BN

ତୁମ୍ଭେମାନେ ବିଶ୍ୱାସରେ ଅଛ କି?

ତୁମ୍ଭେମାନେ ବିଶ୍ୱାସରେ ଅଛ କି?

ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ବାସୀ ପରିତ୍ରାଣଜନକ ସତ୍ୟ ବିଶ୍ୱାସ, ସକ୍ରିୟ ବିଶ୍ୱାସର ଅଧିକାରୀ ଅଟେ ନା ନାହିଁ, ଏହା ଜାଣିବା ନିମନ୍ତେ ନିଜ ଜୀବନ ଓ ହୃଦୟକୁ ପରୀକ୍ଷା କରିବା ଆବଶ୍ୟକ। "ତୁମ୍ଭେମାନେ ବିଶ୍ୱାସରେ ଅଛ କି ନାହିଁ, ସେ ବିଷୟରେ ଆପଣା ଆପଣାକୁ ପରୀକ୍ଷା କର, ଆପଣା ଆପଣାର ବିଚାର କର (୨ୟ କରିନ୍ଥୀୟ ୧୩:୫)"। ଶୟତାନ ସବୁଠାରୁ ବଡ଼ ପ୍ରତାରକ ଅଟେ; ସେ ଅନୁକରଣ କରିବା ଦ୍ୱାରା ପ୍ରତାରଣା କରିଥାଏ, ଯଦି ଶଠତାପୂର୍ଣ୍ଣ ନକଲି ବିଶ୍ୱାସକୁ ସତ୍ୟ ବିଶ୍ଵାସ ରୂପେ ଜଣେ ବ୍ୟକ୍ତିଙ୍କୁ ହୃଦୟଙ୍ଗମ କରାଇଦିଏ, ତେବେ ସେହି ବ୍ୟକ୍ତି ସମ୍ପୂର୍ଣ୍ଣ ରୂପେ ତାହାର ନିୟନ୍ତ୍ରଣରେ ରହେ । 

ଆମ୍ଭେମାନେ ନିଜ ନିଜ ହୃଦୟକୁ ଅନୁସନ୍ଧାନ କରିବା ସମୟରେ ନିଜକୁ କେତୋଟି ପ୍ରଶ୍ନ ପଚାରିପାରୁ: 

୧। ମୁଁ ଜଣେ ପାପୀ, ଏହା ପ୍ରକୃତରେ ମୁଁ ଅନୁଭବ କରିଛି କି? ଏହି ଅନୁଭବକୁ ମୁଁ ମୋ ନିଜ ନିକଟରେ ଓ ଈଶ୍ୱରଙ୍କ ନିକଟରେ ସ୍ବୀକାର କରିଛି କି? 

୨। ଆଗାମୀ କ୍ରୋଧରୁ ପଳାୟନ କରିବା ନିମନ୍ତେ ମୋ ହୃଦୟ ମୋତେ କେବେ ଆନ୍ଦୋଳିତ କରିଛି କି? ମୋ ପାପ ବିଷୟରେ ମୁଁ କେବେ ବିବେଚନା କରିଛି କି? 

୩। ମୋ ପାପଗୁଡ଼ିକ ନିମନ୍ତେ ମୁଁ କଣ ପ୍ରକୃତରେ ଅନୁତପ୍ତ? ମୁଁ କ'ଣ ସେଥିରୁ ସମ୍ପୂର୍ଣ୍ଣ ରୂପେ ମନ ଫେରଣ କରିଛି? କିମ୍ବା, ମୁଁ ଗୋପନରେ ପାପକୁ ପ୍ରେମ କରୁଛି ଓ ତାହାକୁ ଉପଭୋଗ କରିବାକୁ ଇଚ୍ଛା କରୁଛି? ମୁଁ କଣ ପାପକୁ ଘୃଣା ଓ ଈଶ୍ୱରଙ୍କୁ ପ୍ରେମ କରୁଛି? 

୪। ଖ୍ରୀଷ୍ଟ ଯେ ମୋ ପାପର ନିମନ୍ତେ ମୃତ୍ୟୁଭୋଗ କଲେ ଓ ପୁନରୁତ୍ଥିତ ହେଲେ, ଏହି ସୁସମାଚାରକୁ ମୁଁ ପ୍ରକୃତରେ ବୁଝିପାରିଛି କି? 

୫। ମୋର ପରିତ୍ରାଣ ନିମନ୍ତେ ମୁଁ କଣ କେବଳ ଖ୍ରୀଷ୍ଟଙ୍କଠାରେ ହିଁ ଭରସା କରିଛି? ତାହାଙ୍କର ବାକ୍ୟ ଓ ଆତ୍ମାଙ୍କ ମାଧ୍ୟମରେ ତାହାଙ୍କ ସହିତ ମୋହର ଅତ୍ୟନ୍ତ ସଜୀବ ସମ୍ପର୍କ ରହିଛି କି? 

