BN

ଅସ୍ଥିରତା ମଧ୍ୟରେ ସୁସ୍ଥିରତା

 ଅସ୍ଥିରତା ମଧ୍ୟରେ ସୁସ୍ଥିରତା 

ଆଜିର ଚିନ୍ତା

ପ୍ରେରିତ ୨୭:୧-୨୬

ଆଜି ମୁଁ ଖ୍ରୀଷ୍ଟଙ୍କ ବାକ୍ୟ ପ୍ରଚାର ଓ ପ୍ରସାରରେ ଉଦଯୋଗୀ କି ?


ପାଉଲ ବନ୍ଦୀ ଅବସ୍ଥାରେ ଜାହାଜରେ ରୋମ କୁ ଯାତ୍ରା କରିବା ସମୟରେ, ଆଦ୍ରିଆ ସମୁଦ୍ରରେ ୧୪ ଦିନ ଧରି ପ୍ରବଳ ଝଡ ବତାସର ସମ୍ମୁଖୀନ ହୋଇଥିଲେ । ଯାତ୍ରୀମାନେ ନିରାଶ, ଅବସନ୍ନ ହୋଇ ଜୀବନର ଆଶା ପରିତ୍ୟାଗ କରିଥିଲେ । ସେହିଭଳି ଭୀତିପ୍ରଦ ସମୟରେ ଜଣେ ଦୂତ ପାଉଲଙ୍କ ସମ୍ମୁଖରେ ଆବିର୍ଭାବ ହୋଇ ଘୋଷଣା କଲେ, "ପାଉଲ ଭୟ କର ନାହିଁ, କାଇସରଙ୍କ ସମ୍ମୁଖରେ ତୁମକୁ ନିଶ୍ଚୟ ଠିଆ ହେବାକୁ ପଡ଼ିବ"..... (ପଦ ୨୪) । ପାଉଲଙ୍କର ଏହି ସମ୍ବାଦ ସେହି ସଙ୍ଗୀନ ମୁହୂର୍ତ୍ତରେ ନିତାନ୍ତ ଅବିଶ୍ୱାସ୍ୟ ମନେ ହେଉଥିଲେ ମଧ୍ୟ ସହଯାତ୍ରୀମାନଙ୍କ ଅନ୍ତରରେ ବଞ୍ଚିବାର କ୍ଷୀଣ ଆଶା ସଂଚାର କରିଥିଲା ।


ଆସ୍ଥା ଓ ନିର୍ଭରଶୀଳତା :

ଏଠାରେ ବର୍ଣ୍ଣିତ ଦୃଶ୍ୟର, ଯୀଶୁଙ୍କର ଝଡ଼ ଶାନ୍ତ କରିବା ଦୃଶ୍ୟ ସହ ଅନେକ ସାମଞ୍ଜସ୍ୟ ରହିଛି (ଲୁକ ୮:୨୨-୨୫) । ଯଦିଓ ପାଉଲ ନିଜେ ଏହି ଝଡ଼କୁ ଶାନ୍ତ କରି ନ ଥିଲେ, ତଥାପି ତାଙ୍କର ଆତ୍ମିକ ସ୍ଥିରତା ଓ ଈଶ୍ୱରଙ୍କଠାରେ ଦୃଢ଼ ଆସ୍ଥା ସକଶୁ, ଘୋର ସଙ୍କଟଜନକ ପରିସ୍ଥିତିରେ ସୁଦ୍ଧା ସେ ସହଯାତ୍ରୀ ମାନଙ୍କ ଅନ୍ତରରୁ ମୃତ୍ୟୁର ଆଶଙ୍କା ଦୂର କରି, ଆଶା ଓ ଉତ୍ସାହର ବାତାବରଣ ସୃଷ୍ଟି କରିବାକୁ ସକ୍ଷମ ହୋଇଥିଲେ । 


ଈଶ୍ଵର ବିଶ୍ୱାସ୍ୟ :

ଜୀବନଯାତ୍ରାରେ ରୋଗ, ଦୁଃଖ, ସମସ୍ୟା ରୂପକ ସକଳ ଝଡ଼, ବତାସ ମଧ୍ୟରେ ଈଶ୍ଵର ଆମକୁ ତାଙ୍କର ଶାନ୍ତି, ସାନ୍ନିଧ୍ୟ, ସୁରକ୍ଷା ଓ କ୍ଷମତା ମଧ୍ୟ ପ୍ରଦାନ କରିଥାନ୍ତି । ସୁସମାଚାର ପ୍ରଚାର ନିମନ୍ତେ ଆଜି ଆମ ନିକଟରେ ଯେଉଁ ସୁଯୋଗ ଉପଲବ୍ଧ ଅଛି, ଆମେ ତାହାର ସଦବ୍ୟବହାର କରିପାରୁଛୁ କି ?


ଜୀବନର ମୁଖ୍ୟ ଉଦ୍ଦେଶ୍ୟ :

କାଇସରଙ୍କୁ ସୁସମାଚାର ଦ୍ଵାରା ପ୍ରଭାବିତ କରି ଯୀଶୁ ଖ୍ରୀଷ୍ଟଙ୍କ ସମ୍ପର୍କରେ ନିଶ୍ଚିତ ହୃଦବୋଧ କରାଇବା ପାଉଲଙ୍କର ଚରମ ଲକ୍ଷ୍ୟ ଥିଲା । ଈଶ୍ୱରଙ୍କ ଯୋଜନା ଓ ନିଜର ଅଧ୍ୟବସାୟ ଓ ରୋମୀୟ ବିଚାର ପଦ୍ଧତିରେ ଅତିରିକ୍ତ ବିଳମ୍ୱିତ ପ୍ରକ୍ରିୟା ସକାଶୁ ପାଉଲ ପରିଶେଷରେ କାଇସରଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରିବାର ସୁବର୍ଣ୍ଣ ସୁଯୋଗ ପ୍ରାପ୍ତ ହେଲେ (ପ୍ରେରିତ ୨୫:୧୨,୨୬:୩୧-୩୨) ।


ଆଜିର ସମାଜରେ ଖ୍ରୀଷ୍ଟଙ୍କ ମହିମା ପ୍ରଚାର ଓ ପ୍ରସାର ନିମନ୍ତେ ଆମେ କେତେଦୂର ବିଶ୍ଵସ୍ତ ହୋଇପାରିଛୁ ।

No comments:

Post a Comment

Kindly give your suggestions or appreciation!!!