If you want to Participate the Bible Quiz in Odia, Kindly Click Below Link.
Thanks For Ur Participation
Thank You
AW Team
For the word of God is alive and active. Sharper than any double-edged sword, it penetrates even to dividing soul and spirit, joints and marrow; it judges the thoughts and attitudes of the heart. Hebrews 4:12
If you want to Participate the Bible Quiz in Odia, Kindly Click Below Link.
Thanks For Ur Participation
Thank You
AW Team
If You want to Participate the Bible Quiz, then Kindly Click Below Bible Quiz Option..
Click Here for Answer Sheet Previous Quiz!!
Thank You
AW Team
ଧନ୍ୟ (ଆଶୀର୍ବାଦ ପ୍ରାପ୍ତ) ମନୁଷ୍ୟ ପରୀକ୍ଷା ସମୟରେ ସ୍ଥିର ଥାଏ
-ଯାକୁବ ୧:୧୨-୧୬
ପରିଚୟ:
ଏହି ପତ୍ର ସେହି ଦ୍ଵାଦଶ ଗୋଷ୍ଠୀକୁ ଲେଖାଯାଇଛି ଯିଏ ଛିନ୍ନ ଭିନ୍ନ ହୋଇଥିଲେ ।
ଏହି ଲୋକମାନେ ଆପଣା ବିଶ୍ବାସ ସକାଶେ ନାନା ପରୀକ୍ଷାର ସମ୍ମୁଖୀନ ହେଉଥିଲେ।
ନାନା ପରୀକ୍ଷା ଯୋଗୁଁ ସେମାନେ ଅସ୍ଥିର ହେଉଥିଲେ।
ସେମାନେ ପରିପକ୍ୱତା ସହିତ ନାନା ପରୀକ୍ଷାକୁ ସମ୍ମୁଖୀନ କରୁନଥିଲେ।
ଯାକୁବ ସେମାନଙ୍କୁ ସ୍ଥିର ରହିବା ପାଇଁ ଉତ୍ସାହ କରୁଅଛନ୍ତି।
୨-୮ ପଦରେ ଯାକୁବ ବିଭିନ୍ନ ପରୀକ୍ଷା ପ୍ରତି ଜଣେ ବିଶ୍ବାସୀର ସ୍ଵଭାବ ବିଷୟରେ ସ୍ମରଣ କରାଉଛନ୍ତି।
ପରୀକ୍ଷାକୁ ବିଶେଷ ଆନନ୍ଦ ବିଷୟ ବୋଲି ମନେ କର
ପରୀକ୍ଷା ଦ୍ଵାରା ଆମର ବିଶ୍ୱାସ ପରୀକ୍ଷିତ ହୁଏ।
ଆମ ଜୀବନରେ ପରୀକ୍ଷା ଦ୍ଵାରା ଧୈର୍ଯ୍ୟର କାର୍ଯ୍ୟ ସମ୍ପୁର୍ଣ୍ଣ ହୁଏ।
