BN

Titles of Christ (Odia)

  ଏକମାତ୍ର ସତ୍ୟ ଈଶ୍ଵର ଯେ ତୁମ୍ଭେ ଓ ତୁମ୍ଭ ପ୍ରେରିତ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ହେଉଛି ଅନନ୍ତ ଜୀବନ (ଯୋହନ ୧୭:୩) । ସମିରଣୀୟ ଲୋକମାନେ ଯାହା ଜାଣନ୍ତି ନାହିଁ, ତାହା ଉପାସନା କରନ୍ତି (ଯୋହନ ୪:୨୨) । କିନ୍ତୁ ସତ୍ୟ ଉପାସକ ଈଶ୍ଵରଙ୍କୁ ଜାଣେ, ଏବଂ ସତ୍ୟ ଓ ଆତ୍ମରେ ଉପାସନା କରେ (ଯୋହନ ୪:୨୪) ।  ଆଜି ଆମ୍ଭେମାନେ ଯୀଶୁଙ୍କ ବିଭିନ୍ନ ନାମଗୁଡିକ ଓ ତାହାର ମହତ୍ଵ ବିଷୟରେ ଜାଣିବା । ଆମ ଜୀବନରେ ବହୁତ କିଛି ଆମେ ଜାଣି ଥାଉ, କିନ୍ତୁ ସେ ପ୍ରକାର ଜୀବନ ଯାପନ କରି ନଥାଉ । ଜାଣିବାର ପ୍ରକୃତ ଅର୍ଥ ସେତେବେଳେ ଅର୍ଥପୂର୍ଣ୍ଣ ହେବ ଯେତେବେଳେ ଆମେ ଯାହା ଜାଣୁ ସେ ଅନୁସାରେ ଜୀବନ ଯାପନ କରୁ ବା କାର୍ଯ୍ୟ କରିଥାଉ । ଯେକେହି ପ୍ରଭୁଙ୍କ ନାମ ଧରି ପ୍ରାର୍ଥନା କରିବ, ସେ ପରିତ୍ରାଣ ପ୍ରାପ୍ତ ହେବ (ରୋମୀୟ ୧୦ :୧୩) । ଖ୍ରୀଷ୍ଟଙ୍କୁ ଅନେକ ଲୋକ ଅନେକ ପ୍ରକାର ନାମରେ ଜାଣନ୍ତି, କିନ୍ତୁ ଆଜି ଆମ୍ଭେମାନେ ବାଇବେଲରୁ ଦେଖିବା, ଜାଣିବା, ଏବଂ ସେ ଅନୁସାରେ ଜୀବନ ଯାପନ ଓ ଉପାସନା କରିବା ।  


