BN

ଯିହୋବା ଯିରିଃ

 ଯିହୋବା ଯିରିଃ

ଗୀତ ୩୭:୧-୯

ସଦାପ୍ରଭୁଙ୍କ ଠାରେ ଆନନ୍ଦ କର, ତହିଁରେ ସେ ତୁମ୍ଭର ମନୋବାଞ୍ଛା ପୂର୍ଣ୍ଣ କରିବେ (ଗୀତ ୩୭:୪)


ଦୁଇଜଣ ପ୍ରଭୁଙ୍କର ସେବକ, ପ୍ରାର୍ଥନା ଉପରେ ଏକ ସମ୍ମିଳନୀର ଆୟୋଜନ କରିବା ପାଇଁ ଇଚ୍ଛା କଲେ। କିନ୍ତୁ ସେଥିପାଇଁ ଯେଉଁ ଅର୍ଥର ଆବଶ୍ୟକ, ତାହା ସେମାନଙ୍କଠାରେ ନାହିଁ ବୋଲି ସେମାନେ ଜାଣିଥିଲେ, କାରଣ ଏହି ସଭା ନିମନ୍ତେ ବିପୁଳ ପରିମାଣର ଅର୍ଥ ପ୍ରୟୋଜନ ଥିଲା। ସେମାନେ ଯେତେବେଳେ ଏହି ବିଷୟ ପାଇଁ ପ୍ରାର୍ଥନା କରୁଥିଲେ, ସେମାନେ ହୃଦୟଙ୍ଗମ କଲେ ଯେ, ଏହି ସଭା ସମ୍ପକରେ କେତେକ ସୂଚନା ଲେଖି ତାହାକୁ ମୁଦ୍ରଣ କରି ଅନ୍ୟମାନଙ୍କର ଅବଗତି ନିମନ୍ତେ ତାହା ପ୍ରେରଣ କରିବା ଆବଶ୍ୟକ ନଚେତ୍ ଏହି କାର୍ଯ୍ୟକ୍ରମକୁ  ସେମାନଙ୍କୁ ବାତିଲ କରିବାକୁ ପଡ଼ିବ। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଯେ, ପ୍ରାର୍ଥନା ଅନୁରୋଧର ସୂଚନା ମୁଦ୍ରଣ କରିବାର ଠିକ୍ ପର ଦିନ, ସେମାନଙ୍କ ପ୍ରାର୍ଥନାର ଉତ୍ତର ସ୍ଵରୂପ ଦୁଇଟି ଭିନ୍ନ ସ୍ଥାନରୁ ଓ ଦୁଇଜଣ ଭିନ୍ନ ବ୍ୟକ୍ତିଙ୍କ ଠାରୁ ଦୁଇଟି ଚେକ୍ ସେମନଙ୍କର ହସ୍ତଗତ ହେଲା, ଯାହାକି ସେମାନଙ୍କ ସଭାର ସମସ୍ତ ଖର୍ଚ୍ଚ ନିମନ୍ତେ ଯଥେଷ୍ଟ ଥିଲା ।


ଈଶ୍ୱରଙ୍କର ଏହି ଆଶ୍ଚର୍ଯ୍ୟ କାର୍ଯ୍ୟ ବିଷୟରେ ମୁଁ ଯେତେବେଳେ ଚିନ୍ତା କରୁଥିଲି, ହଡ୍ ସନ୍ ଟେଲର୍ ଙ୍କ ଲିଖିତ ପୁସ୍ତକ Spiritual Secret ନାମକ ଏକ ପୁସ୍ତକକୁ ଆଉ ଥରେ ମୁଁ ପଢ଼ିବାକୁ ଲାଗିଲି। ମୁଁ ଯେତେବଳେ ଏହା ପାଠ କଲି, ମୋ ଆଖିରୁ ଲୋତକ ଝରିଗଲା। ମୁଁ ପ୍ରଭୁଙ୍କର ଧନ୍ୟବାଦ କଲି ଏବଂ ମୋର ଜୀବନକୁ ପ୍ରଭୁଙ୍କଠାରେ ପୁନଃସମର୍ପଣ କରିଦେଲି। ଚୀନ୍ ଦେଶରେ ତାଙ୍କ ସେବାକାର୍ଯ୍ୟର ପ୍ରତ୍ୟେକଟି  ଆବଶ୍ୟକତା ନିମନ୍ତେ ଟେଲର୍ ସମ୍ପୂର୍ଣ୍ଣ ରୂପେ ଈଶ୍ଵରଙ୍କ ଉପରେ ଭରସା ସ୍ଥାପନ କରୁଥିଲେ। ସେ ଏହି କଥା ଘୋଷଣା କରିଥିଲେ, "ଈଶ୍ୱର ନିରୁପିତ ପନ୍ଥାରେ ତାହାଙ୍କର କାର୍ଯ୍ୟ ଯଦି କରାଯାଏ, ତା ହେଲେ ଈଶ୍ୱରଙ୍କ ଠାରୁ ସମ୍ବଳ ଲାଭର ଅଭାବ ହେବ ନାହିଁ"।


ଆମେ ଯେତେବଳେ ତାଙ୍କ ଇଛା ଅନୁଯାୟୀ ଜୀବନଯାପନ କରିବା, ସେ ମଧ୍ୟ ଆମର ସମସ୍ତ ଆବଶ୍ୟକୀୟ ବିଷୟ ଯୋଗାଇଦେବେ । ଆମର ଅଭାବ ପୂରଣ କରିବାପାଇଁ  ଈଶ୍ୱରଙ୍କର ଭଣ୍ଡାର କେବେ ହେଲେ ଉଣା ପଡ଼ିବ ନାହିଁ।


No comments:

Post a Comment

Kindly give your suggestions or appreciation!!!