For the word of God is alive and active. Sharper than any double-edged sword, it penetrates even to dividing soul and spirit, joints and marrow; it judges the thoughts and attitudes of the heart. Hebrews 4:12
ସ୍ଵର୍ଗ ରାଜ୍ୟ କାହା ପରି?
What the Kingdom of God is Like?
| ସ୍ଵର୍ଗ ରାଜ୍ୟ କାହା ପରି? | |
| ସ୍ଵର୍ଗ ରାଜ୍ୟ | ସନ୍ଦର୍ଭ |
| ଆପଣା କ୍ଷେତରେ ଭଲ ବିହନ ବୁଣିଥିବା ଜଣେ ବ୍ୟକ୍ତିଙ୍କ ସଦୃଶ | ମାଥିଉ ୧୩:୨୪-୩୦ |
| ଗୋଟିଏ ସୋରିଷଦାନା ପରି | ମାଥିଉ ୧୩:୩୧-୩୨; ଲୂକ ୧୩:୧୯ |
| ଖମୀର ସଦୃଶ ଜଣେ ସ୍ତ୍ରୀ ତାହା ଘେନି ମହଣେ ମଇଦା ମଧ୍ୟରେ ଘୋଡାଇ ରଖିଲା | ମାଥିଉ ୧୩:୩୩ ; ଲୂକ ୧୩:୨୧ |
| କ୍ଷେତ୍ରରେ ଗୁପ୍ତ ହୋଇଥିବା ଧନ ସଦୃଶ | ମାଥିଉ ୧୩:୪୪ |
| ଉତ୍ତମ ଉତ୍ତମ ମୁକ୍ତା ଅନ୍ଵେଷଣ କରୁଥିବା ଜଣେ ବଣିକ ସଦୃଶ | ମାଥିଉ ୧୩:୪୫-୪୬ |
| ସମୁଦ୍ରରେ ନିକ୍ଷିପ୍ତ ସର୍ବପ୍ରକାର ମତ୍ସ୍ୟ ସଂଗ୍ରହକାରୀ ଗୋଟିଏ ଟଣା ଜାଲ ସଦୃଶ | ମାଥିଉ ୧୩:୪୭-୪୮ |
| ଆପଣା ଦାସମାନଙ୍କ ସହିତ ହିସାବ କରିବାକୁ ଇଚ୍ଛୁକ ଜଣେ ରାଜାଙ୍କ ସଦୃଶ | ମାଥିଉ ୧୮-୨୩-୨୫ |
| ଜଣେ ଗୃହକର୍ତ୍ତାଙ୍କ ସଦୃଶ ଯିଏ ଆପଣା ଦ୍ରାକ୍ଷାକ୍ଷ୍ରେତରେ ମୁଲିଆ ଲଗାଇବାକୁ ବାହାରିଲେ | ମାଥିଉ ୨୯:୧-୧୬ |
| ଜଣେ ରାଜାଙ୍କ ସଦୃଶ ଯିଏ ଆପଣା ପୁତ୍ରଙ୍କ ବିବାହ ଉତ୍ସବ ଆୟୋଜନ କଲେ | ମାଥିଉ ୨୨:୨-୧୪ |
ଆଦ୍ଯ ମଣ୍ଡଳୀରେ ଘଟିଥିବା ଆଶ୍ଚର୍ଯ୍ୟକର୍ମ ସବୁ
Miracles in the Early Church
| ଆଦ୍ଯ ମଣ୍ଡଳୀରେ ଘଟିଥିବା ଆଶ୍ଚର୍ଯ୍ୟକର୍ମ ସବୁ | |
| ଆଶ୍ଚର୍ଯ୍ୟକର୍ମ | ସନ୍ଦର୍ଭ |
