ଭୁଲ ନାମର ବ୍ଯବହାର
ଯିଶାଇୟ ୫ : ୧୮-୨୫
ଯେଉଁମାନେ ମନ୍ଦ କୁ ଭଲ ଓ ଭଲ କୁ ମନ୍ଦ କହନ୍ତି…. ସେମାନେ ସନ୍ତାପର ପାତ୍ର। (ଯିଶାଇୟ୫:୨୦)
ଗୋଟିଏ ସମ୍ବାଦ ପତ୍ରର ଲେଖକ ବିଜ୍ଞାପନରେ ସତ୍ୟକୁ ଯେପରି ଭାବରେ ସଂପ୍ରସାରଣ କରାଯାଏ, ସେଥିରେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ବୋଷ୍ଟାନର ଗୋଟିଏ ଭୋଜନାଳୟରେ ଖାଦ୍ୟ ତାଲିକା ଦେଖି ସେ 'ସତେଜ ଫଳର ସାଲାଡ୍ ମାଗାଇଥିଲେ ବୋଲି ସ୍ମରଣ କରିଥଲେ। ମାତ୍ର ଯେତେବେଳେ ସେହି ଖାଦ୍ୟ ପରଷା ଗଲା, ସେତେବେଳେ ସେଥିରେ ସତେଜ ଫଳର ଚିହ୍ନବର୍ଣ୍ଣ ନ ଥିଲା । ଅଙ୍ଗୁର, ସପୁରୀ, ଚେରୀ ଇତ୍ୟାଦି ଫଳ ଗୁଡ଼ିକ ଟିଣ ଡ଼ବାରେ ଅନେକ ମାସ ବିତାଇ ନିଜ ନିଜର ରସ ସବୁ ନିଗାଡି ଦେଇଥିଲେ।' ସତେଜ' ଫଳ ସାଲାଡ୍ ର ଏପରି ଅବସ୍ଥା ବିଷୟରେ ଯେତେବେଳେ ପରିବେଷଣକାରୀ ମହିଳାଙ୍କୁ ପଚରା ଗଲା, ସେତେବେଳେ ସେ ଖୁସିରେ ଉତ୍ତର ଦେଇଥିଲେ, "ଓଃ, ପ୍ରିୟ ବନ୍ଧୁ, ସେମାନେ ଏହାକୁ ଏହିପରି ନାମ ଦେଇଛନ୍ତି ।"
ଏହିପ୍ରକାର ପ୍ରତାରଣା କେବଳ ବିଜ୍ଞାପନରେ ଦେଖିବାକୁ ମିଳେ ନାହିଁ, ଏହା ସେତେବେଳେ ମଧ୍ୟ ଘଟେ, ଯେତେବେଳେ ଲୋକମାନେ ଈଶ୍ୱରଙ୍କ ସତ୍ୟ ଓ ଉତ୍ତମତାର ନିୟମରୁ ଦୂରେଇ ଯାଆନ୍ତି। ପ୍ରତାରଣା, ଭୁଲ୍ ନାମର ବ୍ଯବହାର ଓ ପ୍ରକାଶ୍ୟ ମିଥ୍ୟା ଗୋଟିଏ ଅନୈତିକ ବ୍ୟକ୍ତିର ବ୍ୟବସାୟିକ ଉପକରଣ ଅଟେ। ସ୍ୱାର୍ଥପର ଓ ଦୁଷ୍ଟ ଲୋକମାନେ ନିଜ ନିଜକୁ ଉଦାର ଓ ଉତ୍ତମ ବୋଲି କହନ୍ତି, ପାପର ଦାସମାନେ ନିଜ ନିଜକୁ ମୁକ୍ତ ବୋଲି କହନ୍ତି। ମୂର୍ଖମାନେ ନିଜ ନିଜକୁ ଜ୍ଞାନୀ ବୋଲି କହନ୍ତି। ପୁଣି ଲାଳସାରେପୂର୍ଣ୍ଣ ଲୋକମାନେ ସେମାନଙ୍କର କାର୍ଯ୍ୟକୁ ପ୍ରେମ ବ୍ୟାପର ଭାବନାରେ ବର୍ଣ୍ଣନା କରନ୍ତି ଈଶ୍ୱର ଏପରି ଭୁଲ୍ ସଂଜ୍ଞା ଦ୍ଵାରା ପ୍ରତାରିତ ହୁଅନ୍ତି ନାହିଁ । ଯିଶାଇୟ ୫:୨୦ ରେ ସେ ସେହି ଲୋକମାନଙ୍କ ବିଷୟରେ ସତର୍କ କରିଦେଇଥିଲେ, ଯେଉଁମାନେ 'ମନ୍ଦକୁ ଭଲ, ଓ ଭଲ କୁ ମନ୍ଦ' ବୋଲି କହନ୍ତି। ଆମେ ସମସ୍ତ ସତ୍ୟ ସମ୍ବନ୍ଧରେ ଈଶ୍ୱରଙ୍କଠାରୁ ଆମର ସଂଜ୍ଞା ଗ୍ରହଣ କରିବା। ତାଙ୍କ ନିକଟରେ କୌଣସି ଭୂଲ୍ ନାମ କିମ୍ବା ସଂଜ୍ଞା ନାହିଁ।
No comments:
Post a Comment
Kindly give your suggestions or appreciation!!!