BN

ଅସହ୍ୟ ଯନ୍ତ୍ରଣା

 ଅସହ୍ୟ ଯନ୍ତ୍ରଣା

ରୋମୀୟ ୮:୧୪-୨୫


କାରଣ ତୁମ୍ଭେମାନେ ପୁନର୍ବାର ଭୟ କରିବା ନିମନ୍ତେ ଦାସତ୍ୱର ଆତ୍ମା ପାଇ ନାହଁ , କିନ୍ତୁ ପୁତ୍ରତ୍ଵର ଆତ୍ମା ପାଇଅଛ ।( ରୋମୀ ୮:୧୫)


୧୯୯୯ ମସିହା ଜାନୁୟାରୀ ମାସରେ ମିଶନେରୀ ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କର ଦୁଇ ଶିଶୁ ପୁତ୍ରଙ୍କୁ କିପରି ଅମାନୁଷିକ ଭାବରେ ହତ୍ୟା କରାଗଲା, ତାହା ସମସ୍ତେ ଜାଣିଛନ୍ତି। ସେହିପରି କଲମ୍ବିଆରେ ତିନୋଟି ମିଶନେରୀ ପରିବାରର ସ୍ଵାମୀ ଓ ପିଲାମାନଙ୍କୁ ଅପହରଣ କରି ନିଆଯାଇଥିଲା ଏବଂ ଅନେକ ବର୍ଷ ପର୍ଯ୍ୟନ୍ତ ସେମାନଙ୍କୁ ଅକଥନୀୟ ଯନ୍ତ୍ରଣା ଦିଆଯାଇଥିଲା । ଅନ୍ୟାନ୍ୟ ଅନେକ ଦେଶମାନଙ୍କରେ ଖ୍ରୀଷ୍ଟବିଶ୍ବାସୀମାନଙ୍କ ଉପରେ ହେଉଥିବା ଅତ୍ୟାଚାରର କାହାଣୀ ଆମେ ବିଭିନ୍ନ ସମ୍ବାଦପତ୍ର ତଥା ପତ୍ରିକାମାନଙ୍କରେ ପଢିବାକୁ ପାଉ । ଏବେ ନିକଟରେ ISIS ର ଆତଙ୍କବାଦୀମାନେ ଖ୍ରୀଷ୍ଟିୟାନମାନଙ୍କୁ  କିପରି ଅମାନୁଷିକ ଭାବରେ ହତ୍ୟା କରୁଛନ୍ତି ,ତାହାର ଚିତ୍ର ଟେଲିଭିଜନ ଜରିଆରେ ସାରା ପୃଥିବୀର ଲୋକମାନେ ଦେଖୁଛନ୍ତି  । କିନ୍ତୁ ସେହି ଅମାନବିକ ଅତ୍ୟାଚାର ମଧ୍ୟରେ ସୁଦ୍ଧା ଖ୍ରୀଷ୍ଟବିଶ୍ବାସୀମାନଙ୍କ ପାଇଁ ଏକ ନିଶ୍ଚିତ ଭରସା ରହିଛି । ତାହା ଏହି ଯେ ଆମେ ହେଉଛୁ ଈଶ୍ବରଙ୍କ ସନ୍ତାନ (୧୬ ଓ ୧୭ ପଦ)  ସୃଷ୍ଟିକର୍ତ୍ତା ଈଶ୍ବରଙ୍କୁ ଆମେ ବାପା ବୋଲି ଡାକି ପାରିବୁ (୧୫ ପଦ) । ସେ ଆମକୁ ପୁତ୍ରତ୍ଵର ଅଧିକାର ସ୍ୱରୁପେ ଯେଉଁ ଗୌରବମୟ ସ୍ଥାନରେ ଅଧିକାରୀ କରାଇବାକୁ ଯାଉଛନ୍ତି, ସେଥିପ୍ରତି ଲକ୍ଷ୍ୟ ରଖି ବିଶ୍ୱାସର ବୀରମାନେ ଏ  ଜଗତର ଦୁଃଖଭୋଗକୁ ତୁଚ୍ଛ ମଣିଥାଆନ୍ତି  ।


ଆପଣା କ'ଣ ନିଜର ବିଶ୍ଵାସ ପାଇଁ ବିଦ୍ରୁପ, ପରିହାସ ଓ ନିର୍ଯାତନାର ଶିକାର ହେଉଛନ୍ତି ? ଆପଣଙ୍କ ସ୍ୱର୍ଗୀୟ 'ବାପା' ଙ୍କ ଉପରେ ଆଉଜି ପଡନ୍ତୁ। ସେ ତାଙ୍କର ଯନ୍ତ୍ରଣାଗ୍ରସ୍ତ ସନ୍ତାନମାନଙ୍କୁ ସାହାଯ୍ୟ, ସାନ୍ତ୍ଵନା ଓ ଭରସା ଯାଚୁ ଅଛନ୍ତି । ଯେଉଁ ବିଶ୍ବାସୀ ସେହି ଭରସାର ଆକରଙ୍କୁ ଜାଣେ, ସେ କଦାପି ଭରସା ହୀନ ହେବ ନାହିଁ । ଆପଣ କ'ଣ ତାହାଙ୍କର ସନ୍ତାନ ଅଟନ୍ତି? ଯଦି 'ହଁ, ତେବେ ଆପଣ ସେହି ଭରସା ଏବଂ ଅକ୍ଷୟ , ଅଜର ଅଧିକାରର ଉତ୍ତରାଧିକାରୀ ଅଟନ୍ତି।

1 comment:

Kindly give your suggestions or appreciation!!!