୂଲ୍ୟବାନ ଥାଆନ୍ତି।

1 comment:

Kindly give your suggestions or appreciation!!!