BN

ମହା ସୁଯୋଗ

 ମହା ସୁଯୋଗ

ଆଜିର ଚିନ୍ତା 

ଲୁକ ୩:୧-୯


ମନ ପରିବର୍ତ୍ତନର ସୁଯୋଗକୁ ମୁଁ ଠିକ୍ ଭାବରେ ବ୍ୟବହାର କରିପାରିଛି କି ? 


ଯୀଶୁଙ୍କର ଆଗମନ ବିଷୟରେ ଡୁବକ ଯୋହନ ସୂଚନା ଦେଇଥିଲେ । ଏହି ପ୍ରାରମ୍ଭିକ କାର୍ଯ୍ୟ ସେ ପ୍ରାନ୍ତର ଓ ଯର୍ଦ୍ଦନର ନିକଟବର୍ତ୍ତୀ ଅଞ୍ଚଳରେ ପ୍ରକାଶ କରିଥିଲେ । ମନୁଷ୍ୟମାନଙ୍କ ନିକଟରେ ଯୀଶୁଙ୍କର ଆଗମନର ଉଦ୍ଦେଶ୍ୟ ଜଣାଇଥିଲେ । ପାପରୁ ଉଦ୍ଧାର ପାଇବା ପାଇଁ ପଥ ବିଷୟରେ ପ୍ରଚାର କରିଥିଲେ । 


ମନ ପରିବର୍ତ୍ତନର ସନ୍ଦେହ: ପାପର ବନ୍ଧନରୁ ମୁକ୍ତ ହେବା ପାଇଁ ମନ ପରିବର୍ତ୍ତନର ଆବଶ୍ୟକତା ରହିଛି । ଈଶ୍ବରଙ୍କ ବାକ୍ୟ ଯୋହନଙ୍କ ନିକଟରେ ଉପସ୍ଥିତ ହେଲା । ସେ ପାପ କ୍ଷମା ନିମନ୍ତେ ମନ ପରିବର୍ତ୍ତନର ବାପ୍ତିସ୍ମ ଘୋଷଣା କରିବାକୁ ଲାଗିଲେ । ପରିତ୍ରାଣ ପାଇବା ନିମନ୍ତେ ନିଜକୁ ପ୍ରସ୍ତୁତ କରିବାକୁ ସମସ୍ତ ମାନବ ଜାତିକୁ ଏଠାରେ ଯୋହନ ଏକ ଆହ୍ବାନ ଦେଇଛନ୍ତି । ଯୋହନଙ୍କ ପ୍ରଚାରର ଦୁଇଟି ମୁଖ୍ୟ ବିଷୟ ଥିଲା (୧) ପାପରୁ କିପରି ଉଦ୍ଧାର ପାଇବା ଏବଂ (୨) ପ୍ରଭୁଙ୍କ ପାଇଁ ଉତ୍ତମ ଫଳ ଧାରଣ କରିବା । ଯୀଶୁଙ୍କ ଆଗମନ ପୂର୍ବରୁ ନିଜର ଜୀବନକୁ ସଜାଡ଼ିବା ପାଇଁ ପରାମର୍ଶ ଦେଇଛନ୍ତି । ଈଶ୍ୱରଙ୍କ ବାକ୍ୟର ଶିକ୍ଷା ଏବଂ ପରାମର୍ଶକୁ ଗ୍ରହଣ କରି ପାଳନ କରିବା ପାଇଁ ଈଶ୍ଵର ଆମକୁ ସୁଯୋଗ ଦେଇଥାନ୍ତି । 


