BN

ମହା ସୁଯୋଗ

 ମହା ସୁଯୋଗ

ଆଜିର ଚିନ୍ତା 

ଲୁକ ୩:୧-୯


ମନ ପରିବର୍ତ୍ତନର ସୁଯୋଗକୁ ମୁଁ ଠିକ୍ ଭାବରେ ବ୍ୟବହାର କରିପାରିଛି କି ? 


ଯୀଶୁଙ୍କର ଆଗମନ ବିଷୟରେ ଡୁବକ ଯୋହନ ସୂଚନା ଦେଇଥିଲେ । ଏହି ପ୍ରାରମ୍ଭିକ କାର୍ଯ୍ୟ ସେ ପ୍ରାନ୍ତର ଓ ଯର୍ଦ୍ଦନର ନିକଟବର୍ତ୍ତୀ ଅଞ୍ଚଳରେ ପ୍ରକାଶ କରିଥିଲେ । ମନୁଷ୍ୟମାନଙ୍କ ନିକଟରେ ଯୀଶୁଙ୍କର ଆଗମନର ଉଦ୍ଦେଶ୍ୟ ଜଣାଇଥିଲେ । ପାପରୁ ଉଦ୍ଧାର ପାଇବା ପାଇଁ ପଥ ବିଷୟରେ ପ୍ରଚାର କରିଥିଲେ । 


ମନ ପରିବର୍ତ୍ତନର ସନ୍ଦେହ: ପାପର ବନ୍ଧନରୁ ମୁକ୍ତ ହେବା ପାଇଁ ମନ ପରିବର୍ତ୍ତନର ଆବଶ୍ୟକତା ରହିଛି । ଈଶ୍ବରଙ୍କ ବାକ୍ୟ ଯୋହନଙ୍କ ନିକଟରେ ଉପସ୍ଥିତ ହେଲା । ସେ ପାପ କ୍ଷମା ନିମନ୍ତେ ମନ ପରିବର୍ତ୍ତନର ବାପ୍ତିସ୍ମ ଘୋଷଣା କରିବାକୁ ଲାଗିଲେ । ପରିତ୍ରାଣ ପାଇବା ନିମନ୍ତେ ନିଜକୁ ପ୍ରସ୍ତୁତ କରିବାକୁ ସମସ୍ତ ମାନବ ଜାତିକୁ ଏଠାରେ ଯୋହନ ଏକ ଆହ୍ବାନ ଦେଇଛନ୍ତି । ଯୋହନଙ୍କ ପ୍ରଚାରର ଦୁଇଟି ମୁଖ୍ୟ ବିଷୟ ଥିଲା (୧) ପାପରୁ କିପରି ଉଦ୍ଧାର ପାଇବା ଏବଂ (୨) ପ୍ରଭୁଙ୍କ ପାଇଁ ଉତ୍ତମ ଫଳ ଧାରଣ କରିବା । ଯୀଶୁଙ୍କ ଆଗମନ ପୂର୍ବରୁ ନିଜର ଜୀବନକୁ ସଜାଡ଼ିବା ପାଇଁ ପରାମର୍ଶ ଦେଇଛନ୍ତି । ଈଶ୍ୱରଙ୍କ ବାକ୍ୟର ଶିକ୍ଷା ଏବଂ ପରାମର୍ଶକୁ ଗ୍ରହଣ କରି ପାଳନ କରିବା ପାଇଁ ଈଶ୍ଵର ଆମକୁ ସୁଯୋଗ ଦେଇଥାନ୍ତି । 


ମନ ପରିବର୍ତ୍ତନର ଫଳ: ମନ ପରିବର୍ତ୍ତନର ଉପଯୁକ୍ତ ଫଳ ଫଳିବା ଏକ ଗୁରୁତବପୂର୍ଣ୍ଣ ବିଷୟ ଅଟେ । ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ଜୀବନ ଫଳ ଫଳିବା ପାଇଁ ସାହାଯ୍ୟ କରିଥାଏ (ଯୋହନ ୧୫ ପର୍ବ) । ଉତ୍ତମ ଫଳ ଫଳିବା ପାଇଁ ଈଶ୍ୱରଙ୍କର ସନ୍ତାନ ହେବାର ଆବଶ୍ୟକତା ରହିଛି (ଯୋହନ ୧:୧୨) । କେବଳ ବିଶ୍ଵାସ ଓ ଈଶ୍ୱରଙ୍କ ଅନୁଗ୍ରହ ଦ୍ଵାରା ଆମେ ଇଶ୍ଵରଙ୍କ ସନ୍ତାନ ହୋଇପାରିବା । ସେଥିପାଇଁ ଯୋହନ ଲେଖନ୍ତି, ଅବ୍ରାହାମଙ୍କ ସନ୍ତାନ ନ ହୋଇ ଈଶ୍ଵରଙ୍କ ସନ୍ତାନ ହୁଅ । ଈଶ୍ୱରଙ୍କର କ୍ରୋଧର ବିଷୟରେ ସୂଚନା ଦେଇ କହିଲେ, ମନ ପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ କର । କ୍ରୋଧରୁ ଉଦ୍ଧାର ପାଇଁ ଉପାୟ ମଧ୍ୟ ରହିଛି । ସେଥିପାଇଁ ସଚେତନ ରହିବାକୁ ପଡିବ । ବଗିଚାରେ ଥିବା ଗଛ ଫଳ ଧାରଣ ନ କଲେ ତାକୁ କାଟି ଦିଆଯାଏ । ଗଛର ମୂଳରେ କୁହ୍ରାଡି ରଖାଯାଇଛି । ଅନୁଗ୍ରହରର ସମୟ ମଧ୍ୟରେ ଆମେ ବାସ କରୁଅଛୁ । ଫଳ ଧାରଣ କରିବା ପାଇଁ, ଫଳ ଫଳିବା ପାଇଁ ଆଶା କରି ଆମକୁ ସୁଯୋଗ ଦିଆଯାଇଛି । ପ୍ରତ୍ୟେକ ବର୍ଷ ଆମେ ପ୍ରତିଜ୍ଞା କରିଥାଉ କିନ୍ତୁ ତାହାକୁ କାର୍ଯ୍ୟକାରୀ କରି ନ ଥାଉ । ତେଣୁ କରି ମନ ପରିବର୍ତ୍ତନର ଉପଯୁକ୍ତ ଫଳ ଧାରଣ କରିବା ପାଇଁ ଯତ୍ନଶୀଳ ହେବା ଆମର ଲକ୍ଷ୍ୟ ହେଉ।


No comments:

Post a Comment

Kindly give your suggestions or appreciation!!!