BN

महिलाओं के बीच यीशु के चमत्कार

महिलाओं के बीच यीशु के चमत्कार
पतरस की सास को चंगा करनामत्ती 8:14, 15, मरकुस 1:30, 31; लूका 4:38, 39
याइर की बेटी को मुर्दों में से जीवित करनामत्ती 9:18, 23-25; मरकुस 5:22-24, लूका 8:40-42, 49-55
लहू बहने वाली स्त्री को चंगा करनामत्ती 9:20-22; मरकुस 5:25-34, लूका 8:43-48
कनानी स्त्री की बेटी को चंगा करनामत्ती 15:21-28, मरकुस 7:24-30
नाइन नगर की विधवा के बेटे को चंगा करना लूका 7:11-15
एक स्त्री जिसे दुर्बल करने वाली दुष्ट आत्मा थी उसे चंगा करनालूका 13:11-13
यीशु की माँ के अनुरोध पर काना के विवाह में पानी को दाखरास में बदलनायूहन्ना 2:1-11

ସ୍ତ୍ରୀଲୋକମାନଙ୍କ ମଧ୍ୟରେ ଯୀଶୁ ଖ୍ରୀଷ୍ଟଙ୍କ ଆଶ୍ଚର୍ଯ୍ୟକର୍ମ

 Jesus' Miracles among the Women

ସ୍ତ୍ରୀଲୋକମାନଙ୍କ ମଧ୍ୟରେ ଯୀଶୁ ଖ୍ରୀଷ୍ଟଙ୍କ ଆଶ୍ଚର୍ଯ୍ୟକର୍ମ
ପିତରର ଶାଶୁଙ୍କ ସୁସ୍ଥତାମାଥିଉ ୮:୧୪,୧୫; ମାର୍କ ୧:୩୦,୩୧; ଲୂକ ୪:୩୮,୩୯
ଯାଈରସର ଝିଅ ଜୀବିତମାଥିଉ ୯:୧୮, ୨୩-୨୫; ମାର୍କ ୫:୨୨,୨୪, ୩୫-୪୨; ଲୂକ ୮:୪୦-୪୨, ୪୯-୫୫
ପ୍ରଦର ରୋଗଗ୍ରସ୍ତା ଜଣେ ସ୍ତ୍ରୀଲୋକର ସୁସ୍ଥତାମାଥିଉ ୯:୨୦-୨୨, ମାର୍କ ୫:୨୫-୩୪; ଲୂକ ୮:୪୩-୪୮
କିଣାନୀୟ ସ୍ତ୍ରୀର ଝିଅର ସୁସ୍ଥତାମାଥିଉ ୧୫:୨୧-୨୮; ମାର୍କ ୭:୨୪-୩୦
ନାଇନ ନଗରର ବିଧବାର ପୁତ୍ରର ସୁସ୍ଥତାଲୂକ ୭: ୧୧-୧୫
କୁବ୍ଜା ସ୍ତ୍ରୀଲୋକର ସୁସ୍ଥତାଲୂକ ୧୩:୧୧-୧୩
କାନ୍ନା ନଗରର ବିବାହ ଭୋଜରେ ଯୀଶୁଙ୍କ ମାଆଙ୍କ ଅନୁରୋଧରେ ଜଳକୁ ଦ୍ରାକ୍ଷାରସରେ ପରିଣତ କରିବାଯୋହନ ୨:୧-୧୧


ଏକ ଭୟାନକ ଚିନ୍ତାଧାରା

 ଏକ ଭୟାନକ ଚିନ୍ତାଧାରା 

ରୋମୀୟ ୬:୧-୧୪          

ତେବେ ଆମେ କ'ଣ କହିବା ?ଅନୁଗ୍ରହ ଯେପରି ଆହୁରି ବୃଦ୍ଧିପାଇବ ,ସେଥିପାଇଁ ଆମେ କ'ଣ ପାପ କରୁଥିବା ?କଦାପି  ନୁହେଁ । (ରୋମୀ ୬:୧,୨) 