ମନ ପରିବର୍ତ୍ତନର ଫଳ: ମନ ପରିବର୍ତ୍ତନର ଉପଯୁକ୍ତ ଫଳ ଫଳିବା ଏକ ଗୁରୁତବପୂର୍ଣ୍ଣ ବିଷୟ ଅଟେ । ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ଜୀବନ ଫଳ ଫଳିବା ପାଇଁ ସାହାଯ୍ୟ କରିଥାଏ (ଯୋହନ ୧୫ ପର୍ବ) । ଉତ୍ତମ ଫଳ ଫଳିବା ପାଇଁ ଈଶ୍ୱରଙ୍କର ସନ୍ତାନ ହେବାର ଆବଶ୍ୟକତା ରହିଛି (ଯୋହନ ୧:୧୨) । କେବଳ ବିଶ୍ଵାସ ଓ ଈଶ୍ୱରଙ୍କ ଅନୁଗ୍ରହ ଦ୍ଵାରା ଆମେ ଇଶ୍ଵରଙ୍କ ସନ୍ତାନ ହୋଇପାରିବା । ସେଥିପାଇଁ ଯୋହନ ଲେଖନ୍ତି, ଅବ୍ରାହାମଙ୍କ ସନ୍ତାନ ନ ହୋଇ ଈଶ୍ଵରଙ୍କ ସନ୍ତାନ ହୁଅ । ଈଶ୍ୱରଙ୍କର କ୍ରୋଧର ବିଷୟରେ ସୂଚନା ଦେଇ କହିଲେ, ମନ ପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ କର । କ୍ରୋଧରୁ ଉଦ୍ଧାର ପାଇଁ ଉପାୟ ମଧ୍ୟ ରହିଛି । ସେଥିପାଇଁ ସଚେତନ ରହିବାକୁ ପଡିବ । ବଗିଚାରେ ଥିବା ଗଛ ଫଳ ଧାରଣ ନ କଲେ ତାକୁ କାଟି ଦିଆଯାଏ । ଗଛର ମୂଳରେ କୁହ୍ରାଡି ରଖାଯାଇଛି । ଅନୁଗ୍ରହରର ସମୟ ମଧ୍ୟରେ ଆମେ ବାସ କରୁଅଛୁ । ଫଳ ଧାରଣ କରିବା ପାଇଁ, ଫଳ ଫଳିବା ପାଇଁ ଆଶା କରି ଆମକୁ ସୁଯୋଗ ଦିଆଯାଇଛି । ପ୍ରତ୍ୟେକ ବର୍ଷ ଆମେ ପ୍ରତିଜ୍ଞା କରିଥାଉ କିନ୍ତୁ ତାହାକୁ କାର୍ଯ୍ୟକାରୀ କରି ନ ଥାଉ । ତେଣୁ କରି ମନ ପରିବର୍ତ୍ତନର ଉପଯୁକ୍ତ ଫଳ ଧାରଣ କରିବା ପାଇଁ ଯତ୍ନଶୀଳ ହେବା ଆମର ଲକ୍ଷ୍ୟ ହେଉ।


ଦୋଷାରୋପ ଓ ନିଶ୍ଚୟତା

 ଦୋଷାରୋପ ଓ ନିଶ୍ଚୟତା

ଆଜିର ଚିନ୍ତା


ଗୀତ ୪୧:୧-୧୩


ପ୍ରଭରେ ନିର୍ଭାରତା ମୋର ଅନନ୍ତକାଳୀନ ଭରସା ହୋଇଛି କି ?


ଜୀବନର ସବୁ ଅବସ୍ଥା ସମ୍ମାନ ନୁହେଁ । କେତେବେଳେ ଦୁଃଖ, ରୋଗ, ନୈରାଶ ଘେରି ରହିଥାଏ ଓ ଶତ୍ରୁ ଏହା ଦେଖି ଆନନ୍ଦିତ ହୁଏ । ମାତ୍ର ସଦାପ୍ରଭୁଙ୍କ ଉପରେ ନିର୍ଭରତା ଜୀବନର ଗତିପଥ ବଦଳାଇ ଦିଏ ଓ ସେସବୁ ଏକ ଆନନ୍ଦ, ପୁଣି ଅନନ୍ତକାଳୀନ ଭରସାରେ ପରିଣତ ହୁଏ । 


ଏକ ନୀତିଗତ ନିୟମ (୧-୩): ଯେ ବ୍ୟାଧିରେ ଶଯ୍ୟାଗତ ହେବ, ତାକୁ ସଦାପ୍ରଭୁ ଧରି ରଖିବେ ଓ ତାହାର ଶଯ୍ୟା ପରିବର୍ତ୍ତନ କରିବେ । ଦୟାଳୁ ଲୋକେ ଧନ୍ୟ, ସେମାନେ ଦୟାପ୍ରାପ୍ତ ହେବେ (ମାଥିଉ ୫:୭) ଯିଏ ଦରିଦ୍ର ଓ ପୀଡ଼ିତ ମାନଙ୍କୁ ଦୟା ଦେଖାଇଥିବ, ସେ ନିତାନ୍ତ ଦୟା ପ୍ରାପ୍ତ ହେବ (ଦ୍ୱିି. ବିବରଣ ୨୫:୧-୧୧) । ଏଣୁ ଜଣକର ଦୁଃଖର ଦିନରେ ତା' ପ୍ରତି ଦୟାକର, ମାତ୍ର ଶତ୍ରୁମାନଙ୍କ ହସ୍ତରେ ସମର୍ପଣ କର ନାହିଁ । 