୬। ମୋହର ଜୀବନରେ ଏକ ପରିବର୍ତ୍ତନ ଘଟିଛି କି? ମୁଁ କଣ ସର୍ବଦା ଉତ୍ତମ କର୍ଯ୍ୟମାନ କରିଥାଏ, ନା ତାହା କେବଳ ସାମୟିକ ଓ ଶକ୍ତିହୀନ ହୋଇଥାଏ ? ପ୍ରୁଭୁଙ୍କଠାରେ ବୃଦ୍ଧି ପ୍ରାପ୍ତ ହେବାକୁ ମୁଁ ଇଚ୍ଛା କରେ କି? ମୋହର ଜୀବନ ଯୀଶୁଙ୍କଠାରେ ସଂଲଗ୍ନ ଅଟେ, ଅନ୍ୟମାନେ ମୋ ବିଷୟରେ ଏହା କହି ପାରିବେ କି? 

୭। ଖ୍ରୀଷ୍ଟଙ୍କ ବିଷୟ ଅନ୍ୟମାନଙ୍କୁ ଜଣାଇବା ନିମନ୍ତେ ମୁଁ ଇଚ୍ଛା କରେ ନା ତାହାଙ୍କ ସମ୍ବନ୍ଧରେ ଲଜ୍ଜାବୋଧ କରେ? 

୮। ଈଶ୍ବରଙ୍କ ଲୋକମାନଙ୍କ ସହଭାଗିତା ମୋତେ ଭଲ ଲାଗେ କି? ଈଶ୍ବରଙ୍କ ଉପାସନା କରିବାରେ ମୁଁ ଆନନ୍ଦବୋଧ କରେ କି? 

୯। ପ୍ରଭୁଙ୍କ ପୁନରାଗମନ ନିମନ୍ତେ ମୁଁ ପ୍ରସ୍ତୁତ କି? କିମ୍ଵା ସେ ମୋ ନିମନ୍ତେ ଯେତେବେଳେ ଆସିବେ, ସେତେବେଳେ ମୁଁ ଲଜ୍ଜାବୋଧ କରିବି? 

ପ୍ରତ୍ୟେକ ଖ୍ରୀଷ୍ଟିଆନ ଏକ ପ୍ରକାର ଅନୁଭୂତି ପ୍ରାପ୍ତ ହୋଇ ନଥାନ୍ତି। ପ୍ରତ୍ୟେକଙ୍କ ପବିତ୍ରୀକୃତ ହେବାର ପରିଣାମ ମଧ୍ୟ ଭିନ୍ନ। ତେଣୁ ଉପୋରୋକ୍ତ ଆତ୍ମିକ ଅନୁସନ୍ଧାନ ମୂଳକ ପ୍ରଶ୍ନଗୁଡ଼ିକ ଦ୍ୱାରା ଜଣେ ବ୍ୟକ୍ତି ଈଶ୍ବରଙ୍କ ସମ୍ମୁଖରେ ନିଜର ପ୍ରକୃତ ଅବସ୍ଥିତି ସମ୍ବନ୍ଧରେ ନିଶ୍ଚିତ ଜ୍ଞାନ ପାଇପାରିବ। 

"ହେ ପରମେଶ୍ବର, ମୋହର ଅନୁସନ୍ଧାନ କର ଓ ମୋ ଅନ୍ତଃକରଣର ପରିଚୟ ନିଅ, ମୋତେ ପରୀକ୍ଷା କର ଓ ମୋହର ସଂକଳ୍ପ ସବୁ ଜ୍ଞାତ ହୁଅ; ଆଉ ମୋ ଅନ୍ତରରେ ଦୁଷ୍ଟତାର କୌଣସି ମାର୍ଗ ଅଛି କି ନାହିଁ, ଏହା ଦେଖ, ପୁଣି ଅନନ୍ତ ପଥରେ ମୋତେ ଗମନ କରାଅ" (ଗୀତ ୧୩୯: ୨୩-୨୪)

ସୁସମାଚାର ପତ୍ରିକା ବଣ୍ଟନ ସେବାକାର୍ଯ୍ୟର ଲାଭ

Benefits of Gospel Tracts Distribution

✝️ ଗୋଟିଏ ସୁସମାଚାର ପତ୍ରିକା ବାଇବଲ ଆଧାରିତ ସୁସମାଚାରକୁ ବିଶ୍ଵସ୍ତଭାବେ ପ୍ରଚାର କରେ ।

✝️ ଗୋଟିଏ ସୁସମାଚାର ପତ୍ରିକା ସେହି ସ୍ଥାନମାନଙ୍କରେ ଯାଇପାରେ ଯେଉଁଠାରେ ଆପଣା ଯାଇ ପାରନ୍ତି ନାହିଁ।

✝️ ଗୋଟିଏ ସୁସମାଚାର ପତ୍ରିକା ଦୃଢ଼ ଏବଂ ସ୍ପଷ୍ଟଭାବେ ଖ୍ରୀଷ୍ଟଙ୍କୁ ଉପସ୍ଥାପନ କରେ। ।

✝️ ଗୋଟିଏ ସୁସମାଚାର ପତ୍ରିକା ଅନ୍ୟମାନଙ୍କୁ ବାଣ୍ଟିବା ପାଇଁ ଅଧିକ ପରିଶ୍ରମ ହୋଇ ନଥାଏ।

✝️ ଗୋଟିଏ ସୁସମାଚାର ପତ୍ରିକାକୁ ପ୍ରାୟତଃ ନମ୍ରଭାବେ ଗ୍ରହଣ କିମ୍ବା ଅଗ୍ରାହ୍ୟ କରାଯାଏ।

✝️ ଗୋଟିଏ ସୁସମାଚାର ପତ୍ରିକା ଯୁକ୍ତିତର୍କ କରେ ନାହିଁ; ଏହା କେବଳ ସତ୍ୟକୁ ଦର୍ଶାଏ ଏବଂ ପାଠକକୁ ପରିବର୍ତ୍ତନ ଓ ବିଶ୍ୱାସ କରିବାକୁ ଆହ୍ୱାନ ଦିଏ।

