BN

ପ୍ରେମ ହିଁ ସାର

 ପ୍ରେମ ହିଁ ସାର

ଆଜିର ଚିନ୍ତା

ରୋମୀୟ ୧୨:୯-୨୧


ଅନ୍ୟମାନଙ୍କ ଆବଶ୍ୟକତା ପ୍ରତି ଧ୍ୟାନ ଦେଲେ, ଈଶ୍ଵର ଗୌରବ ପାଆନ୍ତି ।


ଆତ୍ମିକ ଦାନଗୁଡ଼ିକ ବ୍ୟବହାର କରୁଥିବା ବିଶ୍ବାସୀମାନଙ୍କର ମନୋଭାବ ତଥା ଆଚରଣ କିପରି ହେବା ଉଚିତ୍, ଆଜିର ପାଠ୍ୟାଂଶରେ ପାଉଲ ତାହା ବୁଝାଇଛନ୍ତି । ନିଜ ଶକ୍ତିରେ ଆମ୍ଭେମାନେ ଏହି ଆଚରଣ ପ୍ରଦର୍ଶନ କରିବାକୁ ଚେଷ୍ଟା କଲେ ବିଫଳ ହେବା, ମାତ୍ର ପବିତ୍ର ଆତ୍ମଙ୍କ ସାହାଯ୍ୟରେ ଆମ୍ଭେମାନେ ଏହା କରିପାରିବା । 


ସହ ବିଶ୍ବାସୀଙ୍କୁ ପ୍ରେମ (୯-୧୩) :

ଅନେକ ସମୟରେ ଆମ୍ଭମାନଙ୍କ ପ୍ରେମ କେବଳ ଛଳନାପୂର୍ଣ୍ଣ ହୋଇଥାଏ । ଏଥିରେ ଆନ୍ତରିକତା ଆଦୌ ନ ଥାଏ । ଈଶ୍ୱର ଚାହାନ୍ତି ଆମେ ହୃଦୟ ସହ ପ୍ରେମ କରୁ, ଯେପରି ସେମାନେ ପୂର୍ବ ଅପେକ୍ଷା ଅଧିକ ଉତ୍ତମ ହୋଇପାରିବେ । ଆମର ସମୟର ଅଭାବ ଥିବାବେଳେ ସମୟ ଦେବା, ଅନ୍ୟମାନଙ୍କର ଅଭାବମୋଚନ କରିବା ଓ ନିଜର ସନ୍ତାନମାନଙ୍କ ପରି ବ୍ୟକ୍ତିଗତଭାବେ ବୋଝଗ୍ରସ୍ତ ହେବା, ଏହା ସରଳ ତଥା ନିଷ୍କପଟ ପ୍ରେମର ପରିଭାଷା ଅଟେ । ମଣ୍ଡଳୀରେ ଆଜି ଅନେକ ଆମର ପ୍ରେମପୂର୍ଣ୍ଣ କାର୍ଯ୍ୟକୁ ଅପେକ୍ଷା କରିଛନ୍ତି ……

ମୁଁ କଣ ସଚେତନ ଅଛି ?


ଶତ୍ରୁମାନଙ୍କୁ ପ୍ରେମ (୧୪,୧୭-୨୦) :

ଆମ ଦେଶରେ କିଛି ସ୍ଥାନରେ ଖ୍ରୀଷ୍ଟ ବିଶ୍ବାସୀମାନେ ଭୀଷଣ ତାଡ଼ନାର ସମ୍ମୁଖୀନ ହେଉଛନ୍ତି । ଏପରି ସମୟରେ ଆମ୍ଭେମାନେ ପ୍ରାର୍ଥନା ସହ ଧୈଯ୍ୟ ଓ ସାହସ ଧରିବା (ଯୋହନ ୧୬:୩୧), ପ୍ରତିହିଂସା ଦେଖାଇବା ନାହିଁ (୧ପିତର ୨:୨୧-୨୩) ମାତ୍ର ସେମାନଙ୍କର ଆତ୍ମାର ପରିତ୍ରାଣ ପାଇଁ ସେମାନଙ୍କୁ କ୍ଷମା ଦେଇ ପ୍ରାର୍ଥନା କରିବା । ମନେରଖିବା, ପ୍ରତିଶୋଧ ଆମକୁ ବନ୍ଦୀ କରିପକାଏ, ମାତ୍ର କ୍ଷମା ଆମକୁ ମୁକ୍ତ କରେ (ମାଥିଉ ୬:୧୪) ।


ବୈପ୍ଳବିକ ଆଚରଣ (୧୪,୧୫-୧୬,୨୦-୨୨) :

ପାର୍ବତ୍ୟ ଉପଦେଶରେ (ମାଥିଉ ୫-୭) ବର୍ଣ୍ଣିତ ଆଚରଣଗୁଡ଼ିକ, ଖ୍ରୀଷ୍ଟ ବିଶ୍ବାସୀର ଜୀବନରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ଉଦ୍ଦିଷ୍ଟ ଥିଲା । ଏଠାରେ ସେହି ଆଚରଣ ବିଷୟ କୁହାଯାଇଛି । ଆସନ୍ତୁ, ତାଡ଼ନାକାରୀକୁ ଆଶିର୍ବାଦ, ଅନ୍ୟର ଆନନ୍ଦରେ ଆନନ୍ଦ ଓ ରୋଦନରେ ରୋଦନ, ପାପୀ ଓ ଦୀନହୀନମାନଙ୍କୁ ଘୃଣା ନ କରି ସଙ୍ଗୀ ହେବା, ଶତ୍ରୁକୁ ଭୋଜନ ଓ ପାନ କରାଇବା ଆଦି ସୁକ୍ରିୟା ଦ୍ଵାରା ସମସ୍ତ ମନ୍ଦତା ଉପରେ ଜୟଲାଭ କରିବା । 

No comments:

Post a Comment

Kindly give your suggestions or appreciation!!!