ଦାଉଦଙ୍କ ଜୀବନର ତିକ୍ତ ଅନୁଭୂତି (୪-୯): ଦାଉଦ ନିଜ ବ୍ୟକ୍ତିଗତ ଜୀବନର ଦୁଃଖଦାୟକ ଅନୁଭୂତି ସବୁ ବର୍ଣ୍ଣନା କରିଅଛନ୍ତି । ଶତ୍ରୁମାନେ କିପରି ହିଂସାକଲେ, ଘୃଣାକଲେ, କୁମନ୍ତ୍ରଣା କଲେ ଓ ସେ ମୃତ୍ୟୁ ଅପେକ୍ଷା କଲେ, ସବୁ ସେ ଲେଖନ୍ତି (୫-୮) । ମାତ୍ର ନିଜେ କହନ୍ତି, ମୋତେ ଦୟାକର, ମୋ ପ୍ରାଣକୁ ସୁସ୍ଥ କର, ମୁଁ ତୁମ୍ଭ ବିରୁଦ୍ଧରେ ପାପ କରିଅଛି । ଯିହୁଦା କିପରି ଯୀଶୁଙ୍କ ହାତରୁ ରୋଟୀ ଖାଇ ତାଙ୍କର ପ୍ରତି ବିଶ୍ଵାସଘାତକତା କଲା, ସେହିପରି ତାଙ୍କର ନିଜ ଲୋକମାନେ ତାଙ୍କ ପ୍ରତି ବିଶ୍ଵାସଘାତକତା କରିଥିବାରୁ ଦାଉଦ ଦୁଃଖ କଲେ ।


ସଦାପ୍ରଭୁଙ୍କଠାରେ ନିଶ୍ଚିତ ଭରସା (୧୦-୧୩): ବନ୍ଧୁମାନଙ୍କ ବିଶ୍ଵାସଘାତକତା ସତ୍ତ୍ୱେ ପ୍ରଭୁଙ୍କ ଉପରେ ନିର୍ଭରତା ଦାଉଦଙ୍କୁ ତିନୋଟି ବିଷୟ ପ୍ରଦାନ କଲା । ପ୍ରଥମତଃ, ଶତ୍ରୁମାନଙ୍କ ଉପରେ ଜୟଧ୍ୱନି, ଦ୍ଵିତୀୟତଃ ତାଙ୍କର ସରଳତା ହେତୁ ସଦାପ୍ରଭୁ ତାଙ୍କୁ ଧରି ରଖିଲେ (ମାଥିଉ ୫:୮) । ତୃତୀୟତଃ ଅନନ୍ତକାଳୀନ ଭରସାରେ ସେ ହେଲେ ଆଶାନ୍ଵିିତ । ମୋ' ଜୀବନର ଅନୁଭୂତି କଅଣ ?

ପରିତ୍ରାଣର ଆନନ୍ଦ

 ପରିତ୍ରାଣର ଆନନ୍ଦ

ଆଜିର ଚିନ୍ତା


ଗୀତ ୪୦:୧-୧୭


ମୁଁ ମୋର ପରିତ୍ରାଣ ଓ ଏହାର ନିଶ୍ଚୟତା ବିଷୟରେ ସୁସ୍ଥିର କି ?