| ଖଞ୍ଜ ଭିକାରୀର ସୁସ୍ଥତା | ପ୍ରେରିତ ୩:୬-୯ |
| ହନନୀୟ ଓ ଶଫୀରାଙ୍କ ହଠାତ ମୃତ୍ୟୁ | ପ୍ରେରିତ ୫:୧-୧୦ |
| ଶାଉଲ ଦୃଷ୍ଟି ପାଇଲେ | ପ୍ରେରିତ ୯:୧୭-୧୮ |
| ପିତର ଏନୀୟଙ୍କୁ ପକ୍ଷାଘାତରୁ ସୁସ୍ଥତା କଲେ | ପ୍ରେରିତ ୯:୩୩-୩୫ |
| ପିତର ଦର୍କାଙ୍କୁ ମୃତ୍ୟୁରୁ ଉଠାଇଲେ | ପ୍ରେରିତ ୯:୩୬-୪୧ |
| ଶାଉଲ ଅଲ୍ଲୀମାଙ୍କୁ ଅନ୍ଧ କଲେ | ପ୍ରେରିତ ୧୩:୮-୧୧ |
| ପାଉଲ ଲୁସ୍ତ୍ରା ରେ ଜଣେ ଖଞ୍ଜକୁ ସୁସ୍ଥ କଲେ | ପ୍ରେରିତ ୧୪:୮-୧୦ |
| ଦୈବଜ୍ଞ ଆତ୍ମାବିଷ୍ଟ ଜଣେ ଦାସୀଙ୍କୁ ପାଉଲ ସୁସ୍ଥ କଲେ | ପ୍ରେରିତ ୧୬:୧୬-୧୮ |
| ଇଉତୁଖଙ୍କୁ ପାଉଲ ମୃତ୍ୟୁରୁ ଉଠାଇଲେ | ପ୍ରେରିତ ୨୦:୯-୧୦ |
| କାଳସାପ ପାଉଲଙ୍କୁ କିଛି କ୍ଷତି କଲା ନାହିଁ | ପ୍ରେରିତ ୨୮:୩-୫ |
| ପୁବ୍ଲିୟଙ୍କ ପିତାଙ୍କୁ ପାଉଲ ସୁସ୍ଥ କଲେ | ପ୍ରେରିତ ୨୮:୭-୯ |
ଦାମ୍ଭିକ ମନ
ଦାମ୍ଭିକ ମନ
ଆଜିର ଚିନ୍ତା
ଯାତ୍ରା ୧୧:୧-୧୦
ସୁଯୋଗ ଥାଉ ଥାଉ ଆମେ ମନ ପରିବର୍ତ୍ତନ କରିବା କି?
ଜଗତର ସନ୍ତାନମାନେ ଦୁଃଖ ପାଇଲେ ସେମାନଙ୍କ ପିତାମାତା ଦୁଃଖରେ ଭାଙ୍ଗି ପଡନ୍ତି ଏବଂ ସେମାନଙ୍କୁ ରକ୍ଷା କରିବାକୁ ଲାଗିପଡ଼ନ୍ତି । ଯଦି ଜଗତର ପିତାମାତା ବ୍ୟସ୍ତ ହୋଇ ପଡନ୍ତି, ତେବେ ଆମ ସ୍ୱର୍ଗୀୟ ପିତା ଆମ ପାଇଁ କେତେ ଅଧିକ ଚିନ୍ତା କରୁ ନ ଥିବେ । ଆଜିର ଶାସ୍ତ୍ରାଂଶରେ ଦେଖୁ, ଇସ୍ରାଏଲୀୟମାନେ ଉଦ୍ଧାର ପାଇଁ ଈଶ୍ୱରଙ୍କ ନିକଟରେ କ୍ରନ୍ଦନ କରିବାରୁ ଈଶ୍ଵର ମୋଶା ଓ ହାରୋଣଙ୍କୁ ଉଦ୍ଧାର ପାଇଁ ପ୍ରେରଣ କଲେ ।
ଦୁଷ୍ଟମାନଙ୍କ ପାଇଁ ସୁଯୋଗ :