ଖ୍ରୀଷ୍ଟଙ୍କ ନାମ
ନାମନାମର ମହତ୍ତ୍ବ ବାଇବେଲର ସନ୍ଦର୍ଭ
ଆଦମ, ଶେଷ ଆଦମମୁକ୍ତ ହୋଇଥିବା ମାନବ ଜାତି ମଧ୍ୟରେ ପ୍ରଥମ୧ କରିନ୍ଥୀୟ ୧୫:୪୫
କ ଓ କ୍ଷଆରମ୍ଭ ଓ ଶେଷପ୍ରକାଶିତ ବାକ୍ୟ ୨୧:୬
ଜୀବନଦାୟକ ଆହରଏକ ଆବଶ୍ୟକ ଭୋଜନଯୋହନ ୬:୩୫
କୋଣର ପ୍ରଧାନ ପ୍ରସ୍ତରଜୀବନପାଇଁ ଏକ ଦୃଢ ଆଧାରଏଫିସୀୟ ୨:୨୦
ପ୍ରଧାନ ପାଳକରକ୍ଷକ, ପାଳନକର୍ତ୍ତା ଓ ମାର୍ଗ ଦର୍ଶକ୧ ପିତର ୫:୪
ଉତ୍ତମ ମେଷପାଳକପ୍ରଦାନକାରୀ ଓ ଯତ୍ନକାରୀଯୋହନ ୧୦:୧୧
ପ୍ରଧାନ ମେଷପାଳକବିଶ୍ଵସନୀୟ ମାର୍ଗ ଦର୍ଶକ ଓ ରକ୍ଷକଏବ୍ରୀ ୧୩:୨୦
ମହାଯାଜକଆମ ପାଇଁ ନିମନ୍ତେ ଏକ ସିଦ୍ଧ ବଳିଦାନଏବ୍ରୀ ୩:୧
ପରମେଶ୍ଵରଙ୍କ ପବିତ୍ର ବ୍ୟକ୍ତିପାପଶୂନ୍ୟ ସ୍ଵଭାବମାର୍କ ୧:୨୪
ଇମ୍ମାନୁଏଲ (ଆମ୍ଭମାନଙ୍କ ସହିତ ଇଶ୍ୱର)ଜୀବନର ସମସ୍ତ ପରିସ୍ଥିତି ରେ ଆମ ସହିତ ରୁହନ୍ତିମାଥିଉ ୧:୨୩
ରାଜା ମାନଙ୍କ ରାଜା, ପ୍ରଭୁ ମାନଙ୍କ ପ୍ରଭୁସର୍ବଶକ୍ତିମାନ ଯାହାଙ୍କ ସମ୍ମୁଖରେ ପ୍ରତି ଆନ୍ଠୁ ଭାଙ୍ଗିବପ୍ରକାଶିତ ବାକ୍ୟ ୧୯:୧୬
ପରମେଶ୍ଵର ଙ୍କ ମେଷଶାବକଆମ ପାଇଁ ବଳିଦାନ ସ୍ଵରୂପେ ନିଜ ଜୀବନ ଦେଲେଯୋହନ ୧:୨୯
ଜଗତର ଜ୍ୟୋତିଃଅନ୍ଧକାର ମଧ୍ୟରେ ଆଶା ଆଣନ୍ତିଯୋହନ ୯:୫
ଗୌରବମୟ ପ୍ରଭୁଜୀବିତ ପରମେଶ୍ଵରଙ୍କ ଶକ୍ତି ଓ ଉପସ୍ଥିତି୧ କରିନ୍ଥୀୟ ୨:୮
ମୃତ ମାନଙ୍କମଧ୍ୟରୁ ପ୍ରଥମ ଜାତପୁନରୁତ୍ଥାନ ଓ ଅନନ୍ତ ଜୀବନ ପାଇଁ କଢାଇ ନିଅନ୍ତିକଲସୀୟ ୧:୧୮
ପରମେଶ୍ଵର ଓ ମନୁଷ୍ୟମାନଙ୍କ ମଧ୍ୟରେ ଏକମାତ୍ର ମଧ୍ୟସ୍ଥମୁକ୍ତି ଓ କ୍ଷମା ଦେଇ ପରମେଶ୍ଵରଙ୍କ ଉପସ୍ଥିତିକୁ ଆଣନ୍ତି୧ ତୀମଥି ୨:୫
ପରମେଶ୍ଵରଙ୍କ ଅଦ୍ୱିତୀୟ ପୁତ୍ରଏକମାତ୍ର, ପରମେଶ୍ଵର ଙ୍କ ପୁତ୍ରଯୋହନ ୧:୧୪
ଭବିଷ୍ୟତବକ୍ତାପରମେଶ୍ଵରଙ୍କ ସତ୍ୟତା କୁ ବିଶ୍ଵସ୍ତ ଭାବରେ ଘୋଷଣକାରୀପ୍ରେରିତ ୩:୨୨
ତ୍ରାଣକର୍ତ୍ତାପାପ ଓ ମୃତ୍ୟୁ ରୁ ରକ୍ଷା କରନ୍ତିଲୁକ ୧:୪୭
ଅବ୍ରାହମଙ୍କ ବଂଶପରମେଶ୍ଵର ଙ୍କ ନିୟମର ମଧ୍ୟସ୍ଥଗାଲାତୀୟ ୩:୧୬
ମନୁଷ୍ୟପୁତ୍ରଆମର ମାନବିକତା ଆମର ସହ ପରିଚିତମାଥିଉ ୧୮:୧୧
ବାକ୍ୟପରମେଶ୍ଵର ଙ୍କ ସହିତ ସୃଷ୍ଟି ରେ ଉପସ୍ଥିତ ଥିଲେଯୋହନ ୧:୧


Source: MacArthur Bible Commentary

2 comments:

Kindly give your suggestions or appreciation!!!