ଜୀବନର ସାକ୍ଷ୍ୟ (୧-୩): ସେ ଦିନ ଅନ୍ଧର ସାକ୍ଷ୍ୟ ଥିଲା, "ମୁଁ ଅନ୍ଧ ଥିଲି ଓ ଦେଖିବାକୁ ପାଉଅଛି" (ଯୋହନ ୫:୨୫) । ଦାଉଦ ଲେଖନ୍ତି, "ମୁଁ ଭୟଙ୍କର ଗର୍ତ୍ତ ଓ ଦହଲା କାଦୁଅ ମଧ୍ୟରେ ଥିଲି, ପ୍ରଭୁ ମୋହର ଚରଣ ଶୈଳ ଉପରେ ରଖିଲେ ଓ ମୋ' ପାଦଗତି ଦୃଢ଼ କଲେ । ଜୀବନର ଚଲାପଥରେ ପ୍ରତ୍ୟେକଟି ପାଦ ପଡ଼ିଲା ବେଳେ ସେ ଧର୍ମ ପଥରେ ମୋତେ କଢାଇ ନେଉଅଛନ୍ତି । ମୁଁ ଜାଣେ ଯେ, ନୂତନ ଜନ୍ମ ଲାଭ ପରେ, ପବିତ୍ର ଆତ୍ମା ମୋ' ଅନ୍ତରରେ ବାସ କଲାପରେ ଏକ ନୂତନ ଧନ୍ୟବାଦ ଓ ପ୍ରଶଂସାର ଗୀତ ମୋ' ଅନ୍ତରରୁ ଉଚ୍ଛୁଳି ଉଠୁଅଛି । ଏହା ମୋ' ଜୀବନର ସାକ୍ଷ୍ୟ ଅଟେ କି ?


ଭଗ୍ନ ଆତ୍ମା ଈଶ୍ଵରଙ୍କ ଗ୍ରାହ୍ୟ ବଳି ( ୪:୬): ବଳିଦାନ ଓ ନୈବେଦ୍ୟରେ ତାଙ୍କର ସନ୍ତୋଷ ନାହିଁ, ପୁଣି ହୋମାର୍ଥକ ବଳି ଓ ପାପାର୍ଥକ ବଳି ସେ ଚାହାଁନ୍ତି ନାହିଁ (୬) । ସେ ଆଶ୍ଚର୍ଯ୍ୟକର୍ମ କାରୀ ପରମେଶ୍ଵର (୫) ମାତ୍ର ଯିଏ ପାପ ସ୍ୱୀକାର କରେ ଓ ତାଙ୍କୁ ବିଶ୍ଵାସଭୂମି କରେ, ସେ ଧନ୍ୟ (୪), ସେ ହିଁ ପରିତ୍ରାଣ ପାଇବ ( ଏବ୍ରି ୧୦:୫-୯) ।


ଯୀଶୁ ହିଁ  ପରିତ୍ରାଣକର୍ତ୍ତା (୭-୧୧): ଏହି ପଦ ଗୁଡ଼ିକରେ ଯୀଶୁଙ୍କ ଜୀବନରେ  ଘଟିଥିବା ଘଟଣାର ଆଭାସ ମିଳେ । ଯୀଶୁ କିପରି ତାଙ୍କ ପିତାଙ୍କର ବାଧ୍ୟ ହୋଇଥିଲେ, ତାହା ଦେଖିବାକୁ ମିଳେ । ପରିତ୍ରାଣ କାର୍ଯ୍ଯ ସାଧନ ପାଇଁ ସେ କହିଲେ, "ମୁଁ ଉପସ୍ଥିତ" (୭) ଶେଷ ରାତ୍ରରେ ଗେଥ୍ସିମନି ବଗିଚାରେ କହିଲେ, ମୋହର ଇଛା ନୁହେଁ, ମାତ୍ର ତୁମ୍ଭର ଇଛା ସଫଳ ହେଉ (୮) ସେ ଗ୍ରାମେ ଗ୍ରାମେ ପରିତ୍ରାଣର ସମ୍ବାଦ ଦେଲେ (୧୦) 


ନିନବେଦ ପ୍ରାର୍ଥନା (୧୨-୧୫): ଦାଉଦ ପ୍ରାର୍ଥନା କରୁଥଲେ, ମୋହର ଅପରାଧ ମୋ' ମସ୍ତକର କେଶରୁ ଅଧିକ ଓ ମୋର ହୃଦୟ ମୋତେ ପରିତ୍ୟାଗ କରିଅଛି । ମୋତେ ଦୟାକରି ଉଦ୍ଧାର କର (୧୨,୧୩) । ପାପ କ୍ଷମା ଓ ପରିତ୍ରାଣ ପାଇବା ନିମନ୍ତେ ଏପରି ଅନ୍ତର ଖୋଲା ପ୍ରାର୍ଥନା ଆବଶ୍ୟକ । 


