ଦାଉଦ କିପରି ପାପରେ ପଡିବାକୁ ନିଜକୁ ଅନୁମତି ଦେଲେ?
ଦାଉଦ ଯୁଦ୍ଧରେ ନଯାଇ ଘରେ ରହିବା ଦ୍ଵାରା ନିଜର ଉଦେଶ୍ୟକୁ ପରିତ୍ୟାଗ କଲେ । (୨ ଶାମୁୟେଲ ୧୧:୧)
ସେ ନିଜ କାମନା ଉପରେ ଧ୍ୟାନ ଦେଲେ (୨ ଶାମୁୟେଲ ୧୧:୩)
ଯେତେବେଳେ ପ୍ରଲୋଭନ ଆସିଲା, ସେ ସେଥିରୁ ଦୂରକୁ ଯିବା ବଦଳରେ ସେଥିରେ ଲାଗି ରହିଲେ । (୨ ଶାମୁୟେଲ ୧୧:୪)
ସେ ବାରମ୍ବାର ପାପ କଲେ (୨ ଶାମୁୟେଲ ୧୧:୪)
ସେ ଅନ୍ୟମାନଙ୍କୁ ପ୍ରବଞ୍ଚନା କରି ନିଜର ପାପକୁ ଆଚ୍ଛାଦିତ କରିବାକୁ ଚେଷ୍ଟା କଲେ । (୨ ଶାମୁୟେଲ ୧୧:୬-୧୫)
ସେ ନିଜର ପାପ କୁ ଲୁଚାଇବା ପାଇଁ ହତ୍ୟା କଲେ (୨ ଶାମୁୟେଲ ୧୧:୧୫, ୧୭), ପରିଶେଷରେ ତାହାଙ୍କ ପାପ ପ୍ରକାଶିତ ହେଲା । (୨ ଶାମୁୟେଲ ୧୨:୯)
ଦାଉଦଙ୍କ ପାପର ପରିଣାମ ବହୁ ଦୂରରେ ଥିଲା, ଯାହାକି ଅନ୍ୟମାନଙ୍କୁ ମଧ୍ୟ ପ୍ରଭାବିତ କରିଥିଲା । (୨ ଶାମୁୟେଲ ୧୧: ୧୭; ୧୨:୧୧, ୧୪, ୧୫)
ଦାଉଦ ଯେ କୌଣସି ସମୟରେ ମଧ୍ୟ ପାପରୁ ବିମୁଖ ହେବା ପାଇଁ ବାଛି ପାରିଥାନ୍ତେ । କିନ୍ତୁ ଯଦି ଥରେ ପାପ ଆରମ୍ଭ ହୁଏ ତେବେ ଏହା ବନ୍ଦ କରିବା କଷ୍ଟକର ହୋଇଯାଏ । (ଯାକୁବ ୧:୧୪, ୧୫)
ପ୍ରଲୋଭନରୁ କିପରି ପଳାୟନ କରିବା?
ଯାହା ଆମ୍ଭମାନଙ୍କୁ ପ୍ରଲୋଭନ ଦିଏ ସେହି ଲୋକମାନଙ୍କଠାରୁ, ସ୍ଥାନରୁ, ପରିସ୍ଥିତିରୁ ଦୂରରେ ରହିବାକୁ ଈଶ୍ବରଙ୍କ ନିକଟରେ ଆନ୍ତରିକତାର ସହିତ ପ୍ରାର୍ଥନା କରିବା କର।
ତୁମର ନିର୍ଦ୍ଦିଷ୍ଟ ଦୁର୍ବଳତାକୁ ମୁକାବିଲା କରୁଥିବା ସେହି ପଦଗୁଡ଼ିକୁ ମନେରଖ ଏବଂ ଧ୍ୟାନ କର ।
ଅନ୍ୟ ଜଣେ ବିଶ୍ଵାସୀକୁ ଖୋଜ, ଯାହା ସହିତ ତୁମେ ତୁମର ସଂଘର୍ଷକୁ ଖୋଲାଖୋଲି ଭାବରେ କହି ପାରିବ ଏବଂ ପ୍ରଲୋଭନ ଦେଖାଗଲେ ସେହି ବ୍ୟକ୍ତିଙ୍କୁ ସାହାଯ୍ୟ ପାଇଁ ଫୋନ କରିବ ଆଉ ପ୍ରାର୍ଥନା କରିବ ।
| ଦାଉଦଙ୍କ ସଫଳତା |
| ଦାଉଦଙ୍କ ଜ୍ଞାନର କାର୍ଯ୍ୟ | ଦାଉଦଙ୍କ ବିଜୟ |
| ଦାଉଦ ମାର୍ଗ ଦର୍ଶନ ନିମନ୍ତେ ପ୍ରାର୍ଥନା କଲେ (୨ ଶାମୁୟେଲ ୨:୧) | ଦାଉଦ ଯୀହୁଦା ବଂଶ ଉପରେ ରାଜାଭିଷିକ୍ତ ହେଲେ (୨ ଶାମୁୟେଲ ୨:୪) |
| ଦାଉଦ ତାଙ୍କର ଶତ୍ରୁ ଇଶବୋଶତର ହତ୍ୟାକାରୀମାନଙ୍କୁ ଦଣ୍ଡ ଦେଲେ (୨ ଶାମୁୟେଲ ୪:୧୨) | ଦାଉଦ ଇସ୍ରାଏଲ ଉପରେ ରାଜାଭିଷିକ୍ତ ହେଲେ (୨ ଶାମୁୟେଲ ୫:୩) |