ପରୀକ୍ଷାକୁ ସମ୍ମୁଖୀନ କରିବା ପାଇଁ ଆମ୍ଭମାନଙ୍କୁ ପରମେଶ୍ଵରଠାରୁ ଜ୍ଞାନ ମାଗିବା ଆବଶ୍ୟକ।
ଏହି ସବୁ ବିଷୟକୁ ସ୍ମରଣ କରାଇବା ପରେ, ଯାକୁବ ଏହା ବୁଝାଇବା ପାଇଁ ଚାହୁଁଛନ୍ତି ଯେ କାହିଁକି ଆମେ ପରୀକ୍ଷା ସମୟରେ ସ୍ଥିର ରହିବା ଆବଶ୍ୟକ। ସର୍ବ ପ୍ରଥମେ ଯାକୁବ କହୁଛନ୍ତି ଜଣେ ଧନ୍ୟ (ଆଶୀର୍ବାଦ ପ୍ରାପ୍ତ) ମନୁଷ୍ୟର ଚିହ୍ନ ଓ ପରିଚୟ ହେଉଛି, ସେ ପରୀକ୍ଷା ସମୟରେ ସ୍ଥିର ରହେ। ଜଣେ ମନୁଷ୍ୟକୁ ସେ ଭୌତିକ ଆଶୀର୍ବାଦରେ ପରିପୂର୍ଣ୍ଣ କିମ୍ବା ତାହାର ଜୀବନରେ କିଛି ଚିହ୍ନ - ଚମତ୍କାର - ସୁସ୍ଥତା ଇତ୍ଯାଦି ହୋଇଅଛି ବୋଲି ଧନ୍ୟ (ଆଶୀର୍ବାଦ ପ୍ରାପ୍ତ) କୁହଯାଏ ନାହିଁ । ତାହାର ଜୀବନରେ କିଛି ବଡ଼ ଅଦ୍ଭୁତ କାର୍ଯ୍ୟ ହୋଇଅଛି ବୋଲି ମଧ୍ୟ ଧନ୍ୟ (ଆଶୀର୍ବାଦ ପ୍ରାପ୍ତ) କୁହଯାଏ ନାହିଁ। ସେ ନିଜର ବୁଦ୍ଧି, ଧନ, ଜ୍ଞାନ ଇତ୍ଯାଦି ସକାଶେ ମଧ୍ୟ ଧନ୍ୟ (ଆଶୀର୍ବାଦ ପ୍ରାପ୍ତ) ନୁହେଁ । ଏହି ସବୁର ବିପରୀତ, ତାଙ୍କୁ ଏଥିପାଇଁ ଧନ୍ୟ (ଆଶୀର୍ବାଦ ପ୍ରାପ୍ତ) କୁହଯାଏ ଯେହେତୁ ସେ ନାନା ପ୍ରକାର ପରୀକ୍ଷା ସମୟରେ ସ୍ଥିର ବା ଦୃଢ ରହିଅଛି।
ପ୍ରକୃତରେ, ପରମେଶ୍ଵରଙ୍କ ଆଉ ମନୁଷ୍ୟମାନଙ୍କ ମୂଲ୍ୟାଙ୍କନର ମାନଦଣ୍ଡ ସଂପୂର୍ଣ୍ଣ ବିପରୀତ ଅଟେ। ଆମ୍ଭମାନଙ୍କ ମଧ୍ୟରେ ଅଧିକାଂଶ ଲୋକ ପରମେଶ୍ଵରଙ୍କ ମାନଦଣ୍ଡ ଅନୁସାରେ ଚିନ୍ତା କରୁଛୁ ନା ଶିଖିବା ପାଇଁ ଇଚ୍ଛା କରୁଛୁ ଓ ଅନ୍ୟକୁ ଶିକ୍ଷା ଦେଉଛୁ। ଆମ୍ଭମାନଙ୍କ ଚିନ୍ତାଧାରା ବିକୃତ, ଭ୍ରଷ୍ଟ, ପାପମୟ ଓ ପରମେଶ୍ୱର ବିରୋଧୀ ଅଟେ । ପରମେଶ୍ୱର ଆମକୁ ସାହାର୍ଯ୍ୟ ଓ ଅନୁଗ୍ରହ କରନ୍ତୁ ଯେ ଆମେ ଧନ୍ୟ (ଆଶୀର୍ବାଦ ପ୍ରାପ୍ତ) କୁହାଯିବାର ପ୍ରକୃତ ଅର୍ଥକୁ ବୁଝିପାରିବା।
ତେବେ ପରୀକ୍ଷା ସମୟରେ କାହିଁକି ସ୍ଥିର / ଦୃଢ ରହିବା ଆବଶ୍ୟକ??
