ଅନ୍ୟ କୌଣସି ମାର୍ଗ ନ ଥିଲା??
Wasn't There Any Other Way?
ପଠନ: ମାର୍କ ୮:୨୭-୩୩
ଯୀଶୁ କହିଲେ, ମନୁଷ୍ୟପୁତ୍ରଙ୍କୁ ଅବଶ୍ୟ ବହୁତ ଦୁଃଖଭୋଗ କରିବାକୁ ହେବ….. ହତ ହେବାକୁ ହେବ ପୁଣି ତିନିଦିନ ପରେ ପୁନରୁତ୍ଥାନ କରିବାକୁ ହେବ । (ମାର୍କ ୮:୩୧)
ମୋର ବନ୍ଧୁ ଡେଭିଡ୍ ଜଣେ ଖ୍ରୀଷ୍ଟିଆନ ଥିଲେ, ତଥାପି ନିଜର ନିଷ୍ପାପ ପୁତ୍ରଙ୍କୁ ଦୋଷୀ ଲୋକମାନଙ୍କ ପକ୍ଷରୁ ଏତେ ନିର୍ମମ ଭାବରେ ଦଣ୍ଡିତ ହେବା ପାଇଁ ଅନୁମତି ଦେଇଥିବାରୁ ସେ ଈଶ୍ୱରଙ୍କ ନ୍ୟାୟ ଉପରେ ପ୍ରଶ୍ନ ଉଠାଇଥିଲେ । କୃଶ ଉପରେ ଖ୍ରୀଷ୍ଟଙ୍କ ଭୟଙ୍କର ମୃତ୍ୟୁର ଅର୍ଥ କରୁଥିବା ସମୟରେ ଡେଭିଡ୍ ଅତ୍ୟନ୍ତ ବିଦ୍ରୋହୀ ହୋଇ ଉଠିଥିଲେ। ଦିନେ ସେ "କାହିଁକି?" ବୋଲି ଚିତ୍କାର କରିବାବେଳେ ଈଶ୍ୱର ଏହି ଚିନ୍ତା ଦ୍ୱାରା ତାଙ୍କ ବିଚଳିତ ମନକୁ ସାନ୍ତ୍ଵନା ଦେଇଥିଲେ, "ଏହା ଏକମାତ୍ର ମାର୍ଗ ଥିଲା"।
ପ୍ରଭୁଙ୍କର ଜଣେ ଶିଷ୍ୟ, ପିତରଙ୍କ ମଧ୍ୟ ଈଶ୍ୱରଙ୍କ ଉଦ୍ଦେଶ୍ୟ ବୁଝିବାରେ ସମାନ ପ୍ରକାରର ସମସ୍ୟା ଥିଲା । ଯୀଶୁ "ଈଶ୍ୱରଙ୍କର ଖ୍ରୀଷ୍ଟ" ବୋଲି ସେ ଜାଣିଥିଲେ (ଲୁକ ୯:୨୦), ମାତ୍ର ତାଙ୍କୁ ଦୁଖଭୋଗ କରିବାକୁ, ନିହତ ହେବାକୁ, ଓ ପୁନରୁତ୍ଥିତ ହେବାକୁ ପଡିବ ବୋଲି ଯେତେବେଳେ ଯୀଶୁ ଶିକ୍ଷାଦେଲେ, ସେତେବେଳେ ସେ ତାଙ୍କୁ ଅନୁଯୋଗ କରିଥିଲେ (ମାର୍କ ୮: ୩୧-୩୨) ନିଷ୍ପାପ ଖ୍ରୀଷ୍ଟଙ୍କ ଉପରେ ଏପ୍ରକାର ଏକ ଅନ୍ୟାୟକୁ ସେ ସହ୍ୟ କରିପାରି ନ ଥିଲେ । ଏହାର ଉତ୍ତରରେ ଯୀଶୁ ପିତରଙ୍କୁ ଭର୍ତ୍ସନା କରିଥିଲେ କାରଣ ସେ ଅଜାଣତରେ ଏକ ଶୟତାନିକ ଦୃଷ୍ଟି କୋଣ ପ୍ରକାଶ କରିଥିଲେ । ଈଶ୍ଵର ଯେପରି ଚିନ୍ତା କରନ୍ତି, ସେପରି ଚିନ୍ତା ନ କରି ସେ ଏକ ମନୁଷ୍ୟ ଭଳି ଚିନ୍ତା କରିଥିଲେ (୩୩ ପଦ) । କ୍ଷମା ଯୋଗାଇବା ପାଇଁ ତାଙ୍କର ମୃତ୍ୟୁ ଆବଶ୍ୟକ ଥିଲା ବୋଲି ସେ ଜାଣିଥିଲେ, କାରଣ "ରକ୍ତପାତ ବିନୁ ପାପମୋଚନ ନାହିଁ" (ଏବ୍ରୀ ୯:୨୨)
କୃଶ ଉପରେ ଯୀଶୁ ଆମ ପାପର ଦଣ୍ଡ ପାଇଁ ମୂଲ୍ୟ ପରିଶୋଧ କରିଥିଲେ, ମାତ୍ର ସେନିମନ୍ତେ ଥିବା ତାଙ୍କ ପ୍ରେମ ଯୋଗୁ ଏହା ସ୍ୱେଇଚ୍ଛା କରିଥିଲେ । ଯଦିଓ ତାଙ୍କର ଭୟଙ୍କର ମୃତ୍ୟୁ ସମ୍ପୂର୍ଣ ଭାବେ ତାଙ୍କର ଯୋଗ୍ୟ ନ ଥିଲା, ତଥାପି ଏପରି ଅନ୍ୟ କୌଣସି ମାର୍ଗ ନ ଥିଲା , ଯଦ୍ୱାରା ସେ ଆମକୁ ରକ୍ଷା କରିପାରିଥା'ନ୍ତେ । ଆଜି ଆପଣମାନେ ତାଙ୍କୁ ଧନ୍ୟବାଦ ଦେଇଛନ୍ତି କି?