✝️ ଗୋଟିଏ ସୁସମାଚାର ପତ୍ରିକା ଲୋକମାନଙ୍କ ଘରକୁ ଯାଇ ପାରେ, ଯେତେବେଳେ ଆମ୍ଭେମାନେ ଯାଇ ନ ପାରୁ ।

✝️ ଗୋଟିଏ ସୁସମାଚାର ପତ୍ରିକାକୁ ଆପଣ କୌଣସି ବ୍ୟକ୍ତିକୁ ଯେକୌଣସି ସ୍ଥାନରେ ଓ ଯେକୌଣସି ସମୟରେ ଗୋଟିଏ ହସ ଖୁସିର ସହିତ ଦେଇପାରିବେ।

✝️ ଗୋଟିଏ ସୁସମାଚାର ପତ୍ରିକା ପାଠକମାନଙ୍କୁ ପୁଣିଥରେ ବାଇବଲ ଖୋଲି ପଢ଼ିବା ଏବଂ ଅନୁସରଣ କରିବାକୁ ଅନୁମତି ଦିଏ।

✝️ ଗୋଟିଏ ସୁସମାଚାର ପତ୍ରିକା ଦ୍ଵାରା ଈଶ୍ୱର ହଜିଯାଇଥିବା ଲୋକମାନଙ୍କୁ ପରିବର୍ତ୍ତନ ଏବଂ ମୁକ୍ତି ପାଇବା ନିମନ୍ତେ ଉତ୍ସାହ କରନ୍ତି।

✝️ ଗୋଟିଏ ସୁସମାଚାର ପତ୍ରିକା କେବଳ ବିଷୟବସ୍ତୁରେ ଲାଗି ରହେ ଏବଂ ଛୋଟ ଛୋଟ ଯୁକ୍ତି ସବୁରେ ଲକ୍ଷ୍ୟଭ୍ରଷ୍ଟ କଦାପି ହୁଏ ନାହିଁ।

✝️ ଗୋଟିଏ ସୁସମାଚାର ପତ୍ରିକା ସେହି ବ୍ୟକ୍ତି ମଧ୍ୟ ପଢ଼ିପାରେ ଯିଏ କଥାବାର୍ତ୍ତା କରିବାକୁ ଅଭିମାନୀ କିନ୍ତୁ ପତ୍ରିକା ପାଇବା ନିମନ୍ତେ ଅଧିକ ଆଗ୍ରହୀ।

✝️ ଗୋଟିଏ ସୁସମାଚାର ପତ୍ରିକାକୁ ଈଶ୍ୱର ସଠିକ୍ ସମୟରେ କୌଣସି ବ୍ୟକ୍ତିର ହୃଦୟରେ ସୁସମାଚାରର ବିହନ ବୁଣିବା ନିମନ୍ତେ ବ୍ୟବହାର କରନ୍ତି।

✝️ ଗୋଟିଏ ସୁସମାଚାର ପତ୍ରିକା ହେଉଛି ଈଶ୍ବରଙ୍କ କ୍ରୋଧରୁ ପରିତ୍ରାଣ ଆବଶ୍ୟକ କରୁଥିବା ପାପୀମାନଙ୍କୁ ପ୍ରେମରେ ସୁସମାଚାର ଜଣାଇବାର  ଗୋଟିଏ ଉତ୍ତମ ମାଧ୍ୟମ।

✝️ ଗୋଟିଏ ସୁସମାଚାର ପତ୍ରିକା ହେଉଛି ଆପଣା ପ୍ରତିବାସୀ ପ୍ରତି ଭାତ୍ରୁ ପ୍ରେମର ହସ ସହିତ ସୁସମାଚାର ପ୍ରଚାର କରିବାର ଗୋଟିଏ ସହଜ ଉପାୟ।


ଆସନ୍ତୁ ସୁଯୋଗର ସଦ୍ ବ୍ୟବହାର କରି ସୁସମାଚାର ପତ୍ରିକା ବାଣ୍ଟିବା ପାଇଁ ବାହାରିବା। 

ଯଦି ଆପଣ ଆମ୍ଭମାନଙ୍କ ସହିତ ପତ୍ରିକା ବଣ୍ଟନ କରିବାରେ ଯୋଗଦେବାକୁ ଚାହାଁନ୍ତି, ଆମ୍ଭମାନଙ୍କୁ ଯୋଗାଯୋଗ କରନ୍ତୁ। 

୧୩ ଫେବୃଆରୀ: ନବରଙ୍ଗପୁର

୧୪ ଫେବୃଆରୀ: କୋରାପୁଟ 

ଧନ୍ୟବାଦ

AW Team

କଣ ସମସ୍ତ ପାପ ସମାନ?

