BN

ମନ୍ଦକୁ ଭଲରେ ପରିଣତ କରିବା

 ମନ୍ଦକୁ ଭଲରେ ପରିଣତ କରିବା

୧ ଥେସଲନୀକୀୟ ୨:୧୩-୧୮


ଆମ୍ଭେମାନେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମନସ୍ଥ କରିଥିଲୁ ….କିନ୍ତୁ ଶୟତାନ ଆମ୍ଭମାନଙ୍କୁ ବାଧା ଦେଲା । 

(୧ ଥେସଲନୀକୀୟ ୨:୧୮)

ପ୍ରେରିତ ପାଉଲ ଥେସଲନୀକାସ୍ଥିତ ବିଶ୍ବାସୀମାନଙ୍କୁ ଏହା କହିଥିଲେ ଯେ ସେ ଓ ତାଙ୍କର ସହକର୍ମୀମନେ ସେମାନଙ୍କ ସହିତ ସାକ୍ଷାତ୍ କରିବାକୁ ଇଚ୍ଛା  କରୁଥିଲେ, ମାତ୍ର ଶୟତାନ ସେମାନଙ୍କୁ ବାଧା ଦେଇଥିଲା (୧ ଥେସ ୨:୧୮)

ଯାହା ଜଣେ ଈଶ୍ଵରଙ୍କ ସନ୍ତାନ ଈଶ୍ଵରଙ୍କ ଇଚ୍ଛା ବୋଲି ବିଶ୍ୱାସ କରେ, ତାହା କରିବାରେ ତାକୁ ଯେ ଶୟତାନ ବାଧା ଦେଇପାରେ, ଏହା ପାଠ କରି ଆପଣ ବିବ୍ରତ ହେଉଛନ୍ତି କି? ଯଦି ଏ ବିଷୟ ଆପଣଙ୍କୁ ବିବ୍ରତ କରୁଛି, ତେବେ ଏହା ମନେରଖନ୍ତୁ ଯେ ଈଶ୍ଵରଙ୍କ ଜ୍ଞାନ ବିନା, କିମ୍ବା ତାଙ୍କର ପ୍ରତ୍ୟକ୍ଷ କିମ୍ବା ଅନୁମୋଦନୀୟ ଇଚ୍ଛା ବିନା କିଛି ଘଟେ ନାହିଁ। ଶୟତାନର କାର୍ଯ୍ୟ ହେଉ କିମ୍ବା ମନୁଷ୍ୟର କାର୍ଯ୍ୟ ହେଉ, ପ୍ରଭୁ ଯେକୌଣସି କାର୍ଯ୍ୟକୁ ନେଇ ଏହାକୁ ନିଜସ୍ଵ ଉଦ୍ଦେଶ୍ୟ ଓ ଗୌରବରେ ପରିଣତ କରିପାରନ୍ତି । ଉଦାହରଣସ୍ୱରୂପ, ପାଉଲଙ୍କୁ  ଶୟତାନର ବାଧାର ଫଳ ଥିଲା, ଖ୍ରୀଷ୍ଟିୟାନମାନଙ୍କ ପ୍ରତି ମହାମଙ୍ଗଳ ! ଯେହେତୁ ପ୍ରେରିତ ଥେସଲନୀକୀୟମାନଙ୍କ ସହିତ ବ୍ୟକ୍ତିଗତ ଭାବରେ କଥାବାର୍ତ୍ତା କରିପାରି ନ ଥିବାରୁ, ସେ ସେମାନଙ୍କ ନିକଟକୁ ଗୋଟିଏ ପତ୍ର ଲେଖିଥଲେ । ବାଇବଲର ଏହି ଭାଗଟି ଶହ ଶହ ବର୍ଷ ଧରି ବିଶ୍ବାସୀମାନଙ୍କ ପ୍ରତି ମହା, ଆଶୀର୍ବାଦ ଓ  ସାନ୍ତ୍ଵନାର ଉତ୍ସ ହୋଇ ରହିଛି ।

ନିଜର ଭାଇମାନେ ଯୋଷେଫଙ୍କୁ ଦାସତ୍ୱ ମଧ୍ୟକୁ ବିକ୍ରୟ କରିଦେଇଥିଲେ । ସେ କାଳେ ପ୍ରତିଶୋଧ ନେବାକୁ ଚେଷ୍ଟା କରିବେ ବୋଲି ସେମାନେ ଭୟ କରୁଥିଲେ ମାତ୍ର ସେ କହିଥିଲେ, "ତୁମ୍ଭେମନେ ମୋ ବିରୁଦ୍ଧରେ ମନ୍ଦ କଳ୍ପନା  କରିଥିଲ  ପ୍ରମାଣ, ମାତ୍ର ପରମେଶ୍ବର ତାହା ମଙ୍ଗଳର ବିଷୟ କଲେ" (ଆଦି ୫୯:୨୦)


ଆମର ସ୍ବର୍ଗସ୍ଥ ପିତାଙ୍କର ଇଚ୍ଛା ବିନା କିଛି ଘଟେ ନାହିଁ ବୋଲି ଜାଣିବା କେତେ ସାନ୍ତ୍ଵନାଦାୟକ । ଈଶ୍ଵରଙ୍କ ସାର୍ବଭୌମ ନିୟନ୍ତ୍ରଣ ଅଧୀନରେ, ମନ୍ଦକୁ ତାଙ୍କର ଉଦ୍ଦେଶ୍ୟ ସାଧନ ନିମନ୍ତେ ଭଲରେ ପରିଣତ ହୋଇଯାଇପାରେ ।

1 comment:

Kindly give your suggestions or appreciation!!!