BN

ପରମେଶ୍ୱରଙ୍କ ପ୍ରତିଜ୍ଞା

 ପରମେଶ୍ୱରଙ୍କ ପ୍ରତିଜ୍ଞା

ଆଜିର ଚିନ୍ତା

ଯିରିମିୟ ୩୧:୧-୨୨

ଆଜି ସଦାପ୍ରଭୁ ମୋର ବ୍ୟକ୍ତିଗତ ଜୀବନର ପ୍ରଭୁ ହୋଇପାରିଛନ୍ତି କି ?


ଅନ୍ତିମ କାଳରେ (୩୦:୨୪;୩୧:୧) ସମୁଦାୟ ଇସ୍ରାଏଲ ଈଶ୍ୱରଙ୍କ ଲୋକ ହେବେ ଓ ଈଶ୍ଵର ସେମାନଙ୍କ ଈଶ୍ଵର ହେବେ, ଏହା ଏହି ଅଧ୍ୟାୟରେ କୁହାଯାଏ । ଯେଉଁମାନେ ଯାକୁବର ସଙ୍କଟ କାଳରୁ (୩୦:୭) ଉଦ୍ଧାର ପାଇବେ, ସେମାନେ ଈଶ୍ୱରଙ୍କ ଅନୁଗ୍ରହ ଓ ବିଶ୍ରାମ, ସେମାନଙ୍କ ମଶୀହ ଯୀଶୁଖ୍ରୀଷ୍ଟଙ୍କଠାରେ ପାଇବେ (୨ପଦ) ।


ଈଶ୍ୱରଙ୍କ ବିଶ୍ଵସ୍ତତା (୩-୬ ପଦ) : 

ଇସ୍ରାଏଲ ପ୍ରତି ଈଶ୍ୱରଙ୍କ ବିଶ୍ଵସ୍ତତା ତାଙ୍କର ଅନନ୍ତକାଳୀନ ପ୍ରେମ ଉପରେ ପର୍ଯ୍ୟବେସିତ (୩ପଦ) ଏହି ପଦ ଇସ୍ରାଏଲ ସମ୍ପର୍କରେ କୁହାଯାଇଥିଲେ ସୁଦ୍ଧା ପ୍ରତ୍ୟକ ଖ୍ରୀଷ୍ଟ ବିଶ୍ବାସୀମାନଙ୍କ ନିମନ୍ତେ ପ୍ରଯୁଜ୍ୟ (ଯୋହନ ୩:୧୬; ରୋମୀ ୫:୮)  । ଈଶ୍ୱରଙ୍କ ସ୍ନେହପୂର୍ଣ୍ଣ କରୁଣା ହେତୁ ଯାକୁବ ସଙ୍କଟ କାଳରେ ଅର୍ଥାତ ୭ବର୍ଷର କ୍ଳେଶ ଓ ମହାକ୍ଳେଶର ସମୟରେ ଇସ୍ରାଏଲ ମନପରିବର୍ତ୍ତିତ କରି ମସୀହଙ୍କୁ ଗ୍ରହଣ କରିବେ ଓ ଈଶ୍ୱରଙ୍କ ନିକଟକୁ ଫେରି ଆସିବେ । 


ଆନନ୍ଦପୂର୍ଣ୍ଣ ପୁନଃସ୍ଥାପନ (୭-୧୪ପଦ) : 

ମେ ୧୪, ୧୯୪୮ ରେ ଏକ ଆଶ୍ଚର୍ଯ୍ୟ କାର୍ଯ୍ୟ ହୋଇଥିଲା, ଯେତେବେଳେ ଇସ୍ରାଏଲ ଏକ ଯିହୁଦୀ ଦେଶ ରୂପେ ଆତ୍ମ ପ୍ରକାଶ କଲା । ଏହିଦିନ ଯିଶାଇୟ ୬୬:୮ ସଫଳ ହେଲା ବୋଲି କୁହାଯାଏ । ଅବଶ୍ୟ ଅବିଶ୍ଵାସ ମଧ୍ୟରେ ଇସ୍ରାଏଲର ଏକତ୍ରୀକରଣ ଘଟିଛି, କିନ୍ତୁ ଯେତବେଳେ ସେମାନେ ଯିହୋବାଙ୍କଠାରେ ଓ ସେମାନଙ୍କ ମଶୀହଙ୍କଠାରେ ବିଶ୍ଵାସ କରିବେ, ଏଠାରେ ବର୍ଣ୍ଣିତ ଭାବବାଣୀ ସମୂହ ସଫଳ ହେବ । 


ରାହେଲଙ୍କ କ୍ରନ୍ଦନ (୧୫-୨୨ପଦ) :

ଯୀଶୁଙ୍କ ଜନ୍ମ ପରେ ହେରୋଦ ରାଜା ୨ ବର୍ଷ ଓ ତା' ଠାରୁ କମ୍ ବୟସର ବାଳକମାନଙ୍କୁ ହତ୍ୟା କରିବା ପ୍ରସଙ୍କରେ ମାଥିଉ ଲେଖନ୍ତି (ମାଥିଉ ୨:୧୭) । ରାହେଲ ଯୋଷେଫ ଓ ବିନ୍ୟାମୀନଙ୍କ ମାତା ଥିଲେ ଓ ରାମାରେ କବର ପାଇଥିଲେ । ଯିରିମିୟ ଏଠାରେ କବ୍ୟିକ ଓ କାଳ୍ପନିକ ରାହେଲଙ୍କ ବିଷୟରେ କହନ୍ତି, ଯେ କି ସମାଧିରୁ ଉଠି ନିର୍ବାସନରେ ଥିବା ଯିହୁଦାର ଲୋକଙ୍କ ନିମନ୍ତେ କାନ୍ଦୁଛନ୍ତି ଓ ସାନ୍ତ୍ଵନାବାଣୀ ଶୁଣିବାକୁ ଅନିଚ୍ଛୁକ ଅଟନ୍ତି । ମାଥିଉ ଶିଶୁ ପୁତ୍ରମାନଙ୍କୁ ହରାଇଥିବା ଯିହୁଦୀ ମାତାମାନଙ୍କ କ୍ରନ୍ଦନକୁ ରାହେଲଙ୍କ କ୍ରନ୍ଦନ ସହିତ ତୁଳନା କରନ୍ତି ।


No comments:

Post a Comment

Kindly give your suggestions or appreciation!!!