BN

ସମ୍ମାନସ୍ପଦା ମହିଳାଗଣ

ସମ୍ମାନସ୍ପଦା ମହିଳାଗଣ

ପଠନ: ହିତୋ. ୩୧:୧୦-୧୫, ୨୩-୨୮

ଆଉ ବାକ୍ୟ କି କର୍ମରେ ତୁମ୍ଭେମାନେ ଯାହା କିଛି କର, ସେସମସ୍ତ ପ୍ରଭୁ ଯୀଶୁଙ୍କ ନାମରେ କରି ତାହାଙ୍କ ପିତା ଇଶ୍ଵରଙ୍କୁ ଧନ୍ୟବାଦ ଦିଅ। (କଲସୀୟ୩:୧୭) 

ବର୍ଷର ଏକ ଦିନ ସାରା ପୃଥିବୀରେ ଆନ୍ତର୍ଜାତିକ ମହିଳା ଦିବସ ରୂପେ ପାଳନ କରାଯାଏ । ଦେଶର କିମ୍ବା ସମାଜର ବିଭିନ୍ନ ମଙ୍ଗଳ ସାଧନରେ ଯେଉଁ ମହିଳାମାନଙ୍କର ଉଲ୍ଲେଖନୀୟ ଅବଦାନ ରହିଛି, ସେମାନଙ୍କୁ ଏହି ଦିନ ବିଭିନ୍ନ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥାଏ କିନ୍ତୁ ଏପରି ଅନେକ ମହିଳା ଅଛନ୍ତି, ଯେଉଁମାନେ ନିଜ ଗୃହରେ ତଥା କର୍ମ କ୍ଷେତ୍ରରେ  ସେବା ତଥା ତ୍ୟାଗର ଚରମ ନିଦର୍ଶନ ଦେଖାଇ ଅଛନ୍ତି । ଶ୍ରୀମତୀ ଗ୍ରେସ୍ ନାମ୍ନୀ ଜଣେ ୬୫ ବର୍ଷୀୟା ମହିଳା ସମସ୍ତ ଅସୁବିଧା ସତ୍ତ୍ୱେ ବିଭିନ୍ନ କାରାଗାରଗୁଡ଼ିକୁ ଯାଇ ବନ୍ଦୀମାନଙ୍କୁ ଯୀଶୁଙ୍କ ପ୍ରେମ ଓ ପରିତ୍ରାଣର ବାର୍ତ୍ତା ଦେଉଥିଲେ, ଯଦ୍ଵାରା ଅନେକ ବନ୍ଦୀମାନେ ପ୍ରଭୁ ଯୀଶୁଙ୍କୁ ତ୍ରାଣକର୍ତ୍ତା ରୂପେ ଗ୍ରହଣ କରି ପରିତ୍ରାଣ ପାଇଥିଲେ। ଶ୍ରୀମତୀ ବଲରାଜ୍, ଯାହାଙ୍କର ପ୍ରେମ ଓ ତ୍ୟାଗର ଜୀବନ ଦେଖି ଜଣେ ନାସ୍ତିକ ପଡ଼ୋଶୀ ଯୀଶୁଙ୍କଠାରେ ବିଶ୍ଵାସ କରିଥିଲେ । ମୋ ମାଆ, ଯିଏ ଖୁବ୍ କମ୍ ପାଠ ପଡ଼ିଥିଲେ ଓ ଏକ ବଡ ପରିବାରର ସମସ୍ତ ଜଞ୍ଜାଳ ସମ୍ଭାଳି ଥିଲେ । ତଥାପି ତା ମଧ୍ୟରେ ସୁଦ୍ଧା ସେ ଆମକୁ ପ୍ରଭୁ ବିଷୟକ ଭୟ ଓ ଶାସ୍ତ୍ର ଶିକ୍ଷା ଦେବାରେ ଆଦୌ ହେଳା କରୁ ନ ଥିଲେ। ଫଳସ୍ୱରୂପ, ଆମେ ସବୁ ଭାଇଭଉଣୀ ପ୍ରଭୁ ଯୀଶୁଙ୍କୁ ପରିତ୍ରାଣକର୍ତ୍ତା ରୂପେ ଗ୍ରହଣ କରିଛୁ ଓ ବିଭିନ୍ନ କ୍ଷେତ୍ରରେ ରହି ଈଶ୍ଵରଙ୍କ ରାଜ୍ୟ  ବିସ୍ତାରରେ ଲାଗି ପଡିଛୁ । ଆପଣ ମଧ୍ୟ ଏହିପରି ଅନେକ ମହିଳାଙ୍କ ବିଷୟ ଜାଣିଥିବେ, ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କ ପ୍ରେମ ଓ ସୁସମାଚାର ଅନ୍ୟମାନଙ୍କୁ ଜଣାଇ ଅଛନ୍ତି ଯୀଶୁଙ୍କ ଶିଷ୍ୟ ଯୋହନ ତାଙ୍କର ଦ୍ଵିତୀୟ ପତ୍ରଟି (୨ୟ ଯୋହନ) ମନୋନୀତ ମହିଳା ଓ ସେମାନଙ୍କ ସନ୍ତାନମାନଙ୍କ ନିକଟକୁ ଲେଖିଛନ୍ତି, ଯେଉଁମାନେ ଖ୍ରୀଷ୍ଟଙ୍କ ଆଜ୍ଞାନୁଯାୟୀ ଜୀବନ କାଟୁଥିଲେ (୧ ଓ ୪ ପଦ)। ଈଶ୍ବର ଆମଠାରୁ ମଧ୍ୟ ତାହା ଚାହାନ୍ତି । ଆମେ କ'ଣ ଈଶ୍ବର ଦେଉଥିବା ସୁଯୋଗଗୁଡ଼ିକର ସଦ୍ ବ୍ୟବହାର କରୁଛୁ?

2 comments:

  1. So nice and heart touching encouraging word . This is very very useful for my life, I also want to dedicate whole my life to preach the God's word to bring many more people towards Jesus Christ.
    For this I request you to pray for me.🙏

    ReplyDelete

Kindly give your suggestions or appreciation!!!