ବିଶ୍ବାସୀ ପରୀକ୍ଷା ସମୟରେ ସ୍ଥିର / ଦୃଢ ରହେ ଯେହେତୁ ତାହା ପରମେଶ୍ୱରଙ୍କ ପ୍ରତି ତାହାର ପ୍ରେମର ପ୍ରମାଣ ଅଟେ। (୧୨)
ପରୀକ୍ଷା ସମୟରେ ଆମର ସ୍ଥିରତା ସକାଶେ ଆମେ ସିଦ୍ଧ ହୋଇପାରୁ। ଏହି ମାନଦଣ୍ଡ ପରମେଶ୍ବର ସ୍ଥିର କରିଛିନ୍ତି । ଆମେ ଏହା ବିଷୟରେ କଣ ଭାବୁଛୁ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ସିଦ୍ଧ ହେବା ମାନଦଣ୍ଡ ସର୍ଵଜ୍ଞା ପରମେଶ୍ଵର ସ୍ଥିର କରିଛିନ୍ତି। ଆମ ନିକଟରେ କୌଣସି ଅନ୍ୟ ବିକଳ୍ପ, ଉପାୟ ଓ ରାସ୍ତା କିଛି ନାହିଁ।
ପରୀକ୍ଷା ସମୟରେ ସ୍ଥିରତା ହେତୁ ଆମେ ମୁକୁଟ ପ୍ରାପ୍ତ ହେଉ। ଏଠାରେ ଏହା ଗୁରୁତ୍ୱପୂର୍ଣ୍ଣ ନୁହଁ ଯେ ମୁକୁଟ କେତେ ଓଜନ ହେବ, କେମିତି ଦେଖାଯିବ, କେଉଁ ରଙ୍ଗର ହୋଇଥିବ ଇତ୍ୟାତି । ମୁଖ୍ୟ ବିଷୟ ହେଉଛି ଯେ ଏହା ପରୀକ୍ଷା ସମୟରେ ସ୍ଥିର ରହିବାର ପ୍ରତିଫଳ । ଏହା ଏକ ନିଶ୍ଚିତ ପ୍ରତିଫଳ ଯେହେତୁ ଏହା ପ୍ରଭୁଙ୍କ ପ୍ରତିଜ୍ଞା ଅଟେ। ଏହା ସର୍ବଶକ୍ତିମାନ - ଅପରିବର୍ତ୍ତନୀୟ - ଅନନ୍ତକାଳୀନ - ଜୀବିତ - ପବିତ୍ର ପରମେଶ୍ଵରଙ୍କ ପ୍ରତିଜ୍ଞା। ମୁକୁଟର ସୌନ୍ଦର୍ଯ୍ୟ ଆମର ଉତ୍ସାହର ବିଷୟ ନୁହେଁ କିନ୍ତୁ ଏହି ପ୍ରତିଜ୍ଞାର ଦୃଢତା ଓ ନିଶ୍ଚିତତା ଆମର ଉତ୍ସାହର ବିଷୟ ଅଟେ।
ପରୀକ୍ଷା ସମୟରେ ସ୍ଥିରତା ପରମେଶ୍ୱରଙ୍କ ପ୍ରତି ଆମର ପ୍ରେମର ପ୍ରମାଣ ଅଟେ। ପରୀକ୍ଷା ସମୟରେ ସ୍ଥିର ରହିବା, ତାହା ଦ୍ଵାରା ସିଦ୍ଧ ହେବା, ସିଦ୍ଧ ହେବା ସକାଶେ ମୁକୁଟ ପ୍ରାପ୍ତିର ପ୍ରତିଜ୍ଞା ପାଇବା ଏକ ମନୁଷ୍ୟର