 Are all Sins Equal?

ପାପ ଏବଂ କ୍ଷମା ପ୍ରାୟତଃ ଆମ୍ଭମାନଙ୍କୁ ଦ୍ୱନ୍ଦରେ ପକାଇଦିଏ କାରଣ ଏହି ଦୁଇଟି ବିଷୟ ଭିନ୍ନ ଅଟେ ଯଦିଓ ବାଇବେଲ ନିର୍ଦ୍ଧିଷ୍ଟ ଭାବେ ସେ ପ୍ରକାର କହି ନାହିଁ।  ଗୋଟିଏ ଅନ୍ ହେଲେ ଅନ୍ୟଟି ଅଫ୍ ହୁଏ, ତାହା ପରିତ୍ରାଣର ଦୁଇଟି କ୍ଷେତ୍ର।  


ପରିତ୍ରାଣର ସମ୍ଵନ୍ଧରେ, ସମସ୍ତ ପାପ ସମାନ ଅଟେ।  ଯାକୁବ ୨:୧୦-୧୧ କୁହେ, "କାରଣ ଯେକେହି ସମସ୍ତ ବ୍ୟବସ୍ଥା ପାଳନ କରି କେବଳ ଗୋଟିକ ବିଷୟରେ ଝୁଣ୍ଟିପଡ଼େ, ତେବେ ସେ ସମସ୍ତ ବ୍ୟବସ୍ଥା ଲଙ୍ଘନ ଦୋଷରେ ଦଣ୍ତନୀୟ ହୁଏ। ଯେଣୁ ଯେ ବ୍ୟଭିଚାର କର ନାହିଁ ବୋଲି କହିଥିଲେ, ସେ ମଧ୍ୟ ନରହତ୍ୟା କର ନାହିଁ ବୋଲି କହିଥିଲେ, ଏଣୁ ତୁମ୍ଭେ ଯଦି ବ୍ୟଭିଚାର ନ କରି ନରହତ୍ୟା କର, ତେବେ ବ୍ୟବସ୍ଥା ଲଙ୍ଘନକାରୀ ହୋଇଅଛ।" ଆଜ୍ଞାଲଙ୍ଘନ ବ୍ୟବସ୍ଥାର ଗୋଟିଏ ଅଂଶ ଯାହା ଆମକୁ ବ୍ୟବସ୍ଥାର ଅପରାଧି ଭାବେ ପ୍ରକାଶ କରେ।  ଯଦି ଆମେ ମିଛ କହୁ, ଆମେ କେବଳ ମିଥ୍ୟାର ନୁହଁ କିନ୍ତୁ ସମସ୍ତ ବ୍ୟବସ୍ଥାର ଦୋଷୀ ଅଟୁ।  ରୋମୀୟ ୬:୨୩ କୁହେ ଯେ ପାପର ଦଣ୍ଡ ମୃତ୍ୟୁ - ଯେକୌଣସି ପାପ।  ଏହା ହେଉଛି ଅନ୍ କିମ୍ବା ଅଫ୍, ଏଇଟା ନହେଲେ ସେଇଟାର ପରିସ୍ଥିତି। ଆମେ ଆଜ୍ଞାଲଙ୍ଘନକାରୀର ଦୋଷୀ ନହେଲେ ଦୋଷୀ ନୁହଁ। ପ୍ରତ୍ୟେକ ଭାବନା ଏବଂ କାର୍ଯ୍ୟ ଯାହା ସ୍ୱାର୍ଥ କିମ୍ବା ଲୋଭ କିମ୍ବା କ୍ରୋଧ ଦ୍ଵାରା ପ୍ରେରିତ ହୁଏ, ତାହା ଅନ୍ୟକୁ ଅଭିଶାପ ବା ନିନ୍ଦା କରିବା ସହିତ ସମାନ।  ସୌଭାଗ୍ୟବଶତଃ ଯୀଶୁ ପ୍ରତ୍ୟେକ ପାପ କ୍ଷମା କରନ୍ତି।  