ଧନ୍ୟବାଦରୂପ ବଳି (୧୬:୧୭): ଯେଉଁମାନେ ପରିତ୍ରାଣପ୍ରାପ୍ତ, ସେମାନେ ଈଶ୍ୱରଙ୍କୁ ମହିମାନ୍ଵିତ କରନ୍ତି (ଗୀତ ୫୦:୨୩) । ସଦାପ୍ରଭୁ ସେମାନଙ୍କର ନିଶ୍ଚୟତା ଓ ସଦପ୍ରଭୁଙ୍କର ସହାୟ ଓ ଉଦ୍ଧାରକର୍ତ୍ତା (୧୭) । ଆମେ ଯଦି ପରିତ୍ରାଣ ପ୍ରାପ୍ତ ତେବେ ଈଶ୍ୱରଙ୍କୁ ଧନ୍ୟବାଦ ହେଉ ।


ଅନ୍ତିମ କାଳର ଚିନ୍ତା

 ଅନ୍ତିମ କାଳର ଚିନ୍ତା

 ଆଜିର ଚିନ୍ତା

ଗୀତ ୩୯:୧-୧୩

 ମୋର ଭରସା କାହା ଉପରେ ନ୍ୟସ୍ତ?

 

ଜ୍ଞାନୀ ଶଲୋମନ ଲେଖନ୍ତି, "ତୁମ୍ଭେ ଆପଣା ଦୃଷ୍ଟିରେ ଜ୍ଞାନବାନ ହୁଅ ନାହିଁ" (ହିତୋପଦେଶ ୩:୭) । ଏଠାରେ ଦାଉଦ ଲେଖନ୍ତି, ମନୁଷ୍ୟ ଆତ୍ମ ନିର୍ଭରଶୀଳ ହୋଇ ପାପ ନ କରିବା ପାଇଁ ନିଜେ ଚେଷ୍ଟା କଲେ, ମୁଖରେ ଲଗାମ ଦେଲେ, ମୌନବ୍ରତ ଅବଲମ୍ବନ କଲେ ମଧ୍ଯ ପରିମାଣ ହେଲା ପ୍ରବଳ ଦୁଃଖ, ହୃଦୟ ଉତ୍ତପ୍ତ ଓ ଅଗ୍ନି ପ୍ରଜ୍ବଳିତ (୨:୩) । ଏହାର ଅର୍ଥ ସୂର୍ଯ୍ୟ ତଳେ ସମସ୍ତ ବିଷୟ ଅସାର  ଏହିଭଳି ପରିସ୍ଥିତରେ ଆମକୁ ନିଜ ଉପରେ ନିର୍ଭର ନ କରି, ଈଶ୍ୱରଙ୍କ ଶରଣାଗତ  ହେବା ଉତ୍ତମ ।


ଅନୁଶୋଚନା: ଯେତେବେଳେ ମନୁଷ୍ୟର ସମସ୍ତ ପ୍ରଚେଷ୍ଟା, ବିଫଳତା, ମନସ୍ତାପ ଓ ଶୀରପୀଡାରେ ପରିଣତ  ହୁଏ ଓ ସେ ବୁଝିନିଏ, ମୋହର ଆୟୁ ଅବସ୍ତୁ ତୁଲ୍ୟ ମନୁଷ୍ୟର ସର୍ବୋତ୍ତମ ଅବସ୍ଥା ନିତାନ୍ତ ଅସାର । ତାହାର ଜୀବନ କ୍ଷଣକାଳସ୍ଥାୟୀ ଓ ସେ ଅସାରରେ ବ୍ୟସ୍ତ । ସେ ଧନଗଦା କରେ, କିନ୍ତୁ କିଏ ଭୋଗ କରିବ, ସେ ଜାଣେ ନାହିଁ । ତାହାର ଅପରାଧ ଓ ଅଧର୍ମ ନିମନ୍ତେ ଅନୁଯୋଗ କଲେ, ସେ ଦୁଃଖୀ ହୁଏ । ଏହା  ଏକ ଚିନ୍ତାର ବିଷୟ ନୁହେଁ କି, ଏହିପରି ସମୟରେ ଆମେ କ'ଣ କରିବା ଦରକାର ତାହା ପରବର୍ତ୍ତୀ ପଦ ଦୁଇଟିରେ ଆଲୋଚନା କରିବା ।