ପରମେଶ୍ଵର ପ୍ରତି ଥିବା ପ୍ରେମକୁ ଦର୍ଶାଏ। ପରମେଶ୍ଵରଙ୍କୁ ଏହି ପ୍ରକାରେ ପ୍ରେମ କରିବା ଲୋକକୁ ଏହି ପ୍ରତିଜ୍ଞା ଦିଆଯାଇଛି ଯେ ସେ ମୁକୁଟ ପ୍ରାପ୍ତ ହେବ। ପରମେଶ୍ଵରଙ୍କୁ ପ୍ରେମ କରିବା ଲୋକ - ଏହାର ପରିଭାଷା ଦେବାର କେବଳ ପରମେଶ୍ଵରଙ୍କ ଅଧିକାର ଅଛି। ଏହାର ପରିଭାଷା ଆମେ ନିଜର ମନ, ଇଚ୍ଛା, ଓ ବୁଦ୍ଧି ଦ୍ଵାରା ବନେଇ ପାରିବା ନାହିଁ। ପରମେଶ୍ଵର ତାଙ୍କୁ ପ୍ରେମ କରିବା ଲୋକଙ୍କ ପାଇଁ ଯେଉଁ ପରିଭାଷା ସ୍ଥିର କରିଛିନ୍ତି, ତାହା ହେଉଛି ଯେ ମନୁଷ୍ୟ ପରୀକ୍ଷା ସମୟରେ ସ୍ଥିର ରହିବ; ସେ ନିଜର ସିଦ୍ଧତାର ପ୍ରମାଣ ପରୀକ୍ଷା ସମୟରେ ସ୍ଥିର ରହିବା ଦ୍ଵାରା ପ୍ରକାଶ କରିବ ।
ବିଶ୍ବାସୀ ପରୀକ୍ଷା ସମୟରେ ସ୍ଥିର ରହିବ ଯେହେତୁ ଅସ୍ଥିରତା ପାପ ଓ ମୃତ୍ୟୁ ଆଡକୁ ଘେନି ଯାଏ। (୧୩-୧୬)
ପରୀକ୍ଷାର ଉଦ୍ଦେଶ୍ଯକୁ ଅସ୍ୱୀକାର କରିବା ଶୟତାନକୁ ଗୋଟିଏ ସୁଯୋଗ ଦିଏ ଯେ ସେ ଯେପରି ଆମକୁ ମନ୍ଦ ଅଭିଳାଷରେ ପ୍ରଲୋଭନ କରିବା ପାରିବ। ପରୀକ୍ଷା ସମୟରେ ଅବ୍ରାହମ ମିସର ଦେଶକୁ ପଳାୟନ କଲେ (ଆଦି ପୁସ୍ତକ ୧୨:୧୦), ଇସ୍ରାଏଲିୟ ଲୋକମାନେ ପରୀକ୍ଷା ସମୟରେ ଅଭିଯୋଗ କଲେ (ଯାତ୍ରାପୁସ୍ତକ ୧୫:୨୩-୨୪) । ଜୀବନରେ ପରୀକ୍ଷା ଆସିବା ମନ୍ଦ ବିଷୟ ନୁହେଁ କିନ୍ତୁ ପରୀକ୍ଷାରୁ ବଞ୍ଚିତ ହେବା ପାଇଁ କିମ୍ବା ତାହାକୁ ସାମନା କରିବା ପାଇଁ ଭୁଲ ରାସ୍ତା ବା ଉପାୟକୁ ପ୍ରୟୋଗ କରିବା ମନ୍ଦ ଓ ପାପ ଅଟେ। ପରମେଶ୍ୱରଙ୍କ ନିକଟରେ ବିଶ୍ୱାସ ନ କରିବା ମୂର୍ଖତା ବିଷୟ ଅଟେ। ଶୟତାନ ଆମର ମୂର୍ଖତାର ଲାଭ ଉଠାଇ ଆମକୁ ମନ୍ଦ ଉପାୟକୁ ପ୍ରୟୋଗ କରିବା ପାଇଁ ପ୍ରଲୋଭନ କରେ। ଏହା ସେହି ବିଷୟ ଅଟେ ଯାହା ଯାକୁବ ଚେତାବନୀ ଦେଉଅଛନ୍ତି । ଏହି ମନ୍ଦ ଅଭିଳାଷର ବିଷୟ ବସ୍ତୁ ଭିନ୍ନ ଭିନ୍ନ ହୋଇ ପାରେ କିନ୍ତୁ ତାହାର ଉଦ୍ଦେଶ୍ଯ ହେଉଛି ଆମକୁ ପରୀକ୍ଷା ସମୟରେ ଅସ୍ଥିର କରିଦେବା। ଯୀଶୁଙ୍କ ଜୀବନରେ ଆମେ ଦେଖୁ ଯେ କିପରି ଶୟତାନ ଯୀଶୁଙ୍କୁ ମନ୍ଦ କଥାରେ/ଉପାୟରେ ପ୍ରଲୋଭିତ କରୁଥିଲା ଯେତେବେଳେ ଯୀଶୁ ୪୦ ଦିନ ଓ ୪୦ ରାତ୍ରି ଉପବାସ କରିବା ପରେ କ୍ଷୁଧିତ ହୋଇଥିଲେ (ଲୁକ ୪:୧-୧୨)। ପରୀକ୍ଷାରେ ମନ୍ଦ ଅଭିଳାଷ ପ୍ରତି ପ୍ରଲୋଭିତ ହେବା ଆମକୁ ପ୍ରବଞ୍ଚନା କରେ ଓ ପାପରେ ପକାଇଦିଏ। ପ୍ରଲୋଭନ ଏକ ଜାଲ ପରି ଯାହା ଆମେ ଦେଖିପାରୁ ନାହୁଁ | ତାହା ଆରମ୍ଭରେ ଉପକାରୀ, ଭଲ ଏବଂ ଠିକ୍ ଦେଖାଯାଏ କିନ୍ତୁ ଶେଷରେ ତାହା ମନ୍ଦତା ଆଣି ଆମକୁ ମୃତ୍ୟୁ ଆଡକୁ ନେଇଯାଏ | ସତ୍ୟ ଏହା ଯେ ପରୀକ୍ଷା ଆମର ବିଶ୍ବାସକୁ ପରିପକ୍ୱ କରିବା ପାଇଁ ଓ ଆମର ଉତ୍ତମତା ନିମନ୍ତେ ଅଟେ । ଆଉ ଏହି ସତ୍ୟରୁ ସେହି ପ୍ରଲୋଭନ ଆମକୁ ବଞ୍ଚିତ କରିବା ପାଇଁ ଚେଷ୍ଟା କରେ । ପରମେଶ୍ଵରଙ୍କ ପ୍ରତିଜ୍ଞାର ପ୍ରତିଫଳ ଭାବେ ଆମେ ମୁକୁଟ ପ୍ରାପ୍ତ ହେବା ସତ୍ୟତା ଠାରୁ ପ୍ରଲୋଭନ ଆମକୁ ବଞ୍ଚିତ କରିବା ପାଇଁ ଚେଷ୍ଟା କରେ ।
ଉପସଂହାର:
ଆମେ ପରୀକ୍ଷାରୁ ପଳାଇବାକୁ କିମ୍ବା ଏଡାଇବାକୁ ଚେଷ୍ଟା କରିବା ଉଚିତ୍ ନୁହେଁ |
ଆମକୁ ମନେ ରଖିବାକୁ ହେବ ଯେ ପରୀକ୍ଷାର ଉଦ୍ଦେଶ୍ୟ ଆମର ମଙ୍ଗଳ ନିମନ୍ତେ।
