ଏକ ଜୀବନ - ବଞ୍ଚିବାର ଯୋଗ୍ୟ
ପଠନ : ଯୋହନ ୩:୧-୭
ପୁନର୍ବାର ଜନ୍ମ ନ ହେଲେ କେହି ଈଶ୍ଵରଙ୍କ ରାଜ୍ୟ ଦେଖିପାରେ ନାହିଁ। (ଯୋହନ ୩:୩)
କେଉଁ ବିଷୟ ଜୀବନକୁ ଏକ ଯୋଗ୍ୟ ଜୀବନ କରେ? ଲୋକପ୍ରିୟତା, କ୍ଷମତା, ଓ ପ୍ରଭାବ? କିନ୍ତୁ ହାରୋଲଡ ହୁଗ୍ସଙ୍କର ସେହି ପ୍ରକାର ମତ ନୁହେଁ । ସେ ଆଇଓବାର ଶାସନକର୍ତ୍ତା ଭାବରେ କାର୍ଯ୍ୟ କରିବା ପରେ ଯୁକ୍ତରାଷ୍ଟ୍ର ସିନେଟ୍ରୁ ନିର୍ବାଚିତ ହୋଇଥିଲେ । ଏହି ପ୍ରତିଭାବାନ ଆମେରିକୀୟଙ୍କ ମତ ଅନୁସାରେ ଜୀବନକୁ ଯାହା ଯୋଗ୍ୟ କରେ, ତାହା ଯୀଶୁଖ୍ରୀଷ୍ଟଙ୍କ ସହିତ ଏକ ବ୍ୟକ୍ତିଗତ ସମ୍ପର୍କ । ନିଜ ଆତ୍ମ ଜୀବନୀରେ, ହୁଗସ ଦୁଃଖର ସହିତ ଏହା ସ୍ୱୀକାର କରିଛନ୍ତି ଯେ ତାଙ୍କ ଆଦ୍ୟ ବର୍ଷ ଗୁଡ଼ିକରେ ସେ ଜଣେ ମଦ୍ୟାପୀ, ଜଣେ ମିଥ୍ୟାବାଦୀ, ଜଣେ ଠକ ହୋଇ ରହିଥିଲେ । ଅତି ତଳକୁ ଚାଲିଯିବା ପରେ ସେ ଲଜ୍ଜା ଓ ହତାଶରେ ଆତ୍ମ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ନିଜକୁ ହତ୍ୟା କରିବା ପୁର୍ବରୁ, ସେ ଏହା କାହିଁକି କରିବେ, ତାହା ଈଶ୍ୱରଙ୍କୁ କହିବାକୁ ହେବ ବୋଲି ଅନୁଭବ କଲେ। ସେ ଦୁଃଖରେ କ୍ରନ୍ଦନ କରୁଥିବା ସମୟରେ କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଲା । 'ଝଡ଼ରେ ହଜିଯାଇଥିବା ଗୋଟିଏ ଭୟଭୀତ ପିଲା ସଦୃଶ୍ୟ, ମୁଁ ହଟାତ୍ ମୋର ପିତାଙ୍କର ଉଷ୍ଣ ବାହୁ ମଧ୍ୟରେ ପଡ଼ିଗଲି' । ପୁଣି ସେ ଈଶ୍ଵରଙ୍କର କ୍ଷମାକାରୀ ଅନୁଗ୍ରହର ଅନୁଭୂତି ପାଇଁବା ସମୟରେ ପ୍ରତିଜ୍ଞା କରିଥିଲେ, "ଆପଣ ଯାହା କହିବେ ତାହା ମୁଁ କରିବି" । ତାହା ଥିଲା ହାରୋଲଡ ହୁଗସ୍ ଙ୍କ ପାଇଁ ଏକ ନୂତନ ଜୀବନର ଆରମ୍ଭ , ବାସ୍ତବରେ ଏକ ଯୋଗ୍ୟ ଜୀବନର ଆରମ୍ଭ ।
ପ୍ରକୃତରେ ଏହା ନିରାଟ ସତ୍ୟ, "ସେହଦିନଠାରୁ ହାରୋଲଡଙ୍କ ଜୀବନ ସମ୍ପୂର୍ଣ ବଦଳିଗଲା ଓ ତାହା ଅର୍ଥପୂର୍ଣ୍ଣ ହୋଇଉଠିଲା । ଆମେ ଯେତେ ଭଗ୍ନ ହୃଦୟ ଓ ହତାଶ ଜର୍ଜ୍ଜରିତ ହୋଇଥିଲେ ସୁଧା ଯଦି ଆମେ ନିଜର ହୃଦୟକୁ ଯୀଶୁଖ୍ରୀଷ୍ଟଙ୍କ ନିକଟରେ ଉନ୍ମୁକ୍ତ କରିଦେବା, ଆମେ ମଧ୍ୟ ଏହି ଅନୁଗ୍ରହ ଲାଭ କରିପାରିବା ଏବଂ ଏକ ଅର୍ଥ ପୂର୍ଣ୍ଣ ଜୀବନ - ଏକ ନୂତନ ଜୀବନ - ଏବଂ ଏକ ପ୍ରଚୁର ଜୀବନର ଅଧିକାରୀ ହୋଇପାରିବା । ସେହିପୁନଃଜନ୍ମର ଅନୁଭୂତି ଆପଣଙ୍କର ଅଛି କି?
Yes this experience I have. I can say who all have gone through this experience really it is a amazing situation to experience God's love in their life. I thank God for those situations where I have experienced God's love very nearly in my life.
ReplyDeleteGlad to Hear!!!
DeleteMay God Bless You!!