ଆମ୍ଭମାନଙ୍କୁ ଅନୁଗ୍ରହ ପ୍ରଦାନ କରିବା ପାଇଁ ଈଶ୍ଵରଙ୍କୁ କିପରି ମୂଲ୍ୟ ଦେବାକୁ ହୋଇଥିଲା, ଯେଉଁମାନେ ତାହା ଯଥାର୍ଥ ଭାବେ ବୁଝିଛନ୍ତି, ସେମାନେ କେବେହେଲେ ଈଶ୍ଵରଙ୍କ ଅନୁଗ୍ରହର ଦୁରୁପଯୋଗ କରିବେ ନାହିଁ। ପାପକ୍ଷମାଠାରୁ ଆରମ୍ଭ କରି ଧାର୍ମିକ ଜୀବନଯାପନରେ ଈଶ୍ଵର କିପରି ପ୍ରଚୁର ଭାବରେ ଆମମାନଙ୍କୁ ଅନୁଗ୍ରହ ପ୍ରଦାନ କରନ୍ତି, ତାହା ଜାଣିବା ପରେ ଅନେକେ ପ୍ରଶ୍ନ କରନ୍ତି, ଏହା କ'ଣ ଅଧିକ ପାପ କରିବା ନିମନ୍ତେ ଈଶ୍ଵରଙ୍କ ଲୋକମାନଙ୍କୁ ଉତ୍ସାହିତ କରିବ ନାହିଁ କି? ହୁଏତ ସେମାନଙ୍କ ମନରେ ଏହି ପ୍ରଶ୍ନ ସ୍ଵତଃ ଜାଗ୍ରତ ହେଉଥିବ ଯେ, ଯେହେତୁ ଈଶ୍ଵରଙ୍କ ଅନୁଗ୍ରହ ପ୍ରଚୁର, ତେଣୁ ପାପ କଲେ ମଧ୍ୟ କିଛି ଯାଏ ଆସେ ନାହିଁ କାରଣ ଆମେ ନିଶ୍ଚୟ କ୍ଷମା ପାଇବା । ଈଶ୍ୱରଙ୍କ ଅନୁଗ୍ରହ ବିଷୟକ ସତ୍ୟ ଶିକ୍ଷା ଦେବା ନିଶ୍ଚୟ ଆହ୍ବାନପୂର୍ଣ୍ଣ କାରଣ ଅନେକେ ହୁଏତ ଉପରୋକ୍ତ  ଧାରଣାର ବଶବର୍ତ୍ତୀ ହୋଇପାରନ୍ତି। 


ଏହି ପ୍ରଶ୍ନର ଉତ୍ତର ସ୍ଵରୂପ, ପାଉଲ ରୋମୀ ୬:୧ ରେ ଯାହା କହୁଛନ୍ତି, ଜେ. ବି. ଫିଲିପ୍ପ ତାଙ୍କର ଭାବାନୁବାଦ ସଂସ୍କରଣରେ  ଏପ୍ରକାର ଲେଖିଛନ୍ତି, "ଆମେ କ'ଣ ଈଶ୍ଵରଙ୍କ ଅନୁଗ୍ରହର ଦୁରୁପଯୋଗ କରି ମନ ଭରି ପାପ କରି ଚାଲିଥିବା? କି ଭୟାନକ ଚିନ୍ତାଧାରା? "ପ୍ରଭୁଙ୍କର ଦାସ ମାକ୍ସ ଲୁକ୍କାଡୋ କହନ୍ତି ,"ଈଶ୍ଵରଙ୍କ ଅନୁଗ୍ରହ କ'ଣ ମନ୍ଦତାର ଅଭିବୃଦ୍ଧିରେ ସାହାଯ୍ୟ କରୁଛି?" ଗ୍ରୀକ୍ ମୂଲ ଭାଷାରେ, ପାଉଲ ଏହି ଚିନ୍ତାଧାରାକୁ ଅତି କଟୂ ଭାବରେ ଭତ୍ସନା କରି କହୁଛନ୍ତି, "ନା,ଏହା କଦାପି କେବେ ହେଁ ନ ହଉ"।