ତଥାପି ଈଶ୍ବର ପାପ ମଧ୍ୟରେ ପ୍ରଭେଦ ରଖନ୍ତି। ଯେତେବେଳେ ମୋଶା ଦେଖିଲେ ଯେ ଇସ୍ରାଏଲ ଲୋକମାନେ ସୁବର୍ଣ୍ଣ ବାଛୁରିର ଉପାସନା କରିଅଛନ୍ତି, ସେ କହିଲେ, ଏହି ଲୋକମାନେ ମହାପାପ କରିଅଛନ୍ତି ଯାତ୍ରାପୁସ୍ତକ ୩୨:୩୦। ଏବଂ ଫାରୁଶୀମାନଙ୍କ (ମାଥିଉ ୩:୭; ୧୨:୩୪;୨୩;୩୩; ଲୁକ ୩:୭) ପ୍ରତି ଯୀଶୁଙ୍କ ପ୍ରତିକ୍ରିୟାଠାରୁ ବ୍ୟଭିଚାରୀ ସ୍ତ୍ରୀ (ଯୋହନ ୪:୪-୪୨; ୮:୧-୧୧) ପ୍ରତି ଯୀଶୁଙ୍କ ପ୍ରତିକ୍ରିୟା ଅଧିକ ଭିନ୍ନ ଥିଲା । ସେ ଏହା ମାଥିଉ ୨୩:୨୩-୨୪ ରେ ବର୍ଣ୍ଣନା କରନ୍ତି: "ହାୟ, ଦଣ୍ତର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀ-ମାନେ, କାରଣ ତୁମ୍ଭେମାନେ ପୋଦିନା, ପାନମହୁରୀ ଓ ଜୀରାର ଦଶମାଂଶ ଦେଉଥାଅ, ଆଉ ବ୍ୟବସ୍ଥାର ଗୁରୁତର ବିଷୟଗୁଡ଼ିକ, ନ୍ୟାୟବିଚାର, ଦୟା ଓ ବିଶ୍ଵାସ, ଏହାସବୁ ପରିତ୍ୟାଗ କରିଅଛ; କିନ୍ତୁ ଏହିସମସ୍ତ ପାଳନ କରିବା ଓ ଅନ୍ୟସବୁ ପରିତ୍ୟାଗ ନ କରିବା ଉଚିତ। ରେ ଅନ୍ଧ ପଥପ୍ରଦର୍ଶକମାନେ, ତୁମ୍ଭେମାନେ ମଶାକୁ ଛାଣୁଥାଅ, କିନ୍ତୁ ଓଟକୁ ଗିଳୁଥାଅ।" 


ଈଶ୍ବର କିପରି ପାପପ୍ରତି ଆମର ପାର୍ଥିବ ତଥା ସମ୍ବନ୍ଧୀୟ ପ୍ରତିକ୍ରିୟାଗୁଡ଼ିକୁ ଅନୁଭବ କରିବାକୁ ଅନୁମତି ଦିଅନ୍ତି, ସେଥିରେ ଆମେ ଏକ ପାର୍ଥକ୍ୟ ମଧ୍ୟ ଦେଖିପାରୁ । ବନ୍ଧୁଙ୍କ କାର ପାଇଁ ଇଚ୍ଛା ଆପଣଙ୍କୁ ଗୋଟିଏ ସମ୍ପର୍କରେ ଖୁଣ୍ଟା ଆଣିପାରେ, କିନ୍ତୁ ସେତେ ନାହିଁ ଯେତେ ସେହି କାର ଚୋରୀ କଲେ ହୁଏ।  ଗୋଟିଏ ରାଗର ଭାବନା ଶୀଘ୍ର ଭୁଲି ଯାଇ ହୋଇପାରେ, କିନ୍ତୁ ହତ୍ୟା କରିବା ବହୁତ ଗଭୀରତା ସହ ଆଘାତ କରେ।  


ଇସ୍ରାଏଲୀୟମାନଙ୍କୁ ଦେଇଥିବା ନିୟମରେ ଈଶ୍ବରଙ୍କ ସେହିପରି ସ୍ୱୀକୃତି ଦେଖାଯାଏ । ଅପରାଧଗୁଡିକର ବିଭିନ୍ନ ପ୍ରକାରର ଦଣ୍ଡ ସମ୍ପର୍କ ଆଘାତର ପରିମାଣ ଏବଂ ସମାଜ ଭାବରେ ଇସ୍ରାଏଲର ସ୍ଥିରତା ଉପରେ ନିର୍ଭର କରୁଥିଲା । 


ପ୍ରତ୍ୟେକ ପାପ ଆମକୁ ସମାନ ଭାବେ ଦୋଷୀ କରେ, କିନ୍ତୁ ପ୍ରତ୍ୟେକ ପାପ ଅନ୍ୟମାନଙ୍କୁ ସମାନ ଭାବେ ଆଘାତ କରେ ନାହିଁ। ସୌଭାଗ୍ୟବଶତଃ, ଯେକୌଣସି ପାପଠାରୁ ଈଶ୍ବର ଅଧିକ ଶକ୍ତିଶାଳୀ । ସେ ସର୍ବଦା କ୍ଷମା କରି ପାରନ୍ତି ଏବଂ ସେ ସର୍ବଦା ସମ୍ପର୍କକୁ ସୁସ୍ଥ କରି ପାରନ୍ତି- ତାଙ୍କ ସହିତ ଏବଂ ଅନ୍ୟମାନଙ୍କ ସହିତ ମଧ୍ଯ।


Source: https://www.compellingtruth.org/are-all-sins-equal.html



ଯେତେବେଳେ ଆମ୍ଭେମାନେ ଦୁଃଖଭୋଗ କରୁ?

 When We Suffer???

ଯେତେବେଳେ ଆମ୍ଭେମାନେ ଦୁଃଖଭୋଗ କରୁ ଏହି ୬ ଟି ପ୍ରଶ୍ନ ନିଜକୁ ପଚାରିବା ଏବଂ ଯଦି ହଁ କିପରି ପତିକ୍ରିୟା କରିବା ଉଚିତ ଜାଣିବା।  

ପ୍ରଶ୍ନ ୧: 

ମୁଁ କଣ ମୋର ପାପ ସକାଶେ ଈଶ୍ବରଙ୍କଠାରୁ ଦଣ୍ଡ ପାଉଛି? 


