BN

ଦାଉଦଙ୍କ ସଫଳତା ଓ ସମସ୍ଯା କଣ ଥିଲା?

 ଦାଉଦ କିପରି ପାପରେ ପଡିବାକୁ ନିଜକୁ ଅନୁମତି ଦେଲେ?

  • ଦାଉଦ ଯୁଦ୍ଧରେ ନଯାଇ ଘରେ ରହିବା ଦ୍ଵାରା ନିଜର ଉଦେଶ୍ୟକୁ ପରିତ୍ୟାଗ କଲେ । (୨ ଶାମୁୟେଲ ୧୧:୧)

  • ସେ ନିଜ କାମନା ଉପରେ ଧ୍ୟାନ ଦେଲେ (୨ ଶାମୁୟେଲ ୧୧:୩)

  • ଯେତେବେଳେ ପ୍ରଲୋଭନ ଆସିଲା, ସେ ସେଥିରୁ ଦୂରକୁ ଯିବା ବଦଳରେ ସେଥିରେ ଲାଗି ରହିଲେ । (୨ ଶାମୁୟେଲ ୧୧:୪)

  • ସେ ବାରମ୍ବାର ପାପ କଲେ (୨ ଶାମୁୟେଲ ୧୧:୪)

  • ସେ ଅନ୍ୟମାନଙ୍କୁ ପ୍ରବଞ୍ଚନା କରି ନିଜର ପାପକୁ ଆଚ୍ଛାଦିତ କରିବାକୁ ଚେଷ୍ଟା କଲେ । (୨ ଶାମୁୟେଲ ୧୧:୬-୧୫)

  • ସେ ନିଜର ପାପ କୁ ଲୁଚାଇବା ପାଇଁ ହତ୍ୟା କଲେ (୨ ଶାମୁୟେଲ ୧୧:୧୫, ୧୭), ପରିଶେଷରେ ତାହାଙ୍କ ପାପ ପ୍ରକାଶିତ ହେଲା । (୨ ଶାମୁୟେଲ ୧୨:୯)

  • ଦାଉଦଙ୍କ ପାପର ପରିଣାମ ବହୁ ଦୂରରେ ଥିଲା, ଯାହାକି ଅନ୍ୟମାନଙ୍କୁ ମଧ୍ୟ ପ୍ରଭାବିତ କରିଥିଲା ।  (୨ ଶାମୁୟେଲ ୧୧: ୧୭; ୧୨:୧୧, ୧୪, ୧୫)

  • ଦାଉଦ ଯେ କୌଣସି ସମୟରେ ମଧ୍ୟ ପାପରୁ ବିମୁଖ ହେବା ପାଇଁ ବାଛି ପାରିଥାନ୍ତେ । କିନ୍ତୁ ଯଦି ଥରେ ପାପ ଆରମ୍ଭ ହୁଏ ତେବେ ଏହା ବନ୍ଦ କରିବା କଷ୍ଟକର ହୋଇଯାଏ । (ଯାକୁବ ୧:୧୪, ୧୫)


 ପ୍ରଲୋଭନରୁ କିପରି ପଳାୟନ କରିବା?

  • ଯାହା ଆମ୍ଭମାନଙ୍କୁ ପ୍ରଲୋଭନ ଦିଏ ସେହି ଲୋକମାନଙ୍କଠାରୁ, ସ୍ଥାନରୁ, ପରିସ୍ଥିତିରୁ ଦୂରରେ ରହିବାକୁ ଈଶ୍ବରଙ୍କ ନିକଟରେ ଆନ୍ତରିକତାର ସହିତ ପ୍ରାର୍ଥନା କରିବା କର।

  • ତୁମର ନିର୍ଦ୍ଦିଷ୍ଟ ଦୁର୍ବଳତାକୁ ମୁକାବିଲା କରୁଥିବା ସେହି ପଦଗୁଡ଼ିକୁ ମନେରଖ ଏବଂ ଧ୍ୟାନ କର । 

  • ଅନ୍ୟ ଜଣେ ବିଶ୍ଵାସୀକୁ ଖୋଜ, ଯାହା ସହିତ ତୁମେ ତୁମର ସଂଘର୍ଷକୁ ଖୋଲାଖୋଲି ଭାବରେ କହି ପାରିବ ଏବଂ ପ୍ରଲୋଭନ ଦେଖାଗଲେ ସେହି ବ୍ୟକ୍ତିଙ୍କୁ ସାହାଯ୍ୟ ପାଇଁ ଫୋନ କରିବ ଆଉ ପ୍ରାର୍ଥନା କରିବ । 


