କଦାପି ନିଃସଙ୍ଗ ନୁହଁ
ଗୀତ ୧୩୯: ୧-୧୨
ଯୀଶୁ କହିଲେ, କେହି ଯେବେ ମୋତେ ପ୍ରେମ କରେ ସେ ଆମ୍ଭର ଆଜ୍ଞା ପାଳନ କରିବ, ତହିଁରେ ମୋହର ପିତା ତାହାକୁ ପ୍ରେମ କରିବେ,…... ଏକତ୍ର ବାସ କରିବା ( ଯୋହନ ୧୪:୨୩)
ଆପଣ କ'ଣ ନିଜକୁ ଏକାକୀ ମନେ କରନ୍ତି? ଅନେକ ବ୍ୟକ୍ତି ନିଃସଙ୍ଗ ଅନୁଭବ କରୁଅଛନ୍ତି ବୋଲି ନିଜର ସମ୍ମତି ଦେବେ। ମୁଁ ସୁଦୂର କ୍ୟାବିନରେ ରହୁଥିବା ବା ପର୍ବତ ଶିଖରରେ ମାନବ ସଭ୍ୟତାଠାରୁ ଦୂରରେ ଅବସ୍ଥିତ ଲୋକମାନଙ୍କ କଥା କହୁ ନାହିଁ, ମାତ୍ର ଜନଗହଳିପୁର୍ଣ୍ଣ ମଲ୍ ବା ମଣ୍ଡଳୀ ଉପାସନାରେ ଥିବା ଲୋକଙ୍କ ଗହଣରେ ଏକାକୀ ଅନୁଭବ କରୁଥିବା ବ୍ୟକ୍ତି ମାନଙ୍କ ସମ୍ବନ୍ଧରେ ଏଠାରେ କହୁଛି।
ଏପରି ଲୋକେ ହୁଏତ ନିଜର ସମ୍ପର୍କୀୟଙ୍କୁ ହରାଇଥାନ୍ତି। ସେମାନେ ଅନ୍ୟମାନଙ୍କ ସହ ମିଶିବା ପାଇଁ ଭୟ କରନ୍ତି ବା ନିଜକୁ ସମାଜରେ ପରିତ୍ୟକ୍ତ, ଅସହାୟ ବ୍ୟକ୍ତି ମନେ କରି ଅନ୍ୟମାନଙ୍କ ସହ ସମ୍ପର୍କ ରକ୍ଷା କରିବାକୁ କୁଣ୍ଠିତ ହୁଅନ୍ତି।
ଏପରି ବ୍ୟକ୍ତିଙ୍କ ପ୍ରତି ସୁସମ୍ବାଦ ଅଛି। ଆପଣ ଯେବେ ଖ୍ରୀଷ୍ଟଙ୍କୁ ନିଜ ଜୀବନର ପ୍ରଭୁ ଓ ତ୍ରାଣକର୍ତ୍ତା ଭାବେ ଆମନ୍ତ୍ରଣ କରିବେ ଓ ନିଜର ଦୋଷ ଦୁର୍ବଳତା ତାହାଙ୍କ ନିକଟରେ ସ୍ବୀକାର କରିବେ, ସେ ସର୍ବଦା ଆପଣଙ୍କ ସହ ରହିବେ, ଆପଣ ନିଜକୁ କଦାପି ଏକାକୀ ମନେ କରିବେ ନାହିଁ। ପ୍ରଭୁଙ୍କର ପ୍ରତିଜ୍ଞା ବାକ୍ୟ ହେଲା, "ଦେଖ, ମୁଁ ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ତୁମ୍ଭମାନଙ୍କ ସହ ରହିବି" (ମାଥିଉ ୨୮:୨୦)" ମୁଁ ତୁମ୍ଭକୁ କଦାପି ଛାଡ଼ିବି ନାହିଁ କି ପରିତ୍ୟାଗ କରିବି ନାହିଁ" (ଏବ୍ରୀ ୧୩:୫)। ଗୀତ ୧୩୯:୭ ରେ ଗୀତରଚକ ଲେଖନ୍ତି ଯେ, ଆମେ ଯେ କୌଣସି ସ୍ଥାନକୁ ଗଲେ ମଧ୍ୟ ଈଶ୍ବର ଆମ ସହ ଥାଆନ୍ତି।
ଏ ଜଗତରେ ଆମେ ରକ୍ତ ମାଂସ ଶରୀର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଆବଶ୍ୟକ କରୁ ସତ, ମାତ୍ର ପ୍ରଭୁଙ୍କ ଉପସ୍ଥିିତି ବାସ୍ତବତାକୁ ଆମେ କଦାପି ଉପେକ୍ଷା କରି ପାରିବା ନାହିଁ। ତାଙ୍କ ଉପରେ ନିର୍ଭର ରଖିଲେ, ସେ ଆମ ସହିତ ବନ୍ଧୁତା କରିବେ ଓ ତାହାଙ୍କ ସହ ବନ୍ଧୁତା ଆମ ପାଇଁ ସର୍ବସୁଖର ଆକାର ହେବ ।