କ୍ରୁଶୀୟ ମୃତ୍ୟୁ ପାଇଁ ସେ ଆସିଥିଲେ
ଯୋହନ ୧୨:୨୦-୩୩
…... ଆଉ ମୁଁ କଣ କହିବି? ପିତଃ, ମତେ ଏହି ସମୟଠାରୁ ରକ୍ଷା କର? କିନ୍ତୁ ଏଥିଶକାସେ ତ ମୁଁ ଏହି ସମୟ ମଧ୍ୟକୁ ଆସିଅଛି। ( ଯୋହନ ୧୨:୨୭)
ନିସ୍ତାର ପର୍ବ ସମୟରେ ଯିରୁଶାଲମକୁ ଉପାସନା କରିବା ନିମନ୍ତେ ଆସିଥିବା ଗ୍ରୀକ୍ ଯାତ୍ରୀମାନେ ଯେତେବଳେ ଯୀଶୁଙ୍କୁ ଦର୍ଶନ କରିବା ପାଇଁ ଇଚ୍ଛା କରି, ଫିଲିପ୍ପଙ୍କୁ କହିଲେ ଏବଂ ଫିଲିପ୍ପ ଓ ଆନ୍ଦ୍ରିୟ ଏ ବିଷୟ ଯୀଶୁଙ୍କୁ ଜଣାଇଲେ, ଯୀଶୁ ସେମାନଙ୍କୁ କହିଲେ, "ମନୁଷ୍ୟ ପୁତ୍ର ମହିମାନ୍ଵିତ ହେବା ନିମନ୍ତେ ସମୟ ଉପସ୍ଥିତ…. ଆଉ ମୁଁ କଣ କହିବି? ପିତଃ ମତେ ଏହି ସମୟଠାରୁ ରକ୍ଷା କର? କିନ୍ତୁ ଏଥିସକାଶେ ତ ମୁଁ ଏହି ସମୟ ମଧ୍ୟକୁ ଆସିଅଛି" ( ଯୋହନ ୧୨:୨୩-୨୭)
ଆଶ୍ଚର୍ଯ୍ୟର ବିଷୟ ଯେ, ଆଉ ୨୪ ଘଣ୍ଟା ମଧ୍ୟରେ ପ୍ରଭୂ ଯୀଶୁଙ୍କୁ କ୍ରୂଶ ବିଦ୍ଧ କରି ହତ୍ୟା କରାଯିବ, ଏହା ଜାଣି ମଧ୍ୟ ପ୍ରଭୂ ଯୀଶୁଙ୍କ ମନରେ କି ପ୍ରକାର ଭାବନା ଚାଲିଥିଲା? ସେ ତାଙ୍କର ଆସନ୍ନ ଯନ୍ତ୍ରଣା ଦାୟକ ମୃତ୍ୟୁ ବିଷୟ ଚିନ୍ତା କରୁନଥିଲେ ମାତ୍ର, ଯେଉଁ କାର୍ଯ୍ୟ ପାଇଁ ସେ ଏ ଧରାକୁ ଆସିଛନ୍ତି, ସେ ବିଷୟ ତାଙ୍କର ଚିନ୍ତା ରାଜ୍ୟ କୁ ଅଧିକାର କରିଥିଲା। ତାଙ୍କ ସେବା କାର୍ଯ୍ୟର ଚୂଡ଼ାନ୍ତ ମୁହୂର୍ତ୍ତ ଆସିଥିଲା ଏବଂ ସେଥିପାଇଁ ସେ କେଡ଼େ ଦୃଢ଼ ପ୍ରତିଜ୍ଞ ଥିଲେ।
ସାଧାରତଃ ଜୀବନର ଅର୍ଦ୍ଧେକ ସମୟ କଟାଇ ସାରିଥିବା ଜଣେ ବ୍ୟକ୍ତିକୁ ଯଦି କୁହାଯିବ ଯେ, ତୁମର ମରଣାନ୍ତକ ରୋଗ ପାଇଁ 'ତୁମେ ଅତିଶୀଘ୍ର ମରିବାକୁ ଯାଉଛ', ତା' ହେଲେ ସେ ଗଭୀର ନୈରାଶ୍ୟ ମଧ୍ୟକୁ ଚାଲିଯିବ। ଖ୍ୟାତନାମା ନୃତର୍ତ୍ତ୍ଵବିତ୍ କୁବଲେର୍ ରସ୍ ଏହା ଉପରେ ଗବଷଣା କରି କହିଛନ୍ତି ଯେ, ଯେତେେଳେ ଜଣଙ୍କୁ କୁହାଯାଏ, ସେ ମରିବାକୁ ଯାଉଛି- ସେ ନୈରାଶ୍ୟର ପାଞ୍ଚଟି ସ୍ତର ଦେଇ ଗତି କରିଥାଏ। କିନ୍ତୁ ଯୀଶୁଙ୍କ କ୍ଷେତ୍ରରେ ସେ ସବୁ ତିଳେ ମାତ୍ର ନ ଥିଲା। ଯଦି ବା ଗେତ୍ସିମନି ଉଦ୍ୟାନରେ ସେ ମର୍ମାନ୍ତିକ ବେଦନାରେ ପ୍ରାର୍ଥନା କରିଥିଲେ, ତଥାପି ସେ 'କ୍ରୁଶ' କୁ କେବେହେଲେ ଆଡେଇ ଦେଇ ନ ଥିଲେ। ସେ କ୍ରୂଶ କୁ ଦେଖୁ ନ ଥିଲେ ତାଙ୍କ ସେବା କାର୍ଯ୍ୟର ଅନ୍ତଃ ବୋଲି ମାତ୍ର ତାହାକୁ ସେ ତାଙ୍କ ସେବାକାର୍ଯ୍ୟର ସଫଳତା ରୁପେ ଦେଖୁଥିଲେ।
No comments:
Post a Comment
Kindly give your suggestions or appreciation!!!