କେହି ଯଦି ଭାବୁଥାଏ ଯେ, ପାପ କରିବା ପାଇଁ ଈଶ୍ଵରଙ୍କ ଅନୁଗ୍ରହ ତା' ନିମନ୍ତେ ଏକ ଲାଇସେନ୍ସ ସ୍ଵରୂପ, ତା' ହେଲେ ସେ ଈଶ୍ଵରଙ୍କ ଅନୁଗ୍ରହକୁ ଯଥାର୍ଥ ଭାବେ ବୁଝି ନାହିଁ । ଈଶ୍ୱରଙ୍କ ପବିତ୍ରତାକୁ ଯେ କିଞ୍ଚିତ ମାତ୍ରାରେ ବୁଝିଛି । ଯେଉଁମାନେ ଈଶ୍ଵରଙ୍କ ଅନୁଗ୍ରହ ହେତୁ ପାପ କ୍ଷମା ଲାଭ କରିଛନ୍ତି ସେମାନେ ଈଶ୍ଵରଙ୍କର ଅନୁଗ୍ରହ ଦ୍ୱାରା ଏପରି ବିହ୍ବଳ ହୋଇଛନ୍ତି ଯେ, ସେମାନେ ତାଙ୍କର ବାକୀତକ ଜୀବନ ପବିତ୍ରତାରେ ଓ ଈଶ୍ଵରଙ୍କ ତୃଷ୍ଟିଜନକ କାର୍ଯ୍ୟରେ ଯାପନ କରିଛନ୍ତି ।


ଏକ ଜୀବନ - ବଞ୍ଚିବାର ଯୋଗ୍ୟ

 ଏକ ଜୀବନ - ବଞ୍ଚିବାର ଯୋଗ୍ୟ

ପଠନ : ଯୋହନ ୩:୧-୭

ପୁନର୍ବାର ଜନ୍ମ ନ ହେଲେ କେହି ଈଶ୍ଵରଙ୍କ ରାଜ୍ୟ ଦେଖିପାରେ ନାହିଁ। (ଯୋହନ ୩:୩)


କେଉଁ ବିଷୟ ଜୀବନକୁ ଏକ ଯୋଗ୍ୟ ଜୀବନ କରେ? ଲୋକପ୍ରିୟତା, କ୍ଷମତା, ଓ ପ୍ରଭାବ? କିନ୍ତୁ ହାରୋଲଡ ହୁଗ୍ସଙ୍କର ସେହି ପ୍ରକାର ମତ ନୁହେଁ । ସେ ଆଇଓବାର ଶାସନକର୍ତ୍ତା ଭାବରେ କାର୍ଯ୍ୟ କରିବା ପରେ ଯୁକ୍ତରାଷ୍ଟ୍ର ସିନେଟ୍ରୁ ନିର୍ବାଚିତ ହୋଇଥିଲେ । ଏହି ପ୍ରତିଭାବାନ ଆମେରିକୀୟଙ୍କ ମତ ଅନୁସାରେ ଜୀବନକୁ ଯାହା ଯୋଗ୍ୟ କରେ, ତାହା ଯୀଶୁଖ୍ରୀଷ୍ଟଙ୍କ ସହିତ ଏକ ବ୍ୟକ୍ତିଗତ ସମ୍ପର୍କ । ନିଜ ଆତ୍ମ ଜୀବନୀରେ, ହୁଗସ ଦୁଃଖର ସହିତ ଏହା ସ୍ୱୀକାର କରିଛନ୍ତି ଯେ ତାଙ୍କ ଆଦ୍ୟ ବର୍ଷ ଗୁଡ଼ିକରେ ସେ ଜଣେ ମଦ୍ୟାପୀ, ଜଣେ ମିଥ୍ୟାବାଦୀ, ଜଣେ ଠକ ହୋଇ ରହିଥିଲେ । ଅତି ତଳକୁ ଚାଲିଯିବା ପରେ ସେ ଲଜ୍ଜା ଓ ହତାଶରେ ଆତ୍ମ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ନିଜକୁ ହତ୍ୟା କରିବା ପୁର୍ବରୁ, ସେ ଏହା କାହିଁକି କରିବେ, ତାହା ଈଶ୍ୱରଙ୍କୁ କହିବାକୁ ହେବ ବୋଲି ଅନୁଭବ କଲେ। ସେ ଦୁଃଖରେ କ୍ରନ୍ଦନ କରୁଥିବା ସମୟରେ କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଲା । 'ଝଡ଼ରେ ହଜିଯାଇଥିବା ଗୋଟିଏ ଭୟଭୀତ ପିଲା ସଦୃଶ୍ୟ, ମୁଁ ହଟାତ୍ ମୋର ପିତାଙ୍କର ଉଷ୍ଣ ବାହୁ ମଧ୍ୟରେ ପଡ଼ିଗଲି' ।  ପୁଣି ସେ ଈଶ୍ଵରଙ୍କର କ୍ଷମାକାରୀ ଅନୁଗ୍ରହର ଅନୁଭୂତି ପାଇଁବା ସମୟରେ ପ୍ରତିଜ୍ଞା କରିଥିଲେ, "ଆପଣ ଯାହା କହିବେ ତାହା ମୁଁ କରିବି" । ତାହା ଥିଲା ହାରୋଲଡ ହୁଗସ୍ ଙ୍କ ପାଇଁ ଏକ ନୂତନ ଜୀବନର ଆରମ୍ଭ , ବାସ୍ତବରେ ଏକ ଯୋଗ୍ୟ ଜୀବନର ଆରମ୍ଭ ।


