BN

ଅସରନ୍ତି ପ୍ରେମ

 ଅସରନ୍ତି ପ୍ରେମ

ଯୋହନ ୧୧:୧-୬,୧୭-୨୭

      ...ସେ ( ଯୀଶୁ) ଯେଉଁ ସ୍ଥାନରେ ଥିଲେ,ସେହି ସ୍ଥାନରେ ଦୁଇ ଦିନ ରହିଗଲେ ।(ଯୋହନ ୧୧:୬)

 

    ଆମେ ଈଶ୍ଵରଙ୍କଠାରୁ ଶୀଘ୍ର ଉତ୍ତର ଆଶା କରୁଥିବାବେଳେ ସେ କାହିଁକି ବିଳମ୍ବ କରନ୍ତି? ଯେତେବେଳେ ଯୀଶୁଙ୍କର ଉତ୍ତମ ବନ୍ଧୁ ଲାଜାର ଅତି ଗୁରୁତର ଭାବେ ଅସୁସ୍ଥ ଥିଲେ, ସେତେବେଳେ ଏ ବିଷୟରେ ଲାଜାରଙ୍କ ଦୁଇ ଭଉଣୀ ତାଙ୍କୁ ଜଣାଇଲେ। ସେ ନିଶ୍ଚୟ ସଙ୍ଗେ ସଙ୍ଗେ ଆସିବେ ବୋଲି ସେମାନେ ଆଶା କରିଥିବେ। ମାତ୍ର ଯୋହନ ୧୧:୫-୬ରେ ଆମେ ପାଠ କରୁ,"... ଅତଏବ ସେ ପୀଡ଼ିତ ଅଛନ୍ତି ବୋଲି ଯେତେବେଳେ ସେ ଶୁଣିଲେ, ସେତେବେଳେ ସେ ଯେଉଁ ସ୍ଥାନରେ ଥିଲେ, ସେହି ସ୍ଥାନରେ ଦୁଇ ଦିନ ରହିଲେ ।"

      ଈଶ୍ବରଙ୍କ ଯଥାର୍ଥ ସମୟ ନିରୂପଣ ସହିତ ତାଙ୍କର ଯଥାର୍ଥ ପ୍ରେମ ବୁଝିବା ଆମ ପାଇଁ ବେଳେବେଳେ ଅତି କଷ୍ଟକର ଅଟେ । ଆମେ ହୁଏତ ଏହା ବୁଝି ପାରି ନ ଥାଉ ଯେ ଯେତେବେଳେ ଈଶ୍ବରଙ୍କ ହସ୍ତକ୍ଷେପ ତାଙ୍କର ପ୍ରିୟ ଲୋକମାନଙ୍କର ଜୀବନ ରକ୍ଷା କରିପାରିଥାନ୍ତା, ସେତେବେଳେ ସେ କାହିଁକି ବିଳମ୍ବ କରନ୍ତି? ମାର୍ଥା ଓ ମରିୟମଙ୍କ ଭଳି ଆମେ ଯୀଶୁଙ୍କୁ କହିପାରୁ, "ପ୍ରଭୋ, ଯଦି ଆପଣ ଏଠାରେ ଥାଆନ୍ତେ, ତେବେ ମୋର ଭାଇ ମୃତ୍ୟୁବରଣ କରି ନ ଥାନ୍ତା" (୨୧,୩୨ ପଦ)।

     ଏହି ସ୍ଥିତି ମଧ୍ୟରେ ରହିଥିବା କୌଣସି ବ୍ୟକ୍ତି, ଯୀଶୁ ସାଧନ କରିବାକୁ ଯାଉଥିବା ଆଶ୍ଚର୍ଯ୍ୟକର୍ମକୁ କଳ୍ପନା ସୁଦ୍ଧା କରି ପାରି ନଥିଲେ। ସେ ସେମାନଙ୍କୁ ଯାହା ଶିକ୍ଷା ଦେବାକୁ ଚାହୁଁଥିଲେ ,ତା'ର ଗଭୀରତା ସୁଦ୍ଧା ସେମାନେ ମାପି ପରି ନ ଥିଲେ- ଯଥା, ଯେଉଁମାନେ ତାଙ୍କୁ ବିଶ୍ଵାସ କରନ୍ତି, ସେମାନଙ୍କ ପାଇଁ ସେ 'ପୁନରୁତ୍ଥାନ ଓ ଜୀବନ ଅଟନ୍ତି' (୨୫ ପଦ) । ସେ ଶୀଘ୍ର କାର୍ଯ୍ୟ କରନ୍ତୁ ବୋଲି ଆମେ ନିବେଦନ କରୁଥିବା ସମୟରେ ଈଶ୍ବର କାହିଁକି ବିଳମ୍ବ କରନ୍ତି, ଏହା ଆମେ ହୁଏତ ସମ୍ପୂର୍ଣ୍ଣଭାବରେ ବୁଝି ନ ପାରୁ। ମାତ୍ର ଯେତେବେଳେ ତାଙ୍କ ସମୟର ରହସ୍ୟ ଲୁକ୍କାୟତ ଥାଏ, ସେତେବେଳେ ଆମେ ତାଙ୍କ ଅତୁଳନୀୟ ଜ୍ଞାନ ଓ ତାଙ୍କର ଅସରନ୍ତି ପ୍ରେମରେ ଭରସା ରଖିପାରିବା ।


2 comments:

Kindly give your suggestions or appreciation!!!