BN

ଅନୁଧାବନ କରିବା

 ଅନୁଧାବନ କରିବା

ଯିହୋଶୂୟ ୨୩:୧-୧୩

ତୁମ୍ଭମାନଙ୍କର ଏକ ଲୋକ ସହସ୍ର ଲୋକଙ୍କୁ ଘଉଡାଇ ଦେବ । ……. କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର……

ତୁମ୍ଭମାନଙ୍କ ପକ୍ଷରେ ଯୁଦ୍ଧ କରୁଅଛନ୍ତି  (ଯିହୋଶୂୟ ୨୩:୧୦)


ମୁଁ ଥରେ ଗୋଟିଏ ବଡ଼ ପ୍ରଜାତିର ପ୍ରଜାପତିକୁ ଗୋଟିଏ ପକ୍ଷୀ ପଛରେ ଗୋଡ଼ାଉ ଥିବାର ଦେଖିଲି । ପ୍ରକୃତରେ ପ୍ରଜାପତିଟି ପକ୍ଷୀଟୀକୁ ଦୂରକୁ ତଡି ନେଇଥିଲା । ଏହା ଗୋଟିଏ ଅଦ୍ଭୁତ ଦୃଶ୍ୟ ଥିଲା, ମାତ୍ର ବୋଧଗାମ୍ୟ ଥିଲା । ଏହି ପ୍ରଜାତିଗୁଡ଼ିକୁ ସୃଷ୍ଟିକର୍ତ୍ତା ଏପରି ଏକ ଗନ୍ଧ ଦ୍ୱାରା ସୁରକ୍ଷା ଦେଇଛନ୍ତି, ଯାହା ପକ୍ଷୀଗୁଡ଼ିକୁ ରୁଗଣ କରିଦିଏ । ଏହି ପ୍ରଜାପତି ସାହସର ସହିତ ପକ୍ଷୀ ମାନଙ୍କୁ ଘଉଡାଇ ଦିଏ ବୋଲି ମୋର ଅନୁମାନ- ମାତ୍ର ଅନ୍ୟ ପ୍ରକାର ପ୍ରଜାପତି ମାନଙ୍କୁ ଅନ୍ୟମାନେ ଘଉଡାଇ ଦିଅନ୍ତି ।

ସଦାପ୍ରଭୁ ନିଜର ସନ୍ତାନମାନଙ୍କୁ ମଧ୍ୟ ଏହିପରି ସୁସଜ୍ଜିତ କରିଅଛନ୍ତି ଯେପରିକି ସେମାନେ ଏକ ଶତ୍ରୁତାପୂର୍ଣ୍ଣ  ଜଗତର ସାହସୀ ହୋଇପାରିବେ । ଯଦିଓ ଆମର ଶତ୍ରୁମାନେ ଅଧିକ ଶକ୍ତିଶାଳୀ ମନେ ହୁଅନ୍ତି, ତଥାପି ଈଶ୍ୱରଙ୍କର ବିଶେଷ ଯୋଗାଣ ଯୋଗୁଁ ଆମେ ସେମାନଙ୍କୁ ପ୍ରତିରୋଧ କରିପାରିବା । ଏହାର ଅର୍ଥ ନୁହେଁ, ସେ ସର୍ବଦା ତାଙ୍କର ସନ୍ତାନମାନଙ୍କୁ ଶାରୀରିକ ଆଘାତ କିମ୍ବା ମୃତ୍ୟୁରୁ ସୁରକ୍ଷା ଦିଅନ୍ତି। ମାତ୍ର ଯେତେବେଳେ ଈଶ୍ୱରଙ୍କର ଜଣେ ସନ୍ତାନ ଈଶ୍ୱରଙ୍କ ସହିତ ଏକତ୍ର ମିଶି କାର୍ଯ୍ୟ କରେ ଓ ତାଙ୍କର ଇଛା ସାଧନ କରେ, ସେତେବେଳେ ପୃଥିବୀରେ ତା'ର କାର୍ଯ୍ୟ ସାଧିତ ନ ହେବା ପର୍ଯ୍ୟନ୍ତ ସେ ଅପରାଜୟ ଅଟେ। 

ଆମେ ସେହି ସୁରକ୍ଷା କିପରି ପାଇବା, ଯାହା ଶତ୍ରୁକୁ ଘଉଡ଼ାଇବାରେ ଆମକୁ  ସାହାର୍ଯ୍ଯ କରେ ? ଈଶ୍ୱରଙ୍କୁ ବିଶ୍ୱାସ କରିବା ଦ୍ୱାରା ଓ ତାଙ୍କର ବାଧ୍ୟ ହେବା ଦ୍ବାରା । ଯିହୋଶୂୟ ଈଶ୍ୱରଙ୍କ ଲୋକମାନଙ୍କୁ ଏହା କହିଥିଲେ ଯେ ଯଦି ସେମାନେ ପରମେଶ୍ବରଙ୍କର ବାଧ୍ୟ ହେବେ, ତେବେ କେହି ସେମାନଙ୍କ ବିରୁଦ୍ଧରେ ଦଣ୍ଡାୟମାନ ହୋଇପାରିବେ ନାହିଁ (ଯିହୋଶୂୟ ୨୩:୧୦)। ସେମାନଙ୍କ ପକ୍ଷରେ ଯୁଦ୍ଧ କରିଥିବା ସେହି ସମାନ ପରମେଶ୍ୱର ଆମ ପକ୍ଷରେ ମଧ୍ଯ ଯୁଦ୍ଧ କରିବେ । ସେ ଆମକୁ ଶକ୍ତି ଦେବେ (ଫୀଲି ୪:୧୩) ଓ ପ୍ରତିଦିନ ତାଙ୍କଠାରୁ ଶକ୍ତି ଆହରଣ କରିବା ସମୟରେ ସେ ଆମକୁ ସାହସ ମଧ୍ଯ ଯୋଗାଇବେ ।  

1 comment:

  1. Yaa really
    Thank you for your reminder that I can do everything through Him who gives me strength.

    ReplyDelete

Kindly give your suggestions or appreciation!!!