ଯଦି ହଁ : ଅସ୍ୱୀକାର ପାପକୁ ସ୍ୱୀକାର କରି ଛାଡନ୍ତୁ


ପ୍ରଶ୍ନ ୨: 

ମୁଁ କଣ ଯେଉଁମାନେ ଦୁଃଖରେ ଅଛନ୍ତି ସେମାନଙ୍କ ପ୍ରତି ଦୟାଳୁ ହେବା ପାଇଁ  ଓ ଏକ ବିଶେଷ ସେବା ପାଇଁ ପ୍ରସ୍ତୁତ ହେଉଛି ?


ଯଦି ହଁ: ଆତ୍ମ ଦୟାଳୁ ହୁଅନ୍ତୁ ନାହିଁ।  ଈଶ୍ବରଙ୍କୁ ସୁଯୋଗର ଦ୍ୱାର ଖୋଲିବାକୁ ଏବଂ ତୁମ ପରି ଯନ୍ତ୍ରଣା ଭୋଗୁଥିବା ଅନ୍ୟମାନଙ୍କୁ ଆବିଷ୍କାର କରିବାରେ ସାହାଯ୍ୟ କରିବା ନିମନ୍ତେ ପ୍ରାର୍ଥନା କର । 


ପ୍ରଶ୍ନ ୩: 

ଶୟତାନ କଣ ମୋତେ ଆକ୍ରମଣ କରୁଛି ଯେତେବେଳେ ଆପଣ ମୁଁ ଗୋଟିଏ ପ୍ରକୃତ ଖ୍ରୀଷ୍ଟିଆନ ଜୀବନ ଯାପନ କରିବା ନିମନ୍ତେ ଚେଷ୍ଟା କରେ? 


ଯଦି ହଁ: ଈଶ୍ବରଙ୍କ ନିକଟରେ ଶକ୍ତି ନିମନ୍ତେ ପ୍ରାର୍ଥନା କରନ୍ତୁ। 


ପ୍ରଶ୍ନ ୪: 

ଆୟୁବଙ୍କ ପରି ପରୀକ୍ଷିତ ହେବା ପାଇଁ ମୁଁ ବିଶେଷ ଭବରେ ମନୋନୀତ ହୋଇଅଛି କି? 


ଯଦି ହଁ: ମଣ୍ଡଳୀର ବିଶ୍ବାସୀମାନଙ୍କଠାରୁ ସାହାର୍ଯ୍ୟ ଗ୍ରହଣ କରନ୍ତୁ।  ତୁମ ମାଧ୍ୟମରେ ତାଙ୍କର ଉଦ୍ଦେଶ୍ଯ କାର୍ଯ୍ୟକାରୀ ହେବ ନିମନ୍ତେ ଈଶ୍ବରଙ୍କଠାରେ ବିଶ୍ୱାସ କରନ୍ତୁ।  


ପ୍ରଶ୍ନ ୫: 

ମୋର ଦୁଃଖ କଣ ପ୍ରାକୃତିକ ପରିଣାମର ଫଳାଫଳ ଯାହା ପାଇଁ ମୁଁ ପ୍ରତ୍ୟକ୍ଷ ଭାବରେ ଦାୟୀ ନୁହେଁ ? 


ଯଦି ହଁ: ଜାଣି ରଖନ୍ତୁ,  ଏହି ପାପମୟ ଜଗତରେ ଉଭୟ ଧାର୍ମିକ ଏବଂ ଦୁଷ୍ଟ ଲୋକମାନେ ଦୁଃଖଭୋଗ କରିବେ । କିନ୍ତୁ ଧାର୍ମିକ ବ୍ୟକ୍ତିମାନଙ୍କ ନିମନ୍ତେ ଈଶ୍ବର ପ୍ରତିଜ୍ଞା କରିଛନ୍ତି ଯେ ଗୋଟିଏ ଦିନ ତାହାର ଦୁଃଖ ସମାପ୍ତ ହେବ।  


ପ୍ରଶ୍ନ ୬: 

ମୋର ଦୁଃଖ କଣ ଗୋଟିଏ ଅଜ୍ଞାତ କାରଣ ନିମନ୍ତେ ହେଉଛି? 


ଯଦି ହଁ: ନିଜେ ହୃଦୟରେ ଦୁଃଖିତ ହୋଇ କଷ୍ଟ ପାଆନ୍ତୁ ନାହିଁ।  ଈଶ୍ବର ତୁମର ଯତ୍ନ ନିଅନ୍ତି ବୋଲି ଜାଣି ତାଙ୍କଠାରେ ଦୃଢ଼ ବିଶ୍ବାସ ପ୍ରକାଶ କରନ୍ତୁ ଏବଂ ଧୈର୍ଯ୍ୟର ସହିତ ତାଙ୍କର ସହାୟତା ପାଇଁ ଅପେକ୍ଷା କରନ୍ତୁ।  


Source: LA NIV Study Bible 

ଦାଉଦଙ୍କ ସଫଳତା ଓ ସମସ୍ଯା କଣ ଥିଲା?

 ଦାଉଦ କିପରି ପାପରେ ପଡିବାକୁ ନିଜକୁ ଅନୁମତି ଦେଲେ?

