BN

ଈଶ୍ୱର ନିର୍ଦ୍ଦେଶିତ ବସ୍ତ୍ର

 ଈଶ୍ୱର ନିର୍ଦ୍ଦେଶିତ ବସ୍ତ୍ର

ଆଜିର ଚିନ୍ତା

ଯାତ୍ରା ୩୯:୧-୩୧

ଈଶ୍ୱର ପ୍ରଦତ୍ତ ବସ୍ତ୍ରରେ ମୁଁ ବସ୍ତ୍ରାନ୍ଵୀତ ହୋଇଛି କି?


ଆବାସ ତମ୍ବୁ ନିର୍ମାଣ ଶେଷାଂଶରେ, ଯାଜକମାନଙ୍କ ନିମନ୍ତେ ସ୍ଵତନ୍ତ୍ର ବସ୍ତ୍ର ନିର୍ମିତ ହେଉଥିଲା । ଏହି ସମସ୍ତ ବସ୍ତ୍ର ପରିଧାନ ଦ୍ଵାରା ସମାଜ ଜନବୃନ୍ଦ ମଧ୍ୟରେ ସେମାନଙ୍କ ପରିଚୟର ସ୍ଵତନ୍ତ୍ରତା ପ୍ରକାଶିତ ହେବାର ଆବଶ୍ୟକତା ଥିଲା । ଏଥିପାଇଁ ବସ୍ତ୍ରସମୂହ ଉଜ୍ଜ୍ଵଳ ରଙ୍ଗରେ ଏବଂ ବିଭିନ୍ନ ଧରଣର ଉପକରଣ ଦ୍ଵାରା ପ୍ରସ୍ତୁତ ହୋଇଥିଲା । ଏହା ଈଶ୍ଵର ଏବଂ ମନୁଷ୍ୟ ମଧ୍ୟରେ ମଧ୍ୟସ୍ଥିତ ସତ୍ୟତା ସହ ପାପକ୍ଷମା ନିମନ୍ତେ ବଳିଦାନ ଉତ୍ସର୍ଗ କରୁଥିବା ଏକ ପବିତ୍ର ଏବଂ ଆତ୍ମାପୂର୍ଣ୍ଣ ବ୍ୟକ୍ତିର ପରିଚୟ ପ୍ରଦାନ କରୁଥିଲେ । 


ଉତ୍ସର୍ଗୀକୃତ ଉପାସକ :

 ଈଶ୍ୱର ମାନବଜାତିକୁ ନିଜର ନିକଟତର କରିବା ନିମନ୍ତେ ପବିତ୍ର ଯାଜକବର୍ଗର ପ୍ରଥା ପ୍ରତିଷ୍ଠିତ କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଏହାର ପବିତ୍ରତା ନଷ୍ଟ ହୋଇ ଅହଂଭାବ, ସ୍ଵଚ୍ଛାଚାରିତା, ସ୍ୱାର୍ଥବାଦୀତା ରୂପକ ବିଭିନ୍ନ ବିଷୟରେ କଳଙ୍କିତ ହୋଇଥିଲା । ଈଶ୍ୱର ସେମାନଙ୍କ ପ୍ରତି ଅସନ୍ତୋଷ ହୋଇ ସେମାନଙ୍କୁ ତୁଚ୍ଛ କରିଥିଲେ (ମଲାଖି ୧,୨) ଏବଂ ଏକ ନୂତନ ନିୟମ ସ୍ଥାପନ କରି ମାନବ ଜାତିର ପାପ କ୍ଷମା କରିବାର ପ୍ରତିଶ୍ରୁତି ଦେଇଥିଲେ (ଯିରିମିୟ ୩୧:୩୧-୩୪) । ଖ୍ରୀଷ୍ଟ ଯୀଶୁ ହିଁ ସେହି  ନୂତନ ନିୟମର ସ୍ଥାପନକାରୀ । ସେ ଏକ ସମୟରେ ମହାଯାଜକ ଏବଂ ନିର୍ଦ୍ଦୋଷ ମେଷ ଶାବକ ହୋଇ ସମସ୍ତ ମାନବ ଜାତିର ପାପର ପ୍ରାୟଶ୍ଚିତ ନିମନ୍ତେ ଉଦ୍ଦିଷ୍ଟ ସମସ୍ତ କାର୍ଯ୍ୟ ସାର୍ବଜନୀନ ସମୟ ନିମନ୍ତେ ଶେଷ କରିଛନ୍ତି ଏବଂ ତାହାଙ୍କ ଏହି ମହାନ୍ ବଳିକୃତ କାର୍ଯ୍ୟର ବାସ୍ତବତା ହେତୁ ସମସ୍ତ ମାନବ ଜାତିର ପାପକ୍ଷମାର ସତ୍ୟତା ସଫଳ ହୋଇଛି। 


ଆତ୍ମିକ ବସ୍ତ୍ର: 

ବର୍ତ୍ତମାନ ସଂସାରରେ ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କ ବଳିକୃତ କର୍ମକୁ ଜୀବନରେ ବିଶ୍ଵାସ କରି, ତାହାଙ୍କୁ ମୁକ୍ତିଦାତାଭାବେ ହୃଦୟରେ ଗ୍ରହଣ କରିଛନ୍ତି, ସେମାନେ ସେହି ନୂତନ ନିୟମର ଅଂଶୀଦାର ହୋଇଛନ୍ତି (ରୋମୀୟ ୧:୧୬) ଏବଂ ତହିଁର ଅଂଶୀଦାରଭାବେ ସେହି ସତ୍ୟତାର ପ୍ରତୀକ ପରିତ୍ରାଣ ରୂପକ ବସ୍ତ୍ର ପାଇଛନ୍ତି । ଏହା ଈଶ୍ଵର ପ୍ରଦତ୍ତ, ଅଦୃଶ୍ୟ ବସ୍ତ୍ର । ମୁଁ ସେହି ବସ୍ତ୍ର  ପାଇଛି କି ? ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ବୀକାର କରୁ, ତେବେ ସେ ଆମ୍ଭମାନଙ୍କ ପାପ କ୍ଷମା କରିବାକୁ…. ବିଶ୍ଵସ୍ତ ଓ ନ୍ୟାୟବାନ (୧ ଯୋହନ ୧:୯) । ଯଦି ତାହା ପରିଧାନ କରିଛୁ, ତେବେ ଗର୍ବିତ କିମ୍ବା ସ୍ୱେଚ୍ଛାଚାରୀ ନ ହୋଇ ସତର୍କ ରହୁ ଯେପରି ତାହା ଆଜିର ସାଂସାରିକ ସ୍ରୋତରେ ଅପରିଷ୍କୃତ କିମ୍ବା ନଷ୍ଟ ହୋଇ ନ ଯାଏ ।


1 comment:

Kindly give your suggestions or appreciation!!!