स्वर्ग का राज्य कैसा है ? | |
परमेश्वर का राज्य ऐसा है | संदर्भ |
एक व्यक्ति जिसने अपने खेत में अच्छा बीज बोया | मत्ती 13:24-30 |
एक सरसों का बीज | मत्ती 13:31-32; लुका 13:19 |
खमीर जो एक महिला ने लिया और छुपाया | मत्ती 13:33; लुका 13:21 |
एक खेत में छिपा खजाना | मत्ती 13:44 |
सुंदर मोतियों की तलाश में एक व्यापारी | मत्ती 13:45-46 |
एक जाल जिसे समुद्र में फेंक दिया गया था | मत्ती 13:47-48 |
एक राजा जो हिसाब चुकता करना चाहता था | मत्ती 13:23-35 |
एक जमींदार जो मजदूरों को काम पर रखने के लिए निकला था | मत्ती 20:1-16 |
एक राजा जिसने शादी की व्यवस्था की | मत्ती 22:2-14 |
For the word of God is alive and active. Sharper than any double-edged sword, it penetrates even to dividing soul and spirit, joints and marrow; it judges the thoughts and attitudes of the heart. Hebrews 4:12
ସ୍ଵର୍ଗ ରାଜ୍ୟ କାହା ପରି?
What the Kingdom of God is Like?
ସ୍ଵର୍ଗ ରାଜ୍ୟ କାହା ପରି? | |
ସ୍ଵର୍ଗ ରାଜ୍ୟ | ସନ୍ଦର୍ଭ |
ଆପଣା କ୍ଷେତରେ ଭଲ ବିହନ ବୁଣିଥିବା ଜଣେ ବ୍ୟକ୍ତିଙ୍କ ସଦୃଶ | ମାଥିଉ ୧୩:୨୪-୩୦ |
ଗୋଟିଏ ସୋରିଷଦାନା ପରି | ମାଥିଉ ୧୩:୩୧-୩୨; ଲୂକ ୧୩:୧୯ |
ଖମୀର ସଦୃଶ ଜଣେ ସ୍ତ୍ରୀ ତାହା ଘେନି ମହଣେ ମଇଦା ମଧ୍ୟରେ ଘୋଡାଇ ରଖିଲା | ମାଥିଉ ୧୩:୩୩ ; ଲୂକ ୧୩:୨୧ |
କ୍ଷେତ୍ରରେ ଗୁପ୍ତ ହୋଇଥିବା ଧନ ସଦୃଶ | ମାଥିଉ ୧୩:୪୪ |
ଉତ୍ତମ ଉତ୍ତମ ମୁକ୍ତା ଅନ୍ଵେଷଣ କରୁଥିବା ଜଣେ ବଣିକ ସଦୃଶ | ମାଥିଉ ୧୩:୪୫-୪୬ |
ସମୁଦ୍ରରେ ନିକ୍ଷିପ୍ତ ସର୍ବପ୍ରକାର ମତ୍ସ୍ୟ ସଂଗ୍ରହକାରୀ ଗୋଟିଏ ଟଣା ଜାଲ ସଦୃଶ | ମାଥିଉ ୧୩:୪୭-୪୮ |