ନଅଟି ମହାମାରୀ ଘଟିବା ପରେ ମଧ୍ୟ ଫାରୋଙ୍କ ହୃଦୟ କଠିନ ହୋଇଥିଲା, ତେବେ ପ୍ରଶ୍ନ ଉଠେ ମୋଶାଙ୍କ ଦ୍ଵାରା ଏତେ ଆଶ୍ଚର୍ଯ୍ୟକାର୍ଯ୍ୟ ଦେଖିଲେ ମଧ୍ୟ କାହିଁକି ଫାରୋ ଏତେ ଦାମ୍ଭିକ ହୋଇଥିଲେ ? କାରଣ ସେ ନିଜକୁ ସର୍ବୋଚ୍ଚ ସ୍ଥାନରେ ରଖିଥିଲେ । ଏଇ କ୍ଷମତା ତାଙ୍କୁ ଈଶ୍ୱରଙ୍କ ପ୍ରତି ଅନ୍ଧ କରିଦେଇଥିଲା । ଈଶ୍ୱରଙ୍କ କ୍ଷମତାକୁ ବୁଝିବାକୁ ୧୦ମ ମହାମାରୀ ଯାହା ସବୁଠାରୁ କଷ୍ଟଦାୟକ ତାହା ଘଟିବାକୁ ଯାଉଥିଲା । ସର୍ବୋଚ୍ଚ ଆସନରେ ବସିଥିବା ଫାରୋଙ୍କଠାରୁ ଆରମ୍ଭ କରି ତାଙ୍କ ଦାସର ପ୍ରଥମ ସନ୍ତାନ, ପଶୁମାନଙ୍କର ମଧ୍ୟ ପ୍ରଥମଜାତ ସନ୍ତାନର ମୃତ୍ୟୁ ହେବ । ଦେଶରେ କ୍ରନ୍ଦନର ରୋଳ ଉଠିବ ଯଦ୍ଵାରା ଫାରୋ ଈଶ୍ୱରଙ୍କ ଲୋକମାନଙ୍କୁ ତଡି ଦେବେ । ସେଦିନ ଫାରୋ ଓ ମିସ୍ରୀୟମାନଙ୍କ ପାଇଁ ସୁଯୋଗ ଥିଲା, ଯେପରି ପ୍ରତ୍ୟକେ ଈଶ୍ୱରଙ୍କ ପ୍ରତି ଫେରିବେ । ଯିହିଜିକଲ ୩୩:୧୧ ରେ ଲେଖାଯାଏ, ଦୁଷ୍ଟର ମୃତ୍ୟୁରେ ଈଶ୍ୱରଙ୍କ ଆନନ୍ଦ ନାହିଁ ।
ପ୍ରେମିକ ପିତା ଈଶ୍ଵର :
ଈଶ୍ଵର ତାଙ୍କ ମନୋନୀତ ଗୋଷ୍ଠୀଙ୍କୁ ଏତେ ପ୍ରେମ କରନ୍ତି ଯେ ୭ ପଦରେ ଲେଖାଯାଏ, କୁକୁର ମଧ୍ୟ ସେମାନଙ୍କର କ୍ଷତି କରିବେ ନାହିଁ । ଏହା ତାଙ୍କର ମନୋନୀତ ଦାସ ଅବ୍ରାହମ୍, ଇସହାକ ଓ ଯାକୁବଙ୍କ ନିକଟରେ ପ୍ରତିଜ୍ଞା ଥିଲା । ଆଜି ମଧ୍ୟ ଆମ ପ୍ରତି ତାଙ୍କ ପ୍ରେମ ଅତୁଳନୀୟ । ମାତ୍ର ସେ ଆମର ନମ୍ର ହୃଦୟ ଆଶା କରନ୍ତି, ଯେପରି ସେ ଆମ ଜୀବନରେ ମଧ୍ୟ ଆଶ୍ଚର୍ଯ୍ୟକାର୍ଯ୍ୟ କରିପାରିବେ । ଆମର ଦାମ୍ଭିକ ମନୋବୃତ୍ତି ତ୍ୟାଗ କରି ତାଙ୍କ ପ୍ରତି ଫେରୁ ଏହା ସେ ଚାହାଁନ୍ତି । ଆସନ୍ତୁ ସୁଯୋଗର ସଦ୍ ବ୍ୟବହାର କରି ଈଶ୍ୱରଙ୍କ ସହଭାଗିତାରେ ରହିବା ।
ଶେଷ ରାତ୍ର
ଶେଷ ରାତ୍ର
ଆଜିର ଚିନ୍ତା
ଯାତ୍ରା ୧୨:୨୧-୪୨
ଆଜି ମୋର ସନ୍ତାନମାନେ ଉଦ୍ଧାରପ୍ରାପ୍ତ ହୋଇଛନ୍ତି କି ?
