ଯନ୍ତ୍ରଣାଦାୟକ ବିଦାୟ
ପ୍ରେରିତ ୨୦:୧୭-୩୮
…….ସମସ୍ତେ ଅତ୍ୟନ୍ତ ରୋଦନ କରି ପାଉଲଙ୍କ ଗଳା ଧରି ତାଙ୍କୁ ଚୁମ୍ବନ କରିବାରେ ଲାଗିଲେ । ପୁଣି ସେମାନେ ତାଙ୍କ ମୁଖ ଆଉ ଦେଖିବ ନାହିଁ ବୋଲି …... ଦୁଃଖ କଲେ। ( ପ୍ରେରିତ ୨୦:୩୭-୩୮)
ଆପଣ ଯାହାକୁ ପ୍ରେମ କରନ୍ତି, ଏପରି କୌଣସି ଜଣେ ବ୍ୟକ୍ତିଙ୍କୁ ବିଦାୟ ଜଣାଇବା ଅସ୍ୱସ୍ତିକର ଓ କଷ୍ଟକର ହୋଇପାରେ । ଅନ୍ତର ମଧ୍ୟରୁ ଆପଣ କି କରନ୍ତି, 'ମୁଁ କଣ ଏହି ବ୍ୟକ୍ତିଙ୍କୁ ପୁଣି ଥରେ ଦେଖିପାରିବି । ତାଙ୍କ ସହିତ ଆପଣ ଏତେ ଘନିଷ୍ଠ ହୋଇ ଥିଲେ ଭଲ ହୋଇଥାନ୍ତା ବୋଲି ଆପଣ ପ୍ରାୟ ଇଛା କରନ୍ତି । ତାଙ୍କୁ ବିଦାୟ ଦେବା କେତେ କଷ୍ଟଦାୟକ
ଜଣେ ଯୁବତୀ ନିଜର ଉଚ୍ଚ ବିଦ୍ୟାଳୟର ବର୍ଷଗୁଡ଼ିକରେ ସଂଗ୍ରହ କରୁଥିବା କେତେଗୁଡ଼ିଏ ଚିତ୍ର ପ୍ରତି ଦୃଷ୍ଟିପାତ କରିବା ସମୟରେ ମୁଁ ଏ ବିଷୟ ଚିନ୍ତା କରୁଥିଲି । ବାହାର ଦେଶର ଯେଉଁ ଅନେକ ଛାତ୍ର ତାଙ୍କର ବନ୍ଧୁ ହେଇଥିଲେ, ସେମାନଙ୍କ ବିଷୟରେ ସେ ମୋ' ସହିତ କଥବାର୍ତ୍ତା କରିଥିଲେ । ସେ ସେମାନଙ୍କ ସହିତ କିପରି ଏତେ ଘନିଷ୍ଠ ହୋଇଥିଲେ ବୋଲି ପଚାରିବାରୁ ସେ ଉତ୍ତର ଦେଇଥିଲେ, "ମୁଁ ଜାଣେ ନାହିଁ । ମାତ୍ର ବିଦାୟ ଜଣାଇବା ନିଶ୍ଚୟ କଷ୍ଟକର ଥିଲା ।"
ଶୀଘ୍ର ହେଉ କିମ୍ୱା ବିଳମ୍ୱରେ ହେଉ, ଆମେ ସମସ୍ତେ ବିଚ୍ଛେଦର ଅଶ୍ରୁଳ ଅନୁଭୁତି ପାଇଥାଉ । ପ୍ରେରିତ ପାଉଲ ୩ ବର୍ଷ ଧରି ଏଫିସୀରେ ବିଶ୍ବାସୀ ମାନଙ୍କୁ ପ୍ରତିପାଳନ ଓ ଶିକ୍ଷାଦାନ କରିଥିଲେ । ମାତ୍ର ଯେତେବେଳେ ତାଙ୍କୁ ସେହି ସ୍ଥାନ ପରିତ୍ୟାଗ କରିବାକୁ ପଡିଲା, ସେତେବେଳେ 'ସେମାନେ ସମସ୍ତେ ଅତ୍ୟନ୍ତ ରୋଦନ…. କଲେ ଓ ସେମାନେ ତାଙ୍କ ମୁଖ ଆଉ ଦେଖିବେ ନାହିଁ ଭାବି ଦୁଃଖ କଲେ ( ପ୍ରେରିତ ୨୦:୩୭-୩୮)
ଖ୍ରୀଷ୍ଟୀୟାନ ଭାବରେ, ଘନିଷ୍ଠ ସମ୍ପର୍କ ସ୍ଥାପନ କରିବା ପାଇଁ ଆମ ନିକଟରେ ଯଥେଷ୍ଟ କାରଣ ଅଛି, ଯଦିଓ ସେଗୁଡିକ ଶେଷରେ ଭଗ୍ନ ହେବ । ପୁନରୁତ୍ଥାନ ଆଶା ଆମକୁ ଏହି ନିଶ୍ଚୟତା ଦିଏ ଯେ ଦିନେ ଆମେ ଈଶ୍ଵରଙ୍କ ଉପସ୍ଥିତି ରେ ମିଳିତ ହେବା ।
No comments:
Post a Comment
Kindly give your suggestions or appreciation!!!