ପ୍ରକୃତରେ ଏହା ନିରାଟ ସତ୍ୟ, "ସେହଦିନଠାରୁ ହାରୋଲଡଙ୍କ ଜୀବନ ସମ୍ପୂର୍ଣ ବଦଳିଗଲା ଓ ତାହା ଅର୍ଥପୂର୍ଣ୍ଣ ହୋଇଉଠିଲା । ଆମେ ଯେତେ ଭଗ୍ନ ହୃଦୟ ଓ ହତାଶ ଜର୍ଜ୍ଜରିତ ହୋଇଥିଲେ ସୁଧା ଯଦି ଆମେ ନିଜର ହୃଦୟକୁ ଯୀଶୁଖ୍ରୀଷ୍ଟଙ୍କ ନିକଟରେ ଉନ୍ମୁକ୍ତ କରିଦେବା, ଆମେ ମଧ୍ୟ ଏହି ଅନୁଗ୍ରହ ଲାଭ କରିପାରିବା ଏବଂ ଏକ ଅର୍ଥ ପୂର୍ଣ୍ଣ ଜୀବନ - ଏକ ନୂତନ ଜୀବନ - ଏବଂ ଏକ ପ୍ରଚୁର ଜୀବନର ଅଧିକାରୀ ହୋଇପାରିବା । ସେହିପୁନଃଜନ୍ମର  ଅନୁଭୂତି ଆପଣଙ୍କର ଅଛି କି? 


ସମ୍ମାନସ୍ପଦା ମହିଳାଗଣ

ସମ୍ମାନସ୍ପଦା ମହିଳାଗଣ

ପଠନ: ହିତୋ. ୩୧:୧୦-୧୫, ୨୩-୨୮

ଆଉ ବାକ୍ୟ କି କର୍ମରେ ତୁମ୍ଭେମାନେ ଯାହା କିଛି କର, ସେସମସ୍ତ ପ୍ରଭୁ ଯୀଶୁଙ୍କ ନାମରେ କରି ତାହାଙ୍କ ପିତା ଇଶ୍ଵରଙ୍କୁ ଧନ୍ୟବାଦ ଦିଅ। (କଲସୀୟ୩:୧୭) 