  • ଦାଉଦ ଯୁଦ୍ଧରେ ନଯାଇ ଘରେ ରହିବା ଦ୍ଵାରା ନିଜର ଉଦେଶ୍ୟକୁ ପରିତ୍ୟାଗ କଲେ । (୨ ଶାମୁୟେଲ ୧୧:୧)

  • ସେ ନିଜ କାମନା ଉପରେ ଧ୍ୟାନ ଦେଲେ (୨ ଶାମୁୟେଲ ୧୧:୩)

  • ଯେତେବେଳେ ପ୍ରଲୋଭନ ଆସିଲା, ସେ ସେଥିରୁ ଦୂରକୁ ଯିବା ବଦଳରେ ସେଥିରେ ଲାଗି ରହିଲେ । (୨ ଶାମୁୟେଲ ୧୧:୪)

  • ସେ ବାରମ୍ବାର ପାପ କଲେ (୨ ଶାମୁୟେଲ ୧୧:୪)

  • ସେ ଅନ୍ୟମାନଙ୍କୁ ପ୍ରବଞ୍ଚନା କରି ନିଜର ପାପକୁ ଆଚ୍ଛାଦିତ କରିବାକୁ ଚେଷ୍ଟା କଲେ । (୨ ଶାମୁୟେଲ ୧୧:୬-୧୫)

  • ସେ ନିଜର ପାପ କୁ ଲୁଚାଇବା ପାଇଁ ହତ୍ୟା କଲେ (୨ ଶାମୁୟେଲ ୧୧:୧୫, ୧୭), ପରିଶେଷରେ ତାହାଙ୍କ ପାପ ପ୍ରକାଶିତ ହେଲା । (୨ ଶାମୁୟେଲ ୧୨:୯)

  • ଦାଉଦଙ୍କ ପାପର ପରିଣାମ ବହୁ ଦୂରରେ ଥିଲା, ଯାହାକି ଅନ୍ୟମାନଙ୍କୁ ମଧ୍ୟ ପ୍ରଭାବିତ କରିଥିଲା ।  (୨ ଶାମୁୟେଲ ୧୧: ୧୭; ୧୨:୧୧, ୧୪, ୧୫)

  • ଦାଉଦ ଯେ କୌଣସି ସମୟରେ ମଧ୍ୟ ପାପରୁ ବିମୁଖ ହେବା ପାଇଁ ବାଛି ପାରିଥାନ୍ତେ । କିନ୍ତୁ ଯଦି ଥରେ ପାପ ଆରମ୍ଭ ହୁଏ ତେବେ ଏହା ବନ୍ଦ କରିବା କଷ୍ଟକର ହୋଇଯାଏ । (ଯାକୁବ ୧:୧୪, ୧୫)


 ପ୍ରଲୋଭନରୁ କିପରି ପଳାୟନ କରିବା?

  • ଯାହା ଆମ୍ଭମାନଙ୍କୁ ପ୍ରଲୋଭନ ଦିଏ ସେହି ଲୋକମାନଙ୍କଠାରୁ, ସ୍ଥାନରୁ, ପରିସ୍ଥିତିରୁ ଦୂରରେ ରହିବାକୁ ଈଶ୍ବରଙ୍କ ନିକଟରେ ଆନ୍ତରିକତାର ସହିତ ପ୍ରାର୍ଥନା କରିବା କର।

  • ତୁମର ନିର୍ଦ୍ଦିଷ୍ଟ ଦୁର୍ବଳତାକୁ ମୁକାବିଲା କରୁଥିବା ସେହି ପଦଗୁଡ଼ିକୁ ମନେରଖ ଏବଂ ଧ୍ୟାନ କର । 

  • ଅନ୍ୟ ଜଣେ ବିଶ୍ଵାସୀକୁ ଖୋଜ, ଯାହା ସହିତ ତୁମେ ତୁମର ସଂଘର୍ଷକୁ ଖୋଲାଖୋଲି ଭାବରେ କହି ପାରିବ ଏବଂ ପ୍ରଲୋଭନ ଦେଖାଗଲେ ସେହି ବ୍ୟକ୍ତିଙ୍କୁ ସାହାଯ୍ୟ ପାଇଁ ଫୋନ କରିବ ଆଉ ପ୍ରାର୍ଥନା କରିବ । 


