BN

ସୁସମାଚାରର ଭରସା

ସୁସମାଚାରର ଭରସା

ଆଜିର ଚିନ୍ତା

କଲସୀୟ ୧:୧-୧୮

ମୋର ଆତ୍ମିକ ଜୀବନର ଭରସାର ସ୍ଥଳ କିଏ ?


ରୋମରେ ବନ୍ଦୀ ଅବସ୍ଥାରେ ଥାଇ ଖ୍ରୀଷ୍ଟଙ୍କ ଦାସ ପ୍ରେରିତ ପାଉଲ ଏସିଆ ମାଇନରର ଦକ୍ଷିଣ ପଶ୍ଚିମରେ ଥିବା କଲସୀୟ ମଣ୍ଡଳୀକୁ ପତ୍ର ଲେଖନ୍ତି । ଏଫିସୀ ମଣ୍ଡଳୀରେ ପାଉଲଙ୍କର ତିନି ବର୍ଷରୁ ଉର୍ଦ୍ଧ୍ବ ସୁସମାଚାର ପ୍ରଚାର ଦ୍ଵାରା ନିକଟବର୍ତ୍ତୀ କଲସୀରେ ଏପାଫ୍ରାଙ୍କ ଯତ୍ନରେ ବିଶ୍ୱାସୀଙ୍କ ସଂଖ୍ୟା ବୃଦ୍ଧି ହୋଇ ଏକ ମଣ୍ଡଳୀ ଗଢ଼ି ଉଠିଥିଲା (୧:୭) ।

ଖ୍ରୀଷ୍ଟୟ ଅଭିନନ୍ଦନ (୧:୧-୨) : 

ବିଶ୍ୱାସୀମାନଙ୍କର ପତ୍ର ଲିଖନର ସମ୍ଭାଷଣ ଶୈଳୀ ପାଉଲଙ୍କ ପ୍ରତ୍ୟେକ ପତ୍ରର ପ୍ରାରମ୍ଭିକ ଅଭିବାଦନ ଯଥା "ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ" ଓ "ଶାନ୍ତି ହେଉ" ଇତ୍ୟାଦି ବାକ୍ୟାଂଶ ଦ୍ଵାରା ପ୍ରଭାବିତ।  ଆମେ ଅନେକ ସମୟରେ ଆମର ପ୍ରଚାର, ପ୍ରାର୍ଥନା ତଥା ଚିଠି ଗୁଡିକରେ "ଅନୁଗ୍ରହ" ଓ "ଶାନ୍ତି" ଅନ୍ୟମାନଙ୍କ ନିମନ୍ତେ କାମନା କରିଥାଉ । କାରଣ ଈଶ୍ୱରଙ୍କ ଅନୁଗ୍ରହ ବିଶ୍ୱାସୀ ଜୀବନକୁ ତାହାଙ୍କ ସହିତ ସଂଯୁକ୍ତ କରି ରଖେ । ଯଦ୍ଵାରା ବିଶ୍ୱାସୀ ହୃଦୟରେ ସମସ୍ତ ପରିସ୍ଥିତି ମଧ୍ୟରେ ବୋଧର ଅଗମ୍ୟ ଶାନ୍ତି ଅନୁଭବ କରିବା ପାଇଁ ଶକ୍ତିପ୍ରାପ୍ତ ହୁଏ ।

ଧନ୍ୟବାଦ ଅର୍ପଣ ଓ ପ୍ରାର୍ଥନା (୧:୩-୪) : 

କଲସୀୟ ମଣ୍ଡଳୀର ବିଶ୍ୱାସୀ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ ଓ ଭବିଷ୍ୟତରେ ପାଇବାକୁ ଥିବା ସ୍ୱର୍ଗୀୟ ଭରସା  ହେତୁ, ପାଉଲ ସାଧୁମାନଙ୍କ ପ୍ରତି ସେମାନଙ୍କ ପ୍ରେମ ନିମନ୍ତେ ଈଶ୍ୱରଙ୍କୁ ଧନ୍ୟବାଦ ଦିଅନ୍ତି (୧:୩-୪) । କାରଣ ବିଶ୍ୱାସୀର ଆଶା ଓ ଭରସାର ମୂଳଭିତ୍ତି ଈଶ୍ୱରଙ୍କ ଓ ତାହାଙ୍କ ପୁତ୍ର ଖ୍ରୀଷ୍ଟଙ୍କ ଉପରେ ନିର୍ଭର କରେ । ଗୀତରଚକ ବିଶ୍ଵାସ ସହିତ ଆଶାକୁ ସଂଯୁକ୍ତ କରି ଲେଖନ୍ତି, ସଦାପ୍ରଭୁ ଆପଣା ପରମେଶ୍ୱର ଯାହାର ଆଶାଭୂମି, ସେ ଲୋକ ଧନ୍ୟ (ଗୀତ ୧୪୬:୫) ।

ଖ୍ରୀଷ୍ଟଙ୍କ ସୁସମାଚାରର ପ୍ରଭାବ (୧:୫-୮) :

ପାଉଲଙ୍କ ଦ୍ଵାରା ପ୍ରଚାରିତ ଖ୍ରୀଷ୍ଟଙ୍କ ତତ୍ତ୍ଵଜ୍ଞାନ ଏପାଫ୍ରା କଲସୀ ମଣ୍ଡଳୀରେ ସାମୟିକ ଭାବେ ପ୍ରଚାର କରି ସେମାନଙ୍କୁ ବିଶ୍ଵାସରେ ବୃଦ୍ଧି ଲାଭ କରିବା ନିମନ୍ତେ ପ୍ରସ୍ତୁତ କରିଥିଲେ । ଏପାଫ୍ରାଙ୍କ ଠାରୁ ଏହି ମଣ୍ଡଳୀର ସାଧୁମାନଙ୍କ ସମନ୍ଧରେ ଜ୍ଞାତ ହୋଇ ପାଉଲ ଏପାଫ୍ରାଙ୍କୁ ଜଣେ ବିଶ୍ଵସ୍ତ ସେବକର ଆଖ୍ୟା ଦିଅନ୍ତି (କଲସୀୟ ୧:୧୭) । ଆମ୍ଭମାନଙ୍କ ମଧ୍ୟରେ ଯେଉଁମାନେ ମଣ୍ଡଳୀର ସେବାରେ ଅଛୁ, ଆମେ ଈଶ୍ୱରଙ୍କ ଦାସ ବା ଦାସୀ ଆଖ୍ୟା ପାଇବାରେ ଅଭ୍ୟସ୍ତ କିନ୍ତୁ ପ୍ରକୃତରେ ଈଶ୍ୱରଙ୍କ ଦୃଷ୍ଟିରେ ଆମେ ବିଶ୍ଵସ୍ତ ଦାସ, ଦାସୀ କି ?

No comments:

Post a Comment

Kindly give your suggestions or appreciation!!!