ଆମେ କେତେ ଧନ୍ୟବାଦୀ?
ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, କାରଣ ସେ ମଙ୍ଗଳମୟ, ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ (ଗୀତ ୧୦୭:୧)
ମୋର ମା' ଜଣେ କୃତଜ୍ଞ ମହିଳା ଥିଲେ, ଯିଏ ନିଜର ବିବାହିତ ଜୀବନର ଅଧିକାଂଶ ସମୟ ଅସୁସ୍ଥ ରହୁଥିବା ସତ୍ତ୍ୱେ, ପ୍ରଭୁଙ୍କର ପ୍ରଶଂସା କରିବା ଆଦୌ ବନ୍ଦ କରି ନ ଥିଲେ । ମୋର ପିତା ଯୋତା ପ୍ରସ୍ତୁତକାରୀ ଥିଲେ ଓ ସପ୍ତାହକୁ ୧୨ ଡ଼ଲାରରୁ ଅଧିକ ରୋଜଗାର କରୁ ନ ଥିଲେ, ପୁଣି ସେ ଜଣେ ଗାୟନକାରୀ ଖ୍ରୀଷ୍ଟିୟାନ ଥିଲେ।
କିପରି ଏକ ବହୁମୂଲ୍ୟ ପରମ୍ପରା। କିପରି ଆଶିଷଭରା ସ୍ମୃତି। ମନେହୁଏ ଯେପରି ସମସ୍ତ ବିଦ୍ୟୁତ ସାମଗ୍ରୀ ଓ ବିଳାସ ଏବଂ ଉପକରଣ ବିନା ଆମର ପିତାମାତା ଆଜି ଆମ ଅପେକ୍ଷା ବହୁ ଅଧିକ ଧନ୍ୟବାଦୀ ଥିଲେ। ପ୍ରତ୍ୟେକ ଭୋଜନ ପୂର୍ବରୁ, ଆମେ ଈଶ୍ଵରଙ୍କ ଆଶୀର୍ବାଦ ମାଗୁ ଓ ବାଇବଲର ଗୋଟିଏ ଅଂଶ ପାଠ କରୁ। ପୁଣି ଖାଦ୍ୟ ଖାଇବା ପରେ ଆମେ ଧନ୍ୟବାଦ ଦେଉ। ସେହି ଦିନ ଓ ଏହି ଦିନ ମଧ୍ୟରେ କେତେ ପାର୍ଥକ୍ୟ! ଆମେ ଆଦୌ ପ୍ରାର୍ଥନା କରୁ ନାହୁଁ । ଆଉ ଯେତେବଳେ ପ୍ରାର୍ଥନା କରୁ, ଏଥିରୁ କେତେ ପରିମାଣ ବିନତି ଥାଏ ଓ କେତେ ସ୍ୱଳ୍ପ ଧନ୍ୟବାଦ ଥାଏ ।
ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ, ଅନେକ ମଣ୍ଡଳୀ ଦିନକୁ ୨୪ ଘଣ୍ଟା ଖୋଲା ରହୁଥିଲା ଯେପରିକି ଲୋକମାନେ ଆସି ଯୁଦ୍ଧ କ୍ଷେତ୍ରରେ ଥିବା ସେମାନଙ୍କ ପ୍ରିୟଜନଙ୍କ ପାଇଁ ପ୍ରାର୍ଥନା କରିପାରିବେ। ଗୋଟିଏ ଗୀର୍ଜାର ସିକୁରିଟୀ ଗାର୍ଡ ଥରେ ଗୋଟିଏ ବାଳକକୁ ଲକ୍ଷ୍ୟ କଲେ ଯିଏ ପ୍ରତିଦିନ ପ୍ରାୟ ୧୦ ମିନିଟ୍ ପାଇଁ ଆସୁଥିଲା। ଅନେକ ସପ୍ତାହ ପରେ ସେହି ବାଳକଟି ଭିତରକୁ ଆସି ଅଧିକ ସମୟ ପାଇଁ ଆଣ୍ଠୁ ଭାଙ୍ଗି ବସିଲା। ସେହି ସିକୁରିଟୀ ଗାର୍ଡ ତାକୁ ପଚାରିଥିଲେ ଯେ ସେ କାହିଁକି ଏତେ ସମୟ ସେଠାରେ ଅଛି। ସେ ଉତ୍ତର ଦେଇଥିଲା, "ପ୍ରତିଦିନ ମୁଁ ଅଳ୍ପ ସମୟ ପାଇଁ ଆସି ମୋର ପିତାଙ୍କୁ ନିରାପଦରେ ଗୃହକୁ ଫେରାଇ ଆଣିବା ପାଇଁ ଈଶ୍ୱରଙ୍କୁ ନିବେଦନ କରୁଥିଲି। ଆଜି ସକାଳେ ସେ ତାହା କହିଥିଲେ, ସେଥିପାଇଁ ମୋ' ପ୍ରାର୍ଥନାର ଉତ୍ତର ଦେଇଥିବାରୁ ପ୍ରଭୁଙ୍କୁ ଧନ୍ୟବାଦ ଦେବା ପାଇଁ ମୁଁ ଏଠାକୁ ଶୀଘ୍ର ଚାଲିଆସିଥିଲି।"