BN

स्वर्ग का राज्य कैसा है ?


स्वर्ग का राज्य कैसा है ?
परमेश्वर का राज्य ऐसा हैसंदर्भ
एक व्यक्ति जिसने अपने खेत में अच्छा बीज बोयामत्ती 13:24-30
एक सरसों का बीजमत्ती 13:31-32; लुका 13:19
खमीर जो एक महिला ने लिया और छुपायामत्ती 13:33; लुका 13:21
एक खेत में छिपा खजानामत्ती 13:44
सुंदर मोतियों की तलाश में एक व्यापारीमत्ती 13:45-46
एक जाल जिसे समुद्र में फेंक दिया गया थामत्ती 13:47-48
एक राजा जो हिसाब चुकता करना चाहता थामत्ती 13:23-35
एक जमींदार जो मजदूरों को काम पर रखने के लिए निकला थामत्ती 20:1-16
एक राजा जिसने शादी की व्यवस्था कीमत्ती 22:2-14

Was Jesus Sinless???


ସ୍ଵର୍ଗ ରାଜ୍ୟ କାହା ପରି?

 What the Kingdom of God is Like?

ସ୍ଵର୍ଗ ରାଜ୍ୟ କାହା ପରି?
ସ୍ଵର୍ଗ ରାଜ୍ୟସନ୍ଦର୍ଭ
ଆପଣା କ୍ଷେତରେ ଭଲ ବିହନ ବୁଣିଥିବା ଜଣେ ବ୍ୟକ୍ତିଙ୍କ ସଦୃଶମାଥିଉ ୧୩:୨୪-୩୦
ଗୋଟିଏ ସୋରିଷଦାନା ପରିମାଥିଉ ୧୩:୩୧-୩୨; ଲୂକ ୧୩:୧୯
ଖମୀର ସଦୃଶ ଜଣେ ସ୍ତ୍ରୀ ତାହା ଘେନି ମହଣେ ମଇଦା ମଧ୍ୟରେ ଘୋଡାଇ ରଖିଲାମାଥିଉ ୧୩:୩୩ ; ଲୂକ ୧୩:୨୧
କ୍ଷେତ୍ରରେ ଗୁପ୍ତ ହୋଇଥିବା ଧନ ସଦୃଶମାଥିଉ ୧୩:୪୪
ଉତ୍ତମ ଉତ୍ତମ ମୁକ୍ତା ଅନ୍ଵେଷଣ କରୁଥିବା ଜଣେ ବଣିକ ସଦୃଶମାଥିଉ ୧୩:୪୫-୪୬
ସମୁଦ୍ରରେ ନିକ୍ଷିପ୍ତ ସର୍ବପ୍ରକାର ମତ୍ସ୍ୟ ସଂଗ୍ରହକାରୀ ଗୋଟିଏ ଟଣା ଜାଲ ସଦୃଶମାଥିଉ ୧୩:୪୭-୪୮
ଆପଣା ଦାସମାନଙ୍କ ସହିତ ହିସାବ କରିବାକୁ ଇଚ୍ଛୁକ ଜଣେ ରାଜାଙ୍କ ସଦୃଶମାଥିଉ ୧୮-୨୩-୨୫
ଜଣେ ଗୃହକର୍ତ୍ତାଙ୍କ ସଦୃଶ ଯିଏ ଆପଣା ଦ୍ରାକ୍ଷାକ୍ଷ୍ରେତରେ ମୁଲିଆ ଲଗାଇବାକୁ ବାହାରିଲେମାଥିଉ ୨୯:୧-୧୬
ଜଣେ ରାଜାଙ୍କ ସଦୃଶ ଯିଏ ଆପଣା ପୁତ୍ରଙ୍କ ବିବାହ ଉତ୍ସବ ଆୟୋଜନ କଲେମାଥିଉ ୨୨:୨-୧୪

ଆଦ୍ଯ ମଣ୍ଡଳୀରେ ଘଟିଥିବା ଆଶ୍ଚର୍ଯ୍ୟକର୍ମ ସବୁ

             Miracles in the Early Church

ଆଦ୍ଯ ମଣ୍ଡଳୀରେ ଘଟିଥିବା ଆଶ୍ଚର୍ଯ୍ୟକର୍ମ ସବୁ
ଆଶ୍ଚର୍ଯ୍ୟକର୍ମସନ୍ଦର୍ଭ
ଖଞ୍ଜ ଭିକାରୀର ସୁସ୍ଥତାପ୍ରେରିତ ୩:୬-୯
ହନନୀୟ ଓ ଶଫୀରାଙ୍କ ହଠାତ ମୃତ୍ୟୁପ୍ରେରିତ ୫:୧-୧୦
ଶାଉଲ ଦୃଷ୍ଟି ପାଇଲେପ୍ରେରିତ ୯:୧୭-୧୮
ପିତର ଏନୀୟଙ୍କୁ ପକ୍ଷାଘାତରୁ ସୁସ୍ଥତା କଲେପ୍ରେରିତ ୯:୩୩-୩୫
ପିତର ଦର୍କାଙ୍କୁ ମୃତ୍ୟୁରୁ ଉଠାଇଲେପ୍ରେରିତ ୯:୩୬-୪୧
ଶାଉଲ ଅଲ୍ଲୀମାଙ୍କୁ ଅନ୍ଧ କଲେପ୍ରେରିତ ୧୩:୮-୧୧
ପାଉଲ ଲୁସ୍ତ୍ରା ରେ ଜଣେ ଖଞ୍ଜକୁ ସୁସ୍ଥ କଲେପ୍ରେରିତ ୧୪:୮-୧୦
ଦୈବଜ୍ଞ ଆତ୍ମାବିଷ୍ଟ ଜଣେ ଦାସୀଙ୍କୁ ପାଉଲ ସୁସ୍ଥ କଲେପ୍ରେରିତ ୧୬:୧୬-୧୮
ଇଉତୁଖଙ୍କୁ ପାଉଲ ମୃତ୍ୟୁରୁ ଉଠାଇଲେପ୍ରେରିତ ୨୦:୯-୧୦
କାଳସାପ ପାଉଲଙ୍କୁ କିଛି କ୍ଷତି କଲା ନାହିଁପ୍ରେରିତ ୨୮:୩-୫
ପୁବ୍ଲିୟଙ୍କ ପିତାଙ୍କୁ ପାଉଲ ସୁସ୍ଥ କଲେପ୍ରେରିତ ୨୮:୭-୯


ଦାମ୍ଭିକ ମନ

 ଦାମ୍ଭିକ ମନ

ଆଜିର ଚିନ୍ତା

ଯାତ୍ରା ୧୧:୧-୧୦


ସୁଯୋଗ ଥାଉ ଥାଉ ଆମେ ମନ ପରିବର୍ତ୍ତନ କରିବା କି? 


ଜଗତର ସନ୍ତାନମାନେ ଦୁଃଖ ପାଇଲେ ସେମାନଙ୍କ ପିତାମାତା ଦୁଃଖରେ ଭାଙ୍ଗି ପଡନ୍ତି ଏବଂ ସେମାନଙ୍କୁ ରକ୍ଷା କରିବାକୁ ଲାଗିପଡ଼ନ୍ତି । ଯଦି ଜଗତର ପିତାମାତା ବ୍ୟସ୍ତ ହୋଇ ପଡନ୍ତି, ତେବେ ଆମ ସ୍ୱର୍ଗୀୟ ପିତା ଆମ ପାଇଁ କେତେ ଅଧିକ ଚିନ୍ତା କରୁ ନ ଥିବେ । ଆଜିର ଶାସ୍ତ୍ରାଂଶରେ ଦେଖୁ, ଇସ୍ରାଏଲୀୟମାନେ ଉଦ୍ଧାର ପାଇଁ ଈଶ୍ୱରଙ୍କ ନିକଟରେ କ୍ରନ୍ଦନ କରିବାରୁ ଈଶ୍ଵର ମୋଶା ଓ ହାରୋଣଙ୍କୁ ଉଦ୍ଧାର ପାଇଁ ପ୍ରେରଣ କଲେ । 


ଦୁଷ୍ଟମାନଙ୍କ ପାଇଁ ସୁଯୋଗ : 

ନଅଟି ମହାମାରୀ ଘଟିବା ପରେ ମଧ୍ୟ ଫାରୋଙ୍କ ହୃଦୟ କଠିନ ହୋଇଥିଲା, ତେବେ ପ୍ରଶ୍ନ ଉଠେ ମୋଶାଙ୍କ ଦ୍ଵାରା ଏତେ ଆଶ୍ଚର୍ଯ୍ୟକାର୍ଯ୍ୟ ଦେଖିଲେ ମଧ୍ୟ କାହିଁକି ଫାରୋ ଏତେ ଦାମ୍ଭିକ ହୋଇଥିଲେ ? କାରଣ ସେ ନିଜକୁ ସର୍ବୋଚ୍ଚ ସ୍ଥାନରେ ରଖିଥିଲେ । ଏଇ କ୍ଷମତା ତାଙ୍କୁ ଈଶ୍ୱରଙ୍କ ପ୍ରତି ଅନ୍ଧ କରିଦେଇଥିଲା । ଈଶ୍ୱରଙ୍କ କ୍ଷମତାକୁ ବୁଝିବାକୁ ୧୦ମ ମହାମାରୀ ଯାହା ସବୁଠାରୁ କଷ୍ଟଦାୟକ ତାହା ଘଟିବାକୁ ଯାଉଥିଲା । ସର୍ବୋଚ୍ଚ ଆସନରେ ବସିଥିବା ଫାରୋଙ୍କଠାରୁ ଆରମ୍ଭ କରି ତାଙ୍କ ଦାସର ପ୍ରଥମ ସନ୍ତାନ, ପଶୁମାନଙ୍କର ମଧ୍ୟ ପ୍ରଥମଜାତ ସନ୍ତାନର ମୃତ୍ୟୁ ହେବ । ଦେଶରେ କ୍ରନ୍ଦନର ରୋଳ ଉଠିବ ଯଦ୍ଵାରା ଫାରୋ ଈଶ୍ୱରଙ୍କ ଲୋକମାନଙ୍କୁ ତଡି ଦେବେ । ସେଦିନ ଫାରୋ ଓ ମିସ୍ରୀୟମାନଙ୍କ ପାଇଁ ସୁଯୋଗ ଥିଲା, ଯେପରି ପ୍ରତ୍ୟକେ ଈଶ୍ୱରଙ୍କ ପ୍ରତି ଫେରିବେ । ଯିହିଜିକଲ ୩୩:୧୧ ରେ ଲେଖାଯାଏ, ଦୁଷ୍ଟର ମୃତ୍ୟୁରେ ଈଶ୍ୱରଙ୍କ ଆନନ୍ଦ ନାହିଁ ।


ପ୍ରେମିକ ପିତା ଈଶ୍ଵର : 

ଈଶ୍ଵର ତାଙ୍କ ମନୋନୀତ ଗୋଷ୍ଠୀଙ୍କୁ ଏତେ ପ୍ରେମ କରନ୍ତି ଯେ ୭ ପଦରେ ଲେଖାଯାଏ, କୁକୁର ମଧ୍ୟ ସେମାନଙ୍କର କ୍ଷତି କରିବେ ନାହିଁ । ଏହା ତାଙ୍କର ମନୋନୀତ ଦାସ ଅବ୍ରାହମ୍, ଇସହାକ ଓ ଯାକୁବଙ୍କ ନିକଟରେ ପ୍ରତିଜ୍ଞା ଥିଲା । ଆଜି ମଧ୍ୟ ଆମ ପ୍ରତି ତାଙ୍କ ପ୍ରେମ ଅତୁଳନୀୟ । ମାତ୍ର ସେ ଆମର ନମ୍ର  ହୃଦୟ ଆଶା କରନ୍ତି, ଯେପରି ସେ ଆମ ଜୀବନରେ ମଧ୍ୟ ଆଶ୍ଚର୍ଯ୍ୟକାର୍ଯ୍ୟ କରିପାରିବେ । ଆମର ଦାମ୍ଭିକ ମନୋବୃତ୍ତି ତ୍ୟାଗ କରି ତାଙ୍କ ପ୍ରତି ଫେରୁ ଏହା ସେ ଚାହାଁନ୍ତି । ଆସନ୍ତୁ ସୁଯୋଗର ସଦ୍ ବ୍ୟବହାର କରି ଈଶ୍ୱରଙ୍କ ସହଭାଗିତାରେ ରହିବା ।