BN

ସାଧ୍ୟମତେ ଚେଷ୍ଟା କର

ସାଧ୍ୟମତେ ଚେଷ୍ଟା କର

ଗାଲତୀୟ ୬:୧-୧୦ 


   ଅତଏବ ସୁଯୋଗ ଅନୁସାରେ ସମସ୍ତଙ୍କର……. ମଙ୍ଗଳ କରୁ ।  (ଗାଲାତୀୟ୬:୧୦)


ଅନେକ ବର୍ଷ ପୂର୍ବେ ଟାଇମ୍ ମ୍ୟାଗାଜିନରେ ଏକ ଘଟଣା ପ୍ରକାଶିତ ହୋଇଥିଲା । ହୀରୋ ସୀମାରେ ଭୟଙ୍କର ଆଣବିକ ବିସ୍ପୋରଣର ଅଳ୍ପ କିଛି ମିନିଟ୍ ପୂର୍ବରୁ ଡାକ୍ତର ଫ୍ୟୁମିଓଶିରୋତା, ବିସ୍ପୋରଣ ସ୍ଥାନରୁ ମାତ୍ର ଗୋଟିଏ ମାଇଲ୍ ଦୂରରେ, ଟାକ୍ସିଟିଏ ପାଇବା ପାଇଁ ଅପେକ୍ଷା କରି ରହିଥିଲେ । ବିସ୍ପୋରଣର ପ୍ରଚଣ୍ଡ ଶବ୍ଦ ଶୁଣି ସେ ଗୋଟିଏ କଂକ୍ରିଟ କଠୋର କୋଣ ମଧ୍ୟରେ ପଶିଗଲେ, କିଛି ସେକେଣ୍ଡ ମଧ୍ୟରେ ତାଙ୍କର ଦୁଇ ପାଖରେ ଆର୍ତ୍ତ ଚିତ୍କାର କରୁଥିବା ମୂର୍ମୁଷୂ ବ୍ୟକ୍ତିମାନଙ୍କ ଶରୀର ପର୍ବତାକାରରେ ଗଦା ହୋଇଗଲା । ସେ ଏହା ଦେଖି କ'ଣ କରିବେ, ଏକାକୀ କିପରି ସେମାନଙ୍କର ସେବା କରିବେ, ଏହା ଭାବି ବ୍ୟସ୍ତ ହୋଇପଡିଲେ । ନିଜକୁ ପ୍ରକୃତିସ୍ଥ କରି ସେ ଧିରେ ଧିରେ ନିଜର ବ୍ୟାଗ୍ ଖୋଲିଲେ ଓ ଅତି ନିକଟରେ ପଡ଼ିଥିବା ବ୍ୟକ୍ତିଠାରୁ ଶୁଶ୍ରୁସା କରିବା ଆରମ୍ଭ କରି ଅନେକଙ୍କୁ ଚିକିତ୍ସା ପ୍ରଦାନ କରି ଚାଲିଲେ । 


 ଆମର ଚତୁର୍ଦ୍ଦିଗସ୍ଥ  ନଷ୍ଟକଳ୍ପ  ଜଗତକୁ ଦେଖିଲେ ଆମେ କିପରି ସେମାନଙ୍କୁ ବିନାଶରୁ ରକ୍ଷା କରିପାରିବୁ, ଏହା ଭାବି ଆମେ ବ୍ୟସ୍ତ ହୋଇପଡୁ ଯେ, ଏକ ସଙ୍ଗେ ଆମେ ସମସ୍ତଙ୍କୁ କିପରି ସାହାଯ୍ୟ କରିବୁ । ମାତ୍ର ତାହା ଈଶ୍ୱର ଚାହାନ୍ତି ନାହିଁ । କିନ୍ତୁ ଯେଉଁଠାରେ  ତାହା କରିବାକୁ ସେ ସୁଯୋଗ ଦିଅନ୍ତି, ସେଠାରେ ଆମର ସାଧ୍ୟ ମତେ ଲୋକମାନଙ୍କର ମଙ୍ଗଳ କରିବାକୁ ଆମେ ଚେଷ୍ଟା କରିବା ଓ ପ୍ରାର୍ଥନା ସହକାରେ ଈଶ୍ୱରଦତ୍ତ ପ୍ରତ୍ୟେକଟି ସୁଯୋଗର ସଦ୍ ବ୍ୟବହାର କରିବା, ତେବେ ଏହି ନଷ୍ଟକଳ୍ପ ଜଗତକୁ ନିଶ୍ଚିତ ରୁପେ ଈଶ୍ୱରଙ୍କ ନିମନ୍ତେ ଲାଭ କରିପାରିବା । 


ପାଉଲ କହନ୍ତି, "ଯେପରି ଈଶ୍ୱରଙ୍କ ଠାରେ ବିଶ୍ବାସକାରୀମାନେ ସମସ୍ତ ସତ୍କର୍ମରେ ବ୍ୟାପୃତ ରହିବାକୁ ମାନଯୋଗୀ ହୁଅନ୍ତି, ଏଥିନିମନ୍ତେ ଏହି ସମସ୍ତ ବିଷୟରେ ଦୃଢ଼ ରୁପେ ଶିକ୍ଷା ଦିଅ ବୋଲି ମୋହର ଇଚ୍ଛା । ଏହି ସମସ୍ତ ବିଷୟ ମନୁଷ୍ୟ ମାନଙ୍କ ପକ୍ଷରେ ଉତ୍ତମ ଓ ହିତଜନକ "।   (ତୀତସ୍ ୩:୮)

 

No comments:

Post a Comment

Kindly give your suggestions or appreciation!!!