ସଦାପ୍ରଭୁଙ୍କୁ  ଭୟ କର ଓ ମନ୍ଦତାରୁ ବିମୁଖ  ହୁଅ : ଆପଣାର ସବୁ ଗତିରେ ତାହାଙ୍କୁ ସ୍ଵୀକାର କର, ତହିଁରେ ସେ ତୁମ୍ଭର ପଥସବୁ  ସରଳ କରିବେ (ହିତୋ ୩:୬) । ଆପଣାର ସକଳ  ଗତିରେ ଈଶ୍ୱରଙ୍କୁ ସ୍ଵୀକାର କଲେ, ସେ ଆମକୁ ନିଶ୍ଚୟ ଅନନ୍ତକାଳୀନ ଭରସାରେ ଆଶାନ୍ଵିତ କରି ପ୍ରଫୁଲ୍ଲିତ ହେବାକୁ ଦେବେ ।


ଆଜି ମୁଁ ମୋର ଅନ୍ତିମକାଳର ଚିନ୍ତାରେ ବ୍ୟାକୁଳିତ ନା ଭରସାଯୁକ୍ତ? ଆତ୍ମ ନିର୍ଭରଶୀଳତା, ଆତ୍ମ ପ୍ରଚେଷ୍ଟାର ପରିଣତି ଅସୁରକ୍ଷିତ ଓ  ଅନ୍ଧକାରମୟ, ଏହା ମୁଁ ବୁଝିଛି କି ? ଯାକୁବ ଲେଖନ୍ତି, ମନୁଷ୍ୟ ଜୀବନ ପାଣି ଫୋଟକା (ବାଷ୍ପ) ଭଳି (ଯାକୁବ ୪:୧୪)।ଏହା ଅତ୍ୟନ୍ତ କ୍ଷଣ ଭଙ୍ଗୁର ଅଟେ, ତଥାପି ମନୁଷ୍ୟ ସବୁ ଜାଣି ସୁଦ୍ଧା ନିଜର ଅନ୍ତିମ କାଳ ବିଷୟରେ ଜାଗ୍ରତ ହେଉ ନାହିଁ, ଆଜିର ଶାସ୍ତ୍ରାଂଶ ଆମକୁ ସଦା ପ୍ରସ୍ତୁତ ରହିବାକୁ ଆହ୍ବାନ ଦିଏ ।

ପାପରୁ ଦୂରେଇ ରହିବା

 ପାପରୁ  ଦୂରେଇ ରହିବା

ଆଜିର ଚିନ୍ତା

ଗୀତ ୩୮:୧-୨୨


ଜାଣି ଜାଣି ପାପ କରି ଦୁଃଖ ଯନ୍ତ୍ରଣାକୁ ନିମନ୍ତ୍ରଣ କରୁଛୁ କି ?


ଦାଉଦ ପାପ କରି ଈଶ୍ଵରଙ୍କ କ୍ରୋଧ ଓ ଦଣ୍ଡର ସମ୍ମୁଖିନ ହୋଇ ଭୟଙ୍କର ଭାବେ ଲଜ୍ଜିତ ଓ କଷ୍ଟ ପାଇଛନ୍ତି । ସେ ଭଲ କରି ଜାଣନ୍ତି ଈଶ୍ଵରଙ୍କ କ୍ରୋଧ ନ୍ୟାୟ ସଙ୍ଗତ ଈଶ୍ଵରଙ୍କ  କ୍ରୋଧ ମଣିଷର ଅପାର କ୍ଷତି ଘଟାଏ (ଗୀତ ୯୦:୭) । ସେଥିପାଇଁ ଦାଉଦ ଏହାର ସନ୍ଧାନ ପାଇ ଅନୁନୟ ପ୍ରାର୍ଥନା କରୁଥଲେ "ତୁମ କୋପରେ ମତେ ଅନୁଯୋଗ କର ନାହିଁ । ତୁମ ବିରକ୍ତିରେ ମୋତେ ଶାସ୍ତି ଦିଅ ନାହିଁ" । 