ଆଜିର ଭୟଙ୍କର ପରିସ୍ଥିତିରେ ଲୋକମାନଙ୍କୁ ସତର୍କ କରାଯାଉଛି "ଘରେ ରୁହ ସୁରକ୍ଷିତ ରୁହ" ଏଇ ଅଂଶରେ ମଧ୍ୟ ଦେଖୁ ମୋଶା ଇସ୍ରାଏଲୀୟମାନଙ୍କୁ ସତର୍କ କରି କହୁଥିଲେ ପ୍ରଭାତ ଯାଏ ଗୃହ ଦ୍ଵାରରୁ ବାହାରକୁ ନ ଯିବାକୁ, କାରଣ ଘର ବାହାରେ ମୃତ୍ୟୁ ଅଛି ।
ଉଦ୍ଧାରର ଦିନ : ଇସ୍ରାଏଲୀୟମାନଙ୍କୁ ମୋଶାଙ୍କ ଆଜ୍ଞା ଥିଲା ନିସ୍ତାର ପର୍ବର ବିଧିସବୁ ନିଜ ସନ୍ତାନମାନଙ୍କୁ ଜଣାଇବା ପାଇଁ, କାରଣ ଏହା ଇସ୍ରାଏଲୀୟମାନଙ୍କ ଉଦ୍ଧାରର ଦିନ, ପୁରୁଷାନୁକ୍ରମେ ପ୍ରତ୍ୟେକେ ସଦାପ୍ରଭୁଙ୍କ କାର୍ଯ୍ୟ ବିଷୟରେ ଶୁଣନ୍ତୁ ଏବଂ ତାଙ୍କ ଆଜ୍ଞା ପାଳନ କରନ୍ତୁ । ଆଜି ଆମେ ଆମ ପିଲାମାନଙ୍କୁ ଈଶ୍ୱରଙ୍କ ଜ୍ଞାନରେ ଶିକ୍ଷିତ କରୁ, ତାହା ସେ ଆଶା କରନ୍ତି । ସମଗ୍ର ମିସ୍ରୀୟ ଦେଶରେ ମୃତ୍ୟୁ ଓ କ୍ରନ୍ଦନର ରୋଳ । ଇସ୍ରାଏଲୀୟମାନଙ୍କୁ ଛାଡ଼ିବା ବ୍ୟତୀତ ଫାରୋଙ୍କ ନିକଟରେ ଆଉ କୌଣସି ଉପାୟ ନ ଥିଲା । ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ଫାରୋ ଏବଂ ସମଗ୍ର ଦେଶସ୍ଥ ଲୋକମାନେ ଇସ୍ରାଏଲୀୟମାନଙ୍କୁ ସବୁ ଦେଇ ଶୀଘ୍ର ଦେଶରୁ ବାହାରିବା ପାଇଁ ଅନୁରୋଧ କରୁଛନ୍ତି । ଯେଉଁ ଫାରୋ ଯାତ୍ରା ୧୦:୧୧ ରେ ମୋଶାଙ୍କୁ କହୁଛନ୍ତି "ଆମ୍ଭ ମୁଖ ଆଉ ଦେଖିବ ନାହିଁ" ସେ ଏଠାରେ କହୁଛନ୍ତି "ଯିବା ଆଗରୁ ଆମ୍ଭକୁ ଆଶୀର୍ବାଦ କର" । ଅନେକ ସମୟରେ ଈଶ୍ଵରଙ୍କ କାର୍ଯ୍ୟ ଆମେ ଉପଯୁକ୍ତ ସମୟରେ ବୁଝି ନ ପାରି ପରେ ବୁଝିଥାଉ ।
ଆନନ୍ଦର ଦିନ : ଶେଷରେ ଇସ୍ରାଏଲୀୟମାନେ ଦେଶରୁ ବାହାରିଲେ, ସେମାନଙ୍କ ପାଖେ ଭୋଜନ ପ୍ରସ୍ତୁତିର ସମୟ ନ ଥିଲା । ୪୩୦ ବର୍ଷର ବନ୍ଧନରୁ ମୁକ୍ତି ପାଇଲେ । କେବଳ ପୁରୁଷଙ୍କ ସଂଖ୍ୟା ଛଅ ଲକ୍ଷ ଥିଲା । ଏହି ରାତ୍ରି ଥିଲା ସଦାପ୍ରଭୁଙ୍କର । ବିଭିନ୍ନ ମହାମାରୀ ଦ୍ଵାରା ଈଶ୍ଵର ଫାରୋ ଓ ମିସ୍ରୀୟମାନଙ୍କୁ ଜଣାଇଲେ ତାଙ୍କର ଲୋକମାନେ ଏହି ଦେଶରେ ବନ୍ଧନଗ୍ରସ୍ତ ହୋଇ ରହିବେ ନାହିଁ । ସେ ସେମାନଙ୍କ ପାଇଁ ମୁକ୍ତିର ପଥ ପ୍ରସ୍ତୁତ କଲେ । ଠିକ୍ ସେହିପରି ନୂତନ ନିୟମରେ ଈଶ୍ୱରଙ୍କ ଏକମାତ୍ର ପୁତ୍ର ଖ୍ରୀଷ୍ଟ ଯୀଶୁଙ୍କ କ୍ରୃଶାର୍ପିତ ରକ୍ତ ଦ୍ଵାରା ପାପର ବନ୍ଧନରେ ଥିବା ଅନେକଙ୍କର ମୁକ୍ତି ସାଧିତ ହେଉଛି । ଆମେ ସେହି ରକ୍ତରେ ବିଶ୍ବାସ କରି ଉଦ୍ଧାରପ୍ରାପ୍ତ ହେବା କି ?