BN

ଶକ୍ତି ନାହିଁ

 ଶକ୍ତି ନାହିଁ

 ରୋମୀୟ ୭:୧-୬


...ଆମ୍ଭେମାନେ ଏବେ ବ୍ୟବସ୍ଥାରୁ ମୁକ୍ତ ହୋଇଅଛୁ, ଏଣୁ ଆମ୍ଭେମାନେ ଆକ୍ଷରିକ ପୁରାତନ ଭାବରେ ଦାସ୍ୟକର୍ମ ନ କରି ଆତ୍ମାର ନୂତନ ଭାବରେ ଦାସ୍ୟକର୍ମ କରୁଅଛୁ। (ରୋମୀୟ ୭:୬) 


କିଛି ଦିନ ତଳେ, ଗୋଟିଏ ସମ୍ବାଦ ପତ୍ରରେ ଗୋଟିଏ ଚିତ୍ର ଦେଖିଥିବାର ମୋର ମନେପଡୁଛି । ଏକ ବିରାଟ ଓକ୍ ଗଛରେ ତିନୋଟି ଚିହ୍ନକୁ କଣ୍ଟା ବାଡେଇ ଲଗାଇ ଦିଆଯାଇଥିବାର ଦୃଶ୍ୟ ସେଥିରେ ପ୍ରକାଶ କରାଯାଇଥିଲା । ଉପର ପାର୍ଶ୍ଵରୁ ପ୍ରଥମ ଚିହ୍ନରେ ଅନଧିକାର ପ୍ରବେଶକୁ ବାରଣ କରାଯାଇଥିଲା 'ତା ତଳେ' ଶୀକାର ନିଷିଦ୍ଧ କରାଯାଇଥିଲା ଆଉ ସବାତଳେ 'କିଛି କରନ୍ତୁ ନାହିଁ କୁ ନିଷିଦ୍ଧ କରାଯାଇଥିଲା'।

  

ସମ୍ବାଦ ପତ୍ରର ସେହି ଚିତ୍ର ତଳେ ଗୋଟିଏ ଉକ୍ତି ଏହିପରି ଲେଖାଯାଇଥିଲା, ପ୍ରଥମ ଦୁଇଟି ବିଷୟରେ କାହାର କିଛି କହିବାର ନାହିଁ, କାରଣ ତାହା ସେହି ଜମି ମାଲିକର ଅଧିକାର । କିନ୍ତୁ 'କିଛି କରନ୍ତୁ ନାହିଁ କୁ ନିଷିଦ୍ଧ କରିବା' ଅର୍ଥ ଜାଣିବା ନିମନ୍ତେ ଯେ କେହି ପଥଚାରୀ ମଧ୍ୟ ବ୍ୟଗ୍ର ହୋଇଉଠିବ । 


ଏହିଭଳି ପ୍ରତିକ୍ରିୟା ପଶ୍ଚାତରେ ଥିବା ମନର ଉତ୍ତେଜନା ସମ୍ବନ୍ଧରେ ପ୍ରେରିତ ପାଉଲ ଅତି ପରିଚତ ଥିଲେ । ରୋମୀୟ ୭ ଅଧ୍ୟାୟରେ, ସେ ଦର୍ଶାଇ ଦେଲେ ଯେ, ବ୍ୟବସ୍ଥା ଅର୍ଥାତ୍ ନିୟମ ଆମ ମଧ୍ୟରେ ଲୁକ୍କାୟିତ ବିଦ୍ରୋହୀ ଲାଳସାକୁ ପ୍ରକୃତରେ ଉଜ୍ଜିବୀତ କରେ (୫ ପଦ) । କିଛି ନ କରିବାରୁ ନିଷିଦ୍ଧ କରାଯିବା ଦ୍ୱାରା ଆମର ପାପପୂର୍ଣ୍ଣ ପ୍ରକୃତି ଉତ୍ତେଜିତହୋଇ ପ୍ରକାଶିତ ହୁଏ । 


ନକରାତ୍ମକ ବିଷୟଗୁଡ଼ିକ ପ୍ରତି ଆମର ବିଦ୍ରୋହୀ ପ୍ରତିକ୍ରିୟା ସଠିକ୍ ବିଷୟଗୁଡ଼ିକ କରିବା ନିମନ୍ତେ ଆମର ଏକ ଦୃଢ଼ ତଥା ବାଧ୍ୟତାମୂଲକ ମନୋଭାବର ଅଭାବକୁ ସୂଚାଏ । ନିୟମ ପାଳନ କରିବାରେ ଆମର ଅସମର୍ଥତା ହେତୁ ଏହା ସହିତ ମୃତ୍ୟୁ ଦଣ୍ଡ ଯୋଗ ହୋଇ ରହିଛି । କିନ୍ତୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହେବାର ଫଳ ହେଉଛି ଅନନ୍ତ ଜୀବନ । ଆମର ପ୍ରଭୁ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ସହିତ ଆମେ ପ୍ରତିଦିନ ଯୋଗାଯୋଗ ରଖିବା ଦ୍ୱାରା ବ୍ୟବସ୍ଥାଠାରେ ଆମକୁ ରକ୍ଷା କରିବାର ଯେଉଁ ଶକ୍ତି ନାହିଁ, ତାହାଠାରୁ  ଘୁଞ୍ଚିଯାଇ ଯୀଶୁଙ୍କଠାରେ ସମସ୍ତ ଶକ୍ତିର ଅଧିକାରୀ ହୋଇ ପାରିବୁ ।

No comments:

Post a Comment

Kindly give your suggestions or appreciation!!!