| ଦାଉଦ ଈଶ୍ବରଙ୍କ ଉଦ୍ଧାର ପାଇଁ ପ୍ରାର୍ଥନା କଲେ (୨ ଶାମୁୟେଲ ୫:୧୯) | ଦାଉଦ ଯିରୁଶାଲେମରେ ରାଜତ୍ଵ କଲେ (୨ ଶାମୁୟେଲ ୫:୬,୭) |
| ଦାଉଦ ନିୟମ ସିନ୍ଦୁକକୁ ଯିରୁଶାଲେମକୁ ଆଣିଲେ (୨ ଶାମୁୟେଲ ୬:୧୨) | ଈଶ୍ବର ଦାଉଦଙ୍କ ବଂଶ ଅନନ୍ତକାଳୀନ ରାଜବଂଶ ହେବ ବୋଲି ପ୍ରତିଜ୍ଞା କଲେ (୨ ଶାମୁୟେଲ ୭:୧୬) |
| ଦାଉଦ ହୋମାବଳି ଓ ମଙ୍ଗଳର୍ଥକ ବଳି ଉତ୍ସର୍ଗ କଲେ ଓ ଲୋକମାନଙ୍କୁ ଆଶୀର୍ବାଦ କଲେ (୨ ଶାମୁୟେଲ ୬:୧୮) | ଦାଉଦଙ୍କ ସୈନ୍ୟମାନେ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ (୨ ଶାମୁୟେଲ ୮:୧) |
| ଦାଉଦ ପରମେଶ୍ଵରଙ୍କ ଉତ୍ତମତା ସକାଶେ ଧନ୍ୟବାଦ ଦେଲେ (୨ ଶାମୁୟେଲ ୭:୧୮-୨୪; ୨୨:୧-୪) | ଦାଉଦଙ୍କ ସୈନ୍ୟମାନେ ମୋୟବୀୟମାନଙ୍କୁ ଓ ଅରାମୀୟମାନଙ୍କୁ ପରାସ୍ତ କଲେ (୨ ଶାମୁୟେଲ ୮:୨, ୬) |
| ଦାଉଦ ନିଜର ପାପ ସ୍ଵୀକାର କଲେ (୨ ଶାମୁୟେଲ ୧୨:୧୩; ୨୪:୧୦) | ଦାଉଦଙ୍କ ସୈନ୍ୟମାନେ ଅମ୍ମୋନ ସନ୍ତାନମାନଙ୍କୁ ପରାସ୍ତ କଲେ (୨ ଶାମୁୟେଲ ୧୧:୧) |
| ଦାଉଦଙ୍କ ସମସ୍ଯା |
| ଦାଉଦଙ୍କ ଅଜ୍ଞାନର କାର୍ଯ୍ୟ | ଦାଉଦଙ୍କ ପ୍ରତିକୂଳ ପରିସ୍ଥିତି |
| ଦାଉଦ ବତଶେବାଙ୍କ ବ୍ୟଭିଚାର କଲେ (୨ ଶାମୁୟେଲ ୧୧:୪) | ବତଶେବା ଗର୍ଭବତୀ ହେଲେ (୨ ଶାମୁୟେଲ ୧୧:୫) |
| ଦାଉଦ ବତଶେବାଙ୍କ ସ୍ଵାମୀ ଉରୀୟ ହତ୍ୟା କରିବ ନିମନ୍ତେ ଆଦେଶ ଦେଲେ (୨ ଶାମୁୟେଲ ୧୧:୧୫,୧୭) | ଦାଉଦ ଓ ବତଶେବାଙ୍କ ଶିଶୁ ମୃତ୍ୟୁ ବରଣ କଲା (୨ ଶାମୁୟେଲ ୧୨:୧୮) |
ଦାଉଦ ଅବଶାଲୋମକୁ କ୍ଷମା କରିବାକୁ କିମ୍ବା ନିର୍ଦେଶ ଦେବାରେ ବିଫଳ ହେଲେ (୨ ଶାମୁୟେଲ ୧୩:୩୯; ୧୪:୨୪) | ଅମ୍ନୋନ ତାମର ସହ ବ୍ୟଭିଚାର କଲା (୨ ଶାମୁୟେଲ ୧୩:୧୪) |
| ଅବଶାଲୋମ ଅମ୍ନୋନକୁ ହତ୍ୟା କଲା (୨ ଶାମୁୟେଲ ୧୩:୨୯) |
ଇସ୍ରାଏଲର ଏକ ଜନଗଣନା ନିଆଯିବାକୁ ଦାଉଦ ଆଦେଶ ଦେଲେ (୨ ଶାମୁୟେଲ ୨୪:୨) | ଅବଶାଲୋମ ସିଂହାସନକୁ ଅକ୍ତିଆର କଲା (୨ ଶାମୁୟେଲ ୧୬:୧୫) |
| ଏକ ମହାମାରୀ ଇସ୍ରାଏଲକୁ ଧ୍ୱଂସ କଲା (୨ ଶାମୁୟେଲ ୨୪:୧୫) |
Source: NKJV and LA Study Bible
👍
ReplyDeleteThanks
Delete