ଆଂଶିକ ବାଧ୍ୟତା
ଆଜିର ଚିନ୍ତା
୧ ଶାମୁୟେଲ ୧୫:୧-୩୫
ମୋ' ଜୀବନରେ ସମ୍ପୂର୍ଣ୍ଣ ବାଧ୍ୟତା ଦେଖାଯାଏ କି ?
ଇସ୍ରାଏଲୀୟ ମାନେ କିଣାନକୁ ଯାତ୍ରା କରିବା ପଥ ମଧ୍ୟରେ ଅମାଲେକୀୟମାନଙ୍କ ବାରମ୍ବାର ଆକ୍ରମଣ ଯୋଗୁ ସେମାନେ ଶାନ୍ତିରେ ବାସ କରିପାରୁ ନ ଥିଲେ । ତେଣୁ ସେମାନଙ୍କୁ ଆଘାତ କରି ସେମାନଙ୍କର ସର୍ବସ୍ବ ବର୍ଜିତରୂପେ ବିନାଶ କରିବାକୁ ଈଶ୍ଵର ଶାଉଲଙ୍କୁ ଆଦେଶ ଦେଇଥିଲେ ।
ଆଂଶିକ ବାଧ୍ୟତା :
ଶାଉଲ ସଦାପ୍ରଭୁଙ୍କ ଆଦେଶନୁଯାୟୀ ଯୁଦ୍ଧ କଲେ । ମାତ୍ର ସର୍ବସ୍ବ ବର୍ଜିତରୂପେ ବିନାଶ ନ କରି ଈଶ୍ୱରଙ୍କ ଅବାଧ୍ୟ ହେଲେ (୩ପଦ) । ତେଣୁ ଈଶ୍ଵର ଦୁଃଖିତ ହେଲେ (୧୧ପଦ) । ସେ ସଦାପ୍ରଭୁଙ୍କ ଆଦେଶକୁ ଆଂଶିକ ଭାବେ ପାଳନ କରିଥିଲେ । ମନେରଖୁ ଆଂଶିକ ବାଧ୍ୟତା ଅବଧ୍ୟତା ଅଟେ । ତେଣୁ ମହାବିଜୟ ହାସଲ କରିବେ ବୋଲି ଶାଉଲ ଭାବିଥିଲେ, ମାତ୍ର ତାହା ତାଙ୍କ ଜୀବନରେ ମହା ବିଫଳତା ଆଣିଥିଲା । ନିଜର ଭୁଲ ଧରା ପଡ଼ିବ ନାହିଁ ବୋଲି ସେ ଭାବିଥିଲେ, ମାତ୍ର ସେ ମନୁଷ୍ୟ ଏବଂ ଈଶ୍ୱରଙ୍କ ନିକଟରେ ଅବିଶ୍ୱସ୍ତ ବୋଲି ପ୍ରମାଣିତ ହେଲେ । ଆମେ ଯେତେବେଳେ ……. ସ୍ୱେଚ୍ଛାପୂର୍ବକ ପାପ କରୁ ତେବେ ପାପାର୍ଥକ ବଳି ଆଉ ଅବଶିଷ୍ଟ ନ ଥାଏ (ଏବ୍ରୀ ୧୦:୨୬) ।
ଅବାଧ୍ୟତାର ପରିଣତି :
ସମସ୍ତ ବର୍ଜିତରୂପେ ବିନାଶ କରିବା ପରିବର୍ତ୍ତେ ସେ କିଛି ଉତ୍ତମ ବସ୍ତୁକୁ ରଖିଲେ । ରାଜା ଅଗାଗଙ୍କ ପ୍ରତି ଅଯଥା ଦେଖାଇ ସେ ତାଙ୍କ ଅଧିକାରର ଅପବ୍ୟବହାର କରିଥିଲେ । ଏପରିକି ଶାମୁୟେଲ ତାଙ୍କ ଭୁଲ୍ କୁ ଦେଖାଇବା ପରେ ମଧ୍ୟ ସେ ବିଭିନ୍ନ ଆଳ ଦେଖାଇ ଥିଲେ । ବାକ୍ୟରେ ଲେଖାଯାଏ, ଦେଖ ଶୁଣିବା ଅପେକ୍ଷା (ବଧ୍ୟତା) ବଳିଦାନ ଠାରୁ ...ଉତ୍ତମ (୨୨ପଦ) । ଈଶ୍ଵର ଆମଠାରୁ ବଳିଦାନ ଅପେକ୍ଷା ବାଧ୍ୟତାକୁ ଅଧିକ ପସନ୍ଦ କରନ୍ତି । ଆମଠାରେ ଈଶ୍ୱରଙ୍କ ପ୍ରେମ ଓ ବାଧ୍ୟତା ନ ଥାଇ ଯଦି ଆମେ ନାନା ପ୍ରକାର ପାରମ୍ପରିକ ପ୍ରଥା (ଧର୍ମକର୍ମ) ପାଳନ କରିବାରେ ଲାଗିରହୁ, ସେ ସବୁ ଈଶ୍ୱରଙ୍କ ନିକଟରେ ମୂଲ୍ୟହୀନ ଅଟେ । ଲେଖାଯାଏ, ବିଦ୍ରୋହ ମନ୍ତ୍ରପାଠ ତୁଲ୍ୟ ଏବଂ ଅବଧ୍ୟତା ଅବସ୍ତୁର ଓ ଠାକୁର ପୂଜା ତୁଲ୍ୟ (୨୩ପଦ) । ଈଶ୍ୱରଙ୍କ ଆଦେଶକୁ ତୁଚ୍ଛ କରିଥିବାରୁ ଈଶ୍ଵର ତାଙ୍କୁ ରାଜା ହୋଇ ରହିବାକୁ ତୁଚ୍ଛ କଲେ ।