ଦାଉଦଙ୍କ ସଫଳତା
ଦାଉଦଙ୍କ ଜ୍ଞାନର କାର୍ଯ୍ୟଦାଉଦଙ୍କ ବିଜୟ
ଦାଉଦ ମାର୍ଗ ଦର୍ଶନ ନିମନ୍ତେ ପ୍ରାର୍ଥନା କଲେ (୨ ଶାମୁୟେଲ ୨:୧)ଦାଉଦ ଯୀହୁଦା ବଂଶ ଉପରେ ରାଜାଭିଷିକ୍ତ ହେଲେ (୨ ଶାମୁୟେଲ ୨:୪)
ଦାଉଦ ତାଙ୍କର ଶତ୍ରୁ ଇଶବୋଶତର ହତ୍ୟାକାରୀମାନଙ୍କୁ ଦଣ୍ଡ ଦେଲେ (୨ ଶାମୁୟେଲ ୪:୧୨)ଦାଉଦ ଇସ୍ରାଏଲ ଉପରେ ରାଜାଭିଷିକ୍ତ ହେଲେ (୨ ଶାମୁୟେଲ ୫:୩)
ଦାଉଦ ଈଶ୍ବରଙ୍କ ଉଦ୍ଧାର ପାଇଁ ପ୍ରାର୍ଥନା କଲେ (୨ ଶାମୁୟେଲ ୫:୧୯)ଦାଉଦ ଯିରୁଶାଲେମରେ ରାଜତ୍ଵ କଲେ (୨ ଶାମୁୟେଲ ୫:୬,୭)
ଦାଉଦ ନିୟମ ସିନ୍ଦୁକକୁ ଯିରୁଶାଲେମକୁ ଆଣିଲେ (୨ ଶାମୁୟେଲ ୬:୧୨)ଈଶ୍ବର ଦାଉଦଙ୍କ ବଂଶ ଅନନ୍ତକାଳୀନ ରାଜବଂଶ ହେବ ବୋଲି ପ୍ରତିଜ୍ଞା କଲେ (୨ ଶାମୁୟେଲ ୭:୧୬)
ଦାଉଦ ହୋମାବଳି ଓ ମଙ୍ଗଳର୍ଥକ ବଳି ଉତ୍ସର୍ଗ କଲେ ଓ ଲୋକମାନଙ୍କୁ ଆଶୀର୍ବାଦ କଲେ (୨ ଶାମୁୟେଲ ୬:୧୮)ଦାଉଦଙ୍କ ସୈନ୍ୟମାନେ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ (୨ ଶାମୁୟେଲ ୮:୧)
ଦାଉଦ ପରମେଶ୍ଵରଙ୍କ ଉତ୍ତମତା ସକାଶେ ଧନ୍ୟବାଦ ଦେଲେ (୨ ଶାମୁୟେଲ ୭:୧୮-୨୪; ୨୨:୧-୪)ଦାଉଦଙ୍କ ସୈନ୍ୟମାନେ ମୋୟବୀୟମାନଙ୍କୁ ଓ ଅରାମୀୟମାନଙ୍କୁ ପରାସ୍ତ କଲେ (୨ ଶାମୁୟେଲ ୮:୨, ୬)
ଦାଉଦ ନିଜର ପାପ ସ୍ଵୀକାର କଲେ (୨ ଶାମୁୟେଲ ୧୨:୧୩; ୨୪:୧୦)ଦାଉଦଙ୍କ ସୈନ୍ୟମାନେ ଅମ୍ମୋନ ସନ୍ତାନମାନଙ୍କୁ ପରାସ୍ତ କଲେ (୨ ଶାମୁୟେଲ ୧୧:୧)
ଦାଉଦଙ୍କ ସମସ୍ଯା
ଦାଉଦଙ୍କ ଅଜ୍ଞାନର କାର୍ଯ୍ୟଦାଉଦଙ୍କ ପ୍ରତିକୂଳ ପରିସ୍ଥିତି
ଦାଉଦ ବତଶେବାଙ୍କ ବ୍ୟଭିଚାର କଲେ (୨ ଶାମୁୟେଲ ୧୧:୪)ବତଶେବା ଗର୍ଭବତୀ ହେଲେ (୨ ଶାମୁୟେଲ ୧୧:୫)
ଦାଉଦ ବତଶେବାଙ୍କ ସ୍ଵାମୀ ଉରୀୟ ହତ୍ୟା କରିବ ନିମନ୍ତେ ଆଦେଶ ଦେଲେ (୨ ଶାମୁୟେଲ ୧୧:୧୫,୧୭)ଦାଉଦ ଓ ବତଶେବାଙ୍କ ଶିଶୁ ମୃତ୍ୟୁ ବରଣ କଲା (୨ ଶାମୁୟେଲ ୧୨:୧୮)
ଦାଉଦ ଅବଶାଲୋମକୁ କ୍ଷମା କରିବାକୁ କିମ୍ବା ନିର୍ଦେଶ ଦେବାରେ ବିଫଳ ହେଲେ (୨ ଶାମୁୟେଲ ୧୩:୩୯; ୧୪:୨୪)
ଅମ୍ନୋନ ତାମର ସହ ବ୍ୟଭିଚାର କଲା (୨ ଶାମୁୟେଲ ୧୩:୧୪)
ଅବଶାଲୋମ ଅମ୍ନୋନକୁ ହତ୍ୟା କଲା (୨ ଶାମୁୟେଲ ୧୩:୨୯)
ଇସ୍ରାଏଲର ଏକ ଜନଗଣନା ନିଆଯିବାକୁ ଦାଉଦ ଆଦେଶ ଦେଲେ (୨ ଶାମୁୟେଲ ୨୪:୨)
ଅବଶାଲୋମ ସିଂହାସନକୁ ଅକ୍ତିଆର କଲା (୨ ଶାମୁୟେଲ ୧୬:୧୫)
ଏକ ମହାମାରୀ ଇସ୍ରାଏଲକୁ ଧ୍ୱଂସ କଲା (୨ ଶାମୁୟେଲ ୨୪:୧୫)



Source: NKJV and LA Study Bible