ଦାଉଦଙ୍କ ସଫଳତା
ଦାଉଦଙ୍କ ଜ୍ଞାନର କାର୍ଯ୍ୟଦାଉଦଙ୍କ ବିଜୟ
ଦାଉଦ ମାର୍ଗ ଦର୍ଶନ ନିମନ୍ତେ ପ୍ରାର୍ଥନା କଲେ (୨ ଶାମୁୟେଲ ୨:୧)ଦାଉଦ ଯୀହୁଦା ବଂଶ ଉପରେ ରାଜାଭିଷିକ୍ତ ହେଲେ (୨ ଶାମୁୟେଲ ୨:୪)
ଦାଉଦ ତାଙ୍କର ଶତ୍ରୁ ଇଶବୋଶତର ହତ୍ୟାକାରୀମାନଙ୍କୁ ଦଣ୍ଡ ଦେଲେ (୨ ଶାମୁୟେଲ ୪:୧୨)ଦାଉଦ ଇସ୍ରାଏଲ ଉପରେ ରାଜାଭିଷିକ୍ତ ହେଲେ (୨ ଶାମୁୟେଲ ୫:୩)
ଦାଉଦ ଈଶ୍ବରଙ୍କ ଉଦ୍ଧାର ପାଇଁ ପ୍ରାର୍ଥନା କଲେ (୨ ଶାମୁୟେଲ ୫:୧୯)ଦାଉଦ ଯିରୁଶାଲେମରେ ରାଜତ୍ଵ କଲେ (୨ ଶାମୁୟେଲ ୫:୬,୭)
ଦାଉଦ ନିୟମ ସିନ୍ଦୁକକୁ ଯିରୁଶାଲେମକୁ ଆଣିଲେ (୨ ଶାମୁୟେଲ ୬:୧୨)ଈଶ୍ବର ଦାଉଦଙ୍କ ବଂଶ ଅନନ୍ତକାଳୀନ ରାଜବଂଶ ହେବ ବୋଲି ପ୍ରତିଜ୍ଞା କଲେ (୨ ଶାମୁୟେଲ ୭:୧୬)
ଦାଉଦ ହୋମାବଳି ଓ ମଙ୍ଗଳର୍ଥକ ବଳି ଉତ୍ସର୍ଗ କଲେ ଓ ଲୋକମାନଙ୍କୁ ଆଶୀର୍ବାଦ କଲେ (୨ ଶାମୁୟେଲ ୬:୧୮)ଦାଉଦଙ୍କ ସୈନ୍ୟମାନେ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ (୨ ଶାମୁୟେଲ ୮:୧)
ଦାଉଦ ପରମେଶ୍ଵରଙ୍କ ଉତ୍ତମତା ସକାଶେ ଧନ୍ୟବାଦ ଦେଲେ (୨ ଶାମୁୟେଲ ୭:୧୮-୨୪; ୨୨:୧-୪)ଦାଉଦଙ୍କ ସୈନ୍ୟମାନେ ମୋୟବୀୟମାନଙ୍କୁ ଓ ଅରାମୀୟମାନଙ୍କୁ ପରାସ୍ତ କଲେ (୨ ଶାମୁୟେଲ ୮:୨, ୬)
ଦାଉଦ ନିଜର ପାପ ସ୍ଵୀକାର କଲେ (୨ ଶାମୁୟେଲ ୧୨:୧୩; ୨୪:୧୦)ଦାଉଦଙ୍କ ସୈନ୍ୟମାନେ ଅମ୍ମୋନ ସନ୍ତାନମାନଙ୍କୁ ପରାସ୍ତ କଲେ (୨ ଶାମୁୟେଲ ୧୧:୧)
ଦାଉଦଙ୍କ ସମସ୍ଯା
ଦାଉଦଙ୍କ ଅଜ୍ଞାନର କାର୍ଯ୍ୟଦାଉଦଙ୍କ ପ୍ରତିକୂଳ ପରିସ୍ଥିତି
ଦାଉଦ ବତଶେବାଙ୍କ ବ୍ୟଭିଚାର କଲେ (୨ ଶାମୁୟେଲ ୧୧:୪)ବତଶେବା ଗର୍ଭବତୀ ହେଲେ (୨ ଶାମୁୟେଲ ୧୧:୫)
ଦାଉଦ ବତଶେବାଙ୍କ ସ୍ଵାମୀ ଉରୀୟ ହତ୍ୟା କରିବ ନିମନ୍ତେ ଆଦେଶ ଦେଲେ (୨ ଶାମୁୟେଲ ୧୧:୧୫,୧୭)ଦାଉଦ ଓ ବତଶେବାଙ୍କ ଶିଶୁ ମୃତ୍ୟୁ ବରଣ କଲା (୨ ଶାମୁୟେଲ ୧୨:୧୮)
ଦାଉଦ ଅବଶାଲୋମକୁ କ୍ଷମା କରିବାକୁ କିମ୍ବା ନିର୍ଦେଶ ଦେବାରେ ବିଫଳ ହେଲେ (୨ ଶାମୁୟେଲ ୧୩:୩୯; ୧୪:୨୪)
ଅମ୍ନୋନ ତାମର ସହ ବ୍ୟଭିଚାର କଲା (୨ ଶାମୁୟେଲ ୧୩:୧୪)
ଅବଶାଲୋମ ଅମ୍ନୋନକୁ ହତ୍ୟା କଲା (୨ ଶାମୁୟେଲ ୧୩:୨୯)
ଇସ୍ରାଏଲର ଏକ ଜନଗଣନା ନିଆଯିବାକୁ ଦାଉଦ ଆଦେଶ ଦେଲେ (୨ ଶାମୁୟେଲ ୨୪:୨)
ଅବଶାଲୋମ ସିଂହାସନକୁ ଅକ୍ତିଆର କଲା (୨ ଶାମୁୟେଲ ୧୬:୧୫)
ଏକ ମହାମାରୀ ଇସ୍ରାଏଲକୁ ଧ୍ୱଂସ କଲା (୨ ଶାମୁୟେଲ ୨୪:୧୫)



Source: NKJV and LA Study Bible

2 comments:

Kindly give your suggestions or appreciation!!!