Are all Sins Equal?
ପାପ ଏବଂ କ୍ଷମା ପ୍ରାୟତଃ ଆମ୍ଭମାନଙ୍କୁ ଦ୍ୱନ୍ଦରେ ପକାଇଦିଏ କାରଣ ଏହି ଦୁଇଟି ବିଷୟ ଭିନ୍ନ ଅଟେ ଯଦିଓ ବାଇବେଲ ନିର୍ଦ୍ଧିଷ୍ଟ ଭାବେ ସେ ପ୍ରକାର କହି ନାହିଁ। ଗୋଟିଏ ଅନ୍ ହେଲେ ଅନ୍ୟଟି ଅଫ୍ ହୁଏ, ତାହା ପରିତ୍ରାଣର ଦୁଇଟି କ୍ଷେତ୍ର।
ପରିତ୍ରାଣର ସମ୍ଵନ୍ଧରେ, ସମସ୍ତ ପାପ ସମାନ ଅଟେ। ଯାକୁବ ୨:୧୦-୧୧ କୁହେ, "କାରଣ ଯେକେହି ସମସ୍ତ ବ୍ୟବସ୍ଥା ପାଳନ କରି କେବଳ ଗୋଟିକ ବିଷୟରେ ଝୁଣ୍ଟିପଡ଼େ, ତେବେ ସେ ସମସ୍ତ ବ୍ୟବସ୍ଥା ଲଙ୍ଘନ ଦୋଷରେ ଦଣ୍ତନୀୟ ହୁଏ। ଯେଣୁ ଯେ ବ୍ୟଭିଚାର କର ନାହିଁ ବୋଲି କହିଥିଲେ, ସେ ମଧ୍ୟ ନରହତ୍ୟା କର ନାହିଁ ବୋଲି କହିଥିଲେ, ଏଣୁ ତୁମ୍ଭେ ଯଦି ବ୍ୟଭିଚାର ନ କରି ନରହତ୍ୟା କର, ତେବେ ବ୍ୟବସ୍ଥା ଲଙ୍ଘନକାରୀ ହୋଇଅଛ।" ଆଜ୍ଞାଲଙ୍ଘନ ବ୍ୟବସ୍ଥାର ଗୋଟିଏ ଅଂଶ ଯାହା ଆମକୁ ବ୍ୟବସ୍ଥାର ଅପରାଧି ଭାବେ ପ୍ରକାଶ କରେ। ଯଦି ଆମେ ମିଛ କହୁ, ଆମେ କେବଳ ମିଥ୍ୟାର ନୁହଁ କିନ୍ତୁ ସମସ୍ତ ବ୍ୟବସ୍ଥାର ଦୋଷୀ ଅଟୁ। ରୋମୀୟ ୬:୨୩ କୁହେ ଯେ ପାପର ଦଣ୍ଡ ମୃତ୍ୟୁ - ଯେକୌଣସି ପାପ। ଏହା ହେଉଛି ଅନ୍ କିମ୍ବା ଅଫ୍, ଏଇଟା ନହେଲେ ସେଇଟାର ପରିସ୍ଥିତି। ଆମେ ଆଜ୍ଞାଲଙ୍ଘନକାରୀର ଦୋଷୀ ନହେଲେ ଦୋଷୀ ନୁହଁ। ପ୍ରତ୍ୟେକ ଭାବନା ଏବଂ କାର୍ଯ୍ୟ ଯାହା ସ୍ୱାର୍ଥ କିମ୍ବା ଲୋଭ କିମ୍ବା କ୍ରୋଧ ଦ୍ଵାରା ପ୍ରେରିତ ହୁଏ, ତାହା ଅନ୍ୟକୁ ଅଭିଶାପ ବା ନିନ୍ଦା କରିବା ସହିତ ସମାନ। ସୌଭାଗ୍ୟବଶତଃ ଯୀଶୁ ପ୍ରତ୍ୟେକ ପାପ କ୍ଷମା କରନ୍ତି।
ତଥାପି ଈଶ୍ବର ପାପ ମଧ୍ୟରେ ପ୍ରଭେଦ ରଖନ୍ତି। ଯେତେବେଳେ ମୋଶା ଦେଖିଲେ ଯେ ଇସ୍ରାଏଲ ଲୋକମାନେ ସୁବର୍ଣ୍ଣ ବାଛୁରିର ଉପାସନା କରିଅଛନ୍ତି, ସେ କହିଲେ, ଏହି ଲୋକମାନେ ମହାପାପ କରିଅଛନ୍ତି ଯାତ୍ରାପୁସ୍ତକ ୩୨:୩୦। ଏବଂ ଫାରୁଶୀମାନଙ୍କ (ମାଥିଉ ୩:୭; ୧୨:୩୪;୨୩;୩୩; ଲୁକ ୩:୭) ପ୍ରତି ଯୀଶୁଙ୍କ ପ୍ରତିକ୍ରିୟାଠାରୁ ବ୍ୟଭିଚାରୀ ସ୍ତ୍ରୀ (ଯୋହନ ୪:୪-୪୨; ୮:୧-୧୧) ପ୍ରତି ଯୀଶୁଙ୍କ ପ୍ରତିକ୍ରିୟା ଅଧିକ ଭିନ୍ନ ଥିଲା । ସେ ଏହା ମାଥିଉ ୨୩:୨୩-୨୪ ରେ ବର୍ଣ୍ଣନା କରନ୍ତି: "ହାୟ, ଦଣ୍ତର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀ-ମାନେ, କାରଣ ତୁମ୍ଭେମାନେ ପୋଦିନା, ପାନମହୁରୀ ଓ ଜୀରାର ଦଶମାଂଶ ଦେଉଥାଅ, ଆଉ ବ୍ୟବସ୍ଥାର ଗୁରୁତର ବିଷୟଗୁଡ଼ିକ, ନ୍ୟାୟବିଚାର, ଦୟା ଓ ବିଶ୍ଵାସ, ଏହାସବୁ ପରିତ୍ୟାଗ କରିଅଛ; କିନ୍ତୁ ଏହିସମସ୍ତ ପାଳନ କରିବା ଓ ଅନ୍ୟସବୁ ପରିତ୍ୟାଗ ନ କରିବା ଉଚିତ। ରେ ଅନ୍ଧ ପଥପ୍ରଦର୍ଶକମାନେ, ତୁମ୍ଭେମାନେ ମଶାକୁ ଛାଣୁଥାଅ, କିନ୍ତୁ ଓଟକୁ ଗିଳୁଥାଅ।"
ଈଶ୍ବର କିପରି ପାପପ୍ରତି ଆମର ପାର୍ଥିବ ତଥା ସମ୍ବନ୍ଧୀୟ ପ୍ରତିକ୍ରିୟାଗୁଡ଼ିକୁ ଅନୁଭବ କରିବାକୁ ଅନୁମତି ଦିଅନ୍ତି, ସେଥିରେ ଆମେ ଏକ ପାର୍ଥକ୍ୟ ମଧ୍ୟ ଦେଖିପାରୁ । ବନ୍ଧୁଙ୍କ କାର ପାଇଁ ଇଚ୍ଛା ଆପଣଙ୍କୁ ଗୋଟିଏ ସମ୍ପର୍କରେ ଖୁଣ୍ଟା ଆଣିପାରେ, କିନ୍ତୁ ସେତେ ନାହିଁ ଯେତେ ସେହି କାର ଚୋରୀ କଲେ ହୁଏ। ଗୋଟିଏ ରାଗର ଭାବନା ଶୀଘ୍ର ଭୁଲି ଯାଇ ହୋଇପାରେ, କିନ୍ତୁ ହତ୍ୟା କରିବା ବହୁତ ଗଭୀରତା ସହ ଆଘାତ କରେ।
ଇସ୍ରାଏଲୀୟମାନଙ୍କୁ ଦେଇଥିବା ନିୟମରେ ଈଶ୍ବରଙ୍କ ସେହିପରି ସ୍ୱୀକୃତି ଦେଖାଯାଏ । ଅପରାଧଗୁଡିକର ବିଭିନ୍ନ ପ୍ରକାରର ଦଣ୍ଡ ସମ୍ପର୍କ ଆଘାତର ପରିମାଣ ଏବଂ ସମାଜ ଭାବରେ ଇସ୍ରାଏଲର ସ୍ଥିରତା ଉପରେ ନିର୍ଭର କରୁଥିଲା ।
ପ୍ରତ୍ୟେକ ପାପ ଆମକୁ ସମାନ ଭାବେ ଦୋଷୀ କରେ, କିନ୍ତୁ ପ୍ରତ୍ୟେକ ପାପ ଅନ୍ୟମାନଙ୍କୁ ସମାନ ଭାବେ ଆଘାତ କରେ ନାହିଁ। ସୌଭାଗ୍ୟବଶତଃ, ଯେକୌଣସି ପାପଠାରୁ ଈଶ୍ବର ଅଧିକ ଶକ୍ତିଶାଳୀ । ସେ ସର୍ବଦା କ୍ଷମା କରି ପାରନ୍ତି ଏବଂ ସେ ସର୍ବଦା ସମ୍ପର୍କକୁ ସୁସ୍ଥ କରି ପାରନ୍ତି- ତାଙ୍କ ସହିତ ଏବଂ ଅନ୍ୟମାନଙ୍କ ସହିତ ମଧ୍ଯ।
Source: https://www.compellingtruth.org/are-all-sins-equal.html