ପରୀକ୍ଷାରେ ଦୃଢ଼ ଭାବରେ ଠିଆ ହେବା ହେଉଛି ଆଶୀର୍ବାଦ ପ୍ରାପ୍ତ ବ୍ୟକ୍ତିଙ୍କ ଚିହ୍ନ |
Source: Glory Apologetics Blog
Article by Ps Manish Mitra
Hindi: https://gloryapologetics.blogspot.com/2022/11/RighteousManEnglish.html?m=1
ପ୍ରେମ ହିଁ ସାର
ଆଜିର ଚିନ୍ତା
ରୋମୀୟ ୧୨:୯-୨୧
ଅନ୍ୟମାନଙ୍କ ଆବଶ୍ୟକତା ପ୍ରତି ଧ୍ୟାନ ଦେଲେ, ଈଶ୍ଵର ଗୌରବ ପାଆନ୍ତି ।
ଆତ୍ମିକ ଦାନଗୁଡ଼ିକ ବ୍ୟବହାର କରୁଥିବା ବିଶ୍ବାସୀମାନଙ୍କର ମନୋଭାବ ତଥା ଆଚରଣ କିପରି ହେବା ଉଚିତ୍, ଆଜିର ପାଠ୍ୟାଂଶରେ ପାଉଲ ତାହା ବୁଝାଇଛନ୍ତି । ନିଜ ଶକ୍ତିରେ ଆମ୍ଭେମାନେ ଏହି ଆଚରଣ ପ୍ରଦର୍ଶନ କରିବାକୁ ଚେଷ୍ଟା କଲେ ବିଫଳ ହେବା, ମାତ୍ର ପବିତ୍ର ଆତ୍ମଙ୍କ ସାହାଯ୍ୟରେ ଆମ୍ଭେମାନେ ଏହା କରିପାରିବା ।
ସହ ବିଶ୍ବାସୀଙ୍କୁ ପ୍ରେମ (୯-୧୩) :
ଅନେକ ସମୟରେ ଆମ୍ଭମାନଙ୍କ ପ୍ରେମ କେବଳ ଛଳନାପୂର୍ଣ୍ଣ ହୋଇଥାଏ । ଏଥିରେ ଆନ୍ତରିକତା ଆଦୌ ନ ଥାଏ । ଈଶ୍ୱର ଚାହାନ୍ତି ଆମେ ହୃଦୟ ସହ ପ୍ରେମ କରୁ, ଯେପରି ସେମାନେ ପୂର୍ବ ଅପେକ୍ଷା ଅଧିକ ଉତ୍ତମ ହୋଇପାରିବେ । ଆମର ସମୟର ଅଭାବ ଥିବାବେଳେ ସମୟ ଦେବା, ଅନ୍ୟମାନଙ୍କର ଅଭାବମୋଚନ କରିବା ଓ ନିଜର ସନ୍ତାନମାନଙ୍କ ପରି ବ୍ୟକ୍ତିଗତଭାବେ ବୋଝଗ୍ରସ୍ତ ହେବା, ଏହା ସରଳ ତଥା ନିଷ୍କପଟ ପ୍ରେମର ପରିଭାଷା ଅଟେ । ମଣ୍ଡଳୀରେ ଆଜି ଅନେକ ଆମର ପ୍ରେମପୂର୍ଣ୍ଣ କାର୍ଯ୍ୟକୁ ଅପେକ୍ଷା କରିଛନ୍ତି ……
ମୁଁ କଣ ସଚେତନ ଅଛି ?
