BN

ଜଗତର ଜ୍ୟୋତିଃ

ଜଗତର ଜ୍ୟୋତିଃ

ପଠନ: ଯୋହନ ୧:୧-୯

ଯୀଶୁ କହିଲେ, ମୁଁ ଜଗତର ଜ୍ୟୋତିଃ, ଯେ ମୋହର ଅନୁଗମନ କରେ, ସେ କେବେ ହେଁ ଅନ୍ଧକାରରେ ଭ୍ରମଣ କରିବ ନାହିଁ, ବରଂ ଜ୍ୟୋତିଃ ପାଇବ (ଯୋହନ ୮:୧୨)

ବିଖ୍ୟାତ ବିଦ୍ୱାନ ଓ ଐତିହାସିକ ୱିଲ୍ ଡୁରାନ୍ ୧୧ ଭାଗ ବିଶିଷ୍ଟ ରଚିତ ପୁସ୍ତକ "କ୍ରୁଶାର୍ପଣର କାହାଣୀ" ରେ ପୃଥିବୀର ଅନେକ ସୁନାମଧନ୍ୟ ଶାସକ, ଦାର୍ଶନିକ, ବୀରସୈନିକ, କଳାକାର, ଚିତ୍ରକର, ବୈଜ୍ଞାନିକ ଇତ୍ୟାଦିଙ୍କର ଅବତାରଣା କରିଛନ୍ତି। କିନ୍ତୁ ସେ ସବୁ ବର୍ଣ୍ଣନା କରିବା ପରେ ସେ ଲେଖନ୍ତି ଯେ, ଏ ସମସ୍ତ ବ୍ୟକ୍ତିଙ୍କଠାରୁ ନାଜରିତୀୟ ଯୀଶୁ ଯଥେଷ୍ଟ ଉର୍ଦ୍ଧରେ ଥିଲେ । ଯୀଶୁ କୌଣସି ସୈନ୍ୟବାହିନୀର ସେନାପତି କିମ୍ବା କୌଣସି ଦେଶର ରାଜା ନ ଥିଲେ । ତଥାପି ସେହି ଯିହୂଦୀ ଯୁବକ ଦୃଢ଼ତାର ସହିତ ଘୋଷଣା କରିଥିଲେ ଯେ, 'ମୁଁ ଜଗତର ଜ୍ୟୋତିଃ' । "ଯିଏ ମୋହର ଅନୁଗମନ କରିବ, ସେ କଦାପି ଅନ୍ଧକାରରେ (ପାପରୂପକ ଅନ୍ଧକାର) ଭ୍ରମଣ କରିବ ନାହିଁ, ବରଂ ଜୀବନର ଜ୍ୟୋତିଃ ପାଇବ । "କେଡ଼େ ନିରାଟ ସତ୍ୟ ଓ ଜୀବନ୍ତ ଥିଲା ସେ ଉକ୍ତି ! ଯୀଶୁ ଏହା କହିବା ପରେ ପ୍ରାୟ ୨୦୦୦ ବର୍ଷ ବିତିଗଲାଣି । ଅଥଚ ଦେଖନ୍ତୁ ୨୦୦୦ ବର୍ଷ ପରେ ଆଜି ମଧ୍ୟ ଯେଉଁ ଲୋକମାନେ ସେହି ଜ୍ୟୋତିଃଙ୍କର ଅନୁଗମନ କରିଛନ୍ତି, ସେମାନେ "ଅନ୍ଧକାରର ଶକ୍ତି" ରୁ ଉଦ୍ଧାର ପାଉଛନ୍ତି (କଲସୀୟ ୧-୧୩) ଏବଂ ଆଉ କେବେହେଁ ତା'ର କବଳରେ ରହୁ ନାହାନ୍ତି ।

ଆପଣଙ୍କ ଜୀବନରେ ଯୀଶୁଙ୍କର ସ୍ଥାନ କେଉଁଠି? ଯୀଶୁ କହିଲେ, "ଯେ ମୋହର ଅନୁଗମନ କରେ, ସେ ଅନ୍ଧକାରରେ ଭ୍ରମଣ କରିବ ନାହିଁ, ବରଂ ଜୀବନର ଜ୍ୟୋତିଃ ପାଇବ । "ଆପଣ କ'ଣ ବାଧ୍ୟତା ଓ ବିଶ୍ୱସ୍ତତାର ସହିତ ତାହାଙ୍କର ଅନୁଗମନ କରୁଛନ୍ତି ? "ଈଶ୍ୱର ଚାହାନ୍ତି, ଆମେ ଏହି ଜଗତର ଅନ୍ଧକାରରେ ପଥ ନ ହଜାଇ ସେହି ସ୍ବର୍ଗୀୟ ଆଲୋକର ପଥରେ ଧାବମାନ ହେଉ ।"

1 comment:

  1. 👍👍👍👍
    It's Very true.

    I want to say that there is spelling mistake.

    ReplyDelete

Kindly give your suggestions or appreciation!!!