BN

ଆମ୍ଭେମାନେ କିପରି ଈଶ୍ବରଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟି?

 Image of God: His Reflection in US.

କି ଏକ ଚମତ୍କାର ଧାରଣା- ଈଶ୍ବରଙ୍କ ପ୍ରତିମୂର୍ତ୍ତିରେ ମାନବଜାତିର ସୃଷ୍ଟି- ତାଙ୍କ ଅନୁସାରେ ସେ ଏକ ନମୁନା କଲେ, ତାଙ୍କ ପରିବାରର ସମାନତାକୁ ପ୍ରତିଫଳିତ କଲେ (୨ କରିନ୍ଥୀୟ ୩:୧୮)। ଏହା ଶାରିରୀକକୁ ନାହିଁ କିନ୍ତୁ ଆତ୍ମିକ ଏବଂ ନୈତିକ ଚରିତ୍ରକୁ ବୁଝାଏ।  


ଆମ୍ଭେମାନେ କିପରି ଈଶ୍ବରଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟି?


  • ଆମ୍ଭେମାନେ ଯୋଗାଯୋଗ କରିବାକୁ ସମର୍ଥ ଆଉ ଏହା କରିବା ଦ୍ୱାରା ଆମେ ଜଣଙ୍କୁ ଆଶୀର୍ବାଦ କିମ୍ବା ଅଭିଶାପ ଦେଇପାରୁ।  (ଯାକୁବ ୩:୯)

  • ଆମ୍ଭେମାନେ ସୃଜନଶୀଳ ଆଉ ଏହି ସୃଜନଶୀଳତା ଆମକୁ ଆନନ୍ଦ ଏବଂ ସନ୍ତୁଷ୍ଟି ଦିଏ। (ହିତ ୩୧:୧୩-୨୨)

  • ଆମ୍ଭମାନଙ୍କଠାରେ ଭାବନା ଓ ଅନୁଭବ ଅଛି ଆଉ ଆମ୍ଭେମାନେ ସମ୍ପର୍କ ଏବଂ ସହଭାଗୀତା ପାଇଁ ଆଗ୍ରହୀ ଅଟୁ ।  (ଗୀତ ୧୬:୧୧)

  • ଆମ୍ଭେମାନେ ଠିକ୍ ଏବଂ ଭୁଲ୍ ର ବିଚାର କରିପାରୁ।  (ଯିଶାଇୟ ୬:୫)

  • ଆମ୍ଭେମାନେ କର୍ମ କରୁ ଏବଂ ନିଜର କର୍ମ ସକାଶେ ଦାୟୀ ଅଟୁ।  (ଯୋହନ ୩:୧୮)

  • ଆମ୍ଭେମାନେ ଈଶ୍ବରଙ୍କୁ ଅନୁସରଣ କରିବାକୁ ଇଚ୍ଛା କରୁ । ମରିୟମ୍ ଯୀଶୁଙ୍କ ପାଦ ତଳେ ବସି ତାଙ୍କ ବାକ୍ୟ ଶ୍ରବଣ କରୁଥିଲେ।  ଯୀଶୁ ତାଙ୍କୁ ତାଙ୍କ ପାଦ ତଳେ ବସି ଶ୍ରବଣ କରିବା ଅତି ଗୁରୁତ୍ବପୂର୍ଣ୍ଣ ବୋଲି ଜଣାଇଲେ।  (ଲୁକ୍ ୧୦:୪୨)


ଯଦିଓ ଈଶ୍ବର ଏବଂ ମାନବିକତା ମଧ୍ୟରେ ମୂଳ ଅନ୍ତରଙ୍ଗ ସମ୍ପର୍କ ପତନ ଦ୍ୱାରା ବିଚ୍ଛିନ୍ନ ହୋଇଯାଇଥିଲା (ଆଦି ୩:୫-୭), ଈଶ୍ବର ତାଙ୍କ ପିଲାମାନଙ୍କୁ ଯୁଗ ଯୁଗ ଧରି ଅନୁସରଣ କରିଆସୁଛନ୍ତି, ତାଙ୍କର ପୁତ୍ର ଯୀଶୁଙ୍କୁ ପ୍ରେରଣ କରିଛନ୍ତି ଯେପରି ଆମେ ତାଙ୍କ ସହିତ ପୁନଃର୍ମିଲିତ ହୋଇପାରିବା ଏବଂ ତାଙ୍କର ପୁତ୍ର ଏବଂ ଝିଅ, ତାଙ୍କର ଉତ୍ତରାଧିକାରୀ ହୋଇପାରିବା (ରୋମୀୟ ୮:୧୪-୧୭) । ତାଙ୍କର ପ୍ରତିମୂର୍ତ୍ତି ଆମ ଭିତରେ ପ୍ରତିଫଳିତ ହୋଇପାରେ | ଖ୍ରୀଷ୍ଟଙ୍କ ମାଧ୍ୟମରେ ତାଙ୍କର ପ୍ରତିମୂର୍ତ୍ତିକୁ ପୁନର୍ବାର ଧ୍ୟାନକୁ ଅଣାଯାଇଛି ଯାହା ଦ୍ୱାରା ତାଙ୍କର ଗୌରବ ପ୍ରତିଫଳନରୁ ଉଜ୍ଜ୍ୱଳ ହୁଏ । 


Source: NKJV Study Bible.

2 comments:

Kindly give your suggestions or appreciation!!!