ଶତ୍ରୁମାନଙ୍କୁ ପ୍ରେମ (୧୪,୧୭-୨୦) :
ଆମ ଦେଶରେ କିଛି ସ୍ଥାନରେ ଖ୍ରୀଷ୍ଟ ବିଶ୍ବାସୀମାନେ ଭୀଷଣ ତାଡ଼ନାର ସମ୍ମୁଖୀନ ହେଉଛନ୍ତି । ଏପରି ସମୟରେ ଆମ୍ଭେମାନେ ପ୍ରାର୍ଥନା ସହ ଧୈଯ୍ୟ ଓ ସାହସ ଧରିବା (ଯୋହନ ୧୬:୩୧), ପ୍ରତିହିଂସା ଦେଖାଇବା ନାହିଁ (୧ପିତର ୨:୨୧-୨୩) ମାତ୍ର ସେମାନଙ୍କର ଆତ୍ମାର ପରିତ୍ରାଣ ପାଇଁ ସେମାନଙ୍କୁ କ୍ଷମା ଦେଇ ପ୍ରାର୍ଥନା କରିବା । ମନେରଖିବା, ପ୍ରତିଶୋଧ ଆମକୁ ବନ୍ଦୀ କରିପକାଏ, ମାତ୍ର କ୍ଷମା ଆମକୁ ମୁକ୍ତ କରେ (ମାଥିଉ ୬:୧୪) ।
ବୈପ୍ଳବିକ ଆଚରଣ (୧୪,୧୫-୧୬,୨୦-୨୨) :
ପାର୍ବତ୍ୟ ଉପଦେଶରେ (ମାଥିଉ ୫-୭) ବର୍ଣ୍ଣିତ ଆଚରଣଗୁଡ଼ିକ, ଖ୍ରୀଷ୍ଟ ବିଶ୍ବାସୀର ଜୀବନରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ଉଦ୍ଦିଷ୍ଟ ଥିଲା । ଏଠାରେ ସେହି ଆଚରଣ ବିଷୟ କୁହାଯାଇଛି । ଆସନ୍ତୁ, ତାଡ଼ନାକାରୀକୁ ଆଶିର୍ବାଦ, ଅନ୍ୟର ଆନନ୍ଦରେ ଆନନ୍ଦ ଓ ରୋଦନରେ ରୋଦନ, ପାପୀ ଓ ଦୀନହୀନମାନଙ୍କୁ ଘୃଣା ନ କରି ସଙ୍ଗୀ ହେବା, ଶତ୍ରୁକୁ ଭୋଜନ ଓ ପାନ କରାଇବା ଆଦି ସୁକ୍ରିୟା ଦ୍ଵାରା ସମସ୍ତ ମନ୍ଦତା ଉପରେ ଜୟଲାଭ କରିବା ।
ବ୍ୟବହାରିକ କର୍ତ୍ତବ୍ୟ
ଆଜିର ଚିନ୍ତା
ରୋମୀୟ ୧୨:୧-୮
ମୋତେ ପ୍ରଦତ୍ତ ଈଶ୍ୱରଙ୍କ ଦାନକୁ ମୁଁ କ'ଣ ଚିହ୍ନି ପାରିଛି ?
ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ଵାସଦ୍ଵାରା ପାପକ୍ଷମା ଓ ପରିତ୍ରାଣ ଏବଂ ଈଶ୍ୱରଙ୍କ ଯୋଜନାର ନିର୍ଦ୍ଧିଷ୍ଟତା ଆଦିରେ ନିହିତ ଧର୍ମତତ୍ତ୍ୱ ବିଷୟରେ ରୋମୀୟ ୧-୧୧ ପର୍ବରେ ବୁଝାଇଲା ପରେ, ପାଉଲ ଜଣେ ଖ୍ରୀଷ୍ଟ ବିଶ୍ବାସୀର ବ୍ୟବହାରରିକ କର୍ତ୍ତବ୍ୟ ସମ୍ବନ୍ଧରେ କହୁଅଛନ୍ତି ।
ଈଶ୍ୱରଙ୍କ ସହିତ (୧-୨) :
