ଏକ ସୁଶିକ୍ଷିତ ବିଶ୍ୱାସ
ଉପଦେଶକ ୩:୧୬-୪:୩
…... ଖ୍ରୀଷ୍ଟ ଆମ୍ଭମାନଙ୍କ ପାପ ନିମନ୍ତେ ମୃତ୍ୟୁଭୋଗ କଲେ, ସମାଧି ପ୍ରାପ୍ତ ହେଲେ, ଓ …. ତୃତୀୟ ଦିନରେ ଉଠିଲେ।(୧ କରନ୍ତିୟ ୧୫:୩-୪)
ଯେତେବେଳେ ମୁଁ ଖ୍ରୀଷ୍ଟଙ୍କ ସମ୍ୱନ୍ଧରେ ଲୋକଙ୍କ ନିକଟରେ ସାକ୍ଷ୍ୟଦିଏ, ସେତେବେଳେ ମୁଁ ପ୍ରାୟ ଏହି ପ୍ରତିକ୍ରିୟା ଶୁଣେ, "ମୁଁ ଠିକ୍ ଅଛି। ମୋର ଦୃଢ଼ ବିଶ୍ୱାସ ଅଛି।" ମାତ୍ର ଆମର ଆଲୋଚନା ଅତିଶୀଘ୍ର ଏହା ପ୍ରକାଶ କରେ ଯେ ସେମାନଙ୍କର କେବଳ ବିଶ୍ଵାସରେ ହିଁ ବିଶ୍ୱାସ ଅଛି । ମାତ୍ର ପ୍ରକୃତ ତ୍ରାଣଜଣକ ବିଶ୍ୱାସ ଈଶ୍ବରଙ୍କ ବାକ୍ୟର ସତ୍ୟତା ଉପରେ ଆଧାରିତ ଅଟେ।
ଗୋଟିଏ ଦୂରଦର୍ଶନ କାର୍ଯ୍ୟକର୍ମରେ ଏକ ସାକ୍ଷାତ୍ କାର ଦେବା ସମୟରେ ବିଲି ଗ୍ରାହାମ୍ ଏହି ବିଷୟଟିକୁ ସ୍ପର୍ଶ କରିଥଲେ। ସେ ଆଗ୍ରହର ସହିତ ମୃତ୍ୟୁକୁ ଅପେକ୍ଷା କରୁଛନ୍ତି ବୋଲି କହିଥିଲେ, କାରଣ ସେ ଯୀଶୁଙ୍କ ସହିତ ରହିବେ ବୋଲି ଆଶା କରୁଥିଲେ। ସେ ଏହା ବୁଝାଇ ଚାଲିଥିଲେ ଯେ ଖ୍ରୀଷ୍ଟଙ୍କର ଉତ୍ସର୍ଗୀକୃତ ମୃତ୍ୟୁ ଓ ପୁନରୁତ୍ଥାନ ବିଷୟରେ ବାଇବଲ ଯାହା କହିଅଛି । ତାହା ଉପରେ ତାଙ୍କର ବିଶ୍ୱାସ ନିର୍ଭର କରେ। ସେହି ନାସ୍ତିକ ପ୍ରଶ୍ନକର୍ତ୍ତା, ଯିଏ ମୃତ୍ୟୁ ପ୍ରତି ତାଙ୍କର ଭୟକୁ ସ୍ବୀକାର କରିଥିଲେ, ସେ ସମ୍ମାନପୂର୍ବକ କହିଥିଲେ, "ଆପଣ ଭୟ କରୁନାହାନ୍ତି କାରଣ ଆପଣ ଏପରି କିଛି ଜାଣିଛନ୍ତି, ଯାହା ମୁଁ ଜାଣେ ନାହିଁ।" ଉପଦେଶକ ୩:୧୬-୪:୩ ଈଶ୍ବର ଶିଖାଇଥିବା ବିଶ୍ଵାସର ଆବଶ୍ୟକତାକୁ ପ୍ରକାଶ କରେ। ଅବିଶ୍ବାସୀମାନେ ଆଶାର କୌଣସି କାରଣ ନ ଦେଖି ଏହି ସିଦ୍ଧାନ୍ତ ନିଅନ୍ତି ଯେ ଜୀବନ ଅପେକ୍ଷା ସତ୍ତାହୀନ ହେବା ବରଂ ଶ୍ରେୟସ୍କର ଅଟେ (୩:୨୨-୪:୩)। ମାତ୍ର ଏହା ବିଶ୍ବାସୀର ଏହି ବିଶ୍ଵାସକୁ ମଧ୍ୟ ପ୍ରଦର୍ଶନ କରେ ଯେ ଈଶ୍ବର ଶେଷରେ ସମସ୍ତ ବିଷୟକୁ ସଠିକ୍ କରିବେ (୩:୧୭)
ବାଇବେଲ ଶିଖାଇ ଥିବା ବିଶ୍ଵାସ ଖ୍ରୀଷ୍ଟଙ୍କ ଉପରେ ଅର୍ଥାତ୍, ତାଙ୍କ ମୃତ୍ୟୁ, ସମାଧି ଓ ପୁନରୁତ୍ଥାନ ଉପରେ କେନ୍ଦ୍ରିଭୂତ ଅଟେ (୧ କର ୧୫:୩-୪)। କେବଳ ସେହିପ୍ରକାର ବିଶ୍ଵାସ ପରିତ୍ରାଣ ଓ ସାନ୍ତ୍ଵନା ଆଣିପାରେ ପୁଣି ଏହା ଆମକୁ ଏହି ଦୃଢ଼ ବିଶ୍ବାସ ଦିଏ ଯେ ଆମେ ସ୍ବର୍ଗରେ ଅନନ୍ତକାଳ କ୍ଷେପଣ କରିବୁ।
👍👍👍
ReplyDeleteThanks!!!
Delete