ସଦାପ୍ରଭୁଙ୍କର କୋପ (୩-୧୦): ଏହା ମନୁଷ୍ୟ ଶରୀରର ଅନେକ କ୍ଷତି ସାଧନ କରେ । ଅସୁସ୍ଥତା ଆକ୍ରମଣ କରି ଶାନ୍ତି ହରଣ କରିଦିଏ । ସମସ୍ତ ଚେଷ୍ଟା ତାକୁ ଆରୋଗ୍ୟ କରିପାରେନା ବରଂ ବୃଦ୍ଧି କରି ତାକୁ ସଂପୂଣ୍ଣ ଅସହାୟ ଓ ନିରାଶ କରିଦିଏ । ପବିତ୍ର ଶାସ୍ତ୍ର ଅନେକଙ୍କ ଜୀବନ ମାଧ୍ୟମରେ ଆମକୁ ସଚେତନ କରିବା ସଙ୍ଗେ ସଙ୍ଗେ ସଦାପ୍ରଭୁଙ୍କ କୋପ ନ ଜନ୍ମାଇବା ପାଇଁ ପରାମର୍ଶ ଦିଏ । ତଥାପି ଏହା କରି ଆମେ ନିଜେ ନିଜେ କଷ୍ଟ ପାଉ ଓ ଚତୁଃପାଶ୍ୱର୍ରେ ଥିବା ଅନେକଙ୍କୁ ମଧ୍ୟ ଯନ୍ତ୍ରଣାଗ୍ରସ୍ତ କରିଦେଉ । କେବଳ ଗୋଟିଏ ପଥ ଉନ୍ମୁକ୍ତ ଅଛି । ଅନୁତାପ, ପାପସ୍ଵୀକାର, କତୋରୋକ୍ତି ଓ କ୍ଷମା ପ୍ରାର୍ଥନା । 


ବିଷମୟ ପରିସ୍ଥିତି: ଦାଉଦଙ୍କ କତୋରୋକ୍ତି - ବଳ କ୍ଷୀଣ ହୋଇଯାଉଛି  ବ୍ୟାଧି ଯୋଗୁ ଶରୀର କ୍ଷୟ ପାଉଛି । ପ୍ରିୟ ମାନେ, ମିତ୍ରମାନେ, ଜ୍ଞାତିବର୍ଗ ବ୍ୟାଧି ଯୋଗୁ ତାଙ୍କଠାରୁ ଦୂରେଇ ଯାଉଛନ୍ତି । ଦୁଃସମୟ ଦେଖି ଶତ୍ରୁମାନେ ଫାନ୍ଦ ପାତନ୍ତି ପ୍ରାଣ ନେବା ପାଇଁ ପଶ୍ଚାତପଦ ହୁଅନ୍ତି ନାହିଁ । ସବୁ ବିଷମୟ  ହୋଇଯାଏ । ସେ ନିର୍ବାକ ହୋଇଯାଏ ଓ ତାର ଶ୍ରବଣ ରୁଦ୍ଧ ହୋଇଯାଏ । ପ୍ରତିବାଦ କରିବା ପାଇଁ ସମ୍ପୂର୍ଣ୍ଣ ଅସମର୍ଥ ହୋଇଯାଏ ।


ଉଦ୍ଧରର ପଥ: ତାଙ୍କର ଲୋକମାନଙ୍କୁ ନଷ୍ଟ କରି ଦେବା, ସଦାପ୍ରଭୁଙ୍କର ଉଦ୍ଦେଶ୍ୟ ନୁହେଁ। ମାତ୍ର ଶୃଙ୍ଖଳିତ କରିବା ପାଇଁ, ପାପର କଷାଘାତ ଅସ୍ୱାଦନ କରିବା ପାଇଁ ସେ ଏହା କରିଥାନ୍ତି । ନିଜେ କଷ୍ଟ ନ ପାଇଲେ ମନୁଷ୍ୟ ପାପର ଦୂରବସ୍ଥା ବୁଝି ପାରିବନି । ଯେତେବେଳେ ସେ ଅଙ୍ଗେ ନିଭାଏ, ସେ  ଫେରେ । ଦାଉଦଙ୍କୁ ଏହା ମଧ୍ୟରେ ସେ ଲାଭ କଲେ । ଅପବ୍ୟୟୀ ପୁତ୍ରକୁ ବାପା ଗ୍ରହଣ କଲାପରି ଈଶ୍ୱର ଆମକୁ ପୁନଃଗ୍ରହଣ କରନ୍ତି । ସଦାପ୍ରଭୁ ପାପଗୁଡ଼ିକ ସ୍ମରଣରେ ଆଣନ୍ତି ନାହିଁ (ଗୀତ ୭୯:୮, ଯିଶାଇୟ ୪୯:୨୫) । ତେଣୁ ଅପରାଧ ଲୁଚାଇବା ନାହିଁ (୧୮) । ସଦାପ୍ରଭୁ ଆମର ପରିତ୍ରାଣ (୨୧-୨୨)