| ଅନ୍ୟମାନଙ୍କ ସହିତ କିପରି ବ୍ୟବହାର କରିବା?? |
| ପ୍ରତିବାସୀ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦିଅ ନାହିଁ | ଯାତ୍ରା ପୁସ୍ତକ ୨୦:୧୬ |
| ପ୍ରତିବାସୀର କୌଣସି ବସ୍ତୁକୁ ଲୋଭ କର ନାହିଁ | ଯାତ୍ରା ପୁସ୍ତକ ୨୦:୧୭ |
| ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର | ଲେବୀୟ ପୁସ୍ତକ ୧୯:୧୮ |
| ଆପଣା ପ୍ରତିବାସୀର ଭୂମି ଚିହ୍ନ ଘୁଞ୍ଚାଅ ନାହିଁ | ଦ୍ଵିତୀୟ ବିବରଣ ୨୭:୧୭ |
| ପ୍ରତିବାସୀ ସହିତ ବିବାଦ କରିବାକୁ ହଠାତ ବାହାରକୁ ଯାଅ ନାହିଁ | ହିତୋପଦେଶ ୨୫:୮ |
| ତୁମ୍ଭର ପାଦ ତୁମ୍ଭ ପ୍ରତିବାସୀ ଗୃହରେ କ୍ଵଚିତ ପଡୁ | ହିତୋପଦେଶ ୨୫:୧୭ |
| ଯଦି କେହି କୋଶେ ଯିବା ପାଇଁ ବାଧ୍ୟ କରେ, ତାହା ସାଙ୍ଗରେ ଦୁଇ କୋଶ ଯାଅ | ମାଥିଉ ୫:୪୧ |
| ଯେଉଁମାନେ ତାଡନା କରନ୍ତି, ସେମାନଙ୍କ ନିମନ୍ତେ ପ୍ରାର୍ଥନା କର | ମାଥିଉ ୫:୪୪ |
| ଯେଉଁମାନେ ଘୃଣା କରନ୍ତି, ସେମାନଙ୍କର ମଙ୍ଗଳ କର | ଲୂକ ୬:୨୭ |
| ଆପଣା ଶତ୍ରୁମାନଙ୍କୁ ପ୍ରେମ କର | ଲୂକ ୬:୨୭ |
| ଯେଉଁମାନେ ଅଭିଶାପ ଦିଅନ୍ତି, ସେମାନଙ୍କୁ ଆଶୀର୍ବାଦ କର | ଲୂକ ୬:୨୮ |
| ଯେ ତୁମ୍ଭର ଚାଦର ନେଇଯାଏ, ତାହାକୁ ତୁମ୍ଭର ଅଙ୍ଗରେଖା ମଧ୍ୟ ଦିଅ | ଲୂକ ୬:୨୯ |
| ଯେକେହି ତୁମ୍ଭକୁ ମାଗେ, ତାହାକୁ ଦିଅ | ଲୂକ ୬:୩୦ |
| ପରିଶୋଧର ଆଶା ନା ରଖି ଋଣ ଦିଅ | ଲୂକ ୬:୩୫ |
| ଅନ୍ୟର ବିଚାର କର ନାହିଁ | ଲୂକ ୬:୩୭ |
| ଆପଣା ଭାଇର ବାଧା ବା ବିଘ୍ନର କାରଣ ହୁଅ ନାହିଁ | ରୋମୀୟ ୧୪:୧୩ |
No comments:
Post a Comment
Kindly give your suggestions or appreciation!!!