ଖ୍ରୀଷ୍ଟ ବିଶ୍ବାସୀର ସର୍ବପ୍ରଥମ ସମ୍ପର୍କ ଈଶ୍ୱରଙ୍କ ସହ ହେବା ଆବଶ୍ୟକ ଅଟେ । ଈଶ୍ୱରଙ୍କ ମହାଦୟା ହେତୁ ଆମ୍ଭେମାନେ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଥିବାରୁ, ଆମ୍ଭମାନଙ୍କର ଶରୀର - ମନ - ଆତ୍ମାକୁ ସମ୍ପୂର୍ଣ୍ଣଭାବେ ଅର୍ପଣ କରିବା ଯୁକ୍ତିଯୁକ୍ତ ଅଟେ । ଯେତେବେଳେ ଆମେ ସମ୍ପୂର୍ଣ୍ଣ ଶରୀରକୁ (ଆମର କାର୍ଯ୍ୟସବୁକୁ ନୁହେଁ) ସଜୀବ ବଳି ରୂପେ ଉତ୍ସର୍ଗ କରୁ, ସେତେବେଳେ ଆମ୍ଭମାନଙ୍କର ଦୁର୍ବଳତା, ଯାବତୀୟ ପାପ ଆଦିକୁ ପୋଡ଼ି ପକାଇ, ଈଶ୍ଵର ଆମକୁ ପବିତ୍ର କରନ୍ତି । ଏହି ଉତ୍ସର୍ଗକୁ କାର୍ଯ୍ୟକାରୀ କରିବାକୁ ହେଲେ ମନର ପରିବର୍ତ୍ତନ ନିହାତି ଆବଶ୍ୟକ । ଆମେ ଯେତେବେଳେ ଈଶ୍ୱରଙ୍କ ଇଚ୍ଛାକୁ ଆମ ଜୀବନରେ କାର୍ଯ୍ୟକାରୀ କରିବାକୁ ପ୍ରାଣପଣ କରୁ, ସେତେବେଳେ ଈଶ୍ଵର ସ୍ୱୟଂ ଆପଣା ପବିତ୍ର ଆତ୍ମାଙ୍କ ଦ୍ଵାରା ତାହା ସାଧନ କରନ୍ତି (ଫିଲି ୨:୧୩) ।
ମଣ୍ଡଳୀ ସହିତ( ୩-୫) :
ମଣ୍ଡଳୀ ଖ୍ରୀଷ୍ଟଙ୍କର ଶରୀର ଓ ଆମ୍ଭେମାନେ ଏହାର ଅଙ୍ଗପ୍ରତ୍ୟଙ୍ଗ ଅଟୁ । ଆଜିକାଲି, ଆମେ ଓ ଆମର କର୍ଯ୍ୟାବଳୀସମୂହ ଦୃଶ୍ୟମାନ ହେଉ ବୋଲି ସମସ୍ତେ ଚାହାଁନ୍ତି । ଏହା ସମସ୍ତ ଅନର୍ଥର ମୂଳ କାରଣ । କାରଣ ଏହାଦ୍ବାରା ବିବାଦ ଓ କଳହ ଉପୁଜେ ଏବଂ ମଣ୍ଡଳୀରେ ଏକତା ଓ ପ୍ରେମର ଅଭାବ ଘଟି ମଣ୍ଡଳୀ ସ୍ଥାଣୁ ହୋଇପଡେ । ଆଜି କ'ଣ ମୁଁ ମଣ୍ଡଳୀର ନିଷ୍ଠା ଓ ବୃଦ୍ଧି ପାଇଁ କାର୍ଯ୍ୟରତ ?
ପରସ୍ପର ସହିତ (୬-୮) :
ଯାହାକୁ ଯେଉଁ ଦାନ ଦତ୍ତ ହୋଇଛି ତାହା ଭାବବାଣୀ କହିବା ହେଉ ବା ଦୟା କରିବା ହେଉ - କୌଣସି ଗୋଟିଏ ଦାନ ଉତ୍କୃଷ୍ଟ ବା ନିକୃଷ୍ଟ ନୁହେଁ । ଆସନ୍ତୁ, ନିଜ ନିଜର ଦାନକୁ ଚିହ୍ନିବା ଓ ନମ୍ରତା ସହକାରେ, ଈଶ୍ୱରଙ୍କ ପରିବାର ଓ ରାଜ୍ୟର ନିଷ୍ଠା ପୁଣି ବୃଦ୍ଧି ନିମନ୍ତେ ପ୍ରାଣପଣ କରିବା ।