BN

ନୂତନ ପ୍ରାରମ୍ଭ ସକଳର ଈଶ୍ବର

ନୂତନ ପ୍ରାରମ୍ଭ ସକଳର ଈଶ୍ବର 

ପଠନ: ଗୀତ ୨୫:୧-୧୨

ଈଶ୍ଵର ଅହଂକାରୀ ମନଙ୍କୁ ପ୍ରତିରୋଧ କରନ୍ତି, କିନ୍ତୁ ନମ୍ର ଲୋକମାନଙ୍କୁ  ଅନୁଗ୍ରହ ଦାନ କରନ୍ତି (ଯାକୁବ ୪:୬)


'ଆପଣ କିପରି ସ୍କେଟିଙ୍ଗ କରିବା ଶିଖିଲେ । ସ୍କେଟିଙ୍ଗ ଖେଳର ବିଜେତାଙ୍କୁ ଜଣେ ସାମ୍ବାଦିକ ଏହି ପ୍ରଶ୍ନ ପଚାରିଲେ । ସେ ଉତ୍ତର ଦେଲେ," ଯେତେଥର ମୁଁ ତଳେ ପଡ଼ିଯାଏ ସେତେଥର ପୁଣି ଉଠିପଡେ" । ଏହିପରି କରି କରି ମୁ ସ୍କେଟିଙ୍ଗ ଶିଖିଗଲି ।


ଆମର, ଖ୍ରୀଷ୍ଟୀୟ ଜୀବନ ମଧ୍ୟ ଠିକ୍ ଏହିପ୍ରକାରର - ନୂତନ ପ୍ରାରମ୍ଭର ଏକ ସିରିଜ୍। ଯେତେବଳେ ଆମେ ଝୁଣ୍ଟି ପଡୁ, ସେତେବେଳେ ଭାବୁ ଯେ, "ମୁଁ ପୁଣି ଥରେ ବିଫଳ ହୋଇଗଲି । ମୋ' ଦ୍ଵାରା ଆଉ କିଛି ହେବନି" । କିନ୍ତୁ ଈଶ୍ୱର ହେଉଛନ୍ତି ନୂତନ ପ୍ରାରମ୍ଭର ସକଳର ଈଶ୍ଵର । ସେ କେବଳ ଆମର ପାପ କ୍ଷମା କରନ୍ତି ନାହିଁ, ମାତ୍ର ତା' ସହିତ ଆମର ବିଫଳତାଗୁଡ଼ିକୁ ବ୍ଯବହାର କରି ଆମକୁ ଜ୍ଞାନ ଶିକ୍ଷା ଦିଅନ୍ତି ।


ଆଜିର ଶାସ୍ତ୍ରରେ ଦାଉଦ ନିଜକୁ ନମ୍ର କରି ତାଙ୍କ ଯୁବକାଳର ପାପସବୁର କ୍ଷମା ପାଇଁ ପ୍ରାର୍ଥନା କରୁଛନ୍ତି (୭ପଦ) ଓ ଈଶ୍ଵର ପାପୀ ମାନଙ୍କୁ ଶିକ୍ଷା, ପରିଚାଳନା ଓ ନିର୍ଦ୍ଦେଶ ଦେଇ ତାହାଙ୍କ ପଥରେ କଢାଇ ନିଅନ୍ତି ବୋଲି ଆନନ୍ଦ କରୁଛନ୍ତି (୯-୧୨ପଦ) ।


ଆପଣ କ'ଣ  ନିଜକୁ ଅତ୍ୟନ୍ତ ବିଫଳତା ମନେ କରୁଛନ୍ତି ? ଆପଣ କ'ଣ ଏକ ନୂତନ ଆରମ୍ଭ ଆବଶ୍ୟକ କରନ୍ତି? ତେବେ ନମ୍ରତାର ସହ ପ୍ରଭୁ ଯୀଶୁଙ୍କ ଶରଣାପନ୍ନ ହୁଅନ୍ତୁ । ସେ ଦେଖାଇ ଦେବେ ଯେ, ଏକମାତ୍ର ସେ ହିଁ ନୂତନ ପ୍ରାରମ୍ଭ କରିପାରନ୍ତି । 


ଗୀତରଚକ ଲେଖନ୍ତି, "ସଦାପ୍ରଭୁ ଉଚ୍ଚ ହେଲେ ହିଁ ନିଜ ଲୋକଙ୍କ ପ୍ରତି ଦୃଷ୍ଟି ରଖନ୍ତି, ମାତ୍ର ସେ ଗର୍ବୀକି ଦୂରରୁ ଚିହ୍ନନ୍ତି" (ଗୀତ ୧୩୮:୬) । ଶଲୋମନ ଲେଖନ୍ତି, "ଯଦ୍ୟପି ସେ ନିନ୍ଦକ ମାନଙ୍କୁ ନିନ୍ଦା କରନ୍ତି, ତଥାପି ସେ ନମ୍ର  ଲୋକମାନଙ୍କୁ ଅନୁଗ୍ରହ ପ୍ରଦାନ କରନ୍ତି" ( ହିତ ୩:୩୪) ।



1 comment:

  1. Thank you for this important message,which is really needed in my life.👍👍👍👍👍👍👍👍👍👍👍👍

    ReplyDelete

Kindly give your suggestions or appreciation!!!