ବର୍ଷର ଏକ ଦିନ ସାରା ପୃଥିବୀରେ ଆନ୍ତର୍ଜାତିକ ମହିଳା ଦିବସ ରୂପେ ପାଳନ କରାଯାଏ । ଦେଶର କିମ୍ବା ସମାଜର ବିଭିନ୍ନ ମଙ୍ଗଳ ସାଧନରେ ଯେଉଁ ମହିଳାମାନଙ୍କର ଉଲ୍ଲେଖନୀୟ ଅବଦାନ ରହିଛି, ସେମାନଙ୍କୁ ଏହି ଦିନ ବିଭିନ୍ନ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥାଏ କିନ୍ତୁ ଏପରି ଅନେକ ମହିଳା ଅଛନ୍ତି, ଯେଉଁମାନେ ନିଜ ଗୃହରେ ତଥା କର୍ମ କ୍ଷେତ୍ରରେ  ସେବା ତଥା ତ୍ୟାଗର ଚରମ ନିଦର୍ଶନ ଦେଖାଇ ଅଛନ୍ତି । ଶ୍ରୀମତୀ ଗ୍ରେସ୍ ନାମ୍ନୀ ଜଣେ ୬୫ ବର୍ଷୀୟା ମହିଳା ସମସ୍ତ ଅସୁବିଧା ସତ୍ତ୍ୱେ ବିଭିନ୍ନ କାରାଗାରଗୁଡ଼ିକୁ ଯାଇ ବନ୍ଦୀମାନଙ୍କୁ ଯୀଶୁଙ୍କ ପ୍ରେମ ଓ ପରିତ୍ରାଣର ବାର୍ତ୍ତା ଦେଉଥିଲେ, ଯଦ୍ଵାରା ଅନେକ ବନ୍ଦୀମାନେ ପ୍ରଭୁ ଯୀଶୁଙ୍କୁ ତ୍ରାଣକର୍ତ୍ତା ରୂପେ ଗ୍ରହଣ କରି ପରିତ୍ରାଣ ପାଇଥିଲେ। ଶ୍ରୀମତୀ ବଲରାଜ୍, ଯାହାଙ୍କର ପ୍ରେମ ଓ ତ୍ୟାଗର ଜୀବନ ଦେଖି ଜଣେ ନାସ୍ତିକ ପଡ଼ୋଶୀ ଯୀଶୁଙ୍କଠାରେ ବିଶ୍ଵାସ କରିଥିଲେ । ମୋ ମାଆ, ଯିଏ ଖୁବ୍ କମ୍ ପାଠ ପଡ଼ିଥିଲେ ଓ ଏକ ବଡ ପରିବାରର ସମସ୍ତ ଜଞ୍ଜାଳ ସମ୍ଭାଳି ଥିଲେ । ତଥାପି ତା ମଧ୍ୟରେ ସୁଦ୍ଧା ସେ ଆମକୁ ପ୍ରଭୁ ବିଷୟକ ଭୟ ଓ ଶାସ୍ତ୍ର ଶିକ୍ଷା ଦେବାରେ ଆଦୌ ହେଳା କରୁ ନ ଥିଲେ। ଫଳସ୍ୱରୂପ, ଆମେ ସବୁ ଭାଇଭଉଣୀ ପ୍ରଭୁ ଯୀଶୁଙ୍କୁ ପରିତ୍ରାଣକର୍ତ୍ତା ରୂପେ ଗ୍ରହଣ କରିଛୁ ଓ ବିଭିନ୍ନ କ୍ଷେତ୍ରରେ ରହି ଈଶ୍ଵରଙ୍କ ରାଜ୍ୟ  ବିସ୍ତାରରେ ଲାଗି ପଡିଛୁ । ଆପଣ ମଧ୍ୟ ଏହିପରି ଅନେକ ମହିଳାଙ୍କ ବିଷୟ ଜାଣିଥିବେ, ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କ ପ୍ରେମ ଓ ସୁସମାଚାର ଅନ୍ୟମାନଙ୍କୁ ଜଣାଇ ଅଛନ୍ତି ଯୀଶୁଙ୍କ ଶିଷ୍ୟ ଯୋହନ ତାଙ୍କର ଦ୍ଵିତୀୟ ପତ୍ରଟି (୨ୟ ଯୋହନ) ମନୋନୀତ ମହିଳା ଓ ସେମାନଙ୍କ ସନ୍ତାନମାନଙ୍କ ନିକଟକୁ ଲେଖିଛନ୍ତି, ଯେଉଁମାନେ ଖ୍ରୀଷ୍ଟଙ୍କ ଆଜ୍ଞାନୁଯାୟୀ ଜୀବନ କାଟୁଥିଲେ (୧ ଓ ୪ ପଦ)। ଈଶ୍ବର ଆମଠାରୁ ମଧ୍ୟ ତାହା ଚାହାନ୍ତି । ଆମେ କ'ଣ ଈଶ୍ବର ଦେଉଥିବା ସୁଯୋଗଗୁଡ଼ିକର ସଦ୍ ବ୍ୟବହାର କରୁଛୁ?