ପରିବର୍ତ୍ତିତ
ପଠନ : ୨ ବଂଶାବଳୀ ୩୩:୧-୨୦
ସେ…ସଦାପ୍ରଭୁ ଆପଣା ପରମେଶ୍ବରଙ୍କର ଅନ୍ୱେଷଣ କଲେ ଓ ଆପଣା ପିତୃଗଣର ପରମେଶ୍ବରଙ୍କ ଛାମୁରେ ଆପଣାକୁ ଅତିଶୟ ନମ୍ର କଲେ (୨ ବଂଶାବଳୀ ୩୩:୧୨) ।
ମନଃଶି ରାଜା ରୂପେ ରାଜତ୍ୱ କଲାବେଳେ ଦେବତାମାନଙ୍କର ମୂର୍ତ୍ତି ସମ୍ମୁଖରେ ନିଜର ସନ୍ତାନମାନେ ଉତ୍ସର୍ଗ କଲେ, ନିର୍ଦ୍ଦୟ ରୂପେ ଲୋକମାନଙ୍କୁ ହତ୍ୟା କଲେ ଏବଂ ନାନା ପ୍ରକାରର ମନ୍ଦ କାର୍ଯ୍ୟରେ ଅଭ୍ୟସ୍ତ ହେଲେ। ମାତ୍ର ସେ ଅନୁତାପ କରି ପୁଣିଥରେ ଈଶ୍ଵରଙ୍କ ଉପାସନା କରିବାକୁ ଆରମ୍ଭ କଲାପରେ ତାଙ୍କର ଗୁଣଗୁଡ଼ିକ ଆମୂଳଚୂଳ ପରିବର୍ତ୍ତିତ ହୋଇଗଲା ।
ମନଃଶିଙ୍କ ଜୀବନ ଆମକୁ ଏକ ନିଚ୍ଛକ ସତ୍ୟ ପ୍ରକାଶ କରେ । ତାହା ହେଉଛି ଆମେ ନିଜ ହୃଦୟରେ ଯାହା ବିଶ୍ଵାସ କରୁ, ତାହାର ଏକ ବଳିଷ୍ଠ ପ୍ରଭାବ ଆମ ଆଚରଣ ଉପରେ ପଡିଥାଏ । ଯେତେବେଳ ଲୋକମାନଙ୍କୁ ଶିକ୍ଷା ଦିଆଯାଏ ଯେ ଈଶ୍ଵରଙ୍କଠାରେ ବିଶ୍ଵାସ ସ୍ଥାପନ କରିବା କେବଳ ମାତ୍ର ଏକ ଅନ୍ଧବିଶ୍ବାସ ବ୍ୟତୀତ ଆଉ କିଛି ନୁହେଁ, ଏପରି ସ୍ଥଳେ ଆମେ ସେହି ଲୋକମାଙ୍କଠାରୁ କ'ଣ ଆଶା କରିବା? ଏଣୁ ବିଦ୍ୟାଳୟଗୁଡିକରେ କପି କରି ପରୀକ୍ଷା ଦେବା ଓ ବିବାହ ପୂର୍ବରୁ ଗର୍ଭଧାରଣ କରିବା, ଇତ୍ୟାଦି ଆଜି ଜାତୀୟ ବିପର୍ଯ୍ୟୟରେ ହୋଇଛି।
ଏ ସମସ୍ତ ସମସ୍ୟାର ଏକମାତ୍ର ବାସ୍ତବ ସମାଧନ ହେଉଛି ଈଶ୍ଵରଙ୍କ ଉପରେ ପୁନର୍ବାର ବିଶ୍ଵାସ ସ୍ଥାପନ କରିବା । ବାଇବଲରେ ଈଶ୍ଵର ନିଜକୁ ସମ୍ପୁର୍ଣ୍ଣ ରୂପେ ପ୍ରକାଶ କରିଛନ୍ତି । ମନଃଶିଙ୍କ ଜୀବନ ନାଟକୀୟ ଭାବରେ ପରିବର୍ତ୍ତିତ ହେଲା । ଆଉ ଆଜିର ଲୋକମାନେ ଯେତେବେଳେ ବାଇବଲର ସତ୍ୟଗୁଡ଼ିକ ଶୁଣୁଛନ୍ତି ଓ ପ୍ରକୃତ ବିଶ୍ୱାସର ସହ ଏଥିପ୍ରତି ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି, ସେତେବେଳେ ସେମାନଙ୍କ ଜୀବନ ମଧ୍ୟ ପରିବର୍ତ୍ତିତ ହେଉଛି। ଯେହେତୁ ଆମର ବିଶ୍ବାସ ଗୁରୁତ୍ଵପୂର୍ଣ୍ଣ ଅଟେ । ଏଣୁ, ଆମେ କେବଳ ଈଶ୍ଵରଙ୍କ ବାକ୍ୟର ସତ୍ୟଗୁଡ଼ିକ, ଯାହା ଆମକୁ ଖ୍ରୀଷ୍ଟବିହୀନ ଅନନ୍ତଜୀବନରୁ ରକ୍ଷା କରିପାରିବ, ତାହା ଆବଶ୍ୟକ କରୁ ନାହୁଁ, ମାତ୍ର ଆମେ ଏପରି ସତ୍ୟ ଜାଣିବା ଆବଶ୍ୟକ କରୁ, ଯାହା ଆମକୁ ଜୀବନରେ ଦୁଃଖଦ ତ୍ରୁଟି କରିବାରୁ ରକ୍ଷା କରିବ । ଯେଉଁ ବିଶ୍ଵାସ ଆମର ଜୀବନକୁ ପରିବର୍ତ୍ତିତ କରିଛି, ତାହା ଆମ ମନରେ ସର୍ବଦା ପ୍ରସ୍ଫୁଟିତ ହୋଇ ରହିବା ଆବଶ୍ୟକ।