BN

ଏକ ଭୟାନକ ଚିନ୍ତାଧାରା

 ଏକ ଭୟାନକ ଚିନ୍ତାଧାରା 

ରୋମୀୟ ୬:୧-୧୪          

ତେବେ ଆମେ କ'ଣ କହିବା ?ଅନୁଗ୍ରହ ଯେପରି ଆହୁରି ବୃଦ୍ଧିପାଇବ ,ସେଥିପାଇଁ ଆମେ କ'ଣ ପାପ କରୁଥିବା ?କଦାପି  ନୁହେଁ । (ରୋମୀ ୬:୧,୨) 


ଆମ୍ଭମାନଙ୍କୁ ଅନୁଗ୍ରହ ପ୍ରଦାନ କରିବା ପାଇଁ ଈଶ୍ଵରଙ୍କୁ କିପରି ମୂଲ୍ୟ ଦେବାକୁ ହୋଇଥିଲା, ଯେଉଁମାନେ ତାହା ଯଥାର୍ଥ ଭାବେ ବୁଝିଛନ୍ତି, ସେମାନେ କେବେହେଲେ ଈଶ୍ଵରଙ୍କ ଅନୁଗ୍ରହର ଦୁରୁପଯୋଗ କରିବେ ନାହିଁ। ପାପକ୍ଷମାଠାରୁ ଆରମ୍ଭ କରି ଧାର୍ମିକ ଜୀବନଯାପନରେ ଈଶ୍ଵର କିପରି ପ୍ରଚୁର ଭାବରେ ଆମମାନଙ୍କୁ ଅନୁଗ୍ରହ ପ୍ରଦାନ କରନ୍ତି, ତାହା ଜାଣିବା ପରେ ଅନେକେ ପ୍ରଶ୍ନ କରନ୍ତି, ଏହା କ'ଣ ଅଧିକ ପାପ କରିବା ନିମନ୍ତେ ଈଶ୍ଵରଙ୍କ ଲୋକମାନଙ୍କୁ ଉତ୍ସାହିତ କରିବ ନାହିଁ କି? ହୁଏତ ସେମାନଙ୍କ ମନରେ ଏହି ପ୍ରଶ୍ନ ସ୍ଵତଃ ଜାଗ୍ରତ ହେଉଥିବ ଯେ, ଯେହେତୁ ଈଶ୍ଵରଙ୍କ ଅନୁଗ୍ରହ ପ୍ରଚୁର, ତେଣୁ ପାପ କଲେ ମଧ୍ୟ କିଛି ଯାଏ ଆସେ ନାହିଁ କାରଣ ଆମେ ନିଶ୍ଚୟ କ୍ଷମା ପାଇବା । ଈଶ୍ୱରଙ୍କ ଅନୁଗ୍ରହ ବିଷୟକ ସତ୍ୟ ଶିକ୍ଷା ଦେବା ନିଶ୍ଚୟ ଆହ୍ବାନପୂର୍ଣ୍ଣ କାରଣ ଅନେକେ ହୁଏତ ଉପରୋକ୍ତ  ଧାରଣାର ବଶବର୍ତ୍ତୀ ହୋଇପାରନ୍ତି। 


ଏହି ପ୍ରଶ୍ନର ଉତ୍ତର ସ୍ଵରୂପ, ପାଉଲ ରୋମୀ ୬:୧ ରେ ଯାହା କହୁଛନ୍ତି, ଜେ. ବି. ଫିଲିପ୍ପ ତାଙ୍କର ଭାବାନୁବାଦ ସଂସ୍କରଣରେ  ଏପ୍ରକାର ଲେଖିଛନ୍ତି, "ଆମେ କ'ଣ ଈଶ୍ଵରଙ୍କ ଅନୁଗ୍ରହର ଦୁରୁପଯୋଗ କରି ମନ ଭରି ପାପ କରି ଚାଲିଥିବା? କି ଭୟାନକ ଚିନ୍ତାଧାରା? "ପ୍ରଭୁଙ୍କର ଦାସ ମାକ୍ସ ଲୁକ୍କାଡୋ କହନ୍ତି ,"ଈଶ୍ଵରଙ୍କ ଅନୁଗ୍ରହ କ'ଣ ମନ୍ଦତାର ଅଭିବୃଦ୍ଧିରେ ସାହାଯ୍ୟ କରୁଛି?" ଗ୍ରୀକ୍ ମୂଲ ଭାଷାରେ, ପାଉଲ ଏହି ଚିନ୍ତାଧାରାକୁ ଅତି କଟୂ ଭାବରେ ଭତ୍ସନା କରି କହୁଛନ୍ତି, "ନା,ଏହା କଦାପି କେବେ ହେଁ ନ ହଉ"।


କେହି ଯଦି ଭାବୁଥାଏ ଯେ, ପାପ କରିବା ପାଇଁ ଈଶ୍ଵରଙ୍କ ଅନୁଗ୍ରହ ତା' ନିମନ୍ତେ ଏକ ଲାଇସେନ୍ସ ସ୍ଵରୂପ, ତା' ହେଲେ ସେ ଈଶ୍ଵରଙ୍କ ଅନୁଗ୍ରହକୁ ଯଥାର୍ଥ ଭାବେ ବୁଝି ନାହିଁ । ଈଶ୍ୱରଙ୍କ ପବିତ୍ରତାକୁ ଯେ କିଞ୍ଚିତ ମାତ୍ରାରେ ବୁଝିଛି । ଯେଉଁମାନେ ଈଶ୍ଵରଙ୍କ ଅନୁଗ୍ରହ ହେତୁ ପାପ କ୍ଷମା ଲାଭ କରିଛନ୍ତି ସେମାନେ ଈଶ୍ଵରଙ୍କର ଅନୁଗ୍ରହ ଦ୍ୱାରା ଏପରି ବିହ୍ବଳ ହୋଇଛନ୍ତି ଯେ, ସେମାନେ ତାଙ୍କର ବାକୀତକ ଜୀବନ ପବିତ୍ରତାରେ ଓ ଈଶ୍ଵରଙ୍କ ତୃଷ୍ଟିଜନକ କାର୍ଯ୍ୟରେ ଯାପନ କରିଛନ୍ତି ।


2 comments:

Kindly give your suggestions or appreciation!!!