ଆପଣା ଦାସମାନଙ୍କ ସହିତ ହିସାବ କରିବାକୁ ଇଚ୍ଛୁକ ଜଣେ ରାଜାଙ୍କ ସଦୃଶ | ମାଥିଉ ୧୮-୨୩-୨୫ |
ଜଣେ ଗୃହକର୍ତ୍ତାଙ୍କ ସଦୃଶ ଯିଏ ଆପଣା ଦ୍ରାକ୍ଷାକ୍ଷ୍ରେତରେ ମୁଲିଆ ଲଗାଇବାକୁ ବାହାରିଲେ | ମାଥିଉ ୨୯:୧-୧୬ |
ଜଣେ ରାଜାଙ୍କ ସଦୃଶ ଯିଏ ଆପଣା ପୁତ୍ରଙ୍କ ବିବାହ ଉତ୍ସବ ଆୟୋଜନ କଲେ | ମାଥିଉ ୨୨:୨-୧୪ |
ଆଦ୍ଯ ମଣ୍ଡଳୀରେ ଘଟିଥିବା ଆଶ୍ଚର୍ଯ୍ୟକର୍ମ ସବୁ
Miracles in the Early Church
ଆଦ୍ଯ ମଣ୍ଡଳୀରେ ଘଟିଥିବା ଆଶ୍ଚର୍ଯ୍ୟକର୍ମ ସବୁ | |
ଆଶ୍ଚର୍ଯ୍ୟକର୍ମ | ସନ୍ଦର୍ଭ |
ଖଞ୍ଜ ଭିକାରୀର ସୁସ୍ଥତା | ପ୍ରେରିତ ୩:୬-୯ |
ହନନୀୟ ଓ ଶଫୀରାଙ୍କ ହଠାତ ମୃତ୍ୟୁ | ପ୍ରେରିତ ୫:୧-୧୦ |
ଶାଉଲ ଦୃଷ୍ଟି ପାଇଲେ | ପ୍ରେରିତ ୯:୧୭-୧୮ |
ପିତର ଏନୀୟଙ୍କୁ ପକ୍ଷାଘାତରୁ ସୁସ୍ଥତା କଲେ | ପ୍ରେରିତ ୯:୩୩-୩୫ |
ପିତର ଦର୍କାଙ୍କୁ ମୃତ୍ୟୁରୁ ଉଠାଇଲେ | ପ୍ରେରିତ ୯:୩୬-୪୧ |
ଶାଉଲ ଅଲ୍ଲୀମାଙ୍କୁ ଅନ୍ଧ କଲେ | ପ୍ରେରିତ ୧୩:୮-୧୧ |
ପାଉଲ ଲୁସ୍ତ୍ରା ରେ ଜଣେ ଖଞ୍ଜକୁ ସୁସ୍ଥ କଲେ | ପ୍ରେରିତ ୧୪:୮-୧୦ |
ଦୈବଜ୍ଞ ଆତ୍ମାବିଷ୍ଟ ଜଣେ ଦାସୀଙ୍କୁ ପାଉଲ ସୁସ୍ଥ କଲେ | ପ୍ରେରିତ ୧୬:୧୬-୧୮ |
ଇଉତୁଖଙ୍କୁ ପାଉଲ ମୃତ୍ୟୁରୁ ଉଠାଇଲେ | ପ୍ରେରିତ ୨୦:୯-୧୦ |
କାଳସାପ ପାଉଲଙ୍କୁ କିଛି କ୍ଷତି କଲା ନାହିଁ | ପ୍ରେରିତ ୨୮:୩-୫ |
ପୁବ୍ଲିୟଙ୍କ ପିତାଙ୍କୁ ପାଉଲ ସୁସ୍ଥ କଲେ | ପ୍ରେରିତ ୨୮:୭-୯ |
ଦାମ୍ଭିକ ମନ
ଦାମ୍ଭିକ ମନ
ଆଜିର ଚିନ୍ତା
ଯାତ୍ରା ୧୧:୧-୧୦
ସୁଯୋଗ ଥାଉ ଥାଉ ଆମେ ମନ ପରିବର୍ତ୍ତନ କରିବା କି?
ଜଗତର ସନ୍ତାନମାନେ ଦୁଃଖ ପାଇଲେ ସେମାନଙ୍କ ପିତାମାତା ଦୁଃଖରେ ଭାଙ୍ଗି ପଡନ୍ତି ଏବଂ ସେମାନଙ୍କୁ ରକ୍ଷା କରିବାକୁ ଲାଗିପଡ଼ନ୍ତି । ଯଦି ଜଗତର ପିତାମାତା ବ୍ୟସ୍ତ ହୋଇ ପଡନ୍ତି, ତେବେ ଆମ ସ୍ୱର୍ଗୀୟ ପିତା ଆମ ପାଇଁ କେତେ ଅଧିକ ଚିନ୍ତା କରୁ ନ ଥିବେ । ଆଜିର ଶାସ୍ତ୍ରାଂଶରେ ଦେଖୁ, ଇସ୍ରାଏଲୀୟମାନେ ଉଦ୍ଧାର ପାଇଁ ଈଶ୍ୱରଙ୍କ ନିକଟରେ କ୍ରନ୍ଦନ କରିବାରୁ ଈଶ୍ଵର ମୋଶା ଓ ହାରୋଣଙ୍କୁ ଉଦ୍ଧାର ପାଇଁ ପ୍ରେରଣ କଲେ ।
ଦୁଷ୍ଟମାନଙ୍କ ପାଇଁ ସୁଯୋଗ :
ନଅଟି ମହାମାରୀ ଘଟିବା ପରେ ମଧ୍ୟ ଫାରୋଙ୍କ ହୃଦୟ କଠିନ ହୋଇଥିଲା, ତେବେ ପ୍ରଶ୍ନ ଉଠେ ମୋଶାଙ୍କ ଦ୍ଵାରା ଏତେ ଆଶ୍ଚର୍ଯ୍ୟକାର୍ଯ୍ୟ ଦେଖିଲେ ମଧ୍ୟ କାହିଁକି ଫାରୋ ଏତେ ଦାମ୍ଭିକ ହୋଇଥିଲେ ? କାରଣ ସେ ନିଜକୁ ସର୍ବୋଚ୍ଚ ସ୍ଥାନରେ ରଖିଥିଲେ । ଏଇ କ୍ଷମତା ତାଙ୍କୁ ଈଶ୍ୱରଙ୍କ ପ୍ରତି ଅନ୍ଧ କରିଦେଇଥିଲା । ଈଶ୍ୱରଙ୍କ କ୍ଷମତାକୁ ବୁଝିବାକୁ ୧୦ମ ମହାମାରୀ ଯାହା ସବୁଠାରୁ କଷ୍ଟଦାୟକ ତାହା ଘଟିବାକୁ ଯାଉଥିଲା । ସର୍ବୋଚ୍ଚ ଆସନରେ ବସିଥିବା ଫାରୋଙ୍କଠାରୁ ଆରମ୍ଭ କରି ତାଙ୍କ ଦାସର ପ୍ରଥମ ସନ୍ତାନ, ପଶୁମାନଙ୍କର ମଧ୍ୟ ପ୍ରଥମଜାତ ସନ୍ତାନର ମୃତ୍ୟୁ ହେବ । ଦେଶରେ କ୍ରନ୍ଦନର ରୋଳ ଉଠିବ ଯଦ୍ଵାରା ଫାରୋ ଈଶ୍ୱରଙ୍କ ଲୋକମାନଙ୍କୁ ତଡି ଦେବେ । ସେଦିନ ଫାରୋ ଓ ମିସ୍ରୀୟମାନଙ୍କ ପାଇଁ ସୁଯୋଗ ଥିଲା, ଯେପରି ପ୍ରତ୍ୟକେ ଈଶ୍ୱରଙ୍କ ପ୍ରତି ଫେରିବେ । ଯିହିଜିକଲ ୩୩:୧୧ ରେ ଲେଖାଯାଏ, ଦୁଷ୍ଟର ମୃତ୍ୟୁରେ ଈଶ୍ୱରଙ୍କ ଆନନ୍ଦ ନାହିଁ ।
ପ୍ରେମିକ ପିତା ଈଶ୍ଵର :
ଈଶ୍ଵର ତାଙ୍କ ମନୋନୀତ ଗୋଷ୍ଠୀଙ୍କୁ ଏତେ ପ୍ରେମ କରନ୍ତି ଯେ ୭ ପଦରେ ଲେଖାଯାଏ, କୁକୁର ମଧ୍ୟ ସେମାନଙ୍କର କ୍ଷତି କରିବେ ନାହିଁ । ଏହା ତାଙ୍କର ମନୋନୀତ ଦାସ ଅବ୍ରାହମ୍, ଇସହାକ ଓ ଯାକୁବଙ୍କ ନିକଟରେ ପ୍ରତିଜ୍ଞା ଥିଲା । ଆଜି ମଧ୍ୟ ଆମ ପ୍ରତି ତାଙ୍କ ପ୍ରେମ ଅତୁଳନୀୟ । ମାତ୍ର ସେ ଆମର ନମ୍ର ହୃଦୟ ଆଶା କରନ୍ତି, ଯେପରି ସେ ଆମ ଜୀବନରେ ମଧ୍ୟ ଆଶ୍ଚର୍ଯ୍ୟକାର୍ଯ୍ୟ କରିପାରିବେ । ଆମର ଦାମ୍ଭିକ ମନୋବୃତ୍ତି ତ୍ୟାଗ କରି ତାଙ୍କ ପ୍ରତି ଫେରୁ ଏହା ସେ ଚାହାଁନ୍ତି । ଆସନ୍ତୁ ସୁଯୋଗର ସଦ୍ ବ୍ୟବହାର କରି ଈଶ୍ୱରଙ୍କ ସହଭାଗିତାରେ ରହିବା